ETV Bharat / business

ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ନିଜ ହାତରେ ଦହି ଖୁଆଇଲେ ରାଷ୍ଟ୍ରପତି

author img

By ETV Bharat Odisha Team

Published : Feb 1, 2024, 10:59 AM IST

Updated : Feb 1, 2024, 11:13 AM IST

Interim Budget 2024: ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ନିଜ ହାତରେ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି ମୁର୍ମୁ । ଅଧିକ ପଢନ୍ତୁ

ଅର୍ଥମନ୍ତ୍ରୀଙ୍କୁ ନିଜ ହାତରେ ଦହି ଖୁଆଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କୌଣସି ଶୁଭ କାମରେ ଯିବା ପୂର୍ବରୁ ଦହି ଖାଇବାର ପରମ୍ପରା ରହିଛି । ଏପରି କଲେ କାମ ସଫଳ ହୋଇଥାଏ ବୋଲି ବିଶ୍ବାସ କରାଯାଏ । ବହୁ ପୁରାତନ କାଳରୁ ଚାଲିଆସୁଥିବା ଏହି ପରମ୍ପରା ତଥା ଲୋକବିଶ୍ବାସକୁ ଖୋଦ୍ ମହାମହିମ ରାଷ୍ଟ୍ରପତି ମଧ୍ୟ ଅନୁପାଳନ କରିଛନ୍ତି । ଆଉ କିଛି ସମୟ ପରେ ସଂସଦରେ ଚଳିତ ବର୍ଷର ଅନ୍ତରୀଣ ବଜେଟ୍ ଆଗତ ହେବ । ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ମଞ୍ଜୁରୀ ପାଇଁ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ସେଠାରେ ରାଷ୍ଟ୍ରପତି ନିଜ ହାତରେ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଦହି-ଚିନି ଖୁଆଇଥିବା ଦେଖିବାକୁ ମିଳିଛି । ସୀତାରମଣ ରାଷ୍ଟ୍ରପତିଙ୍କ ହାତରୁ ଦହି ଖାଇ ବଜେଟ୍ ଉପସ୍ଥାପନ କରିବାକୁ ସଂସଦ ଅଭିମୁଖେ ବାହାରି ଯାଇଥିଲେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ କିଛି ସମୟ ପରେ ଷଷ୍ଠ ଥର ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବେ । ଏହାପୂର୍ବରୁ ବଜେଟକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ସେ ରାଷ୍ଟ୍ରପତି ଭବନ ଯାଇଥିଲେ । ସେଠାରେ ରାଷ୍ଟ୍ରପତି ବଜେଟ ଅନୁମୋଦନ କରିବା ପରେ ଅର୍ଥମନ୍ତ୍ରୀ ସଂସଦ ଆସି କ୍ୟାବିନେଟ ବୈଠକ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ତରୀଣ ବଜେଟକୁ ଅନୁମୋଦନ ମିଳିଛି । ଏହାପରେ ୧୧ଟା ବେଳେ ଅର୍ଥମନ୍ତ୍ରୀ ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରିବେ ।

ଏହା ମଧ୍ୟ ପଢନ୍ତୁ: ଅନ୍ତରୀଣ ବଜେଟ କ'ଣ, କେମିତି ଏହା ସାଧାରଣ ବଜେଟଠୁ ଅଲଗା ? ବୁଝନ୍ତୁ ସରଳ ଭାଷାରେ

ଏହା ମଧ୍ୟ ପଢନ୍ତୁ: ଆଜି କେନ୍ଦ୍ର ବଜେଟ; ମହିଳାଙ୍କ ବିକାଶ, ଭିତ୍ତିଭୂମିକୁ ଫୋକସ୍, କୃଷିକୁ ମିଳିପାରେ ପ୍ରାଧାନ୍ୟ

ଆଗକୁ ଦେଶରେ ଲୋକସଭା ନିର୍ବାଚନ ଥିବାରୁ ଏହି କାମଚଳା ବଜେଟ୍ ଆଗତ ହୋଇଛି । ଏହା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ୍ । ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ । ତେବେ କାମଚଳା ବଜେଟ୍‌ରେ କୌଣସି ବଡ଼ ଘୋଷଣା ନହେବା ନେଇ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ ସ୍ପଷ୍ଟ କରିଥିଲେ । ତଥାପି ନିର୍ବାଚନ ବର୍ଷ ହୋଇଥିବାରୁ ସବୁ ବର୍ଗର ଜନସାଧାରଣ ବଜେଟକୁ ନେଇ ଆଶାବାଦୀ ଅଛନ୍ତି । ପେଟ୍ରୋଲିୟମ ପଦାର୍ଥ ଦର ହ୍ରାସ ସହ ମଧ୍ୟବିତ୍ତ ବର୍ଗଙ୍କୁ ଖୁସି କରିବାକୁ ଆୟକର ରିହାତି ବଢ଼ିବା ନେଇ ମଧ୍ୟ ଆଶା କରାଯାଉଛି । କାମଚଳା ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଇତ୍ୟାଦି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇପାରେ । ମହିଳାଙ୍କ ବିକାଶକୁ ଧ୍ୟାନ ଦେଇ କିଛି ଆଖିଦୃଶିଆ ଘୋଷଣା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2024, 11:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.