ETV Bharat / entertainment

'ପଠାନ ୨' ସହ ପୁଣି ଧମାକା କରିବେ କିଙ୍ଗ ଖାନ, ଏହି ଦିନରୁ ଆରମ୍ଭ ସୁଟିଂ

author img

By ETV Bharat Odisha Team

Published : Feb 20, 2024, 4:37 PM IST

Shahrukh Khan Pathaan 2: ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ 'ପଠାନ' ବେଶ ଲୋକପ୍ରିୟତା ହାସଲ କରିବା ସହ ବକ୍ସ ଅଫିସରେ ଧମାକା କରିଥିଲା । ବର୍ତ୍ତମାନ ପୁଣି କିଙ୍ଗ ଖାନ 'ପଠାନ ସିକ୍ୱେଲ' ତଥା ଏହାର ଦ୍ୱିତୀୟ ଭାଗ ସହ ଲୋକଙ୍କ ମନ ଜିତିବାକୁ ଆସୁଛନ୍ତି । ଖୁବଶୀଘ୍ର ଆରମ୍ଭ ହେବ ଫିଲ୍ମର ସୁଟିଂ । ଅଧିକ ପଢନ୍ତୁ,

'ପଠାନ ୨' ସହ ପୁଣି ଧମାକା କରିବେ କିଙ୍ଗ ଖାନ, ଏହି ଦିନରୁ ଆରମ୍ଭ ସୁଟିଂ
'ପଠାନ ୨' ସହ ପୁଣି ଧମାକା କରିବେ କିଙ୍ଗ ଖାନ, ଏହି ଦିନରୁ ଆରମ୍ଭ ସୁଟିଂ

ହାଇଦ୍ରାବାଦ: ଚାରି ବର୍ଷର ବ୍ରେକ ପରେ ଶାହାରୁଖ ଖାନ 'ପଠାନ' ସହ ପରଦାକୁ ଫେରିଥିଲେ । ଶାହାରୁଖଙ୍କ ଏହି ଚଳଚ୍ଚିତ୍ର 'ପଠାନ' ବ୍ଲକବ୍ଲାଷ୍ଟର ପ୍ରମାଣିତ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସରେ ୧୦୦କୋଟିରୁ ଅଦିକ ଆୟ ସହ ବେଶ ଲୋକପ୍ରିୟତା ସାଉଁଟିଥିଲା । ଏହି ଚଳଚ୍ଚିତ୍ରର ସକାରାତ୍ମକ ପ୍ରତିକ୍ରିୟା ଦେଖି ବର୍ତ୍ତମାନ ନିର୍ମାତାମାନେ ଏହାର ଦ୍ୱିତୀୟ ଭାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁଯାୟୀ, 'ପଠାନ ୨' ସହ ପୁଣି ଶାହାରୁଖ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, 'ପଠାନ ୨' ସହ ଶାହାରୁଖ ଖାନ ପୁଣି ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ସହ ହାତ ମିଳାଇବାକୁ ଯାଉଛନ୍ତି । କୁହାଯାଉଛି ଯେ ଦୁହେଁ 'ପଠାନ ୨' ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ଏବଂ ଆଦିତ୍ୟ ଚୋପ୍ରାଙ୍କ ଟିମ ଏହି ଫିଲ୍ମ ନେଇ କାମ ମଧ୍ୟ ଆରମ୍ଭ କରିସାରିଛି । ଏଥିସହ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମର ସୁଟିଂ ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ, ପୂର୍ବ ଫିଲ୍ମ ଅପେକ୍ଷା 'ପଠାନ ୨'ରେ ଆକ୍ସନ ଏବଂ ମନୋରଞ୍ଜନ ଦ୍ୱିଗୁଣିତ ରହିବ ।

'ପଠାନ ୨'ର କାହାଣୀ

'ପଠାନ ୨'ର କାହାଣୀ ବିଷୟରେ କହିବାକୁ ଗଲେ, ଏହା 'ପଠାନ ଭର୍ସେସ ଟାଇଗର' ପୂର୍ବର କାହାଣୀ ଦେଖାଇବ । ଯେଉଁଥିରେ ଟାଇଗର ଏବଂ ପଠାନ ମଧ୍ୟରେ ସଂଘର୍ଷର ଆରମ୍ଭ ହେବ । ଯାହା ପରେ ଉଭୟଙ୍କ ଜବରଦସ୍ତ ଆକ୍ସନକୁ 'ପଠାନ ଭର୍ସେସ ଟାଇଗର' ଦର୍ଶାଯିବ । କହିରଖୁଛୁ କି, ଯଦି 'ପଠାନ ୨' ତିଆରି ହୁଏ, ତେବେ ଏହା ୟଶ ରାଜ ବ୍ୟାନରର ଏହା ଅଷ୍ଟମ ସ୍ପାଇ-ଥ୍ରୀଲର ଚଳଚ୍ଚିତ୍ର ହେବ । ଏହାପୂର୍ବରୁ ଆଦିତ୍ୟ ଚୋପ୍ରା 'ଏକ ଥା ଟାଇଗର', 'ଟାଇଗର ଜିନ୍ଦା ହେ', 'ୱାର', 'ପଠାନ' ଭଳି ଫିଲ୍ମ ପ୍ରସ୍ତୁତ କରିସାରିଛନ୍ତି । ଏଥିସହ 'ୱାର ୨', 'ପଠାନ ଭର୍ସେସ ଟାଇଗର' ଏବଂ ଆଲିଆ ଭଟ୍ଟଙ୍କ ଏକ ଫିଲ୍ମ ଆସିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: ଏକାଠି ଧମାକା କରିବେ କିଙ୍ଗ ଖାନ-ଭାଇଜାନ, ଖୁବଶୀଘ୍ର ଆରମ୍ଭ 'ଟାଇଗର ଭର୍ସେସ ପଠାନ' ସୁଟିଂ

'ପଠାନ' ବକ୍ସ ଅଫିସ କଲେକ୍ସନ:-

'ପଠାନ'ର କଲେକ୍ସନ ବିଷୟରେ କହିବାକୁ ଗଲେ, ଏହା ବୀରତୀୟ ବକ୍ସ ଅଫିସରେ ୫୪୩ କୋଟି ଆୟ କରିଥିଲା । ସେହିପରି ବିଶ୍ୱରେ ୧୦୫୦ କୋଟି କଲେକ୍ସନ କରିଥିଲା । ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ 'ପଠାନ'ର ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଚଳଚ୍ଚିତ୍ରଟି ଶ୍ରୀଧର ରାଘବନ୍ ଏବଂ ଅୱଜନ ବାଇରୱାଲା ରଚନା କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଶାହାରୁଖ ଖାନଙ୍କ ବ୍ୟତୀତ ଅଭିନେତ୍ରୀ ଦୀପିକା ପାଦୁକୋନ, ଜନ୍ ଅବ୍ରହାମ, ଡିମ୍ପଲ୍ କପାଡିଆ ଏବଂ ଆଶୁତୋଷ ରାଣା ପ୍ରମୁଖ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.