ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ - Weekly Horoscope

author img

By ETV Bharat Odisha Team

Published : Mar 24, 2024, 6:54 AM IST

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କ'ଣ ଘଟିବ ଆପଣ ସହ ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

Horoscope
Horoscope

ମେଷ: ଏହି ସପ୍ତାହରେ ଆପଣ ନିଜ କ୍ୟାରିଅରକୁ ନେଇ ବହୁତ ବ୍ୟସ୍ତ ରହିବେ । ଚାକିରି କରୁଥିବା ଲୋକମାନେ ନୂଆ ଚାକିରି ପାଇଁ ଅନେକ ଅଫର୍ ପାଇବେ କିନ୍ତୁ ପୁରୁଣା ଚାକିରିରେ କାମ ଜାରି ରଖିବା ଆପଣଙ୍କ ପାଇଁ ବହୁତ ଭଲ ହେବ । ଆପଣ ସହଭାଗିତାରେ କରୁଥିବା ବ୍ୟବସାୟରୁ ଲାଭବାନ ହେବେ । ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ପ୍ରେମ ସମ୍ପର୍କ ପାଇଁ ସମୟ ଶୁଭ ଅଟେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଆପଣ ନିଜର ଜୀବନସାଥୀଙ୍କ ସହିତ କୌଣସି ଏକ ସ୍ଥାନକୁ ବୁଲି ଯିବା ପାଇଁ ଯୋଜନା କରିବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ନିଜର କିଛି ବଦଭ୍ୟାସ କାରଣରୁ ଆପଣ କିଛି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଆପଣ ପୂର୍ବରୁ କରିଥିବା ବିନିଯୋଗରୁ ସଂପୂର୍ଣ୍ଣ ଲାଭ ପାଇବେ । ଆପଣଙ୍କର ଆୟ ପୂର୍ବାପେକ୍ଷା ବହୁତ ଭଲ ହେବ। ଆର୍ଥିକ ଅବସ୍ଥା ପୂର୍ବ ଭଳି ଦୃଢ ରହିବ । ଆପଣ ନିଜର ଖର୍ଚ୍ଚଗୁଡିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ । ନୂତନ ଭାବେ କୌଣସି ସ୍ଥାନରେ ଅର୍ଥ ବିନିଯୋଗ କରିବା ପୂର୍ବରୁ କାହା ସହିତ ପରାମର୍ଶ କରନ୍ତୁ ।

ବୃଷ: ଏହି ସପ୍ତାହରେ ବିଦ୍ୟାର୍ଥୀମାନେ ମିଶ୍ରିତ ଫଳ ପାଇବେ । ଆପଣଙ୍କର କିଛି ବନ୍ଧୁ ଆପଣଙ୍କ ଧ୍ୟାନକୁ ମାର୍ଗହରା କରିବା ପାଇଁ ଚେଷ୍ଟା କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଜୀବନରେ ଉତଥାନ ପତନ ଦେଖାଦେବ । ପ୍ରେମରେ ଥିବା ବ୍ୟକ୍ତିମାନେ ସେମାନଙ୍କ ଭାବନାକୁ ନିଜ ପ୍ରେମିକ/ପ୍ରେମିକାଙ୍କ ନିକଟରେ ପ୍ରକାଶ କରିବେ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ବ୍ୟବସାୟ କରୁଥିବା ଲୋକମାନେ ଅନେକ ନୂଆ ସୁଯୋଗ ପାଇବେ । ଚାକିରି କରୁଥିବା ଲୋକମାନେ ବରିଷ୍ଠ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଉନ୍ନତି କରିବା ପାଇଁ ଅନେକ ସୁଯୋଗ ମିଳିବ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଗୋଟିଏ ପାର୍ଟିରେ ଯୋଗ ଦେବା ପାଇଁ ସମସ୍ତେ ଏକାଠି ହେବେ, ଯେଉଁଠାରେ ସମସ୍ତେ ପରସ୍ପର ସହିତ ଭେଟାଭେଟି ହେବେ । ପରିବାର ଠାରୁ ଦୂରରେ ରହି କାମ କରୁଥିବା ଲୋକମାନେ ସେମାନଙ୍କ ପରିବାରକୁ ମନେ ପକାଇବେ । ଜଣେ ଦୂର ସଂପର୍କୀୟଙ୍କ ଠାରୁ ଆପଣ ଶୁଭ ଖବର ପାଇବେ । ଆପଣ ନିଜ ବନ୍ଧୁଙ୍କୁ ଟଙ୍କା ସାହାଯ୍ୟ କରିବେ । ଏହି ସପ୍ତାହରେ ଆପଣ କିଛି ଭଲ ସୁଯୋଗ ପାଇବେ, ଯେଉଁଥିରୁ ଆପଣ ଆର୍ଥିକ ରୂପେ ଲାଭବାନ ହେବେ ।

ମିଥୁନ: ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସୁଖୀ ଦେଖାଯିବେ । ନିଜ କ୍ୟାରିଅରରେ ଆଗକୁ ବଢିବା ପାଇଁ ଆପଣ ଗୋଟିଏ ନୂଆ ଯୋଜନା ପ୍ରସ୍ତୁତ କରିବେ । ପ୍ରେମ ସମ୍ପର୍କରେ ପୂର୍ବ ଭଳି ମଧ୍ୟ ମଧୁରତା ବଜାୟ ରହିବ । ଅବିବାହିତ ଲୋକମାନଙ୍କ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିବ । ଘରେ ମାଙ୍ଗଳିକ କାର୍ଯ୍ୟଗୁଡିକର ଆୟୋଜନ ହେବ । ଆପଣ ନିଜ ବନ୍ଧୁମାନଙ୍କ ସହିତ ନିଜର ସୁଖ ଦୁଃଖ ବିଷୟରେ ଆଲୋଚନା କରିବେ । ସନ୍ଧ୍ୟା ବେଳେ ଆପଣଙ୍କ ଘର ଅତିଥିମାନଙ୍କ ଦ୍ଵାରା ପୂର୍ଣ୍ଣ ହୋଇଯିବ । ଆପଣଙ୍କ ଆର୍ଥିକ ଅବସ୍ଥା ଭଲ ରହିବ । ଘରବାଡି କିଣାବିକା କରୁଥିବା ଲୋକମାନେ ଗୋଟିଏ ଉତ୍ତମ ଚୁକ୍ତି କରିବେ । ବ୍ୟବସାୟ କରୁଥିବା ଲୋକମାନେ ମଧ୍ୟ ବ୍ୟବସାୟକୁ ଆଗକୁ ନେବା ପାଇଁ କୌଣସି ଏକ ସ୍ଥାନକୁ ଯାତ୍ରା କରିବେ । ଚାକିରୀ କରୁଥିବା ବିଦ୍ୟାର୍ଥୀମାନେ ସେମାନଙ୍କ ଚାକିରୀରେ ଆଗକୁ ବଢିବା ପାଇଁ ଅନେକ ସୁଯୋଗ ପାଇବେ । ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ । ଉଚ୍ଚ ଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ବିଦ୍ୟାର୍ଥୀମାନେ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ, ଯେଉଁଥିରେ ସେମାନେ ବିଜୟ ଲାଭ କରିବେ । ସରକାରୀ ବିଭାଗଗୁଡିକରୁ ଆପଣ ଆର୍ଥିକ ଲାଭ ପାଇବାର ମଧ୍ୟ ଅନେକ ସୁଯୋଗ ଅଛି ।

କର୍କଟ: ଏହି ସପ୍ତାହରେ ଆପଣ ନିଜର ପ୍ରେମିକ/ପ୍ରେମିକାଙ୍କ ସହିତ କୌଣସି ଏକ ସ୍ଥାନକୁ ବୁଲି ଯାଇପାରନ୍ତି, ଯେଉଁଠାରେ ଉଭୟ ନିଜ ମନରେ ଯାହା ଅଛି ପରସ୍ପରକୁ କହିବେ । ଆପଣ ନିଜର ଜୀବନସାଥୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପରିବାରର ସମସ୍ତ ସଦସ୍ୟ ଏକାଠି କାମ କରୁଥିବା ଦେଖାଯିବେ । ଆପଣ ପରିବାର ସହିତ ସମୟ କଟାଇବେ ଏବଂ ଅର୍ଥ ସଞ୍ଚୟ କରିବା ବିଷୟରେ ଶିଖିବେ । ଆପଣ ନିଜର ବ୍ୟସ୍ତତାପୂର୍ଣ୍ଣ ଦିବସରୁ କିଛି ସମୟ ନିଜର ପିଲାମାନଙ୍କ ସହିତ କଟାଇବେ । ରାଜନୀତିରେ ସଫଳତା ହାସଲ କରିବେ । ନେତାମାନଙ୍କୁ ଭେଟିବା ପାଇଁ ଅନେକ ସୁଯୋଗ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ସକାଶେ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବେ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ଆପଣ ନିଜ ପାଇଁ କିଛି କିଣାକିଣି କରିବେ । ଆତ୍ମବିଶ୍ଵାସରେ ପୂର୍ଣ୍ଣ ରହିବେ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟରୁ ମନମୁତାବକ ଲାଭ ପାଇବେ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଦୃଢ ହେବ ।

ସିଂହ: ଏହି ସପ୍ତାହ ମଧ୍ୟମ ରହିବ ବୋଲି ଜଣାପଡୁଛି, ଆପଣ ଏହାକୁ ନିଜ କାମ ବଳରେ ନିଜ ପାଇଁ ଭଲ କରିବାର ସମ୍ଭାବନା ଅଛି । ଅତ୍ୟଧିକ ଚିନ୍ତା ନ କରି କେବଳ କଠିନ ପରିଶ୍ରମ କରନ୍ତୁ ଏବଂ ପରିବାରର କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ଅଶାନ୍ତି ଅନୁଭବ କରିବେ । ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ସେମାନଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟରେ ଅଶାନ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣଙ୍କ ପାଇଁ ଏବଂ ନିଜର ପ୍ରିୟତମ/ପ୍ରିୟତମାଙ୍କ ପାଇଁ ସପ୍ତାହଟି କୌଣସି ଉପହାରରୁ କମ୍ ହେବ ନାହିଁ । ଆପଣଙ୍କ ପ୍ରେମ ବହୁଳ ଭାବେ ଆଗକୁ ବଢିବ । ଆପଣ ପରସ୍ପର ସହିତ ରୋମାନ୍ସ କରିବେ । ଆପଣ କୌଣସି ଏକ ସ୍ଥାନକୁ ଏକତ୍ର ଯିବାର ସମ୍ଭାବନା ଅଛି । ଆପଣ ନିଜର ପ୍ରେମୀ/ପ୍ରେମିକାଙ୍କ ଉପରେ ବିଶ୍ଵାସ ରଖିବେ ଏବଂ ଆପଣଙ୍କ ସମ୍ପର୍କ ସୁନ୍ଦର ଭାବେ ଆଗକୁ ବଢିବ ।

କନ୍ୟା: ଏହି ସପ୍ତାହରେ ବିଦ୍ୟାର୍ଥୀମାନେ ସେମାନଙ୍କ ଅଧ୍ୟୟନ ଉପରେ ପ୍ରଚୁର ଧ୍ୟାନ ଦେବା ଆବଶ୍ୟକ, ତେବେ ହିଁ ଆପଣ ସଫଳତା ହାସଲ କରିବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣ ବନ୍ଧୁମାନଙ୍କ ମାଧ୍ୟମରେ ଆୟର ସୁଯୋଗ ଗୁଡିଏ ପାଇବେ । ଚାକିରି କରୁଥିବା ଲୋକମାନେ ଗୋଟିଏ ନୂଆ ଚାକିରିର ଅଫର୍ ପାଇବେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ଅଛି । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ କିନ୍ତୁ କିଛି ଖର୍ଚ୍ଚ ପୂର୍ବ ଭଳି ରହିଥିବ । ଆଜି ବନ୍ଧୁମାନେ ଆପଣଙ୍କ ସହିତ ବହୁତ ସମୟ ଧରି ଫୋନରେ କଥା ହେବେ । ଆପଣ ଭାଇ ଓ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ମାନସିକ ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟକ୍ରମରେ କିଛି ସମୟ ବିତାଇବେ । ରାଜନୀତିରେ ସଫଳତା ପାଇବେ । ନେତାମାନଙ୍କ ସହିତ ଭେଟ ହେବାର ଅନେକ ସୁଯୋଗ ପାଇବେ । ପୂର୍ବାପେକ୍ଷା ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେବ । ଯଦି ଆପଣ ନିଜର ଦୈନିକ ସମୟ ନିର୍ଘଣ୍ଟରେ ସକାଳୁ ଚାଲିବା, ଯୋଗ ଓ ଧ୍ୟାନକୁ ସାମିଲ କରନ୍ତି, ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ହେବ ।

ତୁଳା: ଏହି ସପ୍ତାହ ଆପଣଙ୍କ ପାଇଁ ସ୍ଵତନ୍ତ୍ର ଅଟେ । ଆପଣ ନିଜର ବ୍ୟବସାୟକୁ ବଢେଇବା ପାଇଁ ଚାହୁଁଥିଲେ, ଆପଣ ଏହି କାମରେ ସଫଳ ହେବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଗୃହସ୍ଥ ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବ । ଆପଣ ନିଜର ଜୀବନସାଥୀଙ୍କ ସହିତ ଏକ ରୋମାଣ୍ଟିକ ରାତ୍ରିଭୋଜନ କରିବେ । ପ୍ରେମ ଜୀବନ ପାଇଁ ଏହି ସପ୍ତାହ କୌଣସି ଭାବରେ ସ୍ଵତନ୍ତ୍ର ହେବ ନାହିଁ । ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ଧ୍ୟାନ ସହକାରେ ଅଧ୍ୟୟନ କରିବେ । ଆପଣଙ୍କୁ ହଠାତ କିଛି ଖର୍ଚ୍ଚ କରିବାକୁ ପଡିବ, ଯାହା ନ ଚାହୁଁଥିଲେ ମଧ୍ୟ କରିବାକୁ ପଡିବ । ଆପଣ ଗୋଟିଏ ନୂଆ ଗାଡି କ୍ରୟ କରିବାର ସୁଖ ମଧ୍ୟ ଲାଭ କରିବେ । ଏହି ସପ୍ତାହରେ ଆପଣ ନିଜର ବାକି ପଡିଥିବା ଟଙ୍କା ଫେରିପାଇବେ, ଯାହା ମାଧ୍ୟମରେ ଆପଣ ନିଜର ପଡି ରହିଥିବା କାମକୁ ସଂପୂର୍ଣ୍ଣ କରିବେ । ଯଦି ଆପଣ କାହା ଠାରୁ ଟଙ୍କା ଋଣ ନେଇ ଥାନ୍ତି, ତେବେ ଆପଣ ତାହାକୁ ଫେରାଇ ମଧ୍ୟ ଦେବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ମାନସିକ ଶାନ୍ତି ପାଇଁ ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ସମୟ ଅତିବାହିତ କରିବେ । ଗୁରୁଜନମାନଙ୍କର ଚରଣସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ ।

ବିଛା: ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସପ୍ତାହ ଶୁଭ ହେବ । ଆପଣଙ୍କ କଠିନ ପରିଶ୍ରମ ସଫଳ ହେବ । ବିଦେଶରୁ ଶିକ୍ଷା ଲାଭ କରିବା ପାଇଁ ମଧ୍ୟ ଗୋଟିଏ ସୁଯୋଗ ଆସିବ । ପ୍ରେମ ସମ୍ପର୍କରେ ଲାଗି ରହିଥିବା ସମସ୍ୟାର ଅନ୍ତ ହେବ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସନ୍ତୁଳନ ବଜାୟ ରଖିବେ । ପରିବାରର ମଙ୍ଗଳ ପାଇଁ ଜୀବନସାଥୀଙ୍କ ସହିତ ମିଶି କାମ କରିବେ । ପରିବାରର ଅନେକ ଦାୟିତ୍ଵ ଆପଣଙ୍କ ଉପରେ ପଡିବ, ଯାହାକୁ ଆପଣ ନିଶ୍ଚିତ ରୂପେ ପୂରଣ କରିବେ । ଆପଣ ନିଜର ସାନ ଭାଇଭଉଣୀମାନଙ୍କ ଉଚ୍ଚ ଶିକ୍ଷା ବିଷୟରେ ନିଜର ପରିଚିତ ଲୋକମାନଙ୍କ ସହିତ କଥା ହେବେ । ଚାକିରୀ କରୁଥିବା ଲୋକମାନେ ସେମାନଙ୍କ ଚାକିରୀରେ ଆଗକୁ ବଢିବା ପାଇଁ ଅନେକ ସୁଯୋଗ ପାଇବେ । ବ୍ୟବସାୟ କରୁଥିବା ଲୋକମାନେ ମଧ୍ୟ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବେ, ଯେଉଁଥିରୁ ସେମାନେ ଲାଭବାନ ହେବେ । ଘରେ ପୂଜା ପାଠର ଆୟୋଜନ ହେବ । ସମସ୍ତଙ୍କର ଯିବା ଆସିବା ଲାଗିରହିବ । ପରିବାର ଠାରୁ ଦୂରରେ ରହି କାମ କରୁଥିବା ଲୋକମାନେ ସେମାନଙ୍କ ପରିବାରକୁ ମନେପକାଇବେ ।

ଧନୁ: ଏହି ସପ୍ତାହରେ ବିବାହିତ ଲୋକମାନେ ସେମାନଙ୍କ ଜୀବନକୁ ଆହୁରି ସୁନ୍ଦର କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବେ । ଆପଣ ନିଜର ଜୀବନସାଥୀଙ୍କ ସହିତ ମଧ୍ୟ ଗୋଟିଏ ରୋମାଞ୍ଚକର ରାତ୍ରିଭୋଜନ କରିବେ, ଯେଉଁଠାରେ ଆପଣ ପରସ୍ପର ସହିତ ସ୍ନେହପୂର୍ଣ୍ଣ ବାର୍ତ୍ତାଳାପ କରିବେ । ପ୍ରେମ ସମ୍ପର୍କରେ ଦୁର୍ବଳତା ଦେଖିବାକୁ ମିଳିବ । ଆପଣ ସରକାରୀ ଯୋଜନାଗୁଡିକ ଦ୍ଵାରା ଲାଭବାନ ହେବେ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଦୃଢ ହେବ । ପୂର୍ବପୁରୁଷଙ୍କ ସମ୍ପତ୍ତିରୁ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆପଣ ନୂଆ ଗାଡି କିଣିବାର ଆନନ୍ଦ ଲାଭ କରିବେ । ନିଜ ସନ୍ତାନର ଚାକିରୀ ହେବା କାରଣରୁ ମାତାପିତାମାନେ ଆନନ୍ଦିତ ହେବେ । ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବା ପାଇଁ ଅନେକ ଉଦ୍ୟମ କରିବେ । ଚାକିରୀ କରୁଥିବା ଲୋକମାନେ ସେମାନଙ୍କ ପୁରୁଣା ଚାକିରୀରେ କାମ ଜାରି ରଖିବା ବହୁତ ଭଲ ହେବ, କେବଳ ଏଠାରେ ହିଁ ସେମାନେ ଭଲ ସୁଯୋଗ ଗୁଡିଏ ପାଇବେ । ଆପଣ ଆପଣଙ୍କର ପିଲାମାନଙ୍କୁ ସପିଙ୍ଗ ମଲ୍ ବୁଲାଇବାକୁ ଏବଂ ବଣଭୋଜି ପାଇଁ ସାଥିରେ ନେବେ ।

ମକର: ଏହି ସପ୍ତାହରେ ଆପଣଙ୍କ ଆର୍ଥିକ ଅବସ୍ଥା ଭଲ ରହିବ । ଆପଣ ସବୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ହେବେ । ଚାକିରୀ କରୁଥିବା ଲୋକମାନେ ଗୋଟିଏ ନୂଆ ଚାକିରୀର ଅଫର୍ ପାଇବେ । ଯେଉଁଥିରୁ ଆୟ ଅଧିକ ହେବ । ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କର ଅଟକି ଥିବା ବ୍ୟବସାୟ ଯୋଜନାଗୁଡିକୁ ପୁନରାରମ୍ଭ କରିବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲ ହେବ । ଆପଣ ନିଜର ଜୀବନସାଥୀଙ୍କ ସହିତ କିଛି ନୂଆ କାମ ଆରମ୍ଭ କରିବାର ସମ୍ଭାବନା ଅଛି, ଯାହା ଦ୍ଵାରା ଆପଣଙ୍କର ଆୟ ବୃଦ୍ଧି ହେବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣ ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ସ୍ଵାସ୍ଥ୍ୟରେ ଉନ୍ନତି ଅବନତି ଦେଖାଦେବ । ସମାଜର କଲ୍ୟାଣ ପାଇଁ କାମ କରୁଥିବା ଲୋକମାନେ ସମ୍ମାନ ଲାଭ କରିବେ । ଆପଣ ନିଜର ଘର ମରାମତି ପାଇଁ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ କରିବେ। ଅବିବାହିତମାନଙ୍କ ମଧ୍ୟରେ ପ୍ରସ୍ତାବ ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି । ବେକାରୀ ଥିବା ଲୋକମାନେ ଭଲ ଚାକିରୀ ପାଇବେ ବୋଲି ସଂକେତ ମିଳୁଛି ।

କୁମ୍ଭ: ପ୍ରେମ ସମ୍ପର୍କ ପାଇଁ ଏହି ସପ୍ତାହରେ ମିଶ୍ରିତ ଫଳ ଅଛି । ନିଜର ପ୍ରେମିକ/ପ୍ରେମିକାଙ୍କୁ ସମୟ ଦେବା କାରଣରୁ ଆପଣ ସମସ୍ୟାର ସମ୍ମୁଖୀନ ହେବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ଅଶାନ୍ତି ଅନୁଭବ କରିବେ । ଆର୍ଥିକ ଅବସ୍ଥା ଭଲ ରହିବ । ପୂର୍ବପୁରୁଷଙ୍କ ସମ୍ପତ୍ତିରୁ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆପଣ ନିଜର ଜୀବନସାଥୀଙ୍କୁ ନୂଆ କାମ ଆରମ୍ଭ କରିବା ପାଇଁ ଉତ୍ସାହିତ କରିବାର ସମ୍ଭାବନା ଅଛି, ଯାହା ଦ୍ଵାରା ଆୟ ବୃଦ୍ଧି ହେବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଉଚ୍ଚ ଶିକ୍ଷା ହାସଲ କରୁଥିବା ବିଦ୍ୟାର୍ଥୀମାନେ ସେମାନଙ୍କ ପସନ୍ଦର ବିଷୟ ଅଧ୍ୟୟନ କରିବା ପାଇଁ ଏକ ସୁଯୋଗ ପାଇବେ । ଘରେ ପୂଜାର ଆୟୋଜନ ହେବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବା ପାଇଁ କିଛି ଲୋକଙ୍କୁ ନିଜ ସହିତ ସାମିଲ କରିବେ । ଚାକିରୀ କରୁଥିବା ଲୋକମାନେ ଚାକିରୀ କ୍ଷେତ୍ରରେ ଦିଆଯାଇଥିବା କାମଗୁଡିକୁ ସଂପୂର୍ଣ୍ଣ କରିବେ । ପଦୋନ୍ନତି ପାଇଁ ଉଚ୍ଚ ଅଧିକାରୀମାନଙ୍କ ଠାରୁ ଅନେକ ସୁଯୋଗ ଆସିବ । ପାଣିପାଗ ପରିବର୍ତ୍ତନ ହେବା କାରଣରୁ ସ୍ଵାସ୍ଥ୍ୟରେ ଉନ୍ନତି ଅବନତି ଦେଖାଦେବ । ଆପଣ ନିଜର ପିତାମାତାଙ୍କ ସହିତ ନିଜର ଚିନ୍ତାଧାରା ବିଷୟରେ ଆଲୋଚନା କରିବେ ।

ମୀନ: ଏହି ସପ୍ତାହରେ ଆପଣ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପରିବାର ସଦସ୍ୟମାନଙ୍କ ସହିତ କିଛି ଧାର୍ମିକ ସ୍ଥଳକୁ ବୁଲି ଯିବା ପାଇଁ ଆପଣ ଗୋଟିଏ ସୁଯୋଗ ପାଇବେ । ଯେଉଁଠାରେ ସମସ୍ତେ ଖୁସି ଦେଖାଯିବେ । ଆପଣ ନିଜର ଜୀବନସାଥୀଙ୍କ ଠାରୁ ସଂପୂର୍ଣ୍ଣ ସାହାଯ୍ୟ ସହଯୋଗ ପାଇବେ । ପ୍ରେମ ସମ୍ପର୍କରେ ମଧୁରତା ରହିବ । ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଦୃଢ ହେବ । କାର୍ଯ୍ୟରତ ବିଦ୍ୟାର୍ଥୀମାନେ ଚାକିରୀରେ ପଦୋନ୍ନତି ପାଇଁ ଅନେକ ସୁଯୋଗ ପାଇବେ । ବ୍ୟବସାୟ କରୁଥିବା ଲୋକମାନେ ଏକ ନୂତନ ଚୁକ୍ତିର ଅନ୍ତିମ ଚରଣରେ ସ୍ଵାକ୍ଷର କରିବେ । ଯଦି ଆପଣ ଗୁରୁଜନମାନଙ୍କର ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତି, ତେବେ ଆପଣଙ୍କର ସମସ୍ତ କାମ ସଂପୂର୍ଣ୍ଣ ହେବ । ଭାଇଙ୍କ ବାହାଘର ପାଇଁ ଆସୁଥିବା ବିଘ୍ନଗୁଡ଼ିକର ଅନ୍ତ ହେବ । ଘରେ ମାଙ୍ଗଳିକ କାର୍ଯ୍ୟଗୁଡିକର ଆୟୋଜନ ହେବ । ସମସ୍ତଙ୍କର ଯିବା ଆସିବା ଲାଗିରହିବ । ଆପଣ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା ମଧ୍ୟ କରିବାର ସମ୍ଭାବନା ଅଛି । ଖୁସି ମଧ୍ୟ ବୃଦ୍ଧି ପାଇବ । ସ୍ଵାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.