ETV Bharat / entertainment

ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର ‘ଭୋଟ’

author img

By ETV Bharat Odisha Team

Published : Feb 24, 2024, 10:45 PM IST

Odia Film Vote Released : ଆଜି ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଭୋଟ । ସାଧାରଣ ନିର୍ବାଚନ ଆସୁଥିବାବେଳେ ଏଥିରେ ନାଗରିକଙ୍କ ସହଭାଗିତା ଜରୁରୀ । ଯାହାକୁ ନେଇ ସଚେତନତାର ବାର୍ତ୍ତା ଦେଇଛି ଏହି ଫିଲ୍ମ । ଅଧିକ ପଢ଼ନ୍ତୁ,

ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର ‘ଭୋଟ
ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର ‘ଭୋଟ
ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର ‘ଭୋଟ

ଭୁବନେଶ୍ବର: ଆଜି ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଭୋଟ। ସାଧାରଣ ନିର୍ବାଚନ ଆସୁଥିବାବେଳେ ଏଥିରେ ନାଗରିକଙ୍କ ସହଭାଗିତା ଜରୁରୀ । ଯାହାକୁ ନେଇ ସଚେତନତାର ବାର୍ତ୍ତା ଦେଇଛି ଏହି ଫିଲ୍ମ । ଗଳ୍ପକୁ ଚଳଚ୍ଚିତ୍ରରେ ସଜେଇ ଏହି ଓଡ଼ିଆ ଚଳଚିତ୍ର ପ୍ରସ୍ତୁତ ହୋଇଛି । ରାଜ୍ୟର 11ଟି ପ୍ରେକ୍ଷାଳୟ ସମେତ ଭୁବନେଶ୍ୱର ଏସପ୍ଲାନେଡର ସିନେପଲିସରେ ଏହି ଚଳଚିତ୍ର ମୁକ୍ତିଲାଭ କରିଛି। ରିତୁପ୍ରିୟା ପ୍ରଡ଼କସନ୍ସ ସାଙ୍ଗକୁ ଅତୀଶ କୁମାର ରାଉତଙ୍କ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଓଡ଼ିଆ ଚଳଚିତ୍ର ଭୋଟ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଯୁବ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର । ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି କେରଳ ଷ୍ଟୋରୀର କ୍ୟାମେରାମ୍ୟାନ ପ୍ରଶାନ୍ତ ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ । ସମ୍ପାଦନା କରିଥିଲେ ସ୍ବର୍ଗତ ରବି ପଟ୍ଟନାୟକ। ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ଦିଲ୍ଲୀରୁ ଶିକ୍ଷାଗ୍ରହଣ କରିଥିବା ବରିଷ୍ଠ ମଞ୍ଚ ଅଭିନେତା ସୂର୍ଯ୍ୟ ମହାନ୍ତି, ସ୍ବର୍ଗତ ଚକ୍ରଧର ଜେନା ଏଥିରେ ଅଭିନୟ କରିଛନ୍ତି। ମଞ୍ଚ କଳାକାରମାନେ ସିନେମାର ପ୍ରତିଟି ଚରିତ୍ରକୁ ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି । ଗାଁର ଭୋଟ ଓ ଭୋଟରଙ୍କ ମିଜାଜକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବାବେଳେ ଭୋଟ ସମୟରେ କିଭଳି ଅନେକ ସମ୍ପର୍କ ଭାଙ୍ଗିଯାଏ ଓ ଅନେକ ପରିବାରରେ ତିକ୍ତତା ଆସିଯାଏ ତାହା ମଧ୍ୟ ଦର୍ଶାଯାଇଛି । ଏସବୁ ଦୃଷ୍ଟିଭଙ୍ଗୀକୁ ନେଇ ଗତିଶୀଳ ହୋଇଛି ଓଡ଼ିଆ କାହାଣୀ ।

ଏହା ମଧ୍ଯ ପଢ଼ନ୍ତୁ...... ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଆର୍ଟିକିଲ ୩୭୦, ଫାଷ୍ଟ ଡେ ଫାଷ୍ଟ ଶୋରେ ହାଉସଫୁଲ

ଅଜୟ ମହାପାତ୍ରଙ୍କ ସୁ-ପ୍ରସିଦ୍ଧ ମଞ୍ଚ ନାଟକର କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଯୁବ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର । ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି କେରଳ ଷ୍ଟୋରୀର କ୍ୟାମେରାମାନ ପ୍ରଶାନ୍ତ ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ । ସମ୍ପାଦନା କରିଥିଲେ ସ୍ବର୍ଗତ ରବି ପଟ୍ଟନାୟକ। ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ଦିଲ୍ଲୀରୁ ଶିକ୍ଷାଗ୍ରହଣ କରିଥିବା ବରିଷ୍ଠ ମଞ୍ଚ ଅଭିନେତା ସୂର୍ଯ୍ୟ ମହାନ୍ତି, ସ୍ବର୍ଗତ ଚକ୍ରଧର ଜେନା ଏଥିରେ ଅଭିନୟ କରିଛନ୍ତି।

ଅନେକ ନାଟକର ସଫଳ ମଞ୍ଚ ଅଭିନେତା ସୁଶାନ୍ତ, ହର ରଥ, ଉଷସୀ ମିଶ୍ର, ରାନୁ ପାଢ଼ୀ, ବନମାଳୀ ପାଣ୍ଡିଆ, ହାଡୁ, ଦେବୀ ବାରିକ, ସତ୍ୟ ପାଣିଗ୍ରାହୀ, ମନୋରଞ୍ଜନ ଦାସ, ରଞ୍ଜନ ରାଉତ, ସୀତାଂଶୁ, ସୌମ୍ୟ, ଶ୍ରେୟା, ପିଙ୍କି ପ୍ରିୟଦର୍ଶିନୀ ପ୍ରମୁଖ ଅଭିନୟ କରିଛନ୍ତି। ମୋହିତ ଚକ୍ରବର୍ତ୍ତୀ ଏବଂ ବାପୁ ଗୋସ୍ୱାମୀ ଗୀତ ଗୁଡିକୁ ରଚନା କରିଛନ୍ତି । ଓଲିଉଡ଼ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ଶିବାଶିଷ ମିଶ୍ର, ଲିପ୍ସା ମହାପାତ୍ର, ବିଷ୍ଣୁ ମୋହନ କବି ଏବଂ ସତ୍ୟଜିତ ପ୍ରଧାନ କଣ୍ଠଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.