ETV Bharat / health

ହଗ୍-ଡେ, ବିନା ଶବ୍ଦରେ ଅନ୍ୟ ପ୍ରତି ପ୍ରେମ ପରିପ୍ରକାଶ କରିବାର ମାଧ୍ୟମ

author img

By ETV Bharat Odisha Team

Published : Feb 12, 2024, 10:07 AM IST

Hug Day 2024: ଭାଲେଣ୍ଟାଇନ ସପ୍ତାହ ଶେଷ ପର୍ଯ୍ୟାରେ ପହଞ୍ଚିଛି । ସପ୍ତାହର ଷଷ୍ଠ ଦିନକୁ ଅର୍ଥାତ ଫେବୃଆରୀ 12 ତାରିଖକୁ ହଗ୍ ଡେ ଭାବେ ପାଳନ କରାଯାଏ । ଆଜି ଦିନରେ ବିନା ଶବ୍ଦରେ କେବଳ ଆଲିଙ୍ଗନ ଦ୍ବାରା ପ୍ରେମ ପରିପ୍ରକାଶ କରିବେ ପ୍ରେମୀ ଯୁଗଳ । ଅଧିକ ପଢନ୍ତୁ

ହଗ୍-ଡେ
Hug Day

ହାଇଦ୍ରାବାଦ: ବିନା ଶବ୍ଦର ପ୍ରେମର ଭାବନାକୁ ପରିପ୍ରକାଶ କରେ ଆଲିଙ୍ଗନ । ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିନକୁ ହଗ୍ ଡେ ଭାବେ ପାଳନ କରାଯାଏ । ହଗ୍‌ର ଅର୍ଥ ହେଉଛି ପ୍ରେମରେ ଆଲିଙ୍ଗନ । କୁହାଯାଏ ପ୍ରେମରେ ଆଲିଙ୍ଗନ ଯାଦୁ ଭଳି କାର୍ଯ୍ୟ କରିଥାଏ । ଆଲିଙ୍ଗନ ଦ୍ବାରା ମନର ଭାବନାକୁ ବିନା ଶବ୍ଦରେ ନିଜ ଜୀବନ ସାଥୀ ନିରକଟରେ ପହଞ୍ଚିବାରେ ସଫଳ ହୋଇଥାଏ । ଜୀବନରେ ଅନ୍ୟ ଲୋକର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ତାହା କେବଳ ଏକ ଆଲିଙ୍ଗନ ଦ୍ବାରା ଅନୁଭବ ହୋଇଥାଏ । ସ୍ପର୍ଶ ମାଧ୍ୟମରେ ପ୍ରେମ ପ୍ରକାଶ କରିବା ଏକ ସୁନ୍ଦର ଉପାୟ । ପରସ୍ପର ପ୍ରତି ସ୍ନେହ, ପ୍ରେମ ଏବଂ ସମ୍ମାନ ରହିଥିଲେ ସେମାନେ ଆଲିଙ୍ଗନ ଦ୍ବାରା ପରିପ୍ରକାଶ କରିଥାଆନ୍ତି । ଆଜିର ଦିନରେ ପ୍ରେମୀ ଯୁଗଳ ଆଲିଙ୍ଗନ କରି ଉଭୟଙ୍କୁ ସ୍ବତନ୍ତ୍ର ଅନୁଭବ କରାଇଥାଆନ୍ତି । କାଲିର ମିଠା ପ୍ରତିଶୃତି ଉପରେ ଆଜି ସୁଦୃଢ ହୋଇଥାଏ ସମ୍ପର୍କ ।

ଆଲିଙ୍ଗନ କରିବା ଦ୍ବାରା ସମ୍ପର୍କରେ ବିଶ୍ବାସ ଗଭୀର ହୋଇଥାଏ । ଆଲିଙ୍ଗନ ହେଉଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତନ ରୂପ । ପ୍ରେମ ଓ ଭଲ ପାଇବାର ଏକାନ୍ତ ଆତ୍ମୀୟ ମିଳନ । ଦାମ୍ପତ୍ୟ ଜୀବନରେ ଆଲିଙ୍ଗନର ବିଶେଷ ମହତ୍ବ ରହିଛି । ଆଲିଙ୍ଗନ ଦ୍ବାରା ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ବିଧାକୁ ନିମିଷକେ ଦୂର କରିଥାଏ ।

କୁହାଯାଏ, ଆଲିଙ୍ଗନ ହେଉଛି ଦକ୍ଷ ପ୍ରେମ ଭାଷା । ଯେଉଁଠାରେ ଶବ୍ଦ ବିଫଳ ହୁଏ ସେତେବେଳେ ଆଲିଙ୍ଗନ ପ୍ରେମ ଭାବନାକୁ ପ୍ରକାଶ କରିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଲିଙ୍ଗନ କରିବା ଦ୍ବାରା ଚାପ ହ୍ରାସ ପାଇଥାଏ । ତେଣୁ ଆଲିଙ୍ଗନ ଦ୍ବାରା ନିଦ୍ରାହୀନତା ସମସ୍ୟା ଦୂର ହେବା ସହିତ ମନୋବଳକୁ ଦୃଢ କରିଥାଏ । ତେବେ ପ୍ରେମିକ ପ୍ରେମିକା ବ୍ୟତୀତ ପିତାମାତା, ଭାଇଭଉଣୀ କିମ୍ବା ବନ୍ଧୁପରିଜନମାନଙ୍କୁ ସ୍ନେହଭରା ଆଲିଙ୍ଗନ କରିପାରିବେ । ଆଲିଙ୍ଗନ କରିବା ଦ୍ବାରା ଅନ୍ୟପ୍ରତି ପ୍ରେମ ଭାବନା ପରିପ୍ରକାଶ ହୋଇଥାଏ ଏବଂ ମତଭେଦ ମଧ୍ୟ ଦୂର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଆଜି ପ୍ରୋମିଜ ଡେ', ସାଥୀଙ୍କୁ ମନର କଥା କହି ସମ୍ପର୍କକୁ କରନ୍ତୁ ମଜବୁତ

ଆଲିଙ୍ଗନ ଦ୍ବାରା କ୍ଷରଣ ହୁଏ ହାପି ହରମୋନ:- କାର୍ନେଜି ମେଲନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଆଲିଙ୍ଗନ ଦ୍ବାରା ଚାପ ଦୂର ହୋଇଥାଏ । ଏହାସହିତ ହାପି ହରମୋନ ମଧ୍ୟ ରିଲିଜ ହୋଇଥାଏ । ଅକ୍ସିଟୋସିନ୍ ଏବଂ ସେରୋଟୋନିନକୁ ହାପି ହରମୋନ କୁହାଯାଏ । ଅକ୍ସିଟୋସିନ୍ ହରମୋନ ରକ୍ତଚାପ ହ୍ରାସ ହୋଇଥାଏ । ଦୀର୍ଘ ସମୟ ଧରି କାହାକୁ ଆଲିଙ୍ଗନ କରିବା ଦ୍ବାରା ମସ୍ତିଷ୍କରୁ ହାପି ହରମୋନ ରିଲିଜ ହୋଇଥାଏ । ଏହା ଚିନ୍ତା ଦୂର କରିବା ସହିତ ରକ୍ତଚାପକୁ ମଧ୍ୟ ହ୍ରାସ କରିଥାଏ । ଯାହା ମାନସିକ ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ।

ସେରୋଟୋନିନ ହରମୋନ କ୍ଷରଣ:- ଆଲିଙ୍ଗନ କରିବା ଦ୍ବାରା ମନୋବଳ ଦୃଢ ହୋଇଥାଏ । କାରଣ ଆଲିଙ୍ଗନ ଦ୍ବାରା ସେରୋଟୋନିନ ହରମୋନ କ୍ଷରଣ ହୋଇଥାଏ । ଏହା ସହ କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି କରିଥାଏ । ପ୍ରେମରେ ଆଲିଙ୍ଗନ ଦ୍ବାରା ଲଭ୍ ହରମୋନ ମଧ୍ୟ ବୃଦ୍ଧି ପାଇଥାଏ । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ରକ୍ତଚାପ ନିୟନ୍ତ୍ରଣର ମାଧ୍ୟମ ବୋଲି ବିଶ୍ବାସ କରିଥାଆନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.