ETV Bharat / entertainment

ମଥାରେ ତିଳକ, ଗଳାରେ ମାଳା ପକାଇ ମହାକାଳଙ୍କ ଦର୍ଶନ କଲେ ଆୟୁଷ୍ମାନ

author img

By ETV Bharat Odisha Team

Published : Feb 24, 2024, 10:38 PM IST

Ayushmann Khurrana
Ayushmann Khurrana

Ayushmann Khurrana at Mahakaleshwar Temple: ବାବା ମହାକାଳଙ୍କୁ ଦର୍ଶନ କଲେ ଆୟୁଷ୍ମାନ ଖୁରାନା । ଆଧ୍ୟାତ୍ମିକ ଭାବେ ଆସିଲେ ନଜର । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉଜୈନର ମହାକାଳେଶ୍ବର ମନ୍ଦିର ଗସ୍ତ କରିଥିଲେ ବଲଉଡ୍ ଷ୍ଟାର ଆୟୁଷ୍ମାନ ଖୁରାନା । ତେବେ ସେହି ସମୟର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ପରେ ଲାଗିଛି । ଆୟୁଷ୍ମାନ ଖୁରାନା ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ଅପଲେଡ କରିଛନ୍ତି । ଅନେକ ଫ୍ୟାନ୍ସ ଏହି ଫଟୋକୁ ପସନ୍ଦ କରିଛନ୍ତି ।

ବାବାଙ୍କ ଶରଣରେ ଆୟୁଷ୍ମାନ: ବିଶ୍ୱ ପ୍ରସିଦ୍ଧ ମହାକଲେଶ୍ୱର ମନ୍ଦିରରେ ବାବା ମହାକାଳଙ୍କ ଦର୍ଶନ କରିଛନ୍ତି ଆୟୁଷ୍ମାନ ଖୁରାନା । ସେ ରୂପା ଫାଟକରୁ ବାବା ମହାକଲଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ଏହି ସମୟରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ତାଙ୍କ ସହିତ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । କପାଳରେ ତିଳକ ଏବଂ ବେକରେ ମାଳା ପକାଇ ଭକ୍ତି ଆବେଗରେ ବୁଡି ରହିଥିବା ଭଳି ନଜର ଆସିଥିଲେ ଆୟୁଷ୍ମାନ ।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ନିମନ୍ତ୍ରଣ

ବାବା ମହାକାଳଙ୍କ ଦର୍ଶନ ପାଇଁ ଏନେକ ଭିଆପାଇପି ଆସିଥାଆନ୍ତି । ଏହି କ୍ରମରେ ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ମହାକାଳଙ୍କ ଦର୍ଶନ ପାଇଁ ଆସିଥିଲେ ଆୟୁଷ୍ମାନ । ନନ୍ଦି ହଲରେ ବସି ବାବା ମହାକାଳଙ୍କୁ ଧ୍ୟାନ କରିଥିବା ନଜର ଆସିଛନ୍ତି । ସେହପରି ପୁରୁଣା କଥାବସ୍ତୁକୁ ଆଧାର କରି ନନ୍ଦୀର କାନରେ ମଧ୍ୟ ଅଭିଳାଷ କହିଛନ୍ତି ।

ମନ୍ତ୍ର ଉଚ୍ଚାରଣ କରି ଧ୍ୟାନ: ନନ୍ଦୀ ହଲରେ ବସି ଆୟୁଷ୍ମାନ ଶିବଙ୍କ ସାଧାନା କରିଥିବା ବେଳେ ଉକ୍ତ ସମୟରେ ମନ୍ଦିରର ପୂଜକମାନେ ମନ୍ତ୍ର ଜପି ପୂଜାର୍ଚ୍ଚନା କରିଥିଲେ । ତେବେ ଦର୍ଶନ ସାରି ଇନ୍ଦୋର ଚାଲିଯାଇଥିଲେ ଆୟୁଷ୍ମାନ ଖୁରାନା । ସେଠାରେ ତାଙ୍କର ଆଗାମୀ ଫିଲ୍ମ ସୁଟିଂ ଚାଲିଥିବା ନେଇ ସୂଚନା ରହିଛି ।

ପ୍ରାୟତଃ ସେଲିବ୍ରେଟିମାନେ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଭଗବାନଙ୍କ ଦର୍ଶନ କରିଥାଆନ୍ତି । ଅକ୍ଷୟ କୁମାର, ସାରା ଅଲି ଖାନ, ଅନୁଷ୍କା ଶର୍ମାଙ୍କ ସମେତ ଅନେକ ତାରକା ରହିଛନ୍ତି ଯେଉଁମାନେ କମ୍ ସମୟ ଅତିବାହିତ କରି ଧାର୍ମିକସ୍ଥଳୀ ପରିଦର୍ଶନ କରିଥାଆନ୍ତି । ଏହି କ୍ରମରେ ଆୟୁଷ୍ନାମ ଖୁରୁନା ମଧ୍ୟ ମହାକାଳଙ୍କ ଆର୍ଶିବାଦ ଲାଭ କରି ସ୍ମରଣୀୟ ମୁହୁର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବାବାଙ୍କ ବିକାଶ ମୂର୍ତ୍ତି ସହିତ ଅନେକ ଫଟେ ସେୟାର କରିଛତନ୍ତି । କିଛି ଘଣ୍ଟା ମଧ୍ୟରେ ବିପୁଳ ଲାଇକ, କମଣ୍ଟ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.