ETV Bharat / entertainment

ଦୁବାଇ ଅନଟୋଲ୍ଡ ଫେଷ୍ଟିଭାଲ; ପ୍ରଥମ ଭାରତୀୟ ଭାବେ ପରଫର୍ମ କଲେ ବାହଶାହା, ସିଦ୍ଧୁ ମୁସେୱାଲାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

author img

By ETV Bharat Odisha Team

Published : Feb 20, 2024, 9:53 AM IST

Rapper Badshah At Untold Dubai Festival: ଦୁବାଇ ଅନଟୋଲ୍ଡ ଫେଷ୍ଟିଭାଲରେ ରାପର ବାଦଶାହା ସାମିଲ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ପ୍ରଥମ ଭାରତୀୟ ହିପ୍-ହପ୍ କଳାକାର ଭାବେ ପରଫର୍ମ କରିଛନ୍ତି । କେବଳ ଏତିକି ନୁହେଁ ସେ ସ୍ୱର୍ଗତ ଗାୟକ ସିଦ୍ଧୁ ମୋସୱାଲାଙ୍କୁ ତାଙ୍କ ଅଭିନୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି ।

ଦୁବାଇ ଅନଟୋଲ୍ଡ ଫେଷ୍ଟିଭାଲ; ପ୍ରଥମ ଭାରତୀୟ ଭାବେ ପରଫର୍ମ କଲେ ବାହଶାହା, ସିଦ୍ଧୁ ମୁସେୱାଲାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ

ହାଇଦ୍ରାବାଦ: ଗାୟକ ତଥା ରାପର ବାଦଶାହା ତାଙ୍କ ଗୀତ ପାଇଁ ବେଶ ଲୋକପ୍ରିୟ । ଯୁବକମାନଙ୍କ ମଧ୍ୟରେ ତାଙ୍କ ଗୀତକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳିଥାଏ । ତେବେ ବାଦଶାହା କେବଳ ଭାରତରେ ନୁହଁ ଏବେ ଅନ୍ତଜାର୍ତୀୟ ସ୍ତରରେ ମଧ୍ୟ ସଫଳତା ହାସଲ କରିଛନ୍ତି । ବାଦଶାହା ଅନ୍ତର୍ଜାତୀୟ ପେଷ୍ଟିଭାଲରେ ଯୋଗ ଦେଇ ଭାରତର ସମ୍ମାନ ବଢାଇଛନ୍ତି । ଦୁବାଇରେ ଆୟୋଜିତ ଅନଟୋଲ୍ଡ ଫେଷ୍ଟିଭାଲରେ ପରଫର୍ମ କରିଥିବା ରାପର୍ ବାଦଶାହ ପ୍ରଥମ ଭାରତୀୟ ହିପ୍-ହପ୍ କଳାକାର ହୋଇଛନ୍ତି । ସେ ଏଠାରେ ଦମଦାର ପ୍ରଦର୍ଶନ କରି ୭୫ ହଜାରରୁ ଅଧିକ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ଏଥିସହ ସେ ସ୍ୱର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦେବା ସହ ଦେଶର ପତାକା ମଧ୍ୟ ପ୍ରଦର୍ଶନ କରିଛନ୍ତି ।

ଦୁବାଇର ଏହି ଫେଷ୍ଟିଭାଲ ଦେଶର ଶ୍ରେଷ୍ଠ ୧୦୦ ଡିଜେ ମ୍ୟାଗ୍ସରେ ୬ନମ୍ବରରେ ସ୍ଥାନ ପାଇଛି । କେବଳ ଏତିକି ନୁହଁ ଏହି ଅନଟୋଲ୍ଡ ଫେଷ୍ଟିଭାଲ ଇଭେଣ୍ଟ ୟୁରୋପର ଶ୍ରେଷ୍ଠ ତିନୋଟି ଫେଷ୍ଟିଭାଲ ମଧ୍ୟରୁ ଗୋଟିଏ ଅଟେ। ତେବେ ବାଦଶାହା ପ୍ରଥମ ଭାରତୀୟ ଭାବେ ଏହି ଇଭେଣ୍ଟରେ ପରଫର୍ମ କରି ଭାରତ ପାଇଁ ଗୌରବ ଆଣିଛନ୍ତି । ଏହି ସମୟରେ ରାଜା ସ୍ୱର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଦେଶର ପତାକା ମଧ୍ୟ ପ୍ରଦର୍ଶନ କରିଛନ୍ତି । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ବାଦଶାହାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।

ସୂଚନା ଥାଉ କି, ଦୁବାଇର ଏକ୍ସପୋ ସିଟିରେ ଏହି ସପ୍ତାହରେ ଅନଟୋଲ୍ଡ ଫେଷ୍ଟିଭାଲ ଆୟୋଜିତ ହୋଇଛି । ବାଦଶାହାଙ୍କ ବ୍ୟତୀତ ଅରମିନ ୱେନ୍, ବୁରେନ, ବେବେ ରେକ୍ସ, ଡନ ଡାଏବ୍ଲୋ, ଜି ଇଜି ଭଳି ଅନେକ ତାରକା ଏହି କାର୍ଯ୍ୟକ୍ରମରେ ପରଫର୍ମ କରିଛନ୍ତି । ଏହି ପେଷ୍ଟିଭାଲକୁ ଏକ ମେଗା ଫେଷ୍ଟିଭାଲ୍ ଭାବରେ ବିବେଚନା କରାଯାଏ । ଏହି ଇଭେଣ୍ଟରେ କେବଳ ଗାୟକ ପରଫର୍ମ କରନ୍ତି ତାହା ନୁହଁ ଏହି ମଞ୍ଚରେ ଡ୍ୟାନ୍ସ, ଷ୍ଟଣ୍ଟ ଭଳି କଳା ମଧ୍ୟ ପରିବେଷଣ କରାଯାଏ । ଅନେକ ଦେଶରୁ ଲୋକମାନେ ଏହି ଦୁବାଇ ଫେଷ୍ଟିଭାଲକୁ ଆସି ଏହାକୁ ଉପଭୋଗ କରନ୍ତି । ଏହି କାରଣରୁ ଏହି ଫେଷ୍ଟିଭାଲକୁ ମେଗା ଫେଷ୍ଟିଭାଲ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: ବାଦଶାହା-ମୃଣାଲ ଠାକୁର ଡେଟିଂ ଚର୍ଚ୍ଚା, ମୁହଁ ଖୋଲିଲେ କଣ୍ଠଶିଳ୍ପୀ

ବାଦଶାହା ବଲିଉଡ ଚଳଚ୍ଚିତ୍ରରେ ଅନେକ ହିଟ୍ ଗୀତ ଗାଇଛନ୍ତି

ବାଦଶାହାଙ୍କ ବିଷୟରେ କହିବାକୁ ଗଲେ, ବାଦଶାହା ଜଣେ ଗାୟକ, ରାପର୍ ଏବଂ ହିପ୍ ହପ୍ କଳାକାର । ଏଥିସହ ସେ ନିଜର ଗୀତ ନିଜେ ହିଁ ଲେଖିଥାନ୍ତି । ସେ ଅନେକ ମ୍ୟୁଜିକ୍ ଆଲବମ୍ ଦେଇଛନ୍ତି, ଯାହା ବହୁତ ହିଟ୍ ହୋଇଛି । ଏହା ବ୍ୟତୀତ ସେ ଅନେକ ବଲିଉଡ ଫିଲ୍ମରେ ତାଙ୍କ ଗୀତର ଯାଦୁ ମଧ୍ୟ ଦେଖାଇଛନ୍ତି । ହମ୍ଟି ସର୍ମା କି ଦୁଲହନିଆ, ବଜରଙ୍ଗୀ ବାଇଜାନ, ସନମ ରେ, ତେରା ସୁରର, ସୁଲତାନ, ଅକେ ଜାନୁ, ସ୍ତ୍ରୀ, ସାହୋ, ଦବଙ୍ଗ ୩ ଭଳି ଅନେକ ଫିଲ୍ମରେ ଗୀତ ଗାଇ ଲୋକଙ୍କୁ ଦିୱାନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.