ETV Bharat / entertainment

ରକୁଲ-ଜ୍ୟାକିଙ୍କ ବିବାହରେ ହେବ ଗ୍ଲୁଟେନ-ସୁଗାର ଫ୍ରି' ଖାଦ୍ୟ, ସାମ୍ନାକୁ ଆସିଲା ୱେଡିଂ ମେନ୍ୟୁ

author img

By ETV Bharat Odisha Team

Published : Feb 19, 2024, 4:07 PM IST

Rakul Preet-Jackky Bhagnani Wedding Menu: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ବର୍ତ୍ତମାନ ବିବାହର ମେନ୍ୟୁ ସାମ୍ନାକୁ ଆସିଛି । ଲିଷ୍ଟରେ ଅତିଥିଙ୍କ ପାଇଁ ଗ୍ଲୁଟେନ-ସୁଗାର ଫ୍ରି' ଖାଦ୍ୟ ରହିଛି । ଅଧିକ ପଢନ୍ତୁ

ରକୁଲ-ଜ୍ୟାକିଙ୍କ ବିବାହରେ ହେବ ଗ୍ଲୁଟେନ-ସୁଗାର ଫ୍ରି' ଖାଦ୍ୟ, ସାମ୍ନାକୁ ଆସିଲା ୱେଡିଂ ମେନୁ

ହାଇଦ୍ରାବାଦ: ଫେବୃଆରୀ ୨୧ରେ ହାତକୁ ଦି' ହାତ ହେବେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ବିବାହ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଉଭୟ ପରିବାର ସହ ଗୋଆରେ ପହଞ୍ଚିସାରିଛନ୍ତି । ନିକଟରେ ଉଭୟଙ୍କ ବିବାହର ନିମନ୍ତ୍ରଣ କାର୍ଡ ଭାଇରାଲ ହୋଇଥିଲା । ବର୍ତ୍ତମାନ ଏହି କପଲଙ୍କ ବିବାହର ମେନ୍ୟୁ ସାମ୍ନାକୁ ଆସିଛି । ତେବେ ଏହି ମେନ୍ୟୁରେ ଅତିଥିଙ୍କ ପାଇଁ ଗ୍ଲୁଟେନ-ସୁଗାର ଫ୍ରି' ଖାଦ୍ୟର ବ୍ୟବସ୍ଥା ହୋଇଥିବା ଜଣାପଡିଛି ।

ରିପୋର୍ଟ ଅନୁଯାୟୀ, ତାରକାମାନଙ୍କ ଫିଟନେସ୍ ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ବିବାହରେ ଖାଦ୍ୟ ମେନ୍ୟୁ ମଧ୍ୟ ସୁସ୍ଥ ରଖାଯାଇଛି । ରିପୋର୍ଟ ଅନୁଯାୟୀ, ଖାଦ୍ୟ ଗ୍ଲୁଟେନ୍(ପ୍ରୋଟିନ ଯୁକ୍ତ) ଏବଂ ସୁଗାର ଫ୍ରି' ରହିବ । ଏହି ମେନ୍ୟୁରେ ସମସ୍ତ ପ୍ରକାରର ଭାରତୀୟ ଏବଂ ଅନ୍ତର୍ଜାତୀୟ ଖାଦ୍ୟ ରହିଛି । କହିରଖୁଛୁ କି, ରକୁଲ ପ୍ରୀତ ସିଂଙ୍କ ଅନେକ ସାଙ୍ଗ ନିଜ ଫିଟନେସ ଉପରେ ଗୁରୁତ୍ୱ ଦେଇଥାନ୍ତି । ଏଥିପାଇଁ ଏହି କପଲ ନିଜ ଅତିଥିମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବିବାହରେ ଏକ ସ୍ୱତନ୍ତ୍ର ମେନ୍ୟୁ ତିଆରି କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ରକୁଲ-ଜ୍ୟାକିଙ୍କ ବିବାହ ପୋଷାକ ଡିଜାଇନ କରିବେ ଏହି ପ୍ରସିଦ୍ଧ ଡିଜାଇନର

ରିପୋର୍ଟ ଅନୁସାରେ, ବଲିଉଡର ଅନ୍ୟ ଅନେକ ସେଲିବ୍ରିଟି ରକୁଲ ଏବଂ ଜ୍ୟାକିଙ୍କ ବିବାହ ଉତ୍ସବରେ ଯୋଗ ଦେଇପାରନ୍ତି । ଗତକାଲି ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖନ୍ନା ନିଜ ପରିବାର ସହ ଏୟାରପୋର୍ଟରେ ନଜର ଆସିଥିଲେ । ଉଭୟ ରକୁଲ ଏବଂ ପ୍ରୀତଙ୍କ ବିବାହ ପାଇଁ ଗୋଆରେ ପହଞ୍ଚିଛନ୍ତି । ସେହିପରି ଆଜି ବରୁଣ ଧୱନ ପତ୍ନୀଙ୍କ ସହ ଗୋଆ ଅଭିମୁଖେ ବାହାରିଛନ୍ତି । ତେବେ ଏହି ତାଲିକାରେ ଅନେକ ବଲିଉଡ ଏବଂ ସାଉଥ ସେଲିବ୍ରିଟିଙ୍କ ନାଁ ସାମିଲ ରହିଛି ।

ଏହା ମଧ୍ୟ ପଢନ୍ତୁ: ବିବାହ ପାଇଁ ଗୋଆରେ ପହଞ୍ଚିଲେ ରକୁଲ-ଜ୍ୟାକି

ସୂଚନା ଥାଉକି, ୨୧ ଫେବୃଆରୀରେ ଗୋଆରେ ଉଭୟ ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ବିବାହ କରିବେ । ଏହି କପଲ ନିଜ ବିବାହକୁ ଗୋପନୀୟ ରଖିବାକୁ ଚାହୁଁଥିବା ବେଳେ ବିବାହ ଉତ୍ସବରେ 'ନୋ ଫୋନ ପଲିସି' ଯୋଜନା ଲାଗୁ କରିଥିବା ଜଣାପଡିଛି । ବିବାହ ପରେ ୨୨ ତାରିଖ ଦିନ ମୁମ୍ବାଇରେ ଏହି କପଲ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି କରିବେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.