ETV Bharat / health

କିସ୍ ଡେ; କେବଳ ପ୍ରେମ ନୁହେଁ, ସମ୍ମାନ ବୃଦ୍ଧି କରେ ଚୁମ୍ବନ

author img

By ETV Bharat Odisha Team

Published : Feb 13, 2024, 10:30 AM IST

Kiss Day 2024: ଆଜି କିସ୍ ଡେ ପାଳିବେ ପ୍ରେମୀ ଯୁଗଳ । ଆଜିର ପ୍ରେମ ଦିବସରେ ସାଥିକୁ ଚୁମ୍ବନ ଦେଇ ନିଜର ପ୍ରେମର ପ୍ରଗାଢତାକୁ ବୁଝାନ୍ତୁ । ଅଧିକ ପଢନ୍ତୁ

କିସ୍ ଡେ
Kiss Day

ହାଇଦ୍ରାବାଦ: ପ୍ରତିବର୍ଷ ଫେବୃଆରୀ ମାସରେ ଭାଲେଣ୍ଟାଇନ୍ ସପ୍ତାହ ପାଳନ କରାଯାଇଥାଏ । ଭାଲେଣ୍ଟାଇନ୍ସ ସପ୍ତାହରେ ପ୍ରତ୍ୟେକ ଦିନ ଏକ ଭିନ୍ନ ନାମ ଏବଂ ମହତ୍ତ୍ୱ ରହିଛି । ଭାଲେଣ୍ଟାଇନ ଓ୍ୱିକର ସପ୍ତମ ଦିନକୁ କିସ୍ ଡେ ଭାବେ ପାଳନ କରାଯାଏ । ଓଡ଼ିଆରେ ଏହାକୁ ଚୁମ୍ବନ ଦିବସ ମଧ୍ୟ କୁହାଯାଏ । ନିଜ ଜୀବନରେ ପ୍ରେମର ମହତ୍ତ୍ୱ ଏବଂ ସମ୍ପର୍କରେ ମଧୁରତା ଭରିବା ପାଇଁ ଚୁମ୍ବନ କରାଯାଇଥାଏ । ଆଜିର ଦିନରେ ପ୍ରେମୀଯୁଗଳ ଉଭୟଙ୍କୁ ଚୁମ୍ବନ ଦେଇ ସେଲିବ୍ରେସନ କରିବେ । ପ୍ରେମ ବ୍ୟକ୍ତ କରିବା ସମୟରେ ଚୁମ୍ବନ ଦେଇ କିସ୍ ଡେ ପାଳନ କରିବେ । ପ୍ରେମ ଭାଷାକୁ ଗାଢ କରିଥାଏ ଚୁମ୍ବନ ।

ରୋମାନ୍ସର ପୁରୁଣା ପଦ୍ଧତି ହେଉଛି ଚୁମ୍ବନ । କିସ୍ ଡେ'ର ପରମ୍ପରା ବ୍ରିଟେନରୁ ଆରମ୍ଭ ହୋଇଥିବା ବିବେଚନା କରାଯାଏ । ସୋସିଆଲ ନେଟଓ୍ୱାର୍କିଂ ସାଇଟର ଆଗମନ ପରେ ଭାଲେଣ୍ଟାଇନ ସପ୍ତାହରେ କିସ୍ ଡେ ପାଳନ କରିବାର ପରମ୍ପରା ସାରା ବିଶ୍ୱରେ ବ୍ୟାପୀ ଯାଇଥିଲା । ବିଶ୍ୱାସ କରାଯାଏ ଯେ, ଚୁମ୍ବନ ପ୍ରେମର ରୋମାଞ୍ଚକ ସତେଜ କରିଥାଏ । ଜଣେ ବ୍ୟକ୍ତି ପାଇଁ ଭକ୍ତି, ପ୍ରେମ ଏବଂ ସ୍ନେହ ଦେଖାଇବା ପାଇଁ ଚୁମ୍ବନ ଏକ ପ୍ରଭାବଶାଳୀ ଉପାୟ । ଭୁଲ ବୁଝାବଣା ଦୂର କରିବା ଏବଂ ପ୍ରେମ ବୃଦ୍ଧି କରିବା ପାଇଁ ପ୍ରଭାବଶାଳୀ ହୋଇଥାଏ ଚୁମ୍ବନ ।

ଏହା ମଧ୍ୟ ପଢନ୍ତୁ: ହଗ୍-ଡେ, ବିନା ଶବ୍ଦରେ ଅନ୍ୟ ପ୍ରତି ପ୍ରେମ ପରିପ୍ରକାଶ କରିବାର ମାଧ୍ୟମ

ଚାକିରି-ଅଧ୍ୟୟନ ଏବଂ ଅନ୍ୟାନ୍ୟ କାରଣରୁ ଅନେକ ପ୍ରେମୀ ଯୁଗଳ ଶାରୀରିକ ଭାବରେ ଉପସ୍ଥିତ ରହି କିସ୍ ଡେ ପାଳନ କରିପାରନ୍ତି ନାହିଁ । ମେସେଜ, ଇମୋଜି ଏବଂ ଭିଡିଓ କଲିଂ ମାଧ୍ୟମରେ ଫେସବୁକ, ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ସାଇଟ୍ ସାହାଯ୍ୟରେ ଭର୍ଚୁଆଲ୍ ଚୁମ୍ବନ ମାଧ୍ୟମରେ ନିଜର ପ୍ରେମ ବ୍ୟକ୍ତ କରି କିସ୍ ଡେ ପାଳନ କରିଥାଆନ୍ତି । ତେବେ ଆଜିର ଦିନରେ କେବଳ ପ୍ରେମୀଯୁଗଳ ନୁହେଁ ବରଂ ଭଲପାଇବା ରହିଥିବା ସମସ୍ତ ବ୍ୟକ୍ତିକୁ ଚୁମ୍ବନ ଦେଇପାରିବେ । ବିଶ୍ୱାସ କରାଯାଏ ଯେ, ଚୁମ୍ବନ ଲୋକଙ୍କ ମନୋବଳକୁ ଦୃଢ କରିବା ସହିତ ପ୍ରେମର ଗଭୀରତାକୁ ବୃଦ୍ଧି କରିଥାଏ ।

ଚୁମ୍ବନ କେବଳ ପ୍ରେମକୁ ପରିପ୍ରକାଶ କରେ ନାହିଁ ବରଂ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଚୁମ୍ବନ ଦ୍ୱାରା ଶରୀରରେ ଦେଖାଯାଉଥିବା ଅନେକ ସମସ୍ୟାର ସମାଧାନ ହୋଇଥାଏ । ହୃଦରୋଗୀଙ୍କ ପାଇଁ ଏହା ବେଶ ସହାୟକ ବୋଲି କୁହାଯାଇଛି । ଏକ ବୈଜ୍ଞାନିକ ରିପୋର୍ଟ ଅନୁସାରେ, ଚୁମ୍ବନ ଅକ୍ସିଟୋସିନ ହରମୋନ୍ ସ୍ତରକୁ ବୃଦ୍ଧି କରିଥାଏ । ଆଉ ଏକ ରିପୋର୍ଟ ଅନୁସାରେ, ଚୁମ୍ବନ ଦେବା ଦ୍ୱାରା ରକ୍ତଚାପ ହ୍ରାସ ହୋଇଥାଏ, ହାପି ହରମୋନ କ୍ଷରଣ, ମୁଖମଣ୍ଡଳ ଉଜ୍ୱଳ ଦିଶିବା, ରକ୍ତ ସଞ୍ଚାଳନ ସଠିକ ହୋଇଥାଏ, ମୁଣ୍ଡବିନ୍ଧା ଦୂର ହେବା ସହିତ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.