ETV Bharat / health

ବୃଦ୍ଧି ପାଉଛି ପ୍ରୋଷ୍ଟେଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା, ଆସିବ ସୁନାମି - Prostate Cancer

author img

By ETV Bharat Odisha Team

Published : Apr 13, 2024, 1:05 PM IST

Prostate Cancer: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପ୍ରୋଷ୍ଟେଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା । 2040 ସୁଦ୍ଧା 85 ପ୍ରତିଶତ ବୃଦ୍ଧି ପାଇପାରେ ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ

Prostate Cancer
Prostate Cancer

ହାଇଦ୍ରାବାଦ: ବିଶ୍ୱରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ପୁରୁଷମାନଙ୍କ ଠାରେ ପ୍ରୋଷ୍ଟେଟ ଏବଂ ଲଙ୍ଗ୍ସ କ୍ୟାନ୍ସର ଅଧିକ ମାତ୍ରାରେ ଦେଖାଯାଉଛି । ସେହିପରି ମହିଳାମାନଙ୍କ ଠାରେ ସ୍ତନ ଏବଂ ଗର୍ଭାଶୟ କର୍କଟର ବିପଦ ଅଧିକ ଦେଖାଯାଉଛି । ଏହା ବ୍ୟତୀତ ଅନେକ ପ୍ରକାରର କର୍କଟ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ତେବେ ଏନେଇ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି । ସମୟ ସହିତ ଲୋକଙ୍କ ଜୀବନଶୈଳୀ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଅନେକ ପ୍ରକାର ରାସାୟନିକ ପଦାର୍ଥର ମିଶ୍ରଣ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା କର୍କଟ ରୋଗର ଆଶଙ୍କା ଆହୁରି ବୃଦ୍ଧି ହେବାରେ ଲାଗିଛି । ଏହାକୁ ନେଇ ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି ।

ତେବେ ଲାନସେଟରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁସାରେ, ପ୍ରୋଷ୍ଟେଟ କ୍ୟାନ୍ସର ଆସନ୍ତା କିଛି ବର୍ଷ ମଧ୍ୟରେ ପ୍ରମୁଖ ବିପଦ ଭାବେ ଉଭା ହେବ । ଏହା ସୁନାମି ଭଳି ବ୍ୟାପିବାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଏହା କେବଳ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଚାପ ବଢାଇବ ନାହିଁ ବରଂ କର୍କଟ ଯୋଗୁଁ ମୃତ୍ୟୁହାର ଚିନ୍ତାର କାରଣ ସାଜିବ ।

2040 ସୁଦ୍ଧା ଦ୍ବିଗୁଣା ହେବ ମୃତ୍ୟୁ ସଂଖ୍ୟା: ଅଧ୍ୟୟନ ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି, 2040 ସୁଦ୍ଧା ବିଶ୍ବରେ ପ୍ରୋଷ୍ଟେଟ କ୍ୟାନ୍ସର ମାମଲା 29 ଲକ୍ଷରୁ ଅଧିକ ହୋଇପାରେ । ଏହାସହିତ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ବିଗୁଣିତ ହୋଇପାରେ । 85 ପ୍ରତିଶତ ବୃଦ୍ଧି ପାଇପାରେ ମୃତ୍ୟୁ ସଂଖ୍ୟା । ହାରାହାରି 7ଲକ୍ଷ ଲୋକ ପ୍ରାଣ ହରାଇ ପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଆମେରିକା ଏବଂ ବ୍ରିଟେନ ଭଳି ଉଚ୍ଚ ଆୟଯୁକ୍ତ ଦେଶରେ କ୍ୟାନ୍ସର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ମଧ୍ୟମ ଏବଂ ନିମ୍ନ ଆୟ ଦେଶରେ ପ୍ରୋଷ୍ଟେଟ କ୍ୟାନ୍ସର ମାମଲା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଦ ଲାନସେଟ୍ ରିପୋର୍ଟରେ କୁହାଯାଇଛି, ଏହି ବୃଦ୍ଧି ଏକ ପ୍ରମୁଖ ସ୍ୱାସ୍ଥ୍ୟ ସଙ୍କଟ ଭାବରେ ଦେଖାଯାଉଛି । ପୁରୁଷଙ୍କ ବୟସ ବୃଦ୍ଧି ହେବା ସହିତ ପ୍ରୋଷ୍ଟେଟ କ୍ୟାନ୍ସର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ଅଳ୍ପ ବୟସରେ ମଧ୍ୟ ପ୍ରୋଷ୍ଟେଟ ସହ ଜଡିତ ସମସ୍ୟା ଦେଖାଯାଉଛି । ଯଦି ପ୍ରାରମ୍ଭିକ ଅବସ୍ଥାରେ ଧ୍ୟାନ ଦିଆନଯାଏ ତେବେ ଏହା ଗମ୍ଭୀର ରୂପ ନେବାର ସମ୍ଭାବନା ରହିଛି । ଉଚ୍ଚ ଆୟକାରୀ ଦେଶରେ କର୍କଟ ରୋଗରେ ବହୁତ ବୃଦ୍ଧି ଘଟିଛି ।

ଏହା ମଧ୍ୟ ପଢନ୍ତୁ: Prostate Cancer: ପୁରୁଷମାନଙ୍କଠାରେ ବୃଦ୍ଧି ପାଉଛି ପ୍ରୋଷ୍ଟେଟ କ୍ୟାନ୍ସର, ଜାଣନ୍ତୁ ଲକ୍ଷଣ

ପ୍ରୋଷ୍ଟେଟ କ୍ୟାନ୍ସର କଣ?: ଏହା ଏକ ଗମ୍ଭୀର ପ୍ରକାରର କର୍କଟ ରୋଗ । ପୁରୁଷମାନଙ୍କର ପେଲଭିସରେ ରହିଥିବା ବାଦାମ ଆକୃତିର ପ୍ରୋଷ୍ଟେଟ୍ ଗ୍ରନ୍ଥିରେ ଏହା ହୋଇଥାଏ । ଏହା ଲିଙ୍ଗ ଓ ବ୍ଲାଡର ମଧ୍ୟରେ ଅବସ୍ଥିତ ଏବଂ ମୂତ୍ରାଶୟକୁ ଘେରି ରହିଥାଏ । ଏକ ମୋଟା ଧଳା ତରଳ ପଦାର୍ଥ ଉତ୍ପାଦନ କରିବା, ଯାହା ଟେଷ୍ଟିକାଲ୍ସ(ସ୍ପର୍ମ ସୃଷ୍ଟିକାରୀ) ଦ୍ବାରା ଉତ୍ପାଦିତ ଶୁକ୍ରାଣୁ ସହ ମିଶ୍ରିତ ହୋଇ ସିମେନ ଉତ୍ପନ୍ନ କରିବା ହେଉଛି ପ୍ରୋଷ୍ଟେଟର ମୁଖ୍ୟ କାର୍ଯ୍ୟ । ପ୍ରୋଷ୍ଟେଟ କ୍ୟାନ୍ସର ସାଧାରଣତଃ ସେତେବେଳେ ଆରମ୍ଭ ହୁଏ ଯେତେବେଳେ ପ୍ରୋଷ୍ଟେଟ ଗ୍ରନ୍ଥିରେ ଥିବା କୋଷଗୁଡ଼ିକ ନିୟନ୍ତ୍ରଣରୁ ବାହାରେ ରହିଥାଆନ୍ତି । ଏହି କାରଣରୁ, ନପୁଂଶକତା କିମ୍ବା ଇରେକ୍ଟାଇଲ୍ ଡିସ୍‌ଫଙ୍କସନ୍‌ ମଧ୍ୟ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.