ETV Bharat / entertainment

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ନିମନ୍ତ୍ରଣ

author img

By ETV Bharat Odisha Team

Published : Jan 16, 2024, 8:41 AM IST

Ayushmann Invited For Ram Mandir Inauguration: ଅଯୋଧ୍ୟାରେ ରାମ ମନ୍ଦିରର ବିଶାଳ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଆୟୁଷ୍ମାନ ଖୁରାନା । ଆରଏସଏସ ପକ୍ଷରୁ ମିଳିଲା ନିମନ୍ତ୍ରଣ । ଅଧିକ ପଢନ୍ତୁ

Ram Mandir Inauguration
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

ହାଇଦ୍ରାବାଦ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଜାନୁଆରୀ 22ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ବିଶାଳ ପ୍ରାଣ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେବ । ଏହି ସମାରୋହରେ ଅନେକ ବରିଷ୍ଠ ବ୍ୟକ୍ତିବିଶେଷ, ରାଜନୈତିକ ନେତାଙ୍କଠାରୁ ଆରମ୍ଭ କରି ବୈଷୟିକ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସେଲିବ୍ରିଟିମାନେ ସାମିଲ ହେବେ । ଏଥିପାଇଁ ବଲିଉଡ ଏବଂ ସାଉଥର ବଡ ବଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବର୍ତ୍ତମାନ ଏଥିରେ ସାମିଲ ହୋଇଛନ୍ତି ଆୟୁଷ୍ମାନ ଖୁରାନା । ଆରଏସଏସର ସିଏ ଅଜିତ ପେଣ୍ଡସେ ରାମ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ପାଇଁ ଆୟୁଷ୍ମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।

ତେବେ ନିମନ୍ତ୍ରଣ ଅନୁସାରେ ମନ୍ଦିର ପ୍ରତିଷ୍ଠାରେ ସେଲିବ୍ରିଟି, ଭକ୍ତ, ସାଧୁସନ୍ଥ, ରାଜନୈତିକ ନେତା, ଚଳଚ୍ଚିତ୍ର ତାରକା, କ୍ରୀଡା ବ୍ୟକ୍ତିତ୍ୱ ସହ ପ୍ରତିଷ୍ଠିତ ବ୍ୟବସାୟୀ ଯୋଗଦାନ କରିବେ ବୋଲି ଆଶା କରାଯାଉଛି । ସୋସିଆଲ ମିଡିଆରେ ଜଣେ ଫ୍ୟାନଙ୍କ ଦ୍ବାରା ସେୟାର ହୋଇଥିବା ଫଟୋରେ ଆୟୁଷ୍ମାନ ନିମନ୍ତ୍ରଣ କାର୍ଡ ଗ୍ରହଣ କରିଥିବା ନଜରକୁ ଆସିଛନ୍ତି । ଏହି ଫଟୋ ସେୟାର କରି କ୍ୟାପସନରେ ଲେଖା ହୋଇଛି ଯେ, ଆୟୁଷ୍ମାନ ଖୁରାନାଙ୍କୁ ଜାନୁଆରୀ 22ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିରର ବିଶାଳ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି ।

ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଦେଶର ଅନେକ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ପଠାଯାଇଛି । ଏଥିରେ ଫିଲ୍ମ ଇଣ୍ଡଷ୍ଟିର ଅନେକ ତାରକା ସାମିଲ ହୋଇଛନ୍ତି । ନିକଟରେ ଆଲିଆ ଭଟ୍ଟ-ରଣବୀର କପୁର, ରଣଦୀପ ହୁଡା-ଲିନ ଲୈଶରୈମ, ଜ୍ୟାକି ଶ୍ରଫ ଏବଂ ପତ୍ନୀ ଆୟେଶା ଶ୍ରଫ, ଧନୁଷଙ୍କ ସମେତ ଅନେକ ତାରକାଙ୍କୁ ଆରଏସଏସର ଅଖିଳ ଭାରତୀ ପ୍ରଚାର ମୁଖ୍ୟ ନିମନ୍ତ୍ରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ସୁପରଷ୍ଟାର ରାମଚରଣ-ଉପାସନାଙ୍କୁ ନିମନ୍ତ୍ରଣ

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବୈଦିକ ରୀତିନୀତି ମୁଖ୍ୟ ସମାରୋହର ଏକ ସପ୍ତାହ ପୂର୍ବରୁ ଅର୍ଥାତ ଆଜିଠାରୁ ଆରମ୍ଭ ହେବ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ଜାନୁଆରୀ 23ରୁ ଦର୍ଶନ ପାଇଁ ସାଧାରଣ ଲୋକଙ୍କ ପାଇଁ ରାମ ମନ୍ଦିର ଖୋଲା ରହିବ । ପ୍ରାଣ ପ୍ରତିଷ୍ଠା ଅପରାହ୍ନ ୧ଟା ସମୟରେ ସମାପ୍ତ କରିବାକୁ ଆଶା କରାଯାଉଛି । ପରମ୍ପରା ଅନୁଯାୟୀ, ନେପାଳର ଜନକପୁର ଏବଂ ମିଥିଳା ​​ଅଞ୍ଚଳରୁ 1000ଟି ଟୋକେଇରେ ଉପହାର ଆସିଛି । ଜାନୁଆରୀ 20 ଏବଂ 21ରେ ଜନସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ଅଯୋଧ୍ୟାରେ ଶ୍ରୀ ରାମଲାଲା ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 11 ଦିନିଆ ସ୍ୱତନ୍ତ୍ର ଉପାସନା ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.