ETV Bharat / entertainment

ଓଡିଆ ଚଳଚ୍ଚିତ୍ର ‘ଖୋକା ଭାଇ ତମ ପାଇଁ’ର ଶୁଭ ମୁହୁରତ - Muhurat of Khokha Bhai Tama Pain

author img

By ETV Bharat Odisha Team

Published : Mar 21, 2024, 9:03 PM IST

Muhurat of Khokha Bhai Tama Pain Film: ଅକ୍ଷୟ ମହାନ୍ତିଙ୍କ ଜୀବନ ଗୀତକୁ ନେଇ ଆସୁଛି ସଂଗୀତ ଭିତ୍ତିକ ଚଳଚ୍ଚିତ୍ର "ଖୋକା ଭାଇ ତମ ପାଇଁ" । ଯାହାର ଆଜି ଶୁଭ ମହୁରତ ଆର.ସି.ଏମ ଜଗନ୍ନାଥ ମନ୍ଦିରରେ କରାଯାଇଥିଲା । ଅଧିକ ପଢ଼ନ୍ତୁ,

ଖୋକା ଭାଇ ତମ ପାଇଁ
ଖୋକା ଭାଇ ତମ ପାଇଁ

ଖୋକା ଭାଇ ତମ ପାଇଁ

ଭୁବନେଶ୍ବର: ଅକ୍ଷୟ ମହାନ୍ତିଙ୍କ ଜୀବନ ଗୀତକୁ ନେଇ ଆସୁଛି ସଂଗୀତ ଭିତ୍ତିକ ଚଳଚିତ୍ର "ଖୋକା ଭାଇ ତମ ପାଇଁ" । ଯାହାର ଆଜି ଶୁଭ ମହୁରତ ଆର.ସି.ଏମ ଜଗନ୍ନାଥ ମନ୍ଦିରରେ କରାଯାଇଥିଲା । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ‘ଯାରେ ଭାସି ଭାସି ଯା’’ ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ । ତାଙ୍କ ସଙ୍ଗୀତ ମାଧ୍ୟମରେ ଆଉ ତା’ର ପ୍ରମାଣ ନେଇକି ଆସୁଛି କୁହୁ ସିନେ ଫ୍ଲିକ୍ସ ଓ ଭଦ୍ରା ମୋସନ ଷ୍ଟୁଡିଓ ।

ପୂର୍ବରୁ ଏହାର ଟାଇଟଲ ରିଲିଜ କରାଯାଇଥିବା ବେଳେ ଆଜି ଏହାର ଶୁଭ ମହୁରତ କରାଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ରହିଥିବା ବେଳେ କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି। ଏହି ଫିଲ୍ମଟି ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ ବରଂ ତାଙ୍କ ସଙ୍ଗୀତରୁ ତିଆରି ଏକ ଆଧୁନିକ କାହାଣୀ ଯାହା ବର୍ତ୍ତମାନର ଯୁବପିଢୀକୁ ଅକ୍ଷୟ ସଙ୍ଗୀତର ଏକ ଅପ୍ରତ୍ୟାଶିତ ଛୁଆଁ ଦେବା ସହ ପୁରୁଣା ପିଢୀର ମନରେ ଥିବା ଅକ୍ଷୟ ସଙ୍ଗୀତକୁ କାଳଜୟୀ କରିବ। ଏହି ଚଳଚିତ୍ରରେ ଅଭିନୟରେ ରହିଛନ୍ତି ନାୟକ ସ୍ବରାଜ, ନାୟିକା ଲକି ମନୀଷା, ଅଭିନେତ୍ରୀ ଉପାସନା ମହାନ୍ତି, ଶ୍ଵେତା ଆଚାର୍ଯ୍ୟଙ୍କ ଭଳି ବହୁତ ପ୍ରତିକ୍ଷୀତ କଳକାର। ତେବେ ଆକାଶବାଣୀର ସୁଗମ ସଙ୍ଗୀତ ଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ରାଜ କରିଥିଲେ । ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ ।

ଏହା ମଧ୍ୟ ପଢ଼ନ୍ତୁ.... ଅନ୍ତର୍ଜାତୀୟ ମହିଳା ଦିବସ; ରିଲିଜ ହେଲା ନାରୀ କେନ୍ଦ୍ରିକ ଓଡ଼ିଆ ଫିଲ୍ମ 'ବସ୍' ଓ 'ତ୍ରିକନ୍ୟା'

ଆଜି ଆମ କର୍ମମୟ ଜୀବନରେ ତାଙ୍କର ସେହି ଗୀତ ଗୁଡିକ ଖାପ ଖାଉଛି ଓ ସେହି ସମ୍ପର୍କକୁ ନେଇ ତିଆରି ହେଉଛି ଫିଲ୍ମ ଖୋକା ଭାଇ ତୁମ ପାଇଁ l ତେବେ କାହାଣୀର ନାୟକ ଏକବିଂଶ ଶତାବ୍ଦୀରେ ବଞ୍ଚୁଥିବା ବେଳେ ଅକ୍ଷୟ ସଙ୍ଗୀତ ଶୁଣି ନିଜକୁ ସେଥିରେ ମଗ୍ନ କରିଦେଇଛି। ନାୟକର ଜୀବନ ମଧ୍ୟ ଅକ୍ଷୟ ସଙ୍ଗୀତ ପରି ଗଡି ଚାଲିଛି ଓ ତାକୁ ପ୍ରେମ ହୋଇଯାଇଛି ହେଲେ ନାୟିକାକୁ କହିବ କେମିତି ? ତେଣୁ ସେ ନିଜକୁ ହଜାଇ ଦେଇଛି ଅକ୍ଷୟ ସଙ୍ଗୀତରେ ଓ ତାର ଉତ୍ତର ମଧ୍ୟ ପାଇଛି ସେହି ସଙ୍ଗୀତରୁ କିନ୍ତୁ ତାପରେ ସେଇ ଅକ୍ଷୟ ସଙ୍ଗୀତ ପାଇଁ ହରେଇ ବସିଛି ନିଜ ପ୍ରେମିକାକୁ ଓ ଦୋଷ ଦେଇଛି ଖୋକା ଭାଇଙ୍କ ଗୀତକୁ । ହେଲେ ପ୍ରେମିକାକୁ ଫେରି ପାଇବା ପାଇଁ ମଧ୍ୟ ସେ ପୁଣି ଭରସା କରିଛି ସେହି ଅକ୍ଷୟ ସଙ୍ଗୀତକୁ ଓ ସଫଳ ମଧ୍ୟ ହୋଇଛି । ଏହିପରି ଜୀବନର ପ୍ରତ୍ୟକ ମୁହୂର୍ତ୍ତରେ ନାୟକର ଆଧୁନିକ ଜୀବନରେ ପ୍ରାସଙ୍ଗିକତା ହୋଇଛି ଅକ୍ଷୟ ସଙ୍ଗୀତ ଓ ଫିଲ୍ମଟିକୁ ଅତ୍ୟନ୍ତ ରୁଚି ପୂର୍ଣ୍ଣ କରିଛି ବୋଲି କହିଛନ୍ତି କାହାଣୀର ଲେଖକ ଭରଦ୍ଵାଜ ପଣ୍ଡା। ଏହି ଫିଲ୍ମଟିକୁ ଏକା ସାଙ୍ଗରେ ତିନିପିଢୀ ଦେଖି ଉତ୍ସାହିତ ହେବେ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଆଶା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.