ETV Bharat / bharat

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଇଡି ବିରୋଧରେ କାହିଁକି ଦାଖଲ କରିଛ ରିଟ୍ ପିଟିସନ ?

author img

By ETV Bharat Odisha Team

Published : Feb 24, 2024, 10:43 AM IST

SC to Tamil Nadu Government
SC to Tamil Nadu Government

SC to Tamil Nadu Government on ED Writ Petition: ବେଆଇନ ବାଲି ଖନନ ଦୁର୍ନୀତି ମାମଲାରେ ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଇଡିର ତଦନ୍ତରେ ବିବ୍ରତ ହେବାର କାରଣ କଣ ? ଇଡି ସମନକୁ କାହିଁକି ଚାଲେଞ୍ଜ କରୁଛ ? ଅଧିକ ପଢନ୍ତୁ,

ହାଇଦ୍ରାବାଦ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ପ୍ରଶ୍ନ । ଇଡି ସମନକୁ କାହିଁକି ଚାଲେଞ୍ଜ କରୁଛ ଏବଂ ଇଡି ତଦନ୍ତକୁ ନେଇ କାହିଁକି ଚିନ୍ତିତ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଗତକାଲି(ଶୁକ୍ରବାର) ବେଆଇନ ବାଲି ଖନନ ଦୁର୍ନୀତି ମାମଲାର ଶୁଣାଣି କରିବା ସମୟରେ ତାମିଲନାଡୁ ସରକାରଙ୍କୁ ଏହି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ତାମିଲନାଡୁ ସରକାର ରିଟ୍ ପିଟିସନ ଦାଖଲ କରି ଇଡିକୁ ଚାଲେଞ୍ଜ କରିଥିଲେ । ଉଭୟ ପକ୍ଷରୁ ଯାଚିକା ଦାୟର କରିବା ପରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ ।

କଣ ରହିଥିଲା ମାମଲା ?: ବେଆଇନ ବାଲି ଖନନ ଦୁର୍ନୀତିରେ 5ଜଣ ଜିଲ୍ଲାପାଳଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦାଶାଳୟ । ଏହାକୁ ଚାଲେଞ୍ଜ କରି ତାମିଲନାଡୁ ସରକାର ରିଟ୍ ପିଟିସନ ଦାଖଲ କରିଥିଲେ । ଅନ୍ୟପଟେ ତାମିଲନାଡୁ ସରକାର ଇଡି ତଦନ୍ତରେ ହସ୍ତକ୍ଷେପ କରୁଛନ୍ତି ବୋଲି ଦର୍ଶାଇ ଇଡି ପକ୍ଷରୁ ମଧ୍ୟ ପାଲଟା ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ତେବେ ଏହି ମାମଲାର ଶୁଣାଣି ଶୁକ୍ରବାର ରହିଥିଲା ।

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ବେଲା ଏମ୍. ତ୍ରିବେଦୀ ତାମିଲନାଡୁ ସରକାରଙ୍କ ଓକିଲ ମୁକିଲ ରୋହତଗୀଙ୍କୁ ପ୍ରଶ୍ନ କରିଥିଲେ । ସେ କହିଥିଲେ, "ଇଡି ନିଜର କାର୍ଯ୍ୟ ସଠିକ ଭାବେ କରୁଛି । ଏଥିରେ ରାଜ୍ୟ ସରକାର କାହିଁକି ଚିନ୍ତିତ ହେଉଛନ୍ତି ଏବଂ କଣ ଅସୁବିଧା ହେଉଛି ? କାହିଁକି ରିଟ ପିଟିସନ ଦାଖଲ କଲେ ? କେଉଁ ଆଇନ ବଳରେ ଇଡି ବିପକ୍ଷରେ ଏଭଳି କରିପାରିଲେ ? ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ ନୁହେଁ କି? ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ କାହିଁକି ରାଜ୍ୟ ସରକାର ବିବ୍ରତ ହେଉଛନ୍ତି ? ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅଂଶଧନ କଣ ?" ନ୍ୟାୟମୂର୍ତ୍ତି ବେଲା ଏମ ତ୍ରିବେଦୀ ଓକିଲ ମୁକିଲ ରୋହତଗୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Illegal Sand Mining Case: ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ EDର ଜେରା

ରାଜ୍ୟ ସରକାରଙ୍କ ଓକିଲଙ୍କ ପ୍ରତିକ୍ରିୟା: ଏହାର ଉତ୍ତର ଦେଇ ଓକିଲ ମୁକୁଲ ରୋହତଗୀ କହିଛନ୍ତି, ବେଆଇନ ବାଲି ଖନନନରେ ଦୁର୍ନୀତି ଭଳି କାର୍ଯ୍ୟରେ ଇଡି ହସ୍ତକ୍ଷେପ କରିପାରିବ ନାହିଁ । ଆମେ ଅପରାଧି ନୁହଁ, ଅଣତାଲିକାଭୁକ୍ତ ଅପରାଧର ତଦନ୍ତ କରିପାରିବ ନାହିଁ । "

ତେବେ ଏହାର ଉତ୍ତର ଦେଇ ବେଞ୍ଚ ପକ୍ଷରୁ କୁହାଯାଇଛି ଯେ, 4 ଟି ମାମଲା ଦାୟର ହୋଇଛି । ଯେଉଁଥିରେ PMLA ଅଧିନରେ କିଛି ଅପରାଧିକ ଅଭିଯୋଗ ରହିଛି । ଏହାର ତଦନ୍ତ କରିବା ପାଇଁ ପ୍ରବତ୍ତନ ନିର୍ଦ୍ଦେଶାଳୟ ପାଖରେ କ୍ଷମତା ରହିଛି ।

ଫେବୃଆରୀ 26ରେ ପରବର୍ତ୍ତୀ ଶୁଣାଣି: ଓକିଲ ମୁକୁଲ ରୋହତଗୀଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇନଥିଲେ ବେଲା ଏମ ତ୍ରିବେଦୀ । ଏନେଇ ଶୁଣାଣିକୁ ଆସନ୍ତା 26 ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଇଡିର ତଦନ୍ତରେ ସରକାରଙ୍କୁ କେଉଁ ଭଳି ଅସୁବିଧା ହେଉଛି ତାହା ଦର୍ଶାଇବା ପାଇଁ ତାମିଲନାଡୁ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ 3ଦିନ ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.