ETV Bharat / entertainment

୫୭ ବର୍ଷରେ ଧକ୍‌ ଧକ୍‌ ଗାର୍ଲ; ରୋମାଣ୍ଟିକ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ସ୍ୱାମୀ - Madhuri Dixit Birthday Wishes

author img

By ETV Bharat Odisha Team

Published : May 15, 2024, 4:44 PM IST

Happy Birthday Madhuri Dixit: ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଆଜି ମେ ୧୫ରେ ତାଙ୍କର ୫୭ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ସ୍ୱାମୀ ଶ୍ରୀରାମ ନେନେ, କାଜୋଲ ଏବଂ ଅନ୍ୟ ସେଲିବ୍ରିଟିମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ମାଧୁରୀ ଦୀକ୍ଷିତଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା
ମାଧୁରୀ ଦୀକ୍ଷିତଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା ((Pics Credit@Kajol/drneneofficial))

ହାଇଦ୍ରାବାଦ: ଆଜି ୫୭ ବର୍ଷରେ ପାଦ ଥାପିଛନ୍ତି ବଲିଉଡର 'ଧକ୍ ଧକ୍' ଗାର୍ଲ ମାଧୁରୀ ଦୀକ୍ଷିତ । ବର୍ତ୍ତମାନ ମାଧୁରୀଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ବିଶେଷ ଦିନରେ ତାଙ୍କ ସ୍ୱାମୀ ଡକ୍ଟର ଶ୍ରୀରାମ ନେନେ ରୋମାଣ୍ଟିକ ଅନ୍ଦାଜରେ ମାଧୁରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବଲିଉଡରୁ ମଧ୍ୟ ଅଭିନେତ୍ରୀ କାଜୋଲ, ଅଭିନେତା ଜ୍ୟାକି ଶ୍ରଫ, ସୁନୀଲ ଶେଟ୍ଟୀ, ଅନୀଲ କପୁର ଏବଂ ଚଳଚ୍ଚିତ୍ର ନିର୍ମାତା ଫରାହ ଖାନଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।

ମାଧୁରୀ ଦୀକ୍ଷିତଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା
ମାଧୁରୀ ଦୀକ୍ଷିତଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା ((Instagram))

ଡା. ଶ୍ରୀରାମ ନେନେ ନିଜ ଏବଂ ମାଧୁରୀଙ୍କ ଫଟୋର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ତୁମକୁ ଜନ୍ମଦିନର ଶୁଭେଚ୍ଛା । ତୁମେ ମୋ ଜୀବନକୁ ଯେପରି ପରିବର୍ତ୍ତନ କରିଛ ଏବଂ ମୋର ଯତ୍ନ ନେଇଛ । ତାହା ମୁଁ ଶବ୍ଦରେ ପ୍ରକାଶ କରିପାରୁ ନାହିଁ । ମୁଁ ତୁମକୁ ବହୁତ ଭଲପାଉଛି ।'' ଏହି ଭିଡିଓରେ ମାଧୁରୀ ସ୍ୱାମୀଙ୍କ ସହ ସୁନ୍ଦର ମୁହୂର୍ତ୍ତ ବିତାଉଥିବାର ନଜର ଆସିଛନ୍ତି ।

ସେହିପରି କାଜୋଲ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସହ ସେ କ୍ୟାପସନରେ ଲେଖିଛନ୍ତି, ''ଓଜି ଡ୍ୟାନ୍ସ କୁଇନଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆଗାମୀ ବର୍ଷରେ ଆପଣ ଆଗକୁ ଆହୁରି ବଢନ୍ତୁ ମାଧୁରୀ ଦୀକ୍ଷିତ।'' ସେପଟେ ଡ୍ୟାନ୍ସ ଦିୱାନେ ସେଟରୁ ମାଧୁରୀ ଦୀକ୍ଷିତଙ୍କ ସହ ସୁନୀଲ ଶେଟ୍ଟୀ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଏକ୍ସପ୍ରେସନ କୁଇନ ମାଧୁରୀ ଦୀକ୍ଷିତଙ୍କୁ ଜନ୍ମଦିନର ଶୁଭେଚ୍ଛା । ସର୍ବଦା ଏବଂ ସବୁଦିନ ପାଇଁ ଏପରି ଯାଦୁ ଦେଖାଉଥାଅ ।''

ଅନୀଲ କପୁର ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ପ୍ରିୟ ସହ-ତାରକା ମାଧୁରୀ ଦୀକ୍ଷିତଙ୍କ ସହ ଅନେକ ନୂତନ ଏବଂ ପୁରୁଣା ଫଟୋ ସେୟାର କରିଛନ୍ତି । ସେ ଏକ ଲମ୍ବା ନୋଟ୍ ମଧ୍ୟ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତା ଲେଖିଛନ୍ତି, ''ତୁମେ ମୋର ପ୍ରିୟ ସହ-ତାରକା ଏବଂ ମୋର ପ୍ରିୟ ବନ୍ଧୁମାନଙ୍କ ମଧ୍ୟରୁ ଜଣେ । ତୁମ ସହ ଜଡ଼ିତ ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ମାଧୁରୀ । ତୁମେ ସବୁବେଳେ ଖୁସିରେ ରୁହ ।'' ସେହିପରି ଜ୍ୟାକି ଶ୍ରଫ ଏବଂ ଫରହା ଖାନ ମଧ୍ୟ ମାଧୁରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମାଧୁରୀ@୫୭; ଖାସ୍ ଅନ୍ଦାଜରେ ଜନ୍ମଦିନ ପାଳିଲେ ଫ୍ୟାନ, ଭୋଟିଂ ପାଇଁ ଲୋକଙ୍କୁ ଅପିଲ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.