ETV Bharat / entertainment

ୟୁନିସେଫ୍ ଇଣ୍ଡିଆର ନ୍ୟାସନାଲ ବ୍ରାଣ୍ଡ ଆମ୍ୱାସଡର ହେଲେ ବେବୋ, ପ୍ରଶଂସାରେ ଦେଶୀ ଗାର୍ଲ - KAREENA KAPOOR UNICEF INDIA

author img

By ETV Bharat Odisha Team

Published : May 5, 2024, 6:09 PM IST

Priyanka Chopra Wishes Kareena Kapoor: ୟୁନିସେଫ୍ ଇଣ୍ଡିଆର ନ୍ୟାସନାଲ ବ୍ରାଣ୍ଡ ଆମ୍ୱାସଡର ହୋଇଛନ୍ତି କରୀନା କପୁର ଖାନ । ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଥିବା ବେଳେ ଫ୍ୟାନ୍ସଙ୍କ ସହ ଅନେକ ବଲିଉଡ ସେଲିବ୍ରିଟି ବେବୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିନେତ୍ରୀଙ୍କୁ ଏକ ପୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ।

ୟୁନିସେଫ୍ ଇଣ୍ଡିଆର ନ୍ଯାସନାଲ ବ୍ରାଣ୍ଡ ଆମ୍ୱାସଡର ହେଲେ ବେବୋ, ପ୍ରଶଂସାରେ ଦେଶୀ ଗାର୍ଲ
ୟୁନିସେଫ୍ ଇଣ୍ଡିଆର ନ୍ଯାସନାଲ ବ୍ରାଣ୍ଡ ଆମ୍ୱାସଡର ହେଲେ ବେବୋ, ପ୍ରଶଂସାରେ ଦେଶୀ ଗାର୍ଲ (Etv Bharat Odisha)

ହାଇଦ୍ରାବାଦ: ବଲିଉଡର ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ କରୀନା କପୁର ଖାନ ଗତକାଲି ଏକ ପୋଷ୍ଟ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ ତାଙ୍କୁ ୟୁନିସେଫ୍ ଇଣ୍ଡିଆର ନ୍ୟାସନାଲ ବ୍ରାଣ୍ଡ ଆମ୍ୱାସଡର କରାଯାଇଛି । ଏହା ପରେ ଅଭିନେତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ବର୍ତ୍ତମାନ ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କୁ ଶୁଭକାମନା ଜଣାଇବା ସହ ପ୍ରଶଂସା କରିଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କ ପୋଷ୍ଟ
ପ୍ରିୟଙ୍କା ଚୋପ୍ରାଙ୍କ ପୋଷ୍ଟ (INSTAGRM (PRIYANKA CHOPRA))

ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମର ଷ୍ଟୋରୀରେ କରୀନାଙ୍କ ଏକ ଫଟୋ ସେୟାର କରିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ ପରିବାରରେ କରୀନା କପୁର ଖାନଙ୍କୁ ସ୍ୱାଗତ, ତୁମେ ଏହାର ଯୋଗ୍ୟ ଅଟ । ଏହା ପରେ ଏହାକୁ ବେବୋ ନିଜ ସୋସିଆଲ ମିଡିଆରେ ସେୟାର କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିରଖୁଛୁ କି, କରୀନା ଏହି ଅଧିକାର ପାଇ ଭାବବିହ୍ୱଳ ହୋଇଥିଲେ । ସେ କହିଛନ୍ତି, 'ମୁଁ ଅକ୍ଲାନ୍ତ ପରିଶ୍ରମ କରିଛି । ବର୍ତ୍ତମାନ ମୁଁ ସେମାନଙ୍କୁ ନ୍ୟାସନାଲ ବ୍ରାଣ୍ଡ ଆମ୍ୱାସଡର ଭାବରେ ଯୋଗ ଦେଉଛି । ଏହା ସହିତ ଏକ ବଡ଼ ଦାୟିତ୍ୱ । ପ୍ରତ୍ୟେକ ଶିଶୁ ତାଙ୍କର ଅଧିକାର ପାଇବା ଉଚିତ । ଏଣୁ ସମସ୍ତେ କିପରି ନିଜ ମୌଳିକ ଅଧିକାର ପାଇବେ କିପରି ସେ ନେଇ ମୁଁ ନିଶ୍ଚିତ କାର୍ଯ୍ୟ କରିବି ।

ସୂଚନା ଥାଉ କି, ପ୍ରିୟଙ୍କା ଚୋପ୍ରା ୨୦୦୬ ମସିହାରୁ ୟୁନିସେଫ୍ ସହିତ ଜଡିତ ଅଛନ୍ତି । ସେ 2010 ଏବଂ 2016ରେ ଶିଶୁ ଅଧିକାର ପାଇଁ ଜାତୀୟ ତଥା ଗ୍ଲୋବାଲ୍ ୟୁନିସେଫ୍ ଗୁଡବିଲ ଆମ୍ୱାସଡର ଭାବରେ ନିଯୁକ୍ତ ହୋଇଥିଲେ। ସେ ବର୍ତ୍ତମାନ ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ଅଧିକାର ସମେତ ଅନେକ ପ୍ରସଙ୍ଗରେ କାମ କରିଛନ୍ତି । ସେହିପରି କରୀନା ୨୦୧୪ ମସିହାରୁ ୟୁନିସେଫ ଇଣ୍ଡିଆ ସହ ଜଡିତ ଅଛନ୍ତି । ସେ ଏତେ ବର୍ଷ ଧରି ଜଣେ ସେଲିବ୍ରିଟି ଆଡଭୋକେଟ୍ ଭାବରେ ସଂଗଠନ ସହିତ ଜଡିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁଣି ନିଜ ବିବାହ ଗହଣା ପିନ୍ଧିଲେ ବେବୋ, ୧୨ବର୍ଷ ପୁରୁଣା ସ୍ମୃତି କଲେ ତାଜା

କରୀନା କପୁର ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଶେଷ ଥର ତାଙ୍କୁ ଫିଲ୍ମ 'ଦ କ୍ରୁ'ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ସିଙ୍ଘମ ଏଗେନରେ ନଜର ଆସିବେ । ଏଥିରେ ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ସ୍ୱାମୀ ତଥା ଅଭିନେତା ରଣଭୀର ସିଂ, ଅକ୍ଷୟ କୁମାର, ଅଜୟ ଦେବଗନ, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ । 'ସିଙ୍ଘମ ଏଗେନ' ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.