ETV Bharat / entertainment

'ଡନ ୩'ରେ କିଆରାଙ୍କ ଏଣ୍ଟ୍ରି, ରଣଭୀର ସିଂଙ୍କ ବିପକ୍ଷରେ ଆସିବେ ନଜର

author img

By ETV Bharat Odisha Team

Published : Feb 20, 2024, 11:53 AM IST

Don 3: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଫରହାନ ଅଖତରଙ୍କ ଫିଲ୍ମ 'ଡନ ୩'ରେ ନଜର ଆସିବେ କିଆରା ଆଡଭାନୀ । ଆଜି ନିର୍ମାତା ଫିଲ୍ମରେ ଅଭିନେତ୍ରୀଙ୍କ ଏଣ୍ଟ୍ରି ନେଇ ନିଶ୍ଚିତ କରିଛନ୍ତି । ଅଧିକ ପଢନ୍ତୁ

'ଡନ ୩'ରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି, ରଣଭୀର ସିଂଙ୍କ ବିପକ୍ଷରେ ଆସିବେ ନଜର

ହାଇଦ୍ରାବାଦ: ଫରହାନ ଅଖତରଙ୍କ ଫିଲ୍ମ 'ଡନ ୩' ଘୋଷଣା ହେବା ଦିନଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଥିଲା । ଫିଲ୍ମ ସହ ଏହାର କାଷ୍ଟକୁ ନେଇ ସମସ୍ତଙ୍କ ନଜର ରହିଥିଲା । ନିକଟରେ ନିର୍ମାତା ଫିଲ୍ମରେ ମୁଖ୍ୟ ଭୂମିକାରେ ରଣଭୀର ସିଂ ନଜର ଆସିବେ ବୋଲି ଘୋଷଣା କରିଥିଲେ । ଏହାପରେ ଫିଲ୍ମର ଅଭିନେତ୍ରୀ ନେଇ ଅନେକ ଆଲୋଚନା ହୋଇଥିଲା । ବର୍ତ୍ତମାନ ନିର୍ମାତା ଫିଲ୍ମରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ଉପରେ ମୋହର ଲଗାଇଛନ୍ତି । ଏହି ଫିଲ୍ମରେ ରଣଭୀରଙ୍କ ବିପକ୍ଷରେ କିଆରା ନଜର ଆସିବା ସମ୍ପର୍କରେ ଆଜି ନିଶ୍ଚିତ କରିଛନ୍ତି ।

ନିର୍ମାତା ଏକ୍ସେଲ୍ ମୁଭି କିଆରାଙ୍କ ଏଣ୍ଟ୍ରିର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏହା ଲେଖାଯାଇଛି, 'ଡନ୍ ୟୁନିଭର୍ସକୁ ସ୍ୱାଗତ କିଆରା ଆଡଭାନି ।' ସେପଟେ ଏହି ଘୋଷଣା ପରେ କିଆରା ଆଡଭାନୀ ଖୁସି ବ୍ୟକ୍ତ କରିବା ସହ ଉତ୍ସାହିତ ଥିବା କହିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀ 'ଡନ ୩'ର ଅଂଶ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ''ଆଇକନିକ୍ ଡନ ଫ୍ରାଞ୍ଚାଇଜର ଅଂଶ ହୋଇ ଏବଂ ଏହି ଅବିଶ୍ୱସନୀୟ ଟିମ ସହ କାମ କରିବାକୁ ମୁଁ ବହୁତ ଉତ୍ସାହିତ । ମୁଁ ଏହି ରୋମାଞ୍ଚକର ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଆପଣ ସମସ୍ତଙ୍କ ଭଲପାଇବା ଏବଂ ସମର୍ଥନ ମିଳିବ ବୋଲି ମୋର ଆଶା ।''

ସୂଚନା ଥାଉକି, ଫରହାନ୍ ଅଖତର ଡନ୍ 3 ନିର୍ଦ୍ଦେଶନା ଦେବା ସହ ଏହାକୁ ଲେଖିଛନ୍ତି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୋୟ ଏବଂ ଜାଭେଦ ଅଖତର, ଯିଏ ପ୍ରଥମ ଡନ୍ (ସଲିମ ଖାନଙ୍କ ସହ) ଲେଖିଛନ୍ତି, ଏହି ଚଳଚ୍ଚିତ୍ରର ଗୀତ ଲେଖିଛନ୍ତି । ଏହି ଚଳଚ୍ଚିତ୍ର ୨୦୨୫ରେ ରିଲିଜ ହେବ ବୋଲି ଜଣାପଡିଛି । ହିନ୍ଦୀ ସିନେମାରେ ଡନ୍ ଫ୍ରାଞ୍ଚାଇଜର ଏହା ହେଉଛି ଚତୁର୍ଥ ଚଳଚ୍ଚିତ୍ର । କହିରଖୁଛୁ କୁ, ପୂର୍ବ ଫିଲ୍ମ ପରି ଦର୍ଶକ ଏଥିରେ ଶାହାରୁଖଙ୍କୁ ଦେଖିବାକୁ ଚାହୁଁଥିଲେ । ହେଲେ ନିର୍ମାତା ଶାହାରୁଖଙ୍କୁ ରିପ୍ଲେସ କରି ରଣବୀରଙ୍କୁ ବାଛିଥିଲେ । ତେବେ ସେ 'ଡନ ୩'ରେ କାହିଁକି ରଣଭୀରଙ୍କୁ ବାଛିଲେ ସେନେଇ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: Don 3ରେ ନଜର ଆସିବେନି ଶାହାରୁଖ ଖାନ! ଅଭିନେତାଙ୍କ ରିପ୍ଲେସ ଉପରେ ମୁହଁ ଖୋଲିଲେ ଫରହାନ ଅଖତର

ସୂଚନାଯୋଗ୍ୟ ଯେ, ଅମିତାଭ ବଚ୍ଚନଙ୍କୁ ୧୯୭୮ ମସିହାରେ ଚନ୍ଦ୍ର ବରୋତ୍ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଡନ'ରେ ଦେଖିବାକୁ ମିଳିଥିଲା । ଅମିତାଭ ଏହି ଚଳଚ୍ଚିତ୍ରରେ ଡନ ଚରିତ୍ରରେ ଏପରି ଭାବରେ ଅଭିନୟ କରିଥିଲେ ଯେ ଏହା ଆଇକନିକ୍ ହୋଇଗଲା । ଏହାପରେ ଫରହାନ ଅଖତର ୨୦୦୬ରେ ଶାହରୁଖ ଖାନଙ୍କୁ ବଲିଉଡର ନୂଆ ଡନ୍ କରିଥିଲେ । ୨୦୧୧ ମସିହାରେ ପୁଣିଥରେ, ଫରହାନ୍ ଶାହାରୁଖଙ୍କ ସହ 'ଡନ ୨' ତିଆରି କରିଥିଲେ । ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା ଏବଂ ଶାହାରୁଖଙ୍କୁ ଜଣେ ଡନ ଭାବରେ ଦର୍ଶକ ପସନ୍ଦ କରିଥିଲେ । ବର୍ତ୍ତମାନ ନୂଆ ଯୁଗରେ ଫରହାନ୍ ନୂଆ ଡନ୍ ନେଇ ଆସିଛନ୍ତି । ତେବେ ଦର୍ଶକ ରଣଭୀର ସିଂଙ୍କୁ ନୂଆ ଡନ୍ ଭାବରେ କେତେ ପସନ୍ଦ କରିବେ ତାହା ଦେଖିବା ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ: Don 3: ଏଥର 11 ଦେଶର ପୋଲିସ ଖୋଜିବେ ରଣଭୀରଙ୍କୁ, ଆସିଲା ଡନ-3ର ଦମଦାର ଟିଜର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.