ETV Bharat / business

EPF ଆକାଉଣ୍ଟଧାରୀଙ୍କୁ ବଡ଼ ଭେଟି: ସୁଧହାର ୮.୨୫ ପ୍ରତିଶତକୁ ବୃଦ୍ଧି, ତିନି ବର୍ଷରେ ସର୍ବାଧିକ

author img

By ETV Bharat Odisha Team

Published : Feb 10, 2024, 1:32 PM IST

Updated : Feb 10, 2024, 3:25 PM IST

EPF Interest Rate Hike: ଚଳିତ ଆର୍ଥିକ ବର୍ଷ ପାଇଁ ଘୋଷଣା ହୋଇଛି ଇପିଏଫ ନୂଆ ସୁଧ ହାର । ଇପିଏଫ ଆକାଉଣ୍ଟଧାରୀଙ୍କ ପାଇଁ ସୁଧହାରକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

EPF Interest Hike
EPF Interest Hike

ହାଇଦ୍ରାବାଦ: EPF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର । ଇପିଏଫ ଉପରେ ନୂଆ ସୁଧ ହାର ଚୂଡ଼ାନ୍ତ ହୋଇଛି । ୨୦୨୩-୨୪ ବର୍ଷ ପାଇଁ ପିଏଫ ଆକାଉଣ୍ଟରେ ଡିପୋଜିଟ୍ ହୋଇଥିବା ଟଙ୍କା ଉପରେ ମିଳିବ ଅଧିକ ସୁଧ । ପୂର୍ବ ତୁଳନାରେ ବର୍ତ୍ତମାନ ୦.୧୦ ପ୍ରତିଶତ ଅଧିକ ସୁଧ ପାଇବାକୁ ଯାଉଛନ୍ତି ଉପଭୋକ୍ତା । ସୂଚନା ମୁତାବକ, ଆଜି ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ (CBT) ପକ୍ଷରୁ ବସିଥିବା ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସୁଧହାର ୮.୨୫ ପ୍ରତିଶତକୁ ବୃଦ୍ଧି କରାଯିବା ନେଇ ସ୍ଥିର ହୋଇଛି । ବର୍ଦ୍ଧିତ ସୁଧହାର ନେଇ ସିବିଟିର ସୁପାରିସ ପରେ ଏହା ଅର୍ଥ ମନ୍ତ୍ରଳାୟକୁ ପଠାଯିବ । ଅର୍ଥ ମନ୍ତ୍ରାଳୟର ଅନୁମତି କ୍ରମେ ଇପିଏଫଓ ଉପଭୋକ୍ତାଙ୍କ ଖାତାରେ ସୁଧହାରକୁ ଜମା କରାଯିବ ।

ଗତବର୍ଷ ମାର୍ଚ୍ଚ ମାସ ୨୮ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜମା ରାଶି ଉପରେ ୮.୧୫ ପ୍ରତିଶତ ସୁଧହାର ଘୋଷଣା କରିଥିଲା EPFO । ଆଉ ତା' ପୂର୍ବରୁ ୨୦୨୧-୨୦୨୨ରେ ସୁଧହାର ରହିଥିଲା ୮.୧୦ ପ୍ରତିଶତ । ଇପିଏଫଓର ସୁଧ ହାର ପ୍ରତିବର୍ଷ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ବାରା ସ୍ଥିର ହୋଇଥାଏ । ଆକାଉଣ୍ଟଧାରୀମାନେ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ସେମାନଙ୍କର ବାଲାନ୍ସ ଯାଞ୍ଚ କରିବାର ସୁବିଧା ରହିଛି । ଏହା ସହିତ EPFO ​​ମିସ୍ କଲ୍ ସୁବିଧା ଏବଂ SMS ସେବା ମାଧ୍ୟମରେ ମଧ୍ୟ ସୂଚନା ମଧ୍ୟ ପ୍ରଦାନ କରେ ।

ଏହା ବି ପଢନ୍ତୁ...ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ଝଟକା, ଫେବ୍ରୁଆରୀ ୨୯ ପରଠୁ ହୋଇପାରିବନି ନେଣଦେଣ

EPF ବାଲାନ୍ସ ଯାଞ୍ଚ କରିବା ପାଇଁ ଗ୍ରାହକଙ୍କୁ ସେମାନଙ୍କର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ସକ୍ରିୟ ହେବା ଜରୁରୀ । UAN ହେଉଛି ଏକ ପରିଚୟ ନମ୍ବର ଯାହାକି ଜଣେ କର୍ମଚାରୀଙ୍କ ମାସିକ ବେତନ ସ୍ଲିପରେ ଉଲ୍ଲେଖ କରାଯାଇଥାଏ । ନିକଟରେ EPFO ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଥିଲା । ଯେଉଁଥିରେ ଜନ୍ମ ପ୍ରମାଣପତ୍ର ଭାବେ ଆଧାରକାର୍ଡକୁ ବିବେଚନା କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା । ଆଗକୁ ନିର୍ବାଚନ ଥିବାବେଳେ ଏହି ବର୍ଦ୍ଧିତ ସୁଧହାର EPF ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଭେଟି ବୋଲି କୁହାଯାଉଛି । କାରଣ ନୂଆ ସୁଧହାର ଲାଗୁ ହେବା ଦ୍ବାରା ୬ କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀ ଉପକୃତ ହେବେ । ଗତ ୩ ବର୍ଷ ଧରି EPF ଆକାଉଣ୍ଟଧାରୀଙ୍କୁ ମିଳୁଥିବା ସୁଧହାର ତୁଳନାରେ ଚଳିତବର୍ଷ ସର୍ବାଧିକ ବୃଦ୍ଧି ହୋଇଛି ।

Last Updated : Feb 10, 2024, 3:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.