ETV Bharat / entertainment

ଏହି ୱେବ ସିରିଜରେ ନଜର ଆସିବେ ଅଙ୍କିତା ଲୋଖଣ୍ଡେ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍ - Amrapali

author img

By ETV Bharat Odisha Team

Published : Apr 9, 2024, 6:25 PM IST

Ankita Lokhande's Amrapali First Look: ଅଙ୍କିତା ଲୋଖଣ୍ଡେ ଟିଭି ଇଣ୍ଡଷ୍ଟ୍ରିରେ ନିଜ ଦମଦାର ଅଭିନୟ ସହ ଲୋକଙ୍କ ମନ ଜିତିଥିବା ବେଳେ ଏବେ ବଲିଉଡରେ ନିଜର ଜଲୱା ଦେଖାଉଛନ୍ତି । ନିକଟରେ ସେ 'ସ୍ୱତନ୍ତ୍ର ବୀର ସାବରକର' ଫିଲ୍ମରେ ନଜର ଆସିଥିବା ବେଳେ ବର୍ତ୍ତମାନ ଅଙ୍କିତା ଓଟିଟିରେ ମଧ୍ୟ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ଆଜି ଅଙ୍କିତାଙ୍କ ପ୍ରଥମ ଲୁକ ପୋଷ୍ଟର ରିଲିଜ କରି ତାଙ୍କ ଆଗାମୀ ୱେବ ସିରିଜ ଘୋଷଣା କରାଯାଇଛି।

ଏହି ୱେବ ସିରିଜରେ ନଜର ଆସିବେ ଅଙ୍କିତା ଲୋଖଣ୍ଡେ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍
ଏହି ୱେବ ସିରିଜରେ ନଜର ଆସିବେ ଅଙ୍କିତା ଲୋଖଣ୍ଡେ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍

ହାଇଦ୍ରାବାଦ: ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଅଙ୍କିତା ଲୋଖଣ୍ଡେ । ଅଭିନେତ୍ରୀ ଛୋଟ ପରଦାରେ ନିଜର ଜଲୱା ଦେଖାଇବା ପରେ ଏବେ ବଡ ପରଦାରେ ନିଜର ଅଭିନୟର ଯାଦୁ ଦେଖାଉଛନ୍ତି । ଅଭିନେତ୍ରୀ ନିକଟରେ ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ସିଲଭର ସ୍କ୍ରିନରେ ଫିଲ୍ମ 'ସ୍ୱତନ୍ତ୍ର ବୀର ସାବରକର'ରେ ନଜର ଆସିଥିବା ବେଳେ ନିଜର ଅଭିନୟ ପାଇଂ ପ୍ରଶଂସା ସାଉଁଟୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ଓଟିଟିରେ ମଧ୍ୟ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ଆଜି ଏପ୍ରିଲ ୯ରେ ତାଙ୍କ ଅଭିନୀତ ୱେବ ସିରିଜ ଘୋଷଣା କରାଯାଇଛି ।

ଏହି ୱେବ ସିରିଜରେ ଆସିବେ ନଜର

ଲୋକପ୍ରିୟ ନିର୍ଦ୍ଦେଶକ ସନ୍ଦୀପ ସିଂଙ୍କ ୱେବ୍ ଶୋ'ରେ ଅଙ୍କିତାଙ୍କୁ ଦେଖିବାକୁ ମିଳିବ । ୱେବ ସିରିଜ 'ଅମ୍ରାପଲି'ରେ ସେ ନଜର ଆସିବେ । ଆଜି ତାଙ୍କ ଲୁକ୍ ଶୋ'ରୁ ପ୍ରକାଶ ପାଇଛି । ନିର୍ଦ୍ଦେଶକ ସନ୍ଦୀପ ସିଂ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ସେ ବିଷୟରେ ସୂଚନା ଦେଇଛନ୍ତି । ସେୟାର ହୋଇଥିବା ପୋଷ୍ଟରେ ଅଙ୍କିତା ଙ୍କୁ ନୂଆ ଅନ୍ଦାଜରେ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି । ଏହି ଲୁକ ଦେଖି ଫ୍ୟାନ୍ସ ବେଶ ପସନ୍ଦ କରିବା ସହ ସିରିଜକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ।

'ଅମ୍ରାପାଲି' ବିଷୟରେ କହିବାକୁ ଗଲେ, ଏହି ଶୋ' ଅମ୍ରାପଲିର ନଗରବଧୁଙ୍କ କାହଣୀ ଉପରେ ଆଧାରିତ । ଏହି ଧାରାବାହିକଟି ରାଜକୀୟ ସୌଜନ୍ୟ ହେବା ଠାରୁ ଆରମ୍ଭ କରି ବୌଦ୍ଧ ଧର୍ମୀ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଉପସ୍ଥାପନ କରିବ । ଏଥିରେ ଅମ୍ରାପଲିଙ୍କ ଦ୍ୱାରା ଅନୁଭୂତ ହୋଇଥିବା ଭାବନାକୁ ଚିତ୍ରଣ କରାଯାଇଛି, ଯିଏ ଶେଷରେ ସମସ୍ତ ବିଳାସପୂର୍ଣ୍ଣ ତ୍ୟାଗ କରନ୍ତି ଏବଂ ବୌଦ୍ଧ ଭକ୍ତ ଭାବରେ ବ୍ରଦ୍ମାଚର୍ଯ୍ୟ ଗ୍ରହଣ କରନ୍ତି । ଏହି ସିରିଜରେ ଅଙ୍କିତା ଅମ୍ରାପଲି ଭୂମିକାରେ ନଜର ଆସିବାକୁ ଥିବା ବେଳେ ତାଙ୍କ ଭାବନା ଏବଂ ଆହ୍ୱାନରେ ପରିପୂର୍ଣ୍ଣ ଅମ୍ରାପଲିଙ୍କ ଯାତ୍ରା ଦର୍ଶାଇବେ ।

ଅଙ୍କିତାଙ୍କ କ୍ୟାରିଅର

ଅଙ୍କିତା ଲୋଖଣ୍ଡେ ଟିଭି ସିରିଏଲ 'ପବିତ୍ର ରିସ୍ତା' ସହ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ଏହି ଶୋ'ବହୁତ ଲୋକପ୍ରିୟ ହୋଇଥିଲା ଏବଂ ଏହା ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ଚାଲିଲା । ଏହା ପରେ ଅଭିନେତ୍ରୀ ବଲିଉଡରେ କଙ୍ଗନା ରାଣାୱତଙ୍କ ଫିଲ୍ମ 'ମଣିକର୍ଣ୍ଣିକା' ସହ ଡେବ୍ୟୁ କରିଥିଲେ । ଏହା ପରେ ସେ ଟାଇଗର ଶ୍ରଫଙ୍କ 'ବାଗୀ' ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ଏଭଳି ପରିସ୍ଥିତିରେ ଏହା ପ୍ରଥମ ଥର ହେବ ଯେତେବେଳେ ଅଙ୍କିତା ଏକ ୱେବ ସିରିଜରେ ନିଜର ଜଲୱା ଦେଖାଇବେ ।

ଏହା ମଧ୍ୟ ପଢନ୍ତୁ: ବଲିଉଡ ଫିଲ୍ମରେ ନଜର ଆସିବେ ଅଙ୍କିତା ଲୋଖଣ୍ଡେ-ଆୟଶା ଖାନ, ଏହି କାଷ୍ଟିଂ ନିର୍ଦ୍ଦେଶକ ଦେଲେ ଅଫର୍

ଅଙ୍କିତାଙ୍କ ବିଗ୍ ବସ୍ ଯାତ୍ରା

ଅଙ୍କିତା ଲୋଖଣ୍ଡେ ତାଙ୍କ ସ୍ବାମୀ ବିକି ଜେନଙ୍କ ସହ ବିଗ୍ ବସ୍ ୧୭ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । ଶୋ'ରେ ଉଭୟଙ୍କ ମଧ୍ୟରେ ଉଭୟ ଭଲପାଇବା ଏବଂ ବିବାଦ ଦେଖିବାକୁ ମିଳିଥିଲା । ବିକି ଶୋ' ଫାଇନାଲର ଏକ ସପ୍ତାହ ପୂର୍ବରୁ ବାହାରିଥିବାବେଳେ ଅଙ୍କିତା ଟପ୍ ୪ ଫାଇନାଲିଷ୍ଟରେ ନିଜ ସ୍ଥାନ ପକ୍କା କରିଥିଲେ। ହେଲେ ବିଜେତାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଏହି ଶୋ' ପରେ ଖୁବ ଲାଇମଲାଇମରେ ରହିଆସିଛନ୍ତି ଅଙ୍କିତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.