ETV Bharat / business

ସଙ୍କଟରେ ଦାର୍ଜିଲିଂ ଚା' ଉଦ୍ୟୋଗ; ଗତ 50 ବର୍ଷରେ ସବୁଠୁ କମ୍ ଉତ୍ପାଦନ ରେକର୍ଡ

author img

By ETV Bharat Odisha Team

Published : Feb 11, 2024, 2:10 PM IST

Darjeeling tea production: ଦାର୍ଜିଲିଂ ଚା' ଉତ୍ପାଦନ ହ୍ରାସ ପାଉଛି । 2023ରେ ଏହାର ଉତ୍ପାଦନ କମି 6.3 ମିଲିୟନ କିଲୋଗ୍ରାମ ରହିଛି । ଯାହା ବିଗତ 50 ବର୍ଷରେ ସବୁଠାରୁ କମ । ଅଧିକ ପଢ଼ନ୍ତୁ

ଦାର୍ଜିଲିଂ ଚା ଉତ୍ପାଦ
ଦାର୍ଜିଲିଂ ଚା ଉତ୍ପାଦ

ନୂଆଦିଲ୍ଲୀ: ଦାର୍ଜିଲିଂ ଚା’, ଯାହକୁ ଚା' ମଧ୍ୟରେ ଶ୍ୟାମ୍ପେନ ବୋଲି କୁହାଯାଏ । କିନ୍ତୁ ଏବେ ସେହି ଚା' ଉତ୍ପାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । 2023ରେ ଏହାର ଉତ୍ପାଦନ କମି 6.3 ମିଲିୟନ କିଲୋଗ୍ରାମ ରହିଛି । ଯାହା 50 ବର୍ଷରେ ସବୁଠାରୁ କମ୍ ଅଟେ । 2022ରେ ଦାର୍ଜିଲିଂ ଚା' ଉତ୍ପାଦନ ପରିମାଣ 6.9 ମିଲିୟନ କିଲୋଗ୍ରାମ ରହିଥିଲା । ଏହାରି ମଧ୍ୟରେ ଦାର୍ଜିଲିଂ ଜିଲ୍ଲାର 87ଟି ଚା' ବଗିଚା ମଧ୍ୟରୁ 7ଟି ସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି । ଦାର୍ଜିଲିଂ ଚା’ର ସର୍ବବୃହତ କ୍ରେତା ଜାପାନ ମଧ୍ୟ ତାର ଆମଦାନୀରେ ହ୍ରାସ କରିଛି ।

କ୍ଷତିରେ ସହୁଛନ୍ତି ଦାର୍ଜିଲିଂ ଚା’ ବଗିଚା ମାଲିକ:

ଦାର୍ଜିଲିଂ ଚା’ ବଗିଚାର ମାଲିକ ଏବଂ ସପ୍ଲାୟରଙ୍କ କହିବା ଅନୁଯାୟୀ, ଚା’ର ଉତ୍ପାଦ ଏବେ ଖରାପ ସ୍ଥିତିରେ ରହିଛି । କେନ୍ଦ୍ର ସରକାର ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ଯଦି ଏହି ସ୍ଥିତି ଲାଗି ରୁହେ, ତାହେଲେ ତେବେ ଏହି ଚା' ଇଣ୍ଡଷ୍ଟ୍ରୀ ଦିନେ ସମାପ୍ତ ହୋଇଯିବ ।

2017ରେ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ଦ୍ବାରା ପାହାଡରେ ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନ ଯୋଗୁଁ ଦାର୍ଜିଲିଂ ଚା' ଉଦ୍ୟୋଗ ଗୁରୁତର ପ୍ରଭାବିତ ହୋଇଥିଲା । ସେବେଠାରୁ ଚା' ଉଦ୍ୟୋଗ ପୁନରୁଦ୍ଧାର ପାଇଁ ସକ୍ଷମ ହୋଇପାରି ନାହିଁ । ଚାରାରୋପଣ ପ୍ରାୟ ଚାରି ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଅନ୍ୟପଟେ ମହାମାରୀ କୋଭିଡ଼ର ପ୍ରଭାବ ଚା’ ବଗିଚାର ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା । ଫଳରେ ଚା’ ବଗିଚାର ମାଲିକଙ୍କୁ କ୍ଷତି ସହିବାକୁ ପଡ଼ିଥିଲା । ବଗିଚାରେ ଆବଶ୍ୟକ ଅର୍ଥ ବିନିଯୋଗ କରିପାରିଲେ ନାହିଁ । ସେମାନେ ସରକାରଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ କୌଣସି ପ୍ରକାରର ସାହଯ୍ୟ ସହଯୋଗ ମିଳିନଥିଲା ।

ଏହା ମଧ୍ୟ ପଢ଼ନ୍ତୁ.... EPF ଆକାଉଣ୍ଟଧାରୀଙ୍କୁ ବଡ଼ ଭେଟି: ସୁଧହାର ୮.୨୫ ପ୍ରତିଶତକୁ ବୃଦ୍ଧି, ତିନି ବର୍ଷରେ ସର୍ବାଧିକ

ଦାର୍ଜିଲିଂ ଚା ଆସୋସିଏସନର ମୁଖ୍ୟ ପରାମର୍ଶଦାତା ସନ୍ଦୀପ ମୁଖାର୍ଜୀ କହିଛନ୍ତି ଯେ ଦାର୍ଜିଲିଂର 87ଟି ଚା' ଉଦ୍ୟାନ ମଧ୍ୟରୁ 7ଟି ସ୍ଥାୟୀ ଭାବେ ବନ୍ଦ ରହିଛି । ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକମାନଙ୍କର ଦେୟ ଦେବାକୁ ମଧ୍ୟ ସକ୍ଷମ ନାହାନ୍ତି । ଦାର୍ଜିଲିଂ ଇଣ୍ଡଷ୍ଟ୍ରିର ଭାଗ୍ୟ ଅନିଶ୍ଚିତ ରହିଛି । ଭାରତୀୟ ଚା' ରପ୍ତାନିକାରୀ ସଂଘ (ITEA)ର ସଭାପତି ଅଂଶୁମାନ କାନୋରିଆ କହିଛନ୍ତି ଯେ, ଦାର୍ଜିଲିଂ ଚା'କୁ ପୁନର୍ଜୀବିତ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.