ETV Bharat / entertainment

ବିବାହ କଲେ ରକୁଲ-ଜ୍ୟାକି, ଶିଖ ରୀତିନୀତିରେ ପଡ଼ିଲା ହାତଗଣ୍ଠି

author img

By ANI

Published : Feb 21, 2024, 4:02 PM IST

Rakul Preet-Jackky Bhagnani Marriage: ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ପଡିଲା ହାତଗଣ୍ଠି । ଉଭୟ ଗୋଆରେ ଶିଖ ରୀତିନୀତିରେ ବିବାହ କରିଛନ୍ତି ।

ବିବାହ କଲେ ରକୁଲ-ଜ୍ୟାକି, ଶିଖ ରୀତିନୀତିରେ ପଡ଼ିଲା ହାତଗଣ୍ଠି
ବିବାହ କଲେ ରକୁଲ-ଜ୍ୟାକି, ଶିଖ ରୀତିନୀତିରେ ପଡ଼ିଲା ହାତଗଣ୍ଠି

ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଆଉ ଦୁଇ ସେଲିବ୍ରିଟି ଯୋଡ଼ି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ଆଜି ଶିଖ ରୀତିନୀତିରେ ଉଭୟଙ୍କ ପଡିଛି ହାତଗଣ୍ଠି । ରକୁଲ ଏବଂ ଜ୍ୟାକିଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିବା ବେଳେ ସାଙ୍ଗସାଥୀ, ପରିବାରଙ୍କ ଉପସ୍ଥିତିରେ ସାତ ଜନ୍ମର ସାଥୀ ହୋଇଛନ୍ତି । ବର୍ତ୍ତମାନ ଏହି ଯୋଡି ସିନ୍ଧି ରୀତିନୀତିରେ ମଧ୍ୟ ବିବାହ କରିବେ । ତେବେ ଫ୍ୟାନ୍ସ ଉଭୟଙ୍କ ବିବାହର ପ୍ରଥମ ଫଟୋ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

କହିରଖୁଛି କି, ରକୁଲ ପଞ୍ଜାବୀ ପରିବାରର ଅଟନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କର ବିବାହ 'ଆନନ୍ଦ କରଜ' (ପଞ୍ଜାବୀ ରୀତିନୀତି) ଅନୁଯାୟୀ ହୋଇଛି । ସେପଟେ ଜ୍ୟାକି ସିନ୍ଧି ପରିବାରର ହୋଇଥିବା ବେଳେ ଏହି କପଲ ସିନ୍ଧି ରୀତିନୀତି ସହିତ ଆଉଥରେ ବିବାହ କରିବେ । ଏହାପରେ ଏହି କପଲ ନିଜ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବେ ।

ସୂଚନା ଥାଉ କି, ଏହି ବିବାହ ଉତ୍ସବରେ ଅକ୍ଷୟ କୁମାର, ବରୁଣ ଧୱନ, ନତାଶାଙ୍କ ସହ ଭୂମି ପେଡନେକର, ଇଶା ଦେଓଲ, ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହିତ ଅନେକ ତାରକା ଯୋଗଦେଇଥିବା ଜଣାପଡିଛି । ସେପଟେ ରକୁଲ ଏବଂ ଜ୍ୟାକିଙ୍କ ବିବାହ ପରେ ନିଜ ପତ୍ନୀ ନତାଶାଙ୍କ ସହ ମୁମ୍ୱାଇ ଫେରିଛନ୍ତି ବରୁଣ ଧୱନ । ମୁମ୍ୱାଇ ଏୟାରପୋର୍ଟରେ ଉଭୟଙ୍କୁ ଦେଖିବାକୁ ମିଳିଛି । କହିରଖୁଛୁ କି, ବରୁଣ ଧୱନ ଏବଂ ନତାଶା ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରକୁଲ-ଜ୍ୟାକିଙ୍କ ବିବାହରେ ହେବ ଗ୍ଲୁଟେନ-ସୁଗାର ଫ୍ରି' ଖାଦ୍ୟ, ସାମ୍ନାକୁ ଆସିଲା ୱେଡିଂ ମେନ୍ୟୁ

ସୂଚନା ଯୋଗ୍ୟ ଯେ, ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ଲଭଷ୍ଟୋରୀ ଲକଡାଉନରୁ ଆରମ୍ଭ ହୋଇଥିଲା । କୁହାଯାଉଛି କି ଏମାନଙ୍କ ସାକ୍ଷାତ ପ୍ରଥମେ ସାଧାରଣ ବନ୍ଧୁତା ଭଳି ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା । ପରେ ପରେ ସମ୍ପର୍କ ନିବିଡ ହେବା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୨୧ ମସିହାରେ ଜ୍ୟାକି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ପ୍ରୋପୋଜ କରିଥିଲେ । ଏହାପରେ ଅଭିନେତ୍ରୀ ହଁ କରିଥିଲେ । ପରେ ଦୀର୍ଘ ଦିନ ଡେଟିଂ କରିବା ପରେ ଉଭୟ ଆଜି(ଫେବୃଆରୀ ୨୧)ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.