ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

author img

By ETV Bharat Odisha Team

Published : Feb 25, 2024, 9:52 AM IST

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କ'ଣ ଘଟିବ ଆପଣ ସହ ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

Horoscope
Horoscope

ମେଷ: ବ୍ୟବସାୟ କରୁଥିବା ଲୋକମାନେ ଏହି ସପ୍ତାହରେ ସେମାନଙ୍କ ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ବ୍ୟବସାୟ ସମ୍ବନ୍ଧିତ ଭ୍ରମଣରେ ଯିବା ପାଇଁ ମଧ୍ୟ ଅନେକ ସୁଯୋଗ ଅଛି । ଚାକିରିରେ ପଦୋନ୍ନତି ହେବ । ବିବାହିତ ଲୋକମାନେ ସେମାନଙ୍କ ବୈବାହିକ ଜୀବନ ଉପରେ ଧ୍ୟାନ ଦେବା ଆବଶ୍ୟକ । କାହାର କଥା ଯୋଗୁଁ ସମ୍ପର୍କରେ ଦ୍ଵନ୍ଦ୍ଵ ସୃଷ୍ଟି ହେବାର ସମ୍ଭାବନା ଅଛି । ଆପଣଙ୍କ ପ୍ରେମ ଜୀବନ ଭଲରେ କଟିବ କିନ୍ତୁ ଦ୍ଵନ୍ଦ୍ଵକୁ ପ୍ରଶୟ ଦିଅନ୍ତୁ ନାହିଁ । ସେୟାର ବଜାରରେ ନିବେଶ କରିବା ପାଇଁ ଏହି ସପ୍ତାହ ଅତି ଉତ୍ତମ ଅଟେ । ଯଦି ଆପଣ ନିଜ ପାଇଁ ଏକ ଘର ଚାହୁଁଛନ୍ତି, ତେବେ ତାହା ଆପଣ କରିପାରିବେ । ଆପଣଙ୍କର ପଡି ରହିଥିବା କାମ ବର୍ତ୍ତମାନ ସଂପୂର୍ଣ୍ଣ ହେବ । ଆପଣ ପରିବାର ଲୋକଙ୍କର ସାହାଯ୍ୟ ପାଇବେ । ଏହି ସପ୍ତାହରେ ଆପଣଙ୍କୁ ପରିବାରର ବହୁତ ଦାୟିତ୍ଵ ଦିଆଯାଇପାରେ । ଆପଣ ନିଜର ପରିବାର ସଦସ୍ୟମାନଙ୍କ ସହିତ ସପିଙ୍ଗ ମଲ୍ ଏବଂ ବଣଭୋଜି କରିବା ପାଇଁ ଯିବେ, ଯେଉଁଠାରେ ସମସ୍ତେ ବହୁତ ଖୁସି ଦେଖାଯିବେ । ଅବିବାହିତମାନଙ୍କର ବିବାହ ବିଷୟରେ କଥାବାର୍ତ୍ତା ହେବାର ସମ୍ଭାବନା ଅଛି ।

ବୃଷ: ବୃଷ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହ ଶୁଭ ହେବ । ବୈବାହିକ ଜୀବନରେ ସୁଖ ଓ ଶାନ୍ତି ଦେଖାଦେବ । ଆପଣ ନିଜର ଜୀବନସାଥୀଙ୍କ ସହିତ ଗୋଟିଏ ସ୍ଥାନକୁ ବୁଲିଯିବାର ସମ୍ଭାବନା ଅଛି । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ଅସ୍ଥିରମନ ହେବେ, ଯାହା ସେମାନଙ୍କ ପାଇଁ ଭଲ ହେବ ନାହିଁ । ଶିକ୍ଷା କ୍ଷେତ୍ରରେ ଆପଣ ସମୟକୁ କେବଳ ଅଧ୍ୟୟନ ପାଇଁ ନୁହେଁ ବରଂ ସାମାଜିକ କାମରେ ମଧ୍ୟ ଲଗାଇବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ବିଦେଶରେ ଶିକ୍ଷା ଲାଭ କରିବା ପାଇଁ ଆପଣ ଅନେକ ସୁଯୋଗ ଲାଭ କରିବେ । ଚାକିରି କରୁଥିବା ଲୋକମାନେ ସେମାନଙ୍କ କାମକୁ ନେଇ ଖୁସି ଥିବା ଦେଖାଯିବେ । ବ୍ୟବସାୟ କରୁଥିବା ଲୋକମାନେ ଅନେକ ନୂଆ ଲୋକଙ୍କ ସମ୍ପର୍କରେ ଆସିବେ, ଯାହାଦ୍ଵାରା ସେମାନେ ଲାଭବାନ ହେବା ସହିତ ସେମାନଙ୍କର ଆର୍ଥିକ ଅବସ୍ଥା ସୁଦୃଢ ହେବ । ଆପଣ ଯାହା ନିବେଶ କରନ୍ତୁ ନା କାହିଁକି, ଯଦି ଆପଣ କାହା ସହିତ ପରାମର୍ଶ କରନ୍ତି, ତେବେ ଏହି କାର୍ଯ୍ୟ ଭଲ ହେବ । ସ୍ଵାସ୍ଥ୍ୟର ବିଶେଷରୂପେ ଯତ୍ନ ନିଅନ୍ତୁ । ଆପଣଙ୍କ ଉପରେ ପରିବାରର ଦାୟିତ୍ଵ ଗୁଡିକ ବଢିବାର ସମ୍ଭାବନା ଅଛି । ଆପଣ ନିଜ ମା’ଙ୍କର ସାନ୍ନିଧ୍ୟ ପାଇବେ ।

ମିଥୁନ: ମିଥୁନ ରାଶି ଥିବା ଲୋକମାନେ ଏହି ସପ୍ତାହରେ ସେମାନଙ୍କ ଜୀବନରେ କିଛି ଉତଥାନ ପତନ ଅନୁଭବ କରିବେ । ଅନ୍ୟ ଲୋକଙ୍କ କାରଣରୁ ପ୍ରେମ ସମ୍ପର୍କରେ ଦ୍ଵନ୍ଦ୍ଵ ଦେଖାଦେବାର ସମ୍ଭାବନା ଅଛି । ପରିବାର ଲୋକଙ୍କର ସହଯୋଗ ପାଇବେ । ଘରେ ପୂଜା, ହୋମ ଇତ୍ୟାଦି ଆୟୋଜନ ହେବ, ଯେଉଁଥିରେ ଲୋକଙ୍କର ଯିବା ଆସିବା ହେବ ଏବଂ ଆପଣଙ୍କୁ ନିଜ କଥାରେ ମଧୁରତା ବଜାୟ ରଖିବାକୁ ପଡିବ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ସଂପୂର୍ଣ୍ଣ ମନଯୋଗ ସହକାରେ ଆପଣଙ୍କୁ ନିଜର ଅଧ୍ୟୟନ କରିବାକୁ ପଡିବ । ଏହି ସପ୍ତାହରେ ଆପଣଙ୍କୁ ଅତ୍ୟନ୍ତ ବିଜ୍ଞତାର ସହ ଅର୍ଥ ସମ୍ବନ୍ଧିତ କାରବାର କରିବାକୁ ପଡିବ । ନିଜର ସନ୍ତାନମାନଙ୍କ ପାଇଁ ମଧ୍ୟ ଆପଣ ପ୍ରଚୁର ଅର୍ଥ ବ୍ୟୟ କରିବେ । ଆର୍ଥିକ ଅବସ୍ଥା ଭଲ ରହିବ । ଆପଣ ନୂଆ କାମ ପାଇବେ, ଯାହା ଦ୍ଵାରା ଆପଣଙ୍କର ଆୟ ବୃଦ୍ଧି ହେବ । ସ୍ଵାସ୍ଥ୍ୟରେ ଉତଥାନ ପତନ ଦେଖାଦେବ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା ହେବା ବେଳେ କଥାରେ ମଧୁରତା ବଜାୟ ରଖିବାକୁ ପଡିବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟ ସମ୍ବନ୍ଧିତ ଭ୍ରମଣରେ ଯିବେ, ଯାହା ଦ୍ଵାରା ଆପଣଙ୍କର ଏକ ନୂତନ ପରିଚୟ ସୃଷ୍ଟି ହେବ ।

କର୍କଟ: କର୍କଟ ରାଶିର ଲୋକମାନେ ଏହି ସପ୍ତାହରେ ସେମାନଙ୍କ ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ । ପରିବାର ଲୋକଙ୍କର ସହଯୋଗ ପାଇବେ । ଏହି ସମୟରେ ଆପଣ ପରିବାର ସହିତ ସମୟ ବିତାଇବେ ଏବଂ ଅର୍ଥ ସଞ୍ଚୟ ବିଷୟରେ ଜାଣିବେ, ଯାହା ଦ୍ଵାରା ଆପଣ ଭବିଷ୍ୟତରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ଆହୁରି ଭଲରେ କଟିବ । ଅବିବାହିତ ଲୋକମାନଙ୍କ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ବ୍ୟବସାୟ କରୁଥିବା ଲୋକମାନେ କିଛି ନୂଆ ଯୋଗାଯୋଗ ପାଇବେ, ଯେଉଁଥିରୁ ସେମାନେ ଲାଭବାନ ହେବେ । ସେମାନଙ୍କର ଆର୍ଥିକ ଅବସ୍ଥା ସୁଦୃଢ ହେବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ବରିଷ୍ଠ ଅଧିକାରୀମାନଙ୍କ ପ୍ରଶଂସାର ପାତ୍ର ହେବେ । ପୂର୍ବାପେକ୍ଷା ସ୍ଵାସ୍ଥ୍ୟରେ ସୁଧାର ଆସିବ । ଆପଣଙ୍କର ଆର୍ଥିକ ଆବସ୍ଥା ଆଗ ଅପେକ୍ଷା ବହୁତ ଭଲ ହେବ । ପରିବାରର ସମସ୍ତ ସଦସ୍ୟ ଏକ ତୀର୍ଥ ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ । ଘରର ସାଜସଜା ପାଇଁ ଆପଣ ପ୍ରଚୁର ବ୍ୟୟ କରିବେ । ପିଲାମାନଙ୍କର ଶିକ୍ଷା ପାଇଁ ମଧ୍ୟ ପ୍ରଚୁର ଅର୍ଥ ବ୍ୟୟ ହେବ ।

ସିଂହ: ଏହି ସପ୍ତାହରେ ସିଂହ ରାଶିର ଲୋକମାନେ ମିଶ୍ରିତ ଫଳ ପାଇବେ । ବିଦ୍ୟାର୍ଥୀମାନେ ସେମାନଙ୍କ ଅଧ୍ୟୟନ ଉପରେ କମ ଧ୍ୟାନ ଦେବେ, ଯେଉଁ କାରଣରୁ ସେମାନେ ବାଞ୍ଛିତ ଫଳ ପାଇବେ ନାହିଁ । ଉଚ୍ଚଶିକ୍ଷା ପାଇଁ ସମୟ ଶୁଭ ଅଟେ । ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ/ଯୁବତୀମାନଙ୍କର କଠିନ ପରିଶ୍ରମ ସଫଳ ହେବ । ବୈବାହିକ ଜୀବନରେ ସମନ୍ଵୟ ରକ୍ଷା କରନ୍ତୁ । ନିଜର ସାଥିଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ, କୌଣସି ପୁରୁଣା ଆକ୍ରୋଶର ସମାଧାନ କରନ୍ତୁ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ନିଜ ଜୀବନରେ ଅହଂଭାବକୁ ସ୍ଥାନ ଦିଅନ୍ତୁ ନାହିଁ । ସ୍ଵାସ୍ଥ୍ୟରେ ଉତଥାନ ପତନ ଦେଖାଦେବ । ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କ ବ୍ୟବସାୟକୁ ଆଗକୁ ନେବା ପାଇଁ ବନ୍ଧୁ ଓ ସହକର୍ମୀମାନଙ୍କର ସାହାଯ୍ୟ ନେବେ । ଆପଣ କିଛି ନୂଆ ଯୋଗାଯୋଗ ପାଇବେ । ଆର୍ଥିକ ଅବସ୍ଥା ପୂର୍ବଭଳି ଦୃଢ ରହିବ । ଖର୍ଚ୍ଚ ପୂର୍ବ ଭଳି ଅଧିକ ହେବ । ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ବାବଦରେ ମଧ୍ୟ ଖର୍ଚ୍ଚ କରିବାକୁ ପଡିପାରେ । ନିଜ ପରିବାରର ଆବଶ୍ୟକତା ପାଇଁ ଆପଣ କିଛି କିଣାକିଣି କରିବେ ।

କନ୍ୟା: ଯଦି ଆମେ କନ୍ୟା ରାଶିର ଲୋକଙ୍କ ବିଷୟରେ କଥାହେବା, ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ପ୍ରେମ ସମ୍ପର୍କରେ ପୂର୍ବ ଭଳି ମଧୁରତା ରହିବ । ଆପଣ ନିଜର ପ୍ରେମିକ/ପ୍ରେମିକାଙ୍କୁ ନିଜର ପରିବାର ଲୋକଙ୍କ ସହିତ ମଧ୍ୟ ପରିଚିତ କରାଇବେ । ଆପଣଙ୍କ ବୈବାହିକ ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହେବ । ଆପଣ ନିଜର ପରିବାର ସଦସ୍ୟମାନଙ୍କ ସହିତ କୌଣସି ଏକ ତୀର୍ଥ ସ୍ଥାନକୁ ମଧ୍ୟ ବୁଲିଯିବେ, ଯେଉଁଠାରେ ସମସ୍ତେ ଅତ୍ୟନ୍ତ ଖୁସି ଥିବା ଦେଖାଯିବେ । ଏହି ସପ୍ତାହରେ ଆପଣ ବହୁତ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଯଦି ଆପଣ କିଛି ଜମି କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହି ସପ୍ତାହ ସେହି କାର୍ଯ୍ୟ ପାଇଁ ଶୁଭ ହେବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଯଦି ଆପଣ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାନ୍ତି, ତେବେ ଆପଣଙ୍କୁ ପୂର୍ବାପେକ୍ଷା ଆହୁରି କଠିନ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କ ବ୍ୟବସାୟକୁ ବିସ୍ତାର କରିବାରେ ସଫଳତା ପାଇବେ । ଚାକିରି କରୁଥିବା ଲୋକମାନେ, ଚାକିରିରେ ଅଦୋନ୍ନତି ପାଇବା ପାଇଁ ଅନେକ ସୁଯୋଗ ପାଇବେ । ଆପଣଙ୍କୁ ବରିଷ୍ଠ ଅଧିକାରୀ ଏବଂ ଅଧସ୍ଥନ କର୍ମଚାରୀମାନେ ସହଯୋଗ କରିବେ । ଅବିବାହିତମାନଙ୍କ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିବ ।

ତୁଳା: ତୁଳା ରାଶିର ଲୋକମାନେ ଏହି ସପ୍ତାହରେ ସେମାନଙ୍କର ବାକି ପଡିଥିବା କାମକୁ ସଂପୂର୍ଣ୍ଣ କରିବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣ ନିଜର ଜୀବନସାଥୀଙ୍କୁ କିଛି ନୂଆ କାମ ଆରମ୍ଭ କରିବାରେ ସାହାଯ୍ୟ କରିବାର ସମ୍ଭାବନା ଅଛି । ଆପଣଙ୍କ ବ୍ୟବସାୟରେ ବାପା ଅର୍ଥ ବ୍ୟୟ କରିବେ । ଆର୍ଥିକ ପରିସ୍ଥିତି କ୍ରମଶଃ ଦୃଢ ହେବ । ଜଣେ ବିଶେଷ ବ୍ୟକ୍ତିଙ୍କ ସହାୟତାରେ ଆପଣ ନିଜର ବାକିଆ ଅର୍ଥ ମଧ୍ୟ ଫେରିପାଇବେ । ନୂଆ ଲୋକମାନଙ୍କ ସହିତ ଯୋଗାଯୋଗ ହେବ । ଆପଣ ନିଜର ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ଆପଣ କରିଥିବା କାମର ପ୍ରଶଂସା ହେବ । ପରିବାର ଲୋକଙ୍କର ସହାୟତା ମିଳିବ । ଆପଣ ନିଜର ଜୀବନସାଥିଙ୍କ ସହିତ କଟାଉଥିବା ମୁହୂର୍ତ୍ତଗୁଡିକ ପ୍ରେମପୂର୍ଣ୍ଣ ହେବ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ଭଲରେ କଟିବ କିନ୍ତୁ ଅନ୍ୟ ଜଣଙ୍କର ହସ୍ତକ୍ଷେପ ହେତୁ ଆପଣଙ୍କ ଜୀବନରେ ଦ୍ଵନ୍ଦ୍ଵ ଉପୁଜିପାରେ ସତର୍କ ରୁହନ୍ତୁ । ଆପଣ ଚାକିରି କ୍ଷେତ୍ରରେ ଅଗ୍ରଗତି କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଆପଣ ସେୟାର ବଜାରରେ ଦୀର୍ଘକାଳୀନ ନିବେଶ କରିପାରନ୍ତି । ନୂଆ ଗାଡି ବାବଦରେ ବହୁତ ଅର୍ଥ ବ୍ୟୟ ହେବ ।

ବିଛା: ବିଛା ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହ ବହୁତ ଭଲରେ କଟିବ । ବୈବାହିକ ଜୀବନରେ ସୁଖ ଓ ଶାନ୍ତି ଦେଖାଯିବ । ଅବିବାହିତ ଲୋକମାନେ ସେମାନଙ୍କ ପସନ୍ଦର ଜୀବନସାଥୀ ପାଇବେ । ପ୍ରେମ ଜୀବନରେ ପୁରୁଣା ସାଥି ଫେରିଆସିବେ, ଯାହା ଦ୍ଵାରା ଜୀବନରେ ପ୍ରେମର ସୁଅ ଛୁଟିବ । ପାଣିପାଗ ପରିବର୍ତ୍ତନ କାରଣରୁ ସ୍ଵାସ୍ଥ୍ୟରେ ଉନ୍ନତି ଅବନତି ଦେଖାଦେବ । ଆର୍ଥିକ ଅବସ୍ଥା ପୂର୍ବ ଭଳି ସୁଦୃଢ ରହିବ । ଦୀର୍ଘକାଳୀନ ନିବେଶ କାଇବାର ସମ୍ଭାବନା ଅଛି । ବ୍ୟବସାୟ ପାଇଁ ବିଶେଷରୁ ଅନେକ ନୂଆ ଯୋଗାଯୋଗ ପ୍ରାପ୍ତ ହେବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ପୁରୁଣା ଚାକିରିରେ ତିଷ୍ଠି ରହିବା ସେମାଙ୍କ ପାଇଁ ଉତ୍ତମ ହେବ । ଏକ ନୂଆ ଚାକିରିର ଅଫର ମଧ୍ୟ ଆସିପାରେ । ଏହି ସପ୍ତାହରେ ଆପଣ ନିଜ ଉପରେ ମଧ୍ୟ ଏକ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ଅଛି । ଆପଣ ଜମି କିଣିବାର ସମ୍ଭାବନା ମଧ୍ୟ ଅଛି । ପରିବାରର ସମସ୍ତ ଲୋକେ ଏକତ୍ର କାମ କରୁଥିବା ଦେଖାଯିବେ। ମାନସିକ ଶାନ୍ତି ପାଇଁ ଆପଣ କିଛି ସମୟ ଧାର୍ମିକ କାର୍ଯ୍ୟରେ ଅତିବାହିତ କରିବେ । ଘରକୁ ଜଣେ ନୂଆ ଅତିଥିଙ୍କର ଆଗମନ ହେବ, ଯାହା ଦ୍ଵାରା ପରିବାରରେ ଏକ ଆନନ୍ଦର ବାତାବରଣ ସୃଷ୍ଟି ହେବ ।

ଧନୁ: ଧନୁ ରାଶିର ଲୋକମାନେ ଏହି ସପ୍ତାହରେ କିଛି ଭଲ ଖବର ଶୁଣି ଅତ୍ୟନ୍ତ ଆନନ୍ଦିତ ହେବେ । ପରିବାରରେ ଏକ ଆନନ୍ଦମୟ ବାତାବରଣ ମଧ୍ୟ ସୃଷ୍ଟି ହେବ । ସନ୍ଧ୍ୟା ସମୟରେ ଆପଣଙ୍କ ଘର ଅତିଥିମାନଙ୍କ ଦ୍ଵାରା ଭରିଯିବ । ଜଣେ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ପୁରୁଣା ସ୍ମୃତି ସବୁ ମନେ ପଡିଯିବ । ଅବିବାହିତ ଲୋକମାନଙ୍କର ବିବାହ ପ୍ରସ୍ତାବକୁ ସ୍ଵୀକୃତି ମିଳିବ । ମାଙ୍ଗଳିକ କାର୍ଯ୍ୟକ୍ରମଗୁଡିକର ଆୟୋଜନ ହେବ । ଆପଣ ଭାଇ ଭଉଣୀମାନଙ୍କର ସହଯୋଗ ପାଇବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ରହିବ । ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ରହିବ । ଆପଣଙ୍କୁ ଗୋଟିଏ ନୂଆ ଚାକିରିର ଅଫର ମଧ୍ୟ ମିଳିବ । ବେକାରୀ ଥିବା ଲୋକମାନେ ମଧ୍ୟ ଭଲ ଚାକିରି ପାଇବେ । ଆପଣ ନିଜର ଜୀବନସାଥିଙ୍କ ସହିତ କଟାଉଥିବା ମୁହୂର୍ତ୍ତଗୁଡିକ ପ୍ରେମପୁର୍ଣ୍ଣ ହେବ । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟରେ ନୂଆ ପଦ୍ଧତିଗୁଡିକୁ ଆପଣେଇବେ । ସେୟାର ବଜାରରେ ନିବେଶ କରିବା ପାଇଁ ଏହି ସମୟ ଅନୁକୂଳ ନୁହେଁ । ଏହି ସପ୍ତାହରେ ଆପଣ ଏକ ମୋଟା ଅଙ୍କର ଅର୍ଥ ସଞ୍ଚୟ କରିବାରେ ସକ୍ଷମ ହେବେ କାରଣ ଆପଣ ଅଯଥାରେ ଇଆଡେ ସିଆଡେ ଅର୍ଥ ଖର୍ଚ୍ଚ କରିବେ ନାହିଁ ।

ମକର: ବିବାହିତ ଲୋକମାନେ ନିଜ ଜୀବନସାଥୀଙ୍କ ସହିତ ସମୟ କଟାଇବା ପାଇଁ ବାହାରକୁ ବୁଲି ଯିବାର ସମ୍ଭାବନା ଅଛି । ଏହି ସମୟରେ ଆପଣମାନେ ପରସ୍ପର ସାମ୍ନାରେ ନିଜର ଭାବନା ଗୁଡିକୁ ବ୍ୟକ୍ତ କରିବା ପାଇଁ ସମୟ ବାହାର କରିବେ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ କାମରେ ବ୍ୟସ୍ତ ରହୁଥିବା କାରଣରୁ ସେମାନଙ୍କ ସାଥିଙ୍କ ଉପରେ ଧ୍ୟାନ ଦେବାରେ ସକ୍ଷମ ହେବେ ନାହିଁ । ଯାହା ଦ୍ଵାରା ଆପଣଙ୍କ ସମ୍ପର୍କରେ ରୋମାଞ୍ଚ ରହିବ ନାହିଁ । ତେଣୁ ଆପଣମାନଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି ହୋଇପାରେ ଏବଂ ଆପଣଙ୍କ ସମ୍ପର୍କରେ ତିକ୍ତତା ଦେଖାଦେବ । ଯଦି ଉଭୟ ସ୍ଥାନ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଏ, ତେବେ ବହୁତ ଭଲ ହେବ ।

କୁମ୍ଭ: କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହ ଉର୍ଜାରେ ପରିପୂର୍ଣ୍ଣ ହେବ । ନିଜର ବାକି ଥିବା କାମକୁ ଆପଣ ପୂର୍ବାପେକ୍ଷା କମ ସମୟରେ ସଂପୂର୍ଣ୍ଣ କରିବେ । ଆପଣ ସରକାରୀ ଯୋଜନାଗୁଡିକରୁ ଲାଭବାନ ହେବେ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଭଲ ହେବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ବରିଷ୍ଠ ଅଧିକାରୀମାନଙ୍କ ଦ୍ଵାରା ପ୍ରଶଂସିତ ହେବେ । ଆପଣ ନିଜର ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ଅବିବାହିତ ଲୋକମାନେ ସେମାନଙ୍କ ପସନ୍ଦର ଜୀବନସାଥୀ ପାଇବେ । ବିବାହିତ ଲୋକମାନେ ସେମାନଙ୍କ ମଧ୍ୟରେ ଥିବା ପୁରୁଣା ତିକ୍ତତାକୁ ଭୁଲିଯିବେ ଏବଂ ଜୀବନରେ ଆଗକୁ ବଢିବେ । ପିଲାମାନଙ୍କ ଭବିଷ୍ୟତ ପାଇଁ ନିବେଶ କରିବେ । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ କିଛି ମାତ୍ରାରେ ସଫଳତା ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ/ଯୁବତୀମାନେ କଥିବ ପରିଶ୍ରମ ବଳରେ ସଫଳତା ପାଇବେ । ଜମି ଓ ସେୟାର ବଜାରରେ ନିବେଶ କରିବା ପାଇଁ ଏହି ସପ୍ତାହ ଉତ୍ତମ ଅଟେ । ଆପଣ ନିଜ ପାଇଁ ମଧ୍ୟ କିଛି ଜିନିଷ କିଣିବାର ସମ୍ଭାବନା ଅଛି । ଯଦି ଗୋଟିଏ ଋଣ କରିବାକୁ ଚାହାଁନ୍ତି, ତେବେ ତାହା ସହଜରେ ମିଳିଯିବ ।

ମୀନ: ପ୍ରେମ ସମ୍ପର୍କ ପାଇଁ ଏହି ସପ୍ତାହ ଆନନ୍ଦରେ ପରିପୂର୍ଣ୍ଣ ହେବ । ଯଦି ଆପଣଙ୍କ ପ୍ରେମିକ/ପ୍ରେମିକା ପାଇଁ କୌଣସି ପ୍ରକାରରେ ସ୍ନେହ କମ ହୋଇଥିଲା, ତେବେ ଆପଣ ତାହାର ଅନ୍ତ କରିବେ ଏବଂ ଆଗକୁ ବଢିବେ । ଅବିବାହିତ ଲୋକମାନଙ୍କର ବିବାହ ପ୍ରସ୍ତାବକୁ ସ୍ଵୀକୃତି ମିଳିବ । ମାଙ୍ଗଳିକ କାର୍ଯ୍ୟକ୍ରମ ଗୁଡିକର ଆୟୋଜନ ହେବ । ପରିବାର ସଦସ୍ୟମାନଙ୍କ ସହିତ କୌଣସି ଏକ ତୀର୍ଥ ସ୍ଥାନକୁ ବୁଲି ଯିବା ପାଇଁ ଯୋଜନା କରିବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନକୁ ଆନନ୍ଦ ସହକାରେ ଓ ଶାନ୍ତିରେ ଅତିବାହିତ କରିବେ । ଏହି ସପ୍ତାହରେ ଆପଣଙ୍କର ଅନେକ ଅଯଥା ଖର୍ଚ୍ଚ ହେବ । ଆୟରେ ବୃଦ୍ଧି ଜାରି ରହିବ । ଯଦି ଆପଣ ଗୋଟିଏ ଜାଗା କିଣିବା ପାଇଁ ଗୋଟିଏ ଋଣ କରିବାକୁ ଚାହାଁନ୍ତି, ତେବେ ତାହା ଆପଣଙ୍କୁ ସହଜରେ ମିଳିଯିବ । ସେୟାର ବଜାରରେ ନିବେଶ କରିବା ପାଇଁ ସମୟ ଅନୁକୂଳ ଅଟେ । ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଏହି ସମୟ ଅନୁକୂଳ ଅଟେ । ବ୍ୟବସାୟ କରୁଥିବା ଲୋକମାନେ ଅନେକ ନୂଆ ସୁଯୋଗ ପାଇବେ, ଯେଉଁ କାରଣରୁ ଆପଣଙ୍କ ବ୍ୟବସାୟ ଉନ୍ନତି କରିବ । ଆପଣ ନିଜର ପ୍ରତିଷ୍ଠାକୁ ଚତୁର୍ଦିଗରେ ବିସ୍ତାର କରିବାରେ ସଫଳ ହେବେ । ଆପଣଙ୍କ ସ୍ଵାସ୍ଥ୍ୟରେ ପୂର୍ବାପେକ୍ଷା ବହୁତ ଉନ୍ନତି ଦେଖାଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.