ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

author img

By ETV Bharat Odisha Team

Published : Feb 4, 2024, 6:30 AM IST

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କଣ ଘଟିବ ଆପଣ ସହ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

Weekly Horoscope
Weekly Horoscope

ମେଷ: ମେଷ ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ମିଶ୍ରିତ ଫଳ ପାଇବାକୁ ଯାଉଛନ୍ତି । ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ଦେଖାଦେବ । କିନ୍ତୁ କିଛି ବାହାର ଲୋକଙ୍କ କାରଣରୁ ଅଶାନ୍ତି ସୃଷ୍ଟି ହେବ। ପ୍ରେମ ଜୀବନରେ ସୁଖ ଦୁଃଖ ଲାଗି ରହିବ । ଜାଗାବାଡି କ୍ଷେତ୍ରରେ ନିବେଶ କରିବା ପାଇଁ ଚାହୁଁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ଅଟେ । ସେୟାର ବଜାରରେ ମଧ୍ୟ ଭଲ ଭାବେ ଭାବି ଚିନ୍ତି ନିବେଶ କରନ୍ତୁ । ଚାକିରି ବଦଳାଇବା ପାଇଁ ଏହି ସମୟ ଅନୁକୂଳ ନୁହେଁ । ଆବଶ୍ୟକ ଠାରୁ ଅଧିକ ଆତ୍ମବିଶ୍ଵାସୀ ହୁଅନ୍ତୁ ନାହିଁ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ । ପରିବାର ସଦସ୍ୟମାନଙ୍କ ପାଇଁ ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରିବେ ଯେଉଁଥିରେ ଆପଣ ସେମାନଙ୍କ ନିକଟରେ ନିଜର ସୁଖ ଦୁଃଖ ବଖାଣିବେ । ଆପଣ ନିଜ ପାଇଁ ଏବଂ ପରିବାର ପାଇଁ କିଛି ଜିନିଷ କ୍ରୟ କରିବେ କିନ୍ତୁ ଏହି ସମସ୍ତ କ୍ରୟ ପାଇଁ ଗୋଟିଏ ବଜେଟ ପ୍ରସ୍ତୁତ କରିବା ପରେ କିଣାକିଣି କରିବା ବହୁତ ଭଲ ହେବ । ବନ୍ଧୁମାନେ ଆପଣଙ୍କୁ ସାହାଯ୍ୟ କରିବେ ।

ବୃଷ: ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ହେବ । ସମସ୍ତଙ୍କ ସହ ଏକାଠି ହୋଇ କାମ କରିବେ । ପରିବାରରେ ଭାଇଙ୍କର ବାହାଘର ସ୍ଥିର ହେବ । ଯେଉଁ କାରଣରୁ ଶୁଭ କାର୍ଯ୍ୟଗୁଡିକ ସମାପନ ହେବ । ସମସ୍ତଙ୍କର ଯିବା ଆସିବା ଲାଗି ରହିବ । କିଛି କାରଣରୁ ପ୍ରେମ ସମ୍ପର୍କରେ ଅଶାନ୍ତି ଦେଖାଦେବ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଆପଣ ସଫଳତା ପାଇବେ । ପିଲାମାନଙ୍କ ଶିକ୍ଷା ପାଇଁ ମଧ୍ୟ ପ୍ରଚୁର ଅର୍ଥ ଖର୍ଚ୍ଚ ହେବ । ଚାକିରି କରୁଥିବା ଲୋକମାନେ ଅଫିସ କାମରେ ଭ୍ରମଣରେ ଯିବେ । ଆପଣ ନିଜ ବ୍ୟବସାୟକୁ ଆଗକୁ ନେବାରେ ସଫଳତା ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ । ସ୍ୱାସ୍ଥ୍ୟ ଅବସ୍ଥାରେ ଏପରି ଅସ୍ଥିରତା ପାଇଁ ଜଣେ ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଆପଣ ନିଜର ଜୀବନସାଥୀଙ୍କ ସହିତ ସ୍ନେହପୂର୍ଣ୍ଣ ମୂହୁର୍ତ୍ତ ଅତିବାହିତ କରିବେ । ଆପଣଙ୍କର ସନ୍ତାନମାନେ ଆପଣଙ୍କୁ ସଂପୂର୍ଣ୍ଣ ରୂପେ ସହଯୋଗ କରିବେ ।

ମିଥୁନ: ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ହେବ । ପାରିବାରିକ ଜୀବନରେ ସୁଖ ଶାନ୍ତି ଦେଖାଦେବ । ଆପଣ ପରିବାରରୁ ସହାୟତା ପାଇବେ । ଆପଣଙ୍କ ଉପରେ ପରିବାରର ଦାୟିତ୍ଵ ପଡିପାରେ ଯେଉଁ କାରଣରୁ ଆପଣ ଚିନ୍ତିତ ଦେଖାଯିବେ । ଘର ସାଜସଜା ଓ ମରାମତି ପାଇଁ ଆପଣ କିଛି ଅର୍ଥ ବ୍ୟୟ କରିବେ କିନ୍ତୁ ବଜେଟକୁ ଧ୍ୟାନରେ ରଖି ଯଦି ଆପଣ ଖର୍ଚ୍ଚଗୁଡିକ କରନ୍ତି, ତେବେ ଭଲ ହେବ । ଚାକିରି ପରିବର୍ତ୍ତନ କରିବେ । ବ୍ୟବସାୟକୁ ଆଗକୁ ନେବା ପାଇଁ ଆପଣ ସଫଳ ହେବେ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇବେ କିନ୍ତୁ ଆପଣ ନିଜ ମନକୁ ଅସ୍ଥିର ହେବାକୁ ଦେବେ ନାହିଁ । ଉଚ୍ଚଶିକ୍ଷା ପାଇଁ ସମୟ ଅତି ଉତ୍ତମ ଅଟେ । ପୂର୍ବାପେକ୍ଷା ସ୍ଵାସ୍ଥ୍ୟରେ ସୁଧାର ହେବ । ଆପଣ ସୁସ୍ଥ ଅନୁଭବ କରିବା ସହିତ ସତେଜତା ମଧ୍ୟ ଅନୁଭବ କରିବେ । ଭଉଣୀର ବାହାଘର ପ୍ରସ୍ତାବକୁ ସ୍ଵୀକୃତି ମିଳିବ । ଯେଉଁ କାରଣରୁ ପରିବାରରେ ଶୁଭ କାର୍ଯ୍ୟଗୁଡିକର ଆୟୋଜନ ହେବ ।

କର୍କଟ: ଯଦି ଆମେ କର୍କଟ ରାଶିର ବ୍ୟକ୍ତିମାନଙ୍କ ବିଷୟରେ କଥା ହେବା, ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ପାରିବାରିକ ଜୀବନରେ ସୁଖ ଶାନ୍ତି ଦେଖାଦେବ । ଆପଣ ନିଜର ଜୀବନସାଥୀଙ୍କ ସହିତ ସ୍ନେହପୂର୍ଣ୍ଣ ମୂହୁର୍ତ୍ତ ଅତିବାହିତ କରିବେ । ବର୍ତ୍ତମାନ ସମୟରେ ଆପଣ ନିଜ ପ୍ରେମ ଜୀବନରେ ଜୀବନସାଥୀଙ୍କୁ ଖୋଜି ପାଇବେ । ଯାହାଙ୍କୁ ଭେଟି ଆପଣ ଅତ୍ୟନ୍ତ ସୁଖ ଅନୁଭବ କରିବେ । ଆୟ ବୃଦ୍ଧି ପାଇବ । ସନ୍ତାନମାନଙ୍କ ଭବିଷ୍ୟତ ପାଇଁ ଆପଣ ଅର୍ଥ ନିବେଶ କରିବେ । ଆପଣ ନିଜ ଟଙ୍କାକୁ କୌଣସି ଏକ ସୁରକ୍ଷିତ ସ୍ଥାନରେ ନିବେଶ କରିବେ ଯାହା ଭବିଷ୍ୟତରେ ଆପଣଙ୍କର ବହୁତ କାମରେ ଆସିବ । ଚାକିରି କରୁଥିବା ଲୋକମାନେ ସେମାନଙ୍କୁ ଦିଆଯାଇଥିବା କାମକୁ ଠିକ ସମୟରେ ସଂପୂର୍ଣ୍ଣ କରିବେ। ବ୍ୟବସାୟ କରୁଥିବା ଲୋକମାନେ, ସେମାନଙ୍କ ବ୍ୟବସାୟକୁ ଆଗକୁ ନେବା ପାଇଁ ଉଦ୍ୟମ କରୁଥିବା ଦେଖାଯିବ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନେ ଆହୁରି ଅଧିକ ପରିଶ୍ରମ କରିବା ଆବଶ୍ୟକ । ଘରେ ପୂଜା ଓ ପ୍ରବଚନର ଆୟୋଜନ ହେବ ।

ସିଂହ: ଯଦି ଆମେ ସିଂହ ରାଶିର ବ୍ୟକ୍ତିମାନଙ୍କ ବିଷୟରେ କଥା ହେବା, ତେବେ ଏହି ସପ୍ତାହରେ ଆପଣ ଶୁଭଫଳ ପାଇବେ । ଗୃହସ୍ଥ ଜୀବନରେ ସୁଖଶାନ୍ତି ଦେଖାଦେବ । ଆପଣ ନିଜର ଜୀବନସାଥୀଙ୍କ ଠାରୁ ସଂପୂର୍ଣ୍ଣ ସହାୟତା ପାଇବେ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ଆହୁରି ଭଲ ହେବ। ନିଜର ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ଆପଣ କରୁଥିବା ଉଦ୍ୟମଗୁଡିକ ସଫଳ ହେବ । ଚାକିରିରେ ପଦୋନ୍ନତି ହେବାର ସୁଯୋଗ ଆସିବ । ଚାକିରି ପରିବର୍ତ୍ତନ କରିବାର ସମ୍ଭାବନା ମଧ୍ୟ ଅଛି । ଆପଣ ନିଜର ଗୁରୁଜନମାନଙ୍କ ଠାରୁ ସମ୍ପତ୍ତି ଠୁଳ କରିବା ଉପାୟ ବିଷୟରେ ଶିଖିବେ । ପୂର୍ବ ପୁରୁଷଙ୍କ ବ୍ୟବସାୟରେ କିଛି ପରିବର୍ତ୍ତନ ହେବ, ଯେଉଁ କାରଣରୁ ବ୍ୟବସାୟରେ ଉନ୍ନତି ହେବ। ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କୁ ଆହୁରି କଠିନ ପରିଶ୍ରମ କରିବାକୁ ହେବ । ସ୍ଵାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେବ । ନିଜର ସ୍ୱଳ୍ପ ପରିଚିତମାନଙ୍କ ସହିତ ସନ୍ତାନମାନଙ୍କ ଉଚ୍ଚଶିକ୍ଷା ବିଷୟରେ ଆପଣ ଆଲୋଚନା କରୁଥିବା ଦେଖାଯିବେ । ଅବିବାହିତମାନଙ୍କ ମଧ୍ୟରେ ସଂପର୍କକୁ ନେଇ ଆଲୋଚନା ହେବାର ସମ୍ଭାବନା ଅଛି ।

କନ୍ୟା: ଜୀବନରେ ସୁଖ ଓ ଶାନ୍ତି ଦେଖାଦେବ । ପରିବାରରୁ ସାହାଯ୍ୟ ପାଇବେ । ଆପଣ ପରିବାର ସଦସ୍ୟମାନଙ୍କ ସହିତ କିଛି ସମୟ ବିତାଇବେ । ଯେଉଁଥିରୁ ଆପଣ ବହୁତ କିଛି ଶିଖିବେ । ଯାହା ଭବିଷ୍ୟତରେ ଆପଣଙ୍କର ବହୁତ କାମରେ ଆସିବ । ସନ୍ତାନମାନଙ୍କ ଭବିଷ୍ୟତ ପାଇଁ ଆପଣ ଅର୍ଥ ବିନିଯୋଗ କରିବେ। ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲ ହେବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ଚାକିରିରେ ପଦୋନ୍ନତି ପାଇବାର ଅନେକ ସୁଯୋଗ ପାଇବେ । ଆପଣ ବ୍ୟବସାୟରୁ ମଧ୍ୟ ଲାଭବାନ ହେବେ । ଜଣେ ଭଲ ଲୋକଙ୍କ ସାହାଯ୍ୟରେ ଆପଣଙ୍କର ଅଟକି ଥିବା କାମ ସଂପୂର୍ଣ୍ଣ ହେବ । ଅର୍ଥ ଆଗମନର ଆଭାସ ମିଳୁଛି । ଆପଣ ନିଜର ସନ୍ତାନମାନଙ୍କ ଠାରୁ ଭଲ ଖବର ପାଇବେ । ଘରୋଇ ଆବଶ୍ୟକତା ପାଇଁ ଆପଣ ବର୍ତ୍ତମାନ କିଛି କିଣାକିଣି କରିବେ । କିନ୍ତୁ ସମସ୍ତ ଖର୍ଚ୍ଚକୁ ମନରେ ରଖି ଏହି କାମ କଲେ ଉତ୍ତମ ହେବ । ଭାଇଙ୍କ ବାହାଘର ପାଇଁ ଦେଖାଦେଉଥିବା ବିଘ୍ନଗୁଡ଼ିକର ଅନ୍ତ ହେବ । ଆପଣ ନିଜର ଜୀବନସାଥୀଙ୍କ ସହିତ ଏକ ରୋମାଞ୍ଚକର ରାତ୍ରିଭୋଜନ କରିବେ ।

ତୁଳା: ତୁଳା ରାଶିର ବ୍ୟକ୍ତିମାନଙ୍କ ବିଷୟରେ କହିବାକୁ ଗଲେ ଏହି ସପ୍ତାହରେ ଆପଣ ଶୁଭଫଳ ପାଇବେ । ପ୍ରେମ ସମ୍ପର୍କରେ ପୂର୍ବଭଳି ମଧୁରତା ରହିବ । ଆପଣ ନିଜର ଜୀବନସାଥୀଙ୍କ ସହିତ ପ୍ରେମପୂର୍ଣ୍ଣ ମୁହୂର୍ତ୍ତଗୁଡିକୁ ଅତିବାହିତ କରିବେ । ପରିବାର ଲୋକେ ସହଯୋଗ କରିବେ। ସନ୍ତାନମାନଙ୍କର ଦାୟିତ୍ଵଗୁଡିକୁ ତୁଲାଇବେ। ଶିକ୍ଷା ଲାଭ କରିବା ପାଇଁ ବିଦ୍ୟାର୍ଥୀମାନେ ମଧ୍ୟ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାର ସମ୍ଭାବନା ଅଛି । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଚାକିରିରେ ପଦୋନ୍ନତି ହେବାର ସୁଯୋଗ ଆସିବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ଯଦି ଆପଣ ବର୍ତ୍ତମାନ ଖର୍ଚ୍ଚଗୁଡିକ ପାଇଁ ଗୋଟିଏ ବଜେଟ ପ୍ରସ୍ତୁତ କରନ୍ତି, ତେବେ ଏହା ଗୋଟିଏ ଉତ୍ତମ କାର୍ଯ୍ୟ ହେବ । ଆପଣ ହଠାତ କିଛି ଖର୍ଚ୍ଚର ସମ୍ମୁଖୀନ ହେବେ । ଜଣେ ଭଲ ଲୋକଙ୍କ ସହାୟତାରେ ଆପଣ ନିଜର ବାକି ଟଙ୍କା ମଧ୍ୟ ଫେରିପାଇବେ । ଆପଣ ନିଜ ପାଇଁ ଗୋଟିଏ ଗାଡି ମଧ୍ୟ କିଣିବାର ସମ୍ଭାବନା ଅଛି । ଆପଣଙ୍କର ଗୋଟିଏ ଘର କିମ୍ବା କିଛି ଜମି କିଣିବାର ଇଚ୍ଛା ପୂରଣ ହେବ ।

ବିଛା: ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବେ। ଗୁରୁଜନମାନେ ଆପଣଙ୍କୁ କିଛି ଅଧିକ ଦାୟିତ୍ଵ ଦେବେ । ଯେଉଁ କାରଣରୁ ଆପଣ ସାମାନ୍ୟ ଚିନ୍ତିତ ଦେଖାଯିବେ । ଆପଣ ନିଜର ପରିବାର ସହିତ କିଛି ଧାର୍ମିକ ସ୍ଥାନକୁ ବୁଲିଯିବା ପାଇଁ ଯୋଜନା ମଧ୍ୟ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ଅବନତି ଦେଖାଦେବ । ବିଦ୍ୟାର୍ଥୀମାନେ ଶିକ୍ଷା ପାଇଁ ବାହାରକୁ ଯିବାର ସମ୍ଭାବନା ଅଛି । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ସଫଳତା ପାଇବେ । ଅର୍ଥ ଆଗମନର ସଙ୍କେତ ମିଳୁଛି । ଆପଣ ବର୍ତ୍ତମାନ ନିଜର ବାକି ପଡିଥିବା ଟଙ୍କା ଫେରିପାଇବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟ କରୁଥିବା ଲୋକମାନେ ନୂଆ ଲୋକମାନଙ୍କ ସହିତ ଯୋଗାଯୋଗ କରିବେ । ଯାହା ବ୍ୟବସାୟକୁ ଆଗକୁ ନେବାରେ ସଫଳତା ପ୍ରଦାନ କରିବ । ଚାକିରି କ୍ଷେତ୍ରରେ ଆଗକୁ ବଢିବା ପାଇଁ ଆପଣ ସୁଯୋଗଗୁଡିଏ ପାଇବେ । ଘରେ ମାଙ୍ଗଳିକ କାର୍ଯ୍ୟକ୍ରମଗୁଡିକର ଆୟୋଜନ ହେବ । ନୂତନ ଅତିଥିଙ୍କ ଆଗମନ କାରଣରୁ ପରିବାରରେ ଖୁସିର ବାତାବରଣ ଦେଖାଦେବ ।

ଧନୁ: ପାରିବାରିକ ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ଭଲରେ କଟିବ । ଆର୍ଥିକ ପରିସ୍ଥିତିରେ ଉତଥାନ ପତନ ଦେଖାଦେବ । ଅଧିକ ଖର୍ଚ୍ଚ ହେଉଥିବା ଯୋଗୁଁ ଆପଣ ଚିନ୍ତିତ ଦେଖାଯିବେ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖର୍ଚ୍ଚଗୁଡିକ ମଧ୍ୟ ଅଧିକ ହେବାର ସମ୍ଭାବନା ଅଛି । ସନ୍ତାନମାନଙ୍କର ଶିକ୍ଷା ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ଲାଭ କରିବେ । ଚାକିରି କରୁଥିବା ଲୋକମାନଙ୍କର ପଦବୀ ଓ ସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟ କରୁଥିବା ଲୋକମାନେ ନୂଆ ଲୋକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବେ । ଯାହା ବ୍ୟବବସାୟକୁ ଆଗକୁ ସଫଳତା ପ୍ରଦାନ କରିବ । ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ଧ୍ୟାନ ସହକାରେ ଅଧ୍ୟୟନ କରିବେ । ଆପଣ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ମଧ୍ୟ ସଫଳତା ପାଇବେ । ଭାଇଙ୍କ ବାହାଘର ପାଇଁ ଦେଖାଦେଉଥିବା ବିଘ୍ନଗୁଡ଼ିକର ଅନ୍ତ ହେବ । ପୈତୃକ ସମ୍ପତ୍ତିରୁ ଆର୍ଥିକ ଲାଭ ହେବ । ଯଦି ଆପଣ ଜାଗାବାଡିରେ ଅର୍ଥ ନିବେଶ କରନ୍ତି, ତେବେ ଆପଣ ଏଥିରୁ ଲାଭବାନ ହେବେ ।

ମକର: ଯଦି ଆମେ ମକର ରାଶିର ଲୋକମାନଙ୍କ ବିଷୟରେ କଥା ହେବା, ତେବେ ଏହି ସପ୍ତାହରେ ସେମାନେ ଭଲ ଫଳ ପାଇବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବ । ଆପଣ ଓ ଆପଣଙ୍କର ଜୀବନସାଥୀଙ୍କ ମଧ୍ୟରେ ବହୁତ ଆକର୍ଷଣ ଦେଖିବାକୁ ମିଳିବ । ଆପଣଙ୍କ ସମ୍ପର୍କରେ ସ୍ନେହ ଓ ବିଶ୍ଵାସ ମଧ୍ୟ ଦେଖାଦେବ । ପ୍ରେମ ଜୀବନ ଅତିବାହିତ ଲୋକମାନେ ସେମାନଙ୍କର ସାଥିଙ୍କ ସହିତ ଏକ ରୋମାଞ୍ଚକର ରାତ୍ରିଭୋଜନ କରିବେ । ଆପଣମାନେ ପରସ୍ପରକୁ ଉପହାର ମଧ୍ୟ ଦେବେ । ଉଭୟଙ୍କ ମଧ୍ୟରେ ସ୍ନେହ ଓ ବିଶ୍ଵାସ ବୃଦ୍ଧି ପାଇବ ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ଆପଣ ଶୁଭ ଫଳ ପାଇବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବ । ପ୍ରତ୍ୟେକ ଲୋକ ଏକାଠି କାମ କରୁଥିବା ଦେଖାଯିବେ । ଭାଇଙ୍କ ବାହାଘର ପାଇଁ ଦେଖାଦେଉଥିବା ବିଘ୍ନଗୁଡ଼ିକର ଅନ୍ତ ହେବ । ଘରେ ମାଙ୍ଗଳିକ କାର୍ଯ୍ୟକ୍ରମଗୁଡିକ ଅନୁଷ୍ଠିତ ହେବ, ଯେଉଁଥି ପାଇଁ ସମସ୍ତେ ଆସିବେ ଓ ଯିବେ । ପରିବାରର ସମସ୍ତ ସଦସ୍ୟ ଏକତ୍ର ଭାବେ କିଣାକିଣି କରିବାକୁ ଯିବେ । ସମସ୍ତେ ପରସ୍ପର ବହୁତ ହସକୌତୁକ ହେବେ । ସ୍ୱାସ୍ଥ୍ୟରେ ଉନ୍ନତି ଅବନତି ଲାଗି ରହିବ । ଯଦି ଆପଣ ନିଜର ଦୈନନ୍ଦିନ କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରନ୍ତି, ତେବେ ଆପଣଙ୍କ ପାଇଁ ଭଲ ହେବ । ଚାକିରି କରୁଥିବା ଲୋକଙ୍କର ଏହି ସପ୍ତାହଟି ଭଲରେ କଟିବ । ଚାକିରିରେ ଉନ୍ନତି ହେବାର ଅନେକ ସମ୍ଭାବନା ଅଛି । ଖର୍ଚ୍ଚ ବୃଦ୍ଧି ପାଇବ। ଏହି ସପ୍ତାହରେ ଆପଣ ଜାଗାବାଡି କ୍ଷେତ୍ରରେ ନିବେଶ କରିବା ପାଇଁ ଚିନ୍ତା କରିବେ । ବ୍ୟବସାୟ କରୁଥିବା ଲୋକମାନେ ମନ ମୁତାବକ ଲାଭ ପାଇବେ, ଯାହାଦ୍ଵାରା ସେମାନଙ୍କର ଆର୍ଥିକ ଅବସ୍ଥା ଦୃଢ ହେବ । ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ/ଯୁବତୀମାନେ ସଫଳତା ପାଇବେ ।

ମୀନ: ମୀନ ରାଶିର ବ୍ୟକ୍ତିମାନଙ୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ଆପଣ ଅତ୍ୟନ୍ତ ଶୁଭଫଳ ପାଇବେ । ଗୃହସ୍ଥ ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବ। ନିଜର ଜୀବନସାଥୀଙ୍କ ସହିତ ପ୍ରେମପୂର୍ଣ୍ଣ ମୁହୂର୍ତ୍ତଗୁଡିକ ଅତିବାହିତ କରିବେ । ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ବ୍ୟବସାୟରେ ନୂତନ ଯୋଗାଯୋଗ ସ୍ଥାପନ ହେବ, ଯାହା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରିବ । ଚାକିରି କରୁଥିବା ଲୋକମାନେ ଗୋଟିଏ ନୂଆ ଚାକିରି ପାଇଁ ଡାକରା ପାଇବେ, ଯେଉଁଥିରେ ସେ ଅଧିକ ଆୟ ଏବଂ ଉଚ୍ଚ ପଦବୀ ପାଇବେ । ଆପଣ ନିଜ ପାଇଁ ତଥା ପରିବାର ପାଇଁ କିଛି ଜରୁରୀ ଜିନିଷ କ୍ରୟ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଉତ୍ତମ ଅଟେ । ସରକାରୀ ଚାକିରି ପାଇଁ ଯେଉଁମାନେ ପ୍ରସ୍ତୁତ ହେଉଥିଲେ, ସେମାନେ ସଫଳତା ପାଇବେ । ଘର ପାଇଁ ଗୋଟିଏ ପ୍ଲଟ କ୍ରୟ କରିବାର ଇଚ୍ଛା ପୂରଣ ହେବ । ପୂର୍ବାପେକ୍ଷା ସ୍ଵାସ୍ଥ୍ୟରେ ଉନ୍ନତି ହେବ । ଘରେ ଭଜନ-କିର୍ତ୍ତନ ଇତ୍ୟାଦି ଆୟୋଜିତ ହେବ, ଯେଉଁଥିରେ ସମସ୍ତଙ୍କର ଯିବା ଆସିବା ଲାଗିବ, ଆପଣଙ୍କୁ କଥାବାର୍ତ୍ତାରେ ମଧୁରତା ବଜାୟ ରଖିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.