ETV Bharat / health

ଦେଶରେ ବ୍ୟାପୁଛି କ୍ୟାନ୍ସର, ଚିନ୍ତାର କାରଣ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ - CANCER CAPITAL

author img

By ETV Bharat Odisha Team

Published : Apr 8, 2024, 5:25 PM IST

Cancer Risk: ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା । ତେବେ 2050 ସୁଦ୍ଧା ସ୍ଥିତି ଆହୁରି ଖରାପ ହେବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ

Cancer
Cancer

ହାଇଦ୍ରାବାଦ: କ୍ୟାନ୍ସର ସବୁଠାରୁ ମାରାତ୍ମକ ରୋଗ ଏହା ସମସ୍ତେ ଜାଣନ୍ତି । ତେବେ ସର୍ବଭାରତୀୟ ସ୍ତରରେ କର୍କଟ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥାଆନ୍ତି । ତେବେ ଏକ ଅଧ୍ୟୟନରେ କୁହାଯାଇଛି, 2050 ସୁଦ୍ଧା ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ । କ୍ୟାନ୍ସର ଡାଟା ଅନୁସାରେ, 2022 ମସିହାରେ ବିଶ୍ବରେ ପ୍ରାୟ 20 ମିଲିୟନ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବଂ 9.7 ମିଲିୟନରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । 2050 ସୁଦ୍ଧା କର୍କଟ ରୋଗୀଙ୍କ ସଂଖ୍ୟା 35 ମିଲିୟନ ହୋଇପାରେ ବୋଲି ଆକଳନ କରାଯାଇଛି । ଗତ ଦଶନ୍ଧିର ପରିସଂଖ୍ୟାନ ଦର୍ଶାଏ ଯେ ଭାରତରେ ମଧ୍ୟ ଏହି ଗୁରୁତର ତଥା ସାଂଘାତିକ ରୋଗୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ଟେକ୍ନୋଲୋଜି ଏବଂ ଔଷଧର ନୂତନତ୍ବ ହେତୁ ମଧ୍ୟ କର୍କଟ ରୋଗ ଆଉ ଏକ ଆରୋଗ୍ୟଜନକ ରୋଗ ନୁହେଁ, ଚିକିତ୍ସା ଖର୍ଚ୍ଚ ହେତୁ ସାଧାରଣ ଲୋକଙ୍କ ପାଇଁ କର୍କଟ ଚିକିତ୍ସା କଷ୍ଟସାଧ୍ୟ ହୋଇପଡିଛି । ତେବେ ବିଶ୍ବହାର ଅପେକ୍ଷା ଭାରତରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏକ ଅଧ୍ୟୟନ ରିପୋର୍ଟରେ ଅନୁସନ୍ଧାନକାରୀମାନେ କହିଛନ୍ତି, ଦେଶରେ କର୍କଟ ରୋଗର ହତି ବୃଦ୍ଧି ପାଇବାରେ ଲାଗିଛି । ଭାରତ ବର୍ତ୍ତମାନ କ୍ୟାନ୍ସରର କ୍ୟାପିଟାଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ସାବଧାନ ! 50 ବର୍ଷରୁ କମ୍ ବୟସ୍କଙ୍କ ନିକଟରେ ବୃଦ୍ଧି ପାଉଛି କ୍ୟାନସର - Cancer In Young Age

ଭାରତ ବିଶ୍ବର କ୍ୟାନ୍ସର ରାଜଧାନୀ: ନନ୍-କମ୍ୟୁନିକେବଲ ଡିଜିଜ(NCD)ର ରିପୋର୍ଟ ଦର୍ଶାଉଛି ଯେ, ଦେଶରେ ଯେଉଁ କ୍ରମରେ କ୍ୟାନ୍ସର ବୃଦ୍ଧି ପାଇବାରେ ଲାଗିଛି, ତାହା ଏକ ପ୍ରକାର ଚିନ୍ତାଜନକ ଅଟେ । କର୍କଟ ରୋଗର ବିଶ୍ବ ହାରକୁ ଅତିକ୍ରମ କରି ଭାରତ 'କର୍କଟ ରାଜଧାନୀ' ରେ ପରିଣତ ହୋଇଛି । ଦ ଲାନସେଟ୍ ରିଜିଓନାଲ ହେଲଥ ସାଉଥଇଷ୍ଟ ଏସିଆ ଜୋନଲ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରାୟ 12 ଲକ୍ଷ ନୂତନ କର୍କଟ ରୋଗ ଏବଂ 2020 ରେ 9.3 ଲକ୍ଷ ମୃତ୍ୟୁ ରେକର୍ଡ ହୋଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଦେଶରେ କର୍କଟ ରୋଗ 12 ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଚୀନ-ଜାପାନଠୁ ଆଗରେ ଭାରତ: ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, କର୍କଟ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ଦେଖିବାକୁ ଗଲେ ଚୀନ ଏବଂ ଜାପାନ ଅପେକ୍ଷା ଆଗରେ ରହିଛି ଭାରତ । ଭାରତରେ ସ୍ତନ ଏବଂ ଗର୍ଭାଶୟ କର୍କଟ ମହିଳାମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ରୋଗ ହୋଇଥିବାବେଳେ ପୁରୁଷମାନେ ଫୁସଫୁସ, ପାଟି ଏବଂ ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ପ୍ରକାଶ ଥାଉକି, ଅନ୍ୟ ଦେଶ ତୁଳନାରେ ଭାରତରେ କର୍କଟ ରୋଗ ନିର୍ଣ୍ଣୟ ପାଇଁ ହାରାହାରି ବୟସ କମ୍ ଥିଲେ ମଧ୍ୟ କର୍କଟ ଚିହ୍ନଟ ହାର ବହୁତ କମ୍ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.