ETV Bharat / entertainment

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଆର୍ଟିକିଲ ୩୭୦, ଫାଷ୍ଟ ଡେ ଫାଷ୍ଟ ଶୋରେ ହାଉସଫୁଲ

author img

By ETV Bharat Odisha Team

Published : Feb 23, 2024, 8:59 PM IST

Article 370 Film Released: ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଆର୍ଟିକିଲ ୩୭୦। ପରଦାରେ ଦେଖିବାକୁ ମିଳିଛି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର କାହାଣୀ । ଅଧିକ ପଢ଼ନ୍ତୁ,

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଆର୍ଟିକିଲ ୩୭୦
ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଆର୍ଟିକିଲ ୩୭୦
ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଆର୍ଟିକିଲ ୩୭୦

ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଆର୍ଟିକିଲ ୩୭୦। ପରଦାରେ ଦେଖିବାକୁ ମିଳିଛି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର କାହାଣୀ । ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଆଜି ଫିଲ୍ମ ସିନେମା ହଲରେ ରିଲିଜ ହୋଇଛି । ତେବେ ଏହି ଫିଲ୍ମକୁ ଭୁବନେଶ୍ବର ଦର୍ଶକଙ୍କର ମଧ୍ୟ ଖୁବ ଭଲପାଇବା ମିଳିଛି । ଫାଷ୍ଟ ଡେ ଫାଷ୍ଟ ଶୋରେ ହାଉସ ଫୁଲ ଥିବା ଦେଖିବାକୁ ମିଳିଛି । ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ୟାମି ଗୌତମ ଅଭିନୟ କରିଛନ୍ତି ।

ଏହା ଏକ ଶିକ୍ଷଣୀୟ ରାଷ୍ଟ୍ରବାଦୀ ସିନେମା ହୋଇଥିବା ବେଳେ ସବୁ ବର୍ଗର ଲୋକେ ଏହାକୁ ଗ୍ରହଣ କରିଛନ୍ତି। ଏହି ଚଳଚିତ୍ରରେ ବିଶେଷ କରି କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଆତଙ୍କବାଦ ହେତୁ ଏଠାରେ କିପରି ବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିସହ ଏହାକୁ ରୋକିବା ପାଇଁ ଭାରତୀୟ ସେନା ଅଧିକାରୀମାନେ ଏବଂ ଗୁପ୍ତଚର ସଂସ୍ଥା ସଂଘର୍ଷ କରିଥିଲେ ତାହା ଏଥିରେ ଦର୍ଶାଯାଇଛି । ଆତଙ୍କବାଦ କାରଣରୁ କାଶ୍ମୀରରେ କିପରି ବିବାଦ ଦେଖା ଦେଇଥିଲା ଆଉ ଏଭଳି ସ୍ଥିତିକୁ ରୋକିବା ପାଇଁ ସେନା ଅଧିକାରୀ ଓ ଗୁଇନ୍ଦା ବିଭାଗ କିଭଳି ସେମାନଙ୍କର ପରାକାଷ୍ଠା ଦେଖାଇଥିଲେ ତାହା ମଧ୍ୟ ଦର୍ଶାଯାଇଛି।ମୁଖ୍ୟ ଭୂମିକାରେ ଗୁଇନ୍ଦା ବିଭାଗ ଅଧିକାରୀ ଭାବରେ ନଜର ଆସିଥିବା ୟାମୀଙ୍କ ଦମଦାର ଅଭିନୟଙ୍କୁ ଦର୍ଶକମାନେ ବେଶ ଭଲପାଇବା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... 'ସୈତାନ' ଟ୍ରେଲର ରିଲିଜ; କଳା ଯାଦୁର କାହାଣୀ କହିବ ଫିଲ୍ମ

ଏଥିସହ ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତ୍ରୀ ପ୍ରିୟା ମଣି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଅନ୍ୟପଟେ ଶିକ୍ଷଣୀୟ ରାଷ୍ଟ୍ରବାଦୀ ସିନେମା ଲୋକକୁ ଆକର୍ଷିତ କରିଥିବା ବେଳେ ଭାରତୀୟ ସିନେମା ଦୁନିଆରେ ଏକ ସାହସିକ ଇତିହାସ ତିଆରି କରିବ ବୋଲି ଦର୍ଶକ କହିଛନ୍ତି । ଆଉ ଜଣେ ଦର୍ଶକଙ୍କ ମତ ଦେଇ କହିଛନ୍ତି, ‘‘ଏଭଳି ସିନେମା ଆମକୁ ଗର୍ବିତ କରୁଥିବାରୁ ସମସ୍ତଙ୍କୁ ଦେଖିବା ଦରକାର’’ । ଆଉ ଜଣେ ଦର୍ଶକ କହିଛନ୍ତି, ‘‘ସବୁଠାରୁ ଆକର୍ଷଣୀୟ ରହିଛି ଏହି ସିନେମାର ଦମଦାର ସଂଳାପ ‘କାଶ୍ମୀର ଭାରତର ଅଂଶ ଥିଲା ରହିଛି ରହିବ’ ଯାହା ଅଖଣ୍ଡ ଭାରତର ଏକ ବାର୍ତ୍ତା ଦେଉଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.