ETV Bharat / entertainment

ସାତଜନ୍ମର ସାଥୀ ହେଲେ ରକୁଲ-ଜ୍ୟାକି, ସାମ୍ନାକୁ ଆସିଲା ବିବାହ ଫଟୋ

author img

By ETV Bharat Odisha Team

Published : Feb 22, 2024, 9:41 AM IST

Updated : Feb 22, 2024, 9:51 AM IST

Rakul Preet -Jackky Bhagnani's Wedding Pictures: ବିବାହରେ ବନ୍ଧନରେ ବାନ୍ଧି ହୋଇଛନ୍ତି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ଉଭୟଙ୍କ ବିବାହର ଝଲକ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଦୁହେଁ ସୋସିଆଲ ମିଡିଆରେ ବିବାହର ଫଟୋ ସେୟାର କରିଛନ୍ତି ।

ସାତଜନ୍ମର ସାଥୀ ହେଲେ ରକୁଲ-ଜ୍ୟାକି, ସାମ୍ନାକୁ ଆସିଲା ବିବାହ ଫଟୋ
ସାତଜନ୍ମର ସାଥୀ ହେଲେ ରକୁଲ-ଜ୍ୟାକି, ସାମ୍ନାକୁ ଆସିଲା ବିବାହ ଫଟୋ

ହାଇଦ୍ରାବାଦ: ଦୀର୍ଘ ବର୍ଷ ଡେଟିଂ ପରେ ଏବେ ହାତକୁ ଦି'ହାତ ହୋଇଛନ୍ତି ବଲିଉଡର ଲୋକପ୍ରିୟ ତାରକା ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ଉଭୟ ଗୋଆରେ ଧୁମଧାମରେ ରାଜକୀୟ ଅନ୍ଦାଜରେ ବିବାହ କରିଛନ୍ତି । ଉଭୟଙ୍କ ବିବାହର ଝଲକ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଦୁହେଁ ସୋସିଆଲ ମିଡିଆରେ ବିବାହର ଫଟୋ ସେୟାର କରିଛନ୍ତି । ଏଥିସହ ବିବାହ ପରେ ଉଭୟ ପାପାରାଜିଙ୍କ ସାମ୍ନାକୁ ମଧ୍ୟ ଆସି ପୋଜ ଦେଇଥିଲେ ।

ରକୁଲ ଏବଂ ଜ୍ୟାକି ନିଜ ଇନଷ୍ଟାଗ୍ରାମରେ ଉଭୟଙ୍କ ବିବାହର ଫଟୋ ସେୟାର କରିଛନ୍ତି । ବିବାହରେ ରକୁଲ ପିଚ୍‌ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଜ୍ୟାକି କ୍ରିମ ରଙ୍ଗର ଶେରୱାନିରେ ନଜର ଆସିଥିଲେ । ଏହି ଲୁକରେ ଉଭୟ କୌଣସି ରାଜା ଏବଂ ରାଣୀଙ୍କ ଠାରୁ କମ୍ ଦେଖାଯାଉନଥିଲେ । ଏହି ଫଟୋ ସେୟାର କରି ଉଭୟ କ୍ୟାପସନରେ ଲାଲ ହାର୍ଟ ଇମୋଜି ସହ ଲେଖିଛନ୍ତି, ''ତୁମେ ବର୍ତ୍ତମାନ ମୋର ଏବଂ ସବୁଦିନ ପାଇଁ ମୋର ହୋଇଛ ।'' ଏଥିରେ ବିବାହ ତାରିଖ ଫେବୃଆରୀ ୨୧, ୨୦୨୪ ମଧ୍ୟ ଲେଖିଛନ୍ତି । ଏଥିସହ ବିବାହ ପରେ ଉଭୟ ପାପାରାଜିଙ୍କ ସାମ୍ନାକୁ ମଧ୍ୟ ଆସି ପୋଜ ଦେଇଥିଲେ ।

ଉଭୟଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସେଲିବ୍ରିଟି ସମେତ ଫ୍ୟାନ୍ସ ଏହି ନବ ବିବାହିତ ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି । କହିରଖୁଛୁ କି, ରକୁଲ ଏବଂ ଜ୍ୟାକି ଆନନ୍ଦ କାରଜ(ଶିଖ) ଏବଂ ସିନ୍ଧି ରୀତିନୀତି ସହିତ ବିବାହ କରିଥିଲେ । ଶିଖ ରୀତିନୀତିରେ ଅପରାହ୍ନରେ ବିବାହ କରିଥିବା ବେଳେ ସନ୍ଧ୍ୟା ସମୟରେ ସିନ୍ଧି ରୀତିନୀତିରେ ଉଭୟଙ୍କ ହାତଗଣ୍ଠି ପଡିଥିଲା ।

ଗୋଆରେ ରକୁଲ ଏବଂ ଜ୍ୟାକିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହି ବିବାହ ଉତ୍ସବରେ ଅନେକ ବି-ଟାଉନ ତାରକା ସାମିଲ ହୋଇଥିଲେ । ଅନନ୍ୟା ପାଣ୍ଡେ, ଆଦିତ୍ୟ ରୟ କପୁର, ସାହିଦ କପୁର, ମୀରା ରାଜପୁତ, ବରୁଣ ଧୱନ, ନତାଶା, ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା, ଆୟୁଷ୍ମାନ ଖୁରାନା, ତାହିରା କାଶ୍ୟପଙ୍କ ସହ ବଲିଉଡର ସେଲିବ୍ରିଟିମାନେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବିବାହ କଲେ ରକୁଲ-ଜ୍ୟାକି, ଶିଖ ରୀତିନୀତିରେ ପଡ଼ିଲା ହାତଗଣ୍ଠି

ସୂଚନା ଯୋଗ୍ୟ ଯେ, ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ଲଭଷ୍ଟୋରୀ ଲକଡାଉନରୁ ଆରମ୍ଭ ହୋଇଥିଲା । କୁହାଯାଉଛି କି ଏମାନଙ୍କ ସାକ୍ଷାତ ପ୍ରଥମେ ସାଧାରଣ ବନ୍ଧୁତା ଭଳି ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା । ପରେ ପରେ ସମ୍ପର୍କ ନିବିଡ ହେବା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୨୧ ମସିହାରେ ଜ୍ୟାକି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ପ୍ରୋପୋଜ କରିଥିଲେ । ଏହାପରେ ଅଭିନେତ୍ରୀ ହଁ କରିଥିଲେ । ପରେ ଦୀର୍ଘ ଦିନ ଡେଟିଂ କରିବା ପରେ ଉଭୟ ଗତକାଲି (ଫେବୃଆରୀ ୨୧)ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Last Updated : Feb 22, 2024, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.