ETV Bharat / entertainment

ଏକାଠି ଧମାକା କରିବେ କିଙ୍ଗ ଖାନ-ଭାଇଜାନ, ଖୁବଶୀଘ୍ର ଆରମ୍ଭ 'ଟାଇଗର ଭର୍ସେସ ପଠାନ' ସୁଟିଂ

author img

By ETV Bharat Odisha Team

Published : Feb 20, 2024, 10:51 AM IST

Tiger vs Pathaan Shooting: ଶାହାରୁଖ ଖାନ ଏବଂ ସଲମାନ ଖାନ ୨୨ ବର୍ଷ ପରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଉଭୟ 'ଟାଇଗର ଭର୍ସେସ ପଠାନ' ସହ ପରଦକୁ ଫେରୁଥିବା ବେଳେ ଫିଲ୍ମକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ବର୍ତ୍ତମାନ ଖବର ଅନୁଯାୟୀ, ଶାହାରୁଖ ଏବଂ ସଲମାନ ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଏକାସାଙ୍ଗେ ଧମାକା କରିବେ କିଙ୍ଗ ଖାନ-ଭାଇଜାନ, ଏହି ଦିନ ଆରମ୍ଭ 'ଟାଇଗର ଭର୍ସେସ ପଠାନ' ସୁଟିଂ

ହାଇଦ୍ରାବାଦ: ପୁଣି ସିଲଭର ସ୍କ୍ରିନରେ ଧମାକା କରିବାକୁ ଯାଉଛନ୍ତି ବଲିଉଡର କରଣ-ଅର୍ଜୁନ ଯୋଡ଼ି । ଶାହରୁଖ ଖାନ ଏବଂ ସଲମାନ ଖାନ ଅନେକ ବର୍ଷ ଧରି ପରସ୍ପରର ଚଳଚ୍ଚିତ୍ରରେ କ୍ୟାମିଓ ରୋଲରେ କାମ କରୁଥିଲେ, କିନ୍ତୁ ବର୍ତ୍ତମାନ ଖୁବଶୀଘ୍ର ଏହି ଯୋଡ଼ିକୁ 'ଟାଇଗର ଭର୍ସେସ ପଠାନ' ଫିଲ୍ମରେ ଏକାଠି ଦେଖିବାକୁ ମିଳିବ । ୨୨ ବର୍ଷ ପରେ ଏକାଠି ନଜର ଆସିବାକୁ ଯାଉଥିବା ବେଳେ ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

ରିପୋର୍ଟ ଅନୁସାରେ, 'ଟାଇଗର ଭର୍ସେସ ପଠାନ'ର ସୁଟିଂ ଆସନ୍ତା ଗ୍ରୀଷ୍ମଋତୁ ଅର୍ଥାତ ଏପ୍ରିଲରେ ଆରମ୍ଭ ହେବାକୁ ଯାଉଛି । ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସଲମାନ ଏବଂ ଶାହାରୁଖ ଆସନ୍ତା ଏପ୍ରିଲ ପାଇଁ ସେମାନଙ୍କର ସୁଟିଂ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି । ୟଶ ରାଜ ବ୍ୟାନରର ସ୍ପାଇ ବ୍ରହ୍ମାଣ୍ଡରେ 'ଟାଇଗର ଭର୍ସେସ ପଠାନ' ସବୁଠୁ ଶ୍ରେଷ୍ଠ ଆକ୍ସନ୍ ଫିଲ୍ମ ହେବାକୁ ଯାଉଛି ।

କହିରଖୁଛୁ କି, 'ପଠାନ' ଏବଂ 'ଫାଇଟର' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମ ୩୦୦ କୋଟି ବଜେଟରେ ନିର୍ମିତ ହେବ ବୋଲି କୁହାଯାଉଛି । କହିରଖୁଛୁ କି, ଟାଇଗରରେ କ୍ୟାଟ୍ରିନା କୈଫ ଏବଂ ପଠାନରେ ଦୀପିକା ପାଦୁକୋନ ନିଜ ଜଲୱା ଦେଖାଇଥିବା ବେଳେ ବର୍ତ୍ତମାନ 'ଟାଇଗର ଭର୍ସେସ ପଠାନ'ରେ ଉଭୟ ନଜର ଆସିବେ କି ନାହିଁ ସେନେଇ ସୂଚନା ମିଳିପାରି ନାହିଁ । ତେବେ ଏହି ଚଳଚ୍ଚିତ୍ରର ଅନ୍ୟ କଳାକାର କିଏ ହେବେ ସେନେଇ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ: କିଙ୍ଗ ଖାନଙ୍କ ପରେ ଭାଇଜାନଙ୍କ ସହ ଫିଲ୍ମ କରିବେ ଅଟଲି !

ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ମଧ୍ୟରେ ବନ୍ଧୁତା ବହୁତ ପୁରୁଣା । ଦୁହେଁ ନିଜ କ୍ୟାରିୟରରେ ଏକାଠି ଅନେକ ଫିଲ୍ମ କରିଛନ୍ତି । କରଣ-ଅର୍ଜୁନ ଚଳଚ୍ଚିତ୍ର ପାଇଁ ଉଭୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଯାହା ପାଇଁ ଆଜି ବି ଲୋକେ ତାଙ୍କୁ ଏହି ନାଁରେ ମନେ ପକାଉଛନ୍ତି । ୨୦୨୩ ମସିହାରେ, ଉଭୟ କଳାକାରଙ୍କୁ ଦୁଇଟି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ସଲମାନ ଖାନ ପ୍ରଥମ 'ପଠାନ' ଚଳଚ୍ଚିତ୍ରରେ ଏକ କ୍ୟାମିଓ ରୋଲ କରିଥିଲେ ଏବଂ ଉଭୟଙ୍କୁ ଏଥିରେ ଜବରଦସ୍ତ ଆକ୍ସନ୍ ମୋଡରେ ଦେଖିବାକୁ ମିଳିଥିଲା । ଏହାପରେ ସେହି ବର୍ଷ ରିଲିଜ କରିଥିବା 'ଟାଇଗର ୩'ରେ 'ପଠାନ' ଭୂମିକାରେ ଶାହାରୁଖଙ୍କ ଏକ କ୍ୟାମିଓ ରହିଥିଲା । ବର୍ତ୍ତମାନ ଏହି ଦୁଇ ଫିଲ୍ମ ଏବଂ ଦୁଇ ଷ୍ଟାରଙ୍କୁ ନେଇ ନିର୍ମିତ ହେବ 'ଟାଇଗର ଭର୍ସେସ ପଠାନ' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.