ETV Bharat / entertainment

ଆଜି ରକୁଲ-ଜ୍ୟାକିଙ୍କ ପଡ଼ିବ ହାତଗଣ୍ଠି, ଦୁଇଥର ବିବାହ କରିବେ ଏହି କପଲ

author img

By ETV Bharat Odisha Team

Published : Feb 21, 2024, 12:18 PM IST

Rakul-Jackky Wedding: ଆଜି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ବିବାହ । ସୋସିଆଲ ମିଡିଆରେ ଏହି କପଲଙ୍କ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଉଭୟ ବିବାହ ନେଇ ବେଶ ଉତ୍ସାହିତ ଥିବାବେଳେ ରକୁଲ ଏବଂ ଜ୍ୟାକି ଦୁଇଥର ଦୁଇଟି ରୀତିନୀତିରେ ବିବାହ କରିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ଆଜି ରକୁଲ-ଜ୍ୟାକିଙ୍କ ପଡ଼ିବ ହାତଗଣ୍ଠି, ଦୁଇଟି ରୀତିନୀତିରେ ବିବାହ କରିବେ କପଲ

ହାଇଦ୍ରାବାଦ: ଆଉ ମାତ୍ର କିଛି ସମୟର ଅପେକ୍ଷା । ହାତକୁ ଦି' ହାତ ହେବେ ବଲିଉଡର ଲୋକପ୍ରିୟ ଯୋଡି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ଉଭୟଙ୍କ ବିବାହ ଗୋଆର ରୟାଲ ହୋଟେଲରେ ଆୟୋଜିତ ହୋଇଥିବା ବେଳେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏହି ବିବାହ ଉତ୍ସବରେ ଅତିଥିଙ୍କ ସମେତ ଅନେକ ସେଲିବ୍ରିଟିମାନେ ପହଞ୍ଚିଥିବା ଜଣାପଡିଛି । ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ, ରକୁଲ ଏବଂ ଜ୍ୟାକି ଦୁଇଥର ଦୁଇଟି ରୀତିନୀତିରେ ବିବାହ କରିବେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଗୋଆର ଆଇଟିସି ଗ୍ରାଣ୍ଡରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ ବିବାହ କରିବେ । ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି । ଏହି କପଲଙ୍କ ଆଜି ମଧ୍ୟାହ୍ନ ସାଢେ ୩ଟା ସମୟରେ ପଡିବ ହାତଗଣ୍ଠି । ପ୍ରଥମେ ରକୁଲଙ୍କ ଚୁଡା ସମାରୋହ ଅନୁଷ୍ଠିତ ହେବ । ଏହାପରେ ଏହି କପଲ ଦୁଇଥର ଦୁଇଟି ରୀତିନୀତିରେ ବିବାହ କରିବେ । ଉଭୟ ପଞ୍ଜାବୀ ଏବଂ ସିନ୍ଧି ରୀତିନୀତିରେ ରକୁଲ ଏବଂ ଜ୍ୟାକି ବିବାହ କରିବେ ବୋଲି ଜଣାପଡିଛି ।

କହିରଖୁଛି କି, ରକୁଲ ଜଣେ ପଞ୍ଜାବୀ ପରିବାରର ଅଟନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କର ବିବାହ 'ଆନନ୍ଦ କରଜ' (ପଞ୍ଜାବୀ ରୀତିନୀତି) ଅନୁଯାୟୀ ହେବ । ଏଥିସହ ଜ୍ୟାକି ଏକ ସିନ୍ଧି ପରିବାରର ହୋଇଥିବା ବେଳେ ଏହି କପଲ ସିନ୍ଧି ରୀତିନୀତି ସହିତ ଆଉଥରେ ବିବାହ କରିବେ । ଏହାପରେ ଏହି କପଲ ନିଜ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବେ । ଅନ୍ୟପଟେ ସେଲିବ୍ରିଟି କପଲଙ୍କ ସଂଗୀତ ସମାରୋହ ଏବଂ ମେହେନ୍ଦୀର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଥାଉକି, ଏହି ବିବାହ ଉତ୍ସବରେ ଜ୍ୟାକି ରକୁଲଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଛନ୍ତି । ଜ୍ୟାକି ତାଙ୍କ କୁଇନ ରକୁଲଙ୍କ ପାଇଁ ଏକ ଭାବପ୍ରବଣ ଗୀତ ମାଧ୍ୟମରେ ତାଙ୍କ ପ୍ରେମବ୍ୟକ୍ତ କରିବେ ବୋଲି ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଏହି ଗୀତକୁ ରକୁଲଙ୍କ ପାଇଁ ସ୍ୱତନ୍ତ୍ର କରିବା ଲାଗି ଜ୍ୟାକି ବିଶେଷ ପ୍ରସ୍ତୁତି କରିଛନ୍ତି ବୋଲି ସୂଚନା ମିଳିଛି । ଗୀତର ଟାଇଟଲ୍ ହେଉଛି 'ବିନ ତେରେ' ଏବଂ ଏହାକୁ ମୟୂର ପୁରିନ୍ ଲେଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିବାହରେ ରକୁଲଙ୍କୁ ଏହି ସରପ୍ରାଇଜ ଦେବେ ଜ୍ୟାକି, ଅତିଥିଙ୍କୁ କରାଯିବ ଏମିତି ସ୍ୱାଗତ

ସୂଚନାଯୋଗ୍ୟ ଯେ, ଏହି କପଲ ବିବାହକୁ ଗୋପନୀୟ ରଖିବାକୁ ଚାହୁଁଥିବା ବେଳେ ବିବାହ ଉତ୍ସବରେ 'ନୋ ଫୋନ ପଲିସି' ଯୋଜନା ଲାଗୁ କରିଥିବା ଜଣାପଡିଛି । ଦୁହିଁଙ୍କ ବିବାହ ଉତ୍ସବରେ ଅକ୍ଷୟ କୁମାର, ବରୁଣ ଧୱନ, ନତାଶାଙ୍କ ସହ ଭୂମି ପେଡନେକର, ଇଶା ଦେଓଲ, ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହିତ ଅନେକ ତାରକା ଯୋଗଦେବେ । ଏଥିପାଇଁ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.