ETV Bharat / entertainment

ବିବାହରେ ରକୁଲଙ୍କୁ ଏହି ସରପ୍ରାଇଜ ଦେବେ ଜ୍ୟାକି, ଅତିଥିଙ୍କୁ କରାଯିବ ଏମିତି ସ୍ୱାଗତ

author img

By ETV Bharat Odisha Team

Published : Feb 20, 2024, 3:16 PM IST

Rakul Preet-Jackky Bhagnani Wedding: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ଉଭୟଙ୍କ ବିବାହ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବର୍ତ୍ତମାନ ସେଠାରୁ ଅନେକ ଫଟୋ ଏବେ ଭାଇରାଲ ହେଉଛି । ଏହି ବିବାହ ଉତ୍ସବରେ ଜ୍ୟାକି ରକୁଲଙ୍କୁ ସରପ୍ରାଇଜ ଦେବାକୁ ଯୋଜନା କରିଥିବା ବେଳେ ଅତିଥିମାନଙ୍କୁ ମଧ୍ୟ ସ୍ବତନ୍ତ୍ର ଢଙ୍ଗରେ ସ୍ୱାଗତ କରାଯିବା ନେଇ ଜଣାପଡିଛି ।

ବିବାହରେ ରକୁଲଙ୍କୁ ଏହି ସରପ୍ରାଇଜ ଦେବେ ଜ୍ୟାକି, ଅତିଥିଙ୍କୁ କରାଯିବ ଏମିତି ସ୍ୱାଗତ
ବିବାହରେ ରକୁଲଙ୍କୁ ଏହି ସରପ୍ରାଇଜ ଦେବେ ଜ୍ୟାକି, ଅତିଥିଙ୍କୁ କରାଯିବ ଏମିତି ସ୍ୱାଗତ

ହାଇଦ୍ରାବାଦ: ଆସନ୍ତାକାଲି (ଫେବୃଆରୀ 21)ରେ ବିବାହ କରିବେ ବଲିଉଡର ଲୋକପ୍ରିୟ ଯୋଡ଼ି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ଉଭୟ ଗୋଆରେ ଧୁମଧାମରେ ବିବାହ କରିବାକୁ ଯାଉଛନ୍ତି । ଏହି ସମୟରେ ଅନେକ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ସେଲିବ୍ରିଟି ସାମିଲ ହେବେ । ଏହାରି ମଧ୍ୟରେ ବର୍ତ୍ତମାନ ଗୋଆରୁ କିଛି ଫଟୋ ଭାଇରାଲ ହେଉଛି । ଯେଉଁଥିରେ ଅତିଥି ମାନଙ୍କୁ ସ୍ବତନ୍ତ୍ର ଢଙ୍ଗରେ ସ୍ୱାଗତ କରାଯିବା ଦେଖିବାକୁ ମିଳିଛି । ଏଥିସହ ଏହି ବିବାହ ଉତ୍ସବରେ ଜ୍ୟାକି ରକୁଲଙ୍କୁ ସରପ୍ରାଇଜ ଦେବାକୁ ଯୋଜନା କରିଥିବା ଜଣାପଡିଛି ।

ଇନଷ୍ଟାଗ୍ରାମରେ ଜଣେ ପାପରାଜିଙ୍କ ଦ୍ୱାରା ସେୟାର ହୋଇଥିବା ଏକ ଫଟୋରେ ଗୋଆର ରକୁଲ ଏବଂ ଜ୍ୟାକିଙ୍କ ବିବାହ ପ୍ରସ୍ତୁତିର ଲକ ଦେଖିବାକୁ ମିଲିଛି । ଏଥିରେ ଉଭୟଙ୍କ ବିବାହ ନିମନ୍ତ୍ରଣ କାର୍ଡ ସହ ପଇଡ଼ର ଫଟୋ ଦେଖିବାକୁ ମିଳିଛି । ନିମନ୍ତ୍ରଣ କାର୍ଡରେ ଉଭୟ ପରିବାର ଆପଣଙ୍କୁ ସ୍ୱାଗତ କରୁଥିବା ଲେଖାଯାଇଛି । ସେହିପରି ପଇଡରେ 'RJ' ଅକ୍ଷର ଲେଖାହୋଇଛି । ତେବେ ଏହି ବିବାହରେ ଅତିଥିଙ୍କୁ ପଇଡ ପାଣି ସହ ସ୍ୱାଗତ କରାଯିବାର ଯୋଜନା ରହିଛି ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ଜ୍ୟାକି ରକୁଲଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଛନ୍ତି । ଜ୍ୟାକି ତାଙ୍କ କୁଇନ ରକୁଲଙ୍କ ପାଇଁ ଏକ ଭାବପ୍ରବଣ ଗୀତ ମାଧ୍ୟମରେ ତାଙ୍କ ପ୍ରେମବ୍ୟକ୍ତ କରିବେ ବୋଲି ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଏହି ଗୀତକୁ ରକୁଲଙ୍କ ପାଇଁ ସ୍ୱତନ୍ତ୍ର କରିବା ପାଇଁ ଜ୍ୟାକି ବିଶେଷ ପ୍ରସ୍ତୁତି କରିଛନ୍ତି ବୋଲି ସୂଚନା ମିଳିଛି । ଗୀତର ଟାଇଟଲ୍ ହେଉଛି 'ବିନ ତେରେ' ଏବଂ ଏହାକୁ ମୟୂର ପୁରିନ୍ ଲେଖିଛନ୍ତି । ଏହି ଗୀତଟି ତନିସ୍କ ବାଗଚି ରଚନା କରିଛନ୍ତି ଏବଂ ଏହି ଗୀତକୁ ସେ ଜହର ଏସ୍ ଖାନ୍ ଏବଂ ରୋମିଙ୍କ ସହ ଗାଇଛନ୍ତି ।

ସୂଚନା ଥାଉକି, ୨୧ ଫେବୃଆରୀରେ ଗୋଆରେ ଉଭୟ ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ବିବାହ କରିବେ । ଏହି କପଲ ନିଜ ବିବାହକୁ ଗୋପନୀୟ ରଖିବାକୁ ଚାହୁଁଥିବା ବେଳେ ବିବାହ ଉତ୍ସବରେ 'ନୋ ଫୋନ ପଲିସି' ଯୋଜନା ଲାଗୁ କରିଥିବା ଜଣାପଡିଛି । ଏଥିପାଇଁ ସେ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରିଥିବା ଜଣାପଡିଛି । ଏହି ବିବାହ ଉତ୍ସବରେ ୟୁସୁଫ୍ ଇବ୍ରାହିମ ସୁରକ୍ଷା ଯୋଗାଇବେ ବୋଲି ଜଣାପଡିଛି । କହିରଖୁଛୁ କି, ୟୁସୁଫ୍ ପୂର୍ବରୁ ଆଲିଆ ଏବଂ ରଣବୀରଙ୍କ ସମେତ ବହୁ ବଲିଉଡ ସେଲିବ୍ରିଟିଙ୍କ ବିବାହରେ ସୁରକ୍ଷା ଯୋଗାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରକୁଲ-ଜ୍ୟାକିଙ୍କ ବିବାହରେ ହେବ ଗ୍ଲୁଟେନ-ସୁଗାର ଫ୍ରି' ଖାଦ୍ୟ, ସାମ୍ନାକୁ ଆସିଲା ୱେଡିଂ ମେନ୍ୟୁ

ବର୍ତ୍ତମାନ ଏହି ବିବାହ ଉତ୍ସବରେ ଅନେକ ସେଲିବ୍ରିଟି ସାମିଲ ହେବାକୁ ଥିବା ବେଳେ ପ୍ରାୟ ତାରକା ଗୋଆରେ ପହଞ୍ଚିଛନ୍ତି । ଅକ୍ଷୟ କୁମାର, ବରୁଣ ଧୱନ, ନତାଶାଙ୍କ ସହ ଭୂମି ପେଡନେକର, ଇଶା ଦେଓଲ, ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଅନେକ ତାରକା ବିବାହ ଉତ୍ସବରେ ଯୋଗଦେବାକୁ ଗୋଆରେ ପହଞ୍ଚିଛନ୍ତି । ୨୧ରେ ବିବାହ ପରେ ୨୨ ତାରିଖ ଦିନ ମୁମ୍ବାଇରେ ଏହି କପଲ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି କରିବେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.