ETV Bharat / entertainment

ଦଶମ ପାସ୍ କଲେ ମୁନ୍ନି, ଏତିକି ନମ୍ୱର ରଖି ଟ୍ରୋଲର୍ସଙ୍କୁ ଦେଲେ ଜବାବ - Harshaali Malhotra

author img

By ETV Bharat Odisha Team

Published : May 15, 2024, 3:18 PM IST

Updated : May 15, 2024, 3:55 PM IST

Harshaali Malhotra 10th Board Result: 'ବଜରଙ୍ଗୀ ଭାଇଜାନ'ର ମୁନ୍ନି ଫେମ ଅଭିନେତ୍ରୀ ହର୍ଷାଲି ମଲହୋତ୍ରା ବର୍ତ୍ତମାନ ୧୫ ବର୍ଷୀୟ ହୋଇଥିବା ବେଳେ ପାଠପଢାକୁ ନେଇ ୟୁଜର୍ସ ତାଙ୍କୁ କମେଣ୍ଟ କରୁଥିଲେ । ବର୍ତ୍ତମାନ ସେ ଦଶମ ଶ୍ରେଣୀରେ ସର୍ବାଧିକ ନମ୍ୱର ରଖି ପାସ କରିବା ସହ ଟ୍ରୋଲର୍ସଙ୍କୁ ଉଚିତ ଜବାବ ଦେଇଛନ୍ତି ।

ଦଶମ ପାସ୍ କଲେ ମୁନ୍ନି, ଏତିକି ନମ୍ୱର ରଖି ଟ୍ରୋଲସଙ୍କୁ ଦେଲେ ଜବାବ
ଦଶମ ପାସ୍ କଲେ ମୁନ୍ନି, ଏତିକି ନମ୍ୱର ରଖି ଟ୍ରୋଲସଙ୍କୁ ଦେଲେ ଜବାବ (Pics Credit@harshaalimalhotra_03)

ହାଇଦ୍ରାବାଦ: ସଲମାନ ଖାନଙ୍କ ଚଳଚ୍ଚିତ୍ର 'ବଜରଙ୍ଗୀ ଭାଇଜାନ'ରେ ମୁନ୍ନି ଚରିତ୍ରରେ ଖୁବ ପ୍ରଶଂସା ସାଉଁଟିଥିଲେ ଅଭିନେତ୍ରୀ ହର୍ଷାଲି ମଲହୋତ୍ରା । ସେତେବେଳେ ହର୍ଷାଲି ମାତ୍ର ୬ ବର୍ଷ ହୋଇଥିବା ବେଳେ ଆଜି ସେ ୧୫ ବର୍ଷୀୟ ହୋଇଛନ୍ତି । ଏହି ସମୟରେ ମୁନ୍ନିଙ୍କୁ ପାଠପଢାକୁ ନେଇ ଅନେକ ୟୁଜର୍ସ ତାଙ୍କୁ କମେଣ୍ଟ କରୁଥିଲେ । ବର୍ତ୍ତମାନ ଟ୍ରୋଲର୍ସଙ୍କୁ ଉଚିତ ଜବାବ ଦେଇଛନ୍ତି ମୁନ୍ନି ଫେମ ଅଭିନେତ୍ରୀ ହର୍ଷାଲି ମଲହୋତ୍ରା । ଅଭିନେତ୍ରୀ ବର୍ତ୍ତମାନ ଦଶମ ଶ୍ରେଣୀର ରେଜଲ୍ଟ ବାହାରିଛି । ହର୍ଷାଲି ନିଜ ରେଜଲ୍ଟକୁ ସୋସିଆଲ ମିଡିଆରେ ସେୟାର କରି ସେଲିବ୍ରେଟ କରିବା ସହ ତାଙ୍କୁ ପାଠପଢା ନେଇ କମେଣ୍ଟ କରୁଥିବା ଲୋକଙ୍କୁ ଉତ୍ତର ଦେଇଛନ୍ତି ।

ମେ ୧୨ ରେ, CBSE ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଘୋଷଣା କରିଥିଲା । ଏଥିରେ ହର୍ଷାଲି ମଲହୋତ୍ରା ପରୀକ୍ଷା ଦେଇଥିଲେ । ହର୍ଷାଲି ୮୩% ସହ ଦଶମରେ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି । ହର୍ଷାଲି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ମନ୍ତବ୍ୟ ବିଭାଗରେ ଉଠାଯାଇଥିବା କିଛି ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଛନ୍ତି । ଏହି ପ୍ରଶ୍ନଗୁଡିକରେ, କେହି ଜଣେ ଲେଖିଛନ୍ତି, 'ବୋର୍ଡ ଅଛି, ସେଥିରେ ଧ୍ୟାନ ଦିଅ... କେହି ଏମିତି ରିଲ୍ ତିଆରି କରି ପରୀକ୍ଷା ପାସ୍ ହୁଅନ୍ତିନି । ଅନ୍ୟ ଜଣେ ଲେଖିଛନ୍ତି, ତୁମେ କେବଳ ଦିନସାରା ରିଲ୍ ତିଆରି କରୁଛ କି ? ଆଉ ଜଣେ ଲେଖିଛନ୍ତି, ଯଦି ତୁମେ କଥକ ଶ୍ରେଣୀକୁ ଯାଅ, ତେବେ କିପରି ପାସ୍ କରିବ ? ଏହା ପରେ ସେ କହିଛନ୍ତି ଯେ ତାଙ୍କର ଦଶମ ସିବିଏସ୍ଇ ବୋର୍ଡରେ ସେ ୮୩ ପ୍ରତିଶତ ରଖିଛନ୍ତି ।

ହର୍ଷାଲି ମଲହୋତ୍ରା ଭିଡିଓର ସେୟାର କରି କ୍ୟାପସନରେ ଲେଖିଛନ୍ତି, ''ଅନେକ କହିଛନ୍ତି ତୁମେ ରିଲ୍ ଏବଂ ରିଅଲ ଦୁନିଆରେ ସନ୍ତୁଳନ ରଖିପାରିବନି । କିନ୍ତୁ ମୁଁ ଆଜି ତାହା କରିଦେଖାଇଛି । ସ୍କୋର ୮୩ % କି ମୁଁ ଦଶମରେ ଉତ୍ତୀର୍ଣ୍ଣ ହୋଇଛି । ମୁଁ ମୋର କଥକ୍ ଶ୍ରେଣୀ ଏବଂ ଅଧ୍ୟୟନ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିବାରେ ସଫଳ ହୋଇଛି । ଯେଉଁମାନେ ମୋତେ ବିଶ୍ୱାସ କରିଥିଲେ ଏବଂ ସେମାନଙ୍କର ଅଦମ୍ୟ ସମର୍ଥନ କରୁଥିଲେ ସେମାନଙ୍କୁ ମୋର ଧନ୍ୟବାଦ ।'' ଏହି ଖବର ଶୁଣିବା ପରେ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଥାଉ କି, ୨୦୧୫ରେ ମୁକ୍ତିଲାଭ କରିଥିବା ସୁପରଷ୍ଟାର ସଲମାନ ଖାନଙ୍କ ଚଳଚ୍ଚିତ୍ର 'ବଜରଙ୍ଗୀ ଭାଇଜାନ'ରେ ହର୍ଷାଲି ଶିଶୁ କଳାକାର ଭାବେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ମୁନ୍ନି ଚରିତ୍ରରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହ ଅନେକ ରିଲ୍ସ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ସେୟାର କରିଥାନ୍ତି । ତେବେ ନିକଟରେ ହର୍ଷଲିଙ୍କ ଏକ ରିଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ସଂଜୟ ଲୀଲା ଭନସାଲୀଙ୍କ ୱେବ ସିରିଜ ହୀରାମଣ୍ଡିରୁ 'ଏକ ବାର ଦେଖ ଲିଜିୟେ' ଗୀତରେ ଜବରଦସ୍ତ ଡ୍ୟାନ୍ସ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: 13 ବର୍ଷରେ 'ବଜରଙ୍ଗୀ ଭାଇଜାନ'ର ମୁନି, ସେୟାର କଲେ ଭିଡିଓ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 15, 2024, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.