ETV Bharat / bharat

Illegal Sand Mining Case: ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ EDର ଜେରା

author img

By

Published : Apr 15, 2022, 7:57 AM IST

ବେଆଇନ ବାଲି ଖନନ ମାମଲାରେ ଦୀର୍ଘ ୬ ଘଣ୍ଟା ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଜେରା କଲା ED । ଅଧିକ ପଢନ୍ତୁ

ପୂର୍ବରୁ ଇଡି ଏହି ମାମଲା ସଂକ୍ରାନ୍ତୀୟ ଏକ ଚାଲାଣ(Challan) କୋର୍ଟରେ ଉପସ୍ଥାପିତ କରିସାରିଛି  । କର୍ତ୍ତୃପକ୍ଷ ମୋତେ ପୁନର୍ବାର ଆସିବାକୁ କହି ନାହାଁନ୍ତି  ।
ପୂର୍ବରୁ ଇଡି ଏହି ମାମଲା ସଂକ୍ରାନ୍ତୀୟ ଏକ ଚାଲାଣ(Challan) କୋର୍ଟରେ ଉପସ୍ଥାପିତ କରିସାରିଛି । କର୍ତ୍ତୃପକ୍ଷ ମୋତେ ପୁନର୍ବାର ଆସିବାକୁ କହି ନାହାଁନ୍ତି ।

ଚଣ୍ଡୀଗଡ: ବେଆଇନ ବାଲି ଖନନ ମାମଲାରେ(Illegal Sand Mining Case) ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଅଡୁଆ ବଢିବାରେ ଲାଗିଛି । ଏହି ମାମଲାରେ ଚରଣଜିତ୍ ସିଂହ ଚନ୍ନିଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଜଳନ୍ଧର ଠାରେ ଦୀର୍ଘ ୬ ଘଣ୍ଟା ଧରି ଇଡି ତାଙ୍କୁ ପଚରାଉଚରା କରିଛି । ଏନେଇ ଚନ୍ନି ଟ୍ବିଟ୍ କରି କହିଛନ୍ତି, ବାଲି ଖନନ ମାମଲାରେ ଇଡି ମୋତେ ସମନ ଜାରି କରିଥିଲା । ଜେରା ସମୟରେ ମୁଁ ଜାଣିଥିବା ସବୁ ପ୍ରଶ୍ନର ଉତ୍ତର ଦେଇଛି । ପୂର୍ବରୁ ଇଡି ଏହି ମାମଲା ସଂକ୍ରାନ୍ତୀୟ ଏକ ଚାଲାଣ(Challan) କୋର୍ଟରେ ଉପସ୍ଥାପିତ କରିସାରିଛି । କର୍ତ୍ତୃପକ୍ଷ ମୋତେ ପୁନର୍ବାର ଆସିବାକୁ କହିନାହାଁନ୍ତି ବୋଲି ଚନ୍ନି କହିଛନ୍ତି ।

  • I was summoned by the ED yesterday regarding the mining case. I attended and replied to the queries put by them to the best of my knowledge. A Challan in this case has already been presented by ED in the Hon’ble court .The authorities have not asked me to come again.

    — Charanjit S Channi (@CHARANJITCHANNI) April 14, 2022 " class="align-text-top noRightClick twitterSection" data=" ">

ଗତ କିଛି ସପ୍ତାହ ପୂର୍ବରୁ ମଧ୍ୟ ଇଡି ଚନ୍ନିଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିଲା । ହେଲେ ଠିକ୍ ସମୟରେ ସେ ଇଡି ଅଫିସରେ ହାଜର ହୋଇନଥିଲେ । କହିରଖୁଛୁ କି, ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନି ଏହି ବାଲି ଖନନ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ଗତ ଫେବୃୟାରୀ ୩ରେ ହନିଙ୍କୁ ଇଡି ଗିରଫ କରିଥିଲା ଏବଂ ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ସେହିପରି ଗତ ଜାନୁୟାରୀ ୧୭ ଓ ୧୮ରେ ଇଡି ହିନଙ୍କ ସମେତ କୁଦ୍ରାତ ଦୀପ ସିଂହଙ୍କ ଲୁଧିଆନା ଏବଂ ମୋହାଲି ସ୍ଥିତ ଠିକଣାରେ ରେଡ୍ କରିଥିଲା । ରେଡ୍ ସମୟରେ ତାଙ୍କ ଘରୁ ପ୍ରାୟ ୧୦ କୋଟି ଟଙ୍କା ଜବତ ହୋଇଥିଲା । ଜବତ ଟଙ୍କା ବେଆଇନ ବାଲି ଖନନରୁ ହିଁ ମିଳିଥିବା ହନି ସ୍ବୀକାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.