ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

author img

By ETV Bharat Odisha Team

Published : Mar 17, 2024, 7:04 AM IST

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କ'ଣ ଘଟିବ ଆପଣ ସହ ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

Weekly Horoscope
Weekly Horoscope

ମେଷ: ଏହି ସପ୍ତାହରେ ଆପଣ ନିଜ ଭବିଷ୍ୟତକୁ ନେଇ ବହୁତ ବ୍ୟସ୍ତ ରହିବେ । ଚାକିରି କରୁଥିବା ଲୋକମାନେ ନୂଆ ଚାକିରିର ଅଫର୍ ପାଇବେ । କିନ୍ତୁ ପୁରୁଣା ଚାକିରିରେ କାମ ଜାରି ରଖିବା ଆପଣଙ୍କ ପାଇଁ ବହୁତ ଭଲ ହେବ । ଆପଣ ସହଭାଗିତାରେ କରୁଥିବା ବ୍ୟବସାୟରୁ ଲାଭ ପାଇବେ । ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଧ୍ୟାନ ଦେଇ ଅଧ୍ୟୟନ କରିବେ । ପ୍ରେମ ସମ୍ପର୍କ ପାଇଁ ସମୟ ଅନୁକୂଳ ଅଟେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଆପଣ ନିଜର ଜୀବନସାଥୀଙ୍କ ସହିତ କୌଣସି ଗୋଟିଏ ସ୍ଥାନକୁ ବୁଲି ଯିବା ପାଇଁ ଯୋଜନା କରିବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଆପଣଙ୍କର କିଛି ବଦଭ୍ୟାସ କାରଣରୁ ଆପଣ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଆପଣ ପୂର୍ବରୁ କରିଥିବା ନିବେଶରୁ ସଂପୂର୍ଣ୍ଣ ଲାଭ ପାଇବେ । ଆପଣଙ୍କର ଆୟ ବହୁତ ଭଲ ହେବ । ଆର୍ଥିକ ଅବସ୍ଥା ପୂର୍ବ ଭଳି ଦୃଢ ରହିବ । ଆପଣ ନିଜର ଖର୍ଚ୍ଚଗୁଡିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ । ନୂଆ ଭାବେ କୌଣସି ନିବେଶ କରିବା ପୂର୍ବରୁ କାହା ଠାରୁ ପରାମର୍ଶ ନିଅନ୍ତୁ । ସାହାଯ୍ୟ ପାଇଁ ଆପଣଙ୍କ ପାଖରେ ମାଆ ଉପଲବ୍ଧ ରହିବେ ।

ବୃଷ: ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ପାଣିପାଗ ପରିବର୍ତ୍ତନ ହେଉଥିବା କାରଣରୁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣଙ୍କୁ ଆପଣଙ୍କ ଜୀବନସାଥୀ ସଂପୂର୍ଣ୍ଣ ସହଯୋଗ କରିବେ । ଆପଣ ମଧ୍ୟ ନିଜର ଜୀବନସାଥୀଙ୍କୁ କୌଣସି ଏକ ସ୍ଥାନକୁ ବୁଲାଇ ନେବାର ସମ୍ଭାବନା ଅଛି । ଆପଣଙ୍କ ପ୍ରେମ ଜୀବନ ବହୁତ ଭଲରେ କଟିବ । ଯଦି ଆପଣ ଆପଣଙ୍କର ପ୍ରେମିକ/ପ୍ରେମିକାଙ୍କୁ ସମୟ ଦିଅନ୍ତି, ତେବେ ଆପଣଙ୍କ ସମ୍ପର୍କ ପ୍ରେମରେ ଭରିଯିବ । ବ୍ୟବସାୟୀମାନଙ୍କ ପାଇଁ ଏହା ଶୁଭ ସମୟ ଅଟେ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ବସଙ୍କ ଠାରୁ ପ୍ରଶଂସା ପାଇବେ । ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ରହିବ । ପୂର୍ବ ଭଳି ଖର୍ଚ୍ଚ ଅଧିକ ହେବ । ନିବେଶ କରିବା ପାଇଁ ଏହା ଏକ ଭଲ ସମୟ ନୁହେଁ । ଘରେ ହେଉଥିବା କିଛି ଉତ୍ସବ କାରଣରୁ ବିଦ୍ୟାର୍ଥୀମାନେ ଅଧ୍ୟୟନ ଉପରେ ମନୋନିବେଶ କରିବା ପାଇଁ ସକ୍ଷମ ହେବେ ନାହିଁ । କିନ୍ତୁ ସେମାନଙ୍କ ବନ୍ଧୁମାନଙ୍କ ସାହାଯ୍ୟରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବେ । ପ୍ରଫେସନାଲ କାମରେ ଜଡିତ ଥିବା ଲୋକମାନେ ବହୁତ ଲାଭବାନ ହେବେ । ଆପଣ ଅନେକ ନୂଆ ଯୋଗାଯୋଗ ପାଇବେ । ଆପଣ ନିଜର ଚିନ୍ତାଧାରା ବିଷୟରେ ବାପାଙ୍କ ସହିତ ଆଲୋଚନା କରିବେ ।

ମିଥୁନ: ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନକୁ ଉପଭୋଗ କରିବେ । ଏହି ସପ୍ତାହ ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଶୁଭ ଅଟେ । ଅବିବାହିତ ଲୋକମାନେ ଜଣେ ଭଲ ଜୀବନସାଥୀ ପାଇବେ । ଆପଣ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଘରେ ପୂଜା, ପାଠ ଇତ୍ୟାଦିର ଆୟୋଜନ ହେବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ କାମରେ ଅଗ୍ରଗତି କରିବା ପାଇଁ ଅନେକ ସୁଯୋଗ ପାଇବେ । ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କ ବ୍ୟବସାୟକୁ ବିସ୍ତାର କରିବାରେ ସଫଳ ହେବେ । ବିଦ୍ୟାର୍ଥୀମାନେ ମନଧ୍ୟାନ ଦେଇ ଅଧ୍ୟୟନ କରିବେ କିନ୍ତୁ କିଛି ଲୋକ ସେମାନଙ୍କ ଅଧ୍ୟୟନରେ ବାଧା ସୃଷ୍ଟି କରିବାର ସମ୍ଭାବନା ଅଛି । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଭଳି ଭଲ ରହିବ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ପୂର୍ବ ଭଳି ଖର୍ଚ୍ଚ ଅଧିକ ହେବ । ଘର ମରାମତିରେ ମଧ୍ୟ ଆପଣ ଅନେକ ଟଙ୍କା ଖର୍ଚ୍ଚ କରିବେ । ପିଲାମାନଙ୍କ ଶିକ୍ଷା ବାବଦରେ ବହୁତ ଖର୍ଚ୍ଚ ହେବ । ଉଚ୍ଚ ଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ବିଦ୍ୟାର୍ଥୀମାନେ ସେମାନଙ୍କ ମନ ପସନ୍ଦ ବିଷୟ ଅଧ୍ୟୟନ କରିବା ପାଇଁ ଗୋଟିଏ ସୁଯୋଗ ପାଇବେ ।

କର୍କଟ: ଆର୍ଥିକ ଅବସ୍ଥା ପାଇଁ ଏହି ସପ୍ତାହ ଶୁଭ ହେବ । ବ୍ୟବସାୟ କରୁଥିବା ଲୋକମାନେ କିଛି ନୂଆ ଚୁକ୍ତି କରିବେ । ଚାକିରି କରୁଥିବା ଲୋକମାନେ ଚାକିରିରେ ଦିଆଯାଇଥିବା କାମଗୁଡିକୁ ଠିକ ସମୟରେ ସଂପୂର୍ଣ୍ଣ କରିବେ । ଉଚ୍ଚ ଅଧିକାରୀମାନଙ୍କ ଠାରୁ ଶୁଭ ଖବର ପାଇବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପାରିବାରିକ ଜୀବନରେ ସୁଖ ଓ ଶାନ୍ତିମୟ ରହିବ । ଆପଣଙ୍କ ଜୀବନରେ ଅନ୍ୟ କୌଣସି ଲୋକଙ୍କୁ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ସେମାନଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ସୁଖରେ ସମୟ କଟାଇବେ । ଆପଣ ଆପଣଙ୍କ ପ୍ରିୟତମ/ପ୍ରିୟତମାଙ୍କ ନିକଟରେ ନିଜର ମନ କଥା କହିବେ । ଆପଣ ତାଙ୍କୁ ନିଜର ପରିବାର ଲୋକଙ୍କ ସହିତ ପରିଚିତ ମଧ୍ୟ କରାଇବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଉଚ୍ଚ ଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ବିଦ୍ୟାର୍ଥୀମାନେ ସେମାନଙ୍କ ମନ ପସନ୍ଦ ବିଷୟ ଅଧ୍ୟୟନ କରିବା ପାଇଁ ଗୋଟିଏ ସୁଯୋଗ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ରହିବ । ଘରେ ବହୁତ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଭାଇ ଓ ଭଉଣୀମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଆପଣ ଅର୍ଥ ନିବେଶ କରିବେ । ସାହାଯ୍ୟ ପାଇଁ ଆପଣଙ୍କ ପାଖରେ ମାଆ ରହିବେ ।

ସିଂହ: ସପ୍ତାହର ଆରମ୍ଭରେ ଆପଣ ନିଜର ପରିବାର ଲୋକମାନଙ୍କ ସହିତ କିଛି ସମୟ ଅତିବାହିତ କରିବେ । ଟଙ୍କା ସଞ୍ଚୟ କରିବା ବିଷୟରେ ଶିଖିବେ, ଯାହାଦ୍ଵାରା ଆପଣ ଭବିଷ୍ୟତରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ସେମାନଙ୍କର ପ୍ରେମିକ/ପ୍ରେମିକାଙ୍କ ନିକଟରେ ନିଜ ମନର ଭାବନାକୁ ପ୍ରକାଶ କରିବେ । ଆପଣଙ୍କ ସମ୍ପର୍କରେ ପ୍ରେମ ଓ ବିଶ୍ଵାସ ଦେଖିବାକୁ ମିଳିବ । ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଧ୍ୟାନ ଦେଇ ଅଧ୍ୟୟନ କରିବେ । ଆପଣ ମଧ୍ୟ ଗୋଟିଏ ନୂଆ ପ୍ରୋଜେକ୍ଟରେ କାମ କରିବେ । ଆପଣଙ୍କ ଆର୍ଥିକ ଅବସ୍ଥା ଭଲ ରହିବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ବସଙ୍କ ସହିତ କଥା ହେଲା ବେଳେ କଥାରେ ମଧୁରତା ବଜାୟ ରଖିବାକୁ ହେବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ଯେକୌଣସି ଲୋକଙ୍କର ପରାମର୍ଶ କ୍ରମେ କୌଣସି ପ୍ରକାରର ନିବେଶ କରନ୍ତୁ ନାହିଁ, ଅନ୍ୟଥା ଆପଣଙ୍କର କ୍ଷତି ହେବାର ସମ୍ଭାବନା ଅଛି । ସ୍ଵାସ୍ଥ୍ୟରେ ପୂର୍ବାପେକ୍ଷା ସୁଧାର ଆସିବ ।

କନ୍ୟା: ଏହି ସପ୍ତାହରେ ଆପଣ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପରିବାର ସହିତ କୌଣସି ଏକ ତୀର୍ଥ ସ୍ଥାନକୁ ଯିବା ପାଇଁ ଯୋଜନା କରିବେ, ଯେଉଁଠାରେ ସମସ୍ତେ ଅତ୍ୟନ୍ତ ଖୁସି ଦେଖାଯିବେ । ଜଣେ ସମ୍ପର୍କୀୟଙ୍କ ସାହାଯ୍ୟରେ ଆପଣ ଆୟର ଉତ୍ସ ପାଇବେ । ପରିବାର ସଦସ୍ୟମାନଙ୍କ ସହିତ ଆପଣ ଗୋଟିଏ ପାର୍ଟିରେ ଯୋଗଦେବେ, ଯେଉଁଠାରେ ସମସ୍ତଙ୍କ ସହିତ ଆପଣଙ୍କର ଭାବର ଆଦାନପ୍ରଦାନ ହେବ । ସମାଜର ଉନ୍ନତି ପାଇଁ କାମ କରୁଥିବା ଲୋକମାନଙ୍କର ସମ୍ମାନ ବୃଦ୍ଧି ହେବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣ ନିଜ ଜୀବନସାଥୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଅବିବାହିତ ଲୋକମାନେ ସେମାନଙ୍କ ଜୀବନରେ ଜଣେ ନୂତନ ସାଥୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣଙ୍କ ଆର୍ଥିକ ଅବସ୍ଥା ଭଲ ହେବ । ଚାକିରିରେ ପଦୋନ୍ନତି ପାଇଁ ଅନେକ ସୁଯୋଗ ଆସିବ । ବ୍ୟବସାୟ କରୁଥିବା ଲୋକମାନେ ଏକ ବ୍ୟବସାୟ ସମ୍ବନ୍ଧିତ ଭ୍ରମରେ ଯିବେ, ଯାହା ସେମାନଙ୍କ ପାଇଁ ଲାଭଜନକ ହେବ । ଆପଣ ଭାଇଭଉଣୀମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ସ୍ଵାସ୍ଥ୍ୟରେ ପୂର୍ବାପେକ୍ଷା ସୁଧାର ଆସିବ । ମାତାପିତାଙ୍କ ସହିତ ଆପଣ ନିଜର ଚିନ୍ତାଧାରା ବିଷୟରେ ଆଲୋଚନା କରିବେ ।

ତୁଳା: ବିଦ୍ୟାର୍ଥୀମାନେ ଏହି ସପ୍ତାହରେ ଶୁଭ ଫଳ ପାଇବେ । ସେମାନଙ୍କ ପରୀକ୍ଷାରେ ସଫଳତା ପାଇବେ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ବରିଷ୍ଠ ଅଧିକାରୀମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟୀମାନେ ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ନୂତନ ସୁଯୋଗଗୁଡିଏ ମଧ୍ୟ ଉପଲବ୍ଧ ହେବ । ଦୈନିକ ଆୟ ବୃଦ୍ଧି ହେବ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ଯଦି ଆପଣ ସେୟାର ବଜାରରେ ନିବେଶ କରିବାକୁ ଚାହାଁନ୍ତି, ତେବେ ଜଣେ ବିଜ୍ଞ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଅବିବାହିତମାନଙ୍କର ବିବାହ ପ୍ରସ୍ତାବ ସ୍ଵୀକୃତ ପାଇବ । ଆପଣ ନିଜର ଜୀବନସାଥୀଙ୍କ ଠାରୁ ସଂପୂର୍ଣ୍ଣ ସହାୟତା ପାଇବେ । ଯଦି ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ରାଗିଥାନ୍ତି, ତେବେ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରନ୍ତୁ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କର ସମୟ ଭଲରେ କଟିବ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ରହିବ । ପିଲାମାନଙ୍କ ଶିକ୍ଷା ବାବଦରେ ବହୁତ ଟଙ୍କା ଖର୍ଚ୍ଚ ହେବ । ଆପଣ ନିଜ ପରିବାର ସହିତ କୌଣସି ଏକ ସ୍ଥାନକୁ ବୁଲି ଯିବା ପାଇଁ ଯୋଜନା କରିବେ, ଯେଉଁଥିପାଇଁ ଆପଣ ବହୁତ ଖର୍ଚ୍ଚାନ୍ତ ହେବେ ।

ବିଛା: ଏହି ସପ୍ତାହ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପରିବାର ଲୋକମାନଙ୍କ ସହିତ କିଛି ସମୟ ଅତିବାହିତ କରିବେ ଏବଂ ଟଙ୍କା ସଞ୍ଚୟ କରିବା ବିଷୟରେ ଶିଖିବେ, ଯାହାଦ୍ଵାରା ଆପଣ ଭବିଷ୍ୟତରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ବ୍ୟବସାୟ କରୁଥିବା ଲୋକମାନେ ଅନେକ ନୂଆ ଯୋଗାଯୋଗ ପାଇବେ, ଯାହାଦ୍ଵାରା ସେମାନଙ୍କର ଆର୍ଥିକ ଅବସ୍ଥା ଦୃଢ ହେବ । ଚାକିରି କରୁଥିବା ଲୋକମାନେ ଏକ ନୂତନ ଚାକିରିର ଅଫର୍ ପାଇବେ, ଯେଉଁଥିରୁ ଆୟ ଅଧିକ ହେବ । କାର୍ଯ୍ୟଭାର ଅତ୍ୟଧିକ ହେବା କାରଣରୁ ସ୍ୱାସ୍ଥ୍ୟ ଖରାପ ହେବ । ସନ୍ଧ୍ୟା ବେଳେ ଆପଣଙ୍କ ଘର ଅତିଥିମାନଙ୍କ ଦ୍ଵାରା ପୂର୍ଣ୍ଣ ହେବାର ସମ୍ଭାବନା ଅଛି, ଯେଉଁଥିରେ ସମସ୍ତେ ବହୁତ ମଉଜ ମଜଲିସ କରିବେ । ଘରେ ପୂଜାର ଆୟୋଜନ ମଧ୍ୟ ହେବ । ପଡିଶାରେ ଅନୁଷ୍ଠିତ ହେଉଥିବା ଉତ୍ସବରେ ଆପଣ ସପରିବାର ଭାଗ ନେବେ । ଆପଣ ରାଜନୀତିରେ ସଫଳତା ପାଇବେ । ଆପଣ ନିଜ ଜୀବନସାଥୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଆପଣ ଘର ମରାମତି ବାବଦରେ ମଧ୍ୟ ବହୁତ ଖର୍ଚ୍ଚ କରିବେ ।

ଧନୁ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀଙ୍କ ସହିତ କିଛି ନୂଆ କାମ ଆରମ୍ଭ କରିବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପ୍ରେମ ସମ୍ପର୍କରେ ମଧୁରତା ଦେଖିବାକୁ ମିଳିବ । ଆପଣ ନିଜର ପ୍ରେମିକ/ପ୍ରେମିକାଙ୍କୁ ନିଜର ପରିବାର ଲୋକଙ୍କ ସହିତ ପରିଚିତ କରାଇବାର ସମ୍ଭାବନା ଅଛି । ଆପଣଙ୍କ ସମ୍ପର୍କରେ ଅନ୍ୟମାନଙ୍କୁ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ । ସ୍ଵାସ୍ଥ୍ୟରେ ପୂର୍ବାପେକ୍ଷା ସୁଧାର ଆସିବ । ପାଣିପାଗ ପରିବର୍ତ୍ତନ ହେବା କାରଣରୁ ଅସ୍ଥିରତା ଦେଖା ଦେଇପାରେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସକାଶେ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବେ । ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଭଲ ହେବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ବସଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବେ, ଯେଉଁଥିରୁ ବହୁତ ଲାଭ ମିଳିବ । ଭାଇଙ୍କର ବାହାଘର ପ୍ରସ୍ତାବ ସ୍ଵୀକୃତ ହେବ । ଘରେ ଅନେକ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହେବ, ସମସ୍ତେ ଏକାଠି କାମ କରୁଥିବା ଦେଖିବାକୁ ମିଳିବ, ଘରେ ପୂଜାର ଆୟୋଜନ ହେବ ।

ମକର: ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ/ଯୁବତୀମାନେ ସଫଳତା ପାଇବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ବିଦ୍ୟାର୍ଥୀମାନେ ଅଧ୍ୟୟନରେ ସଂପୂର୍ଣ୍ଣ ରୂପେ ମନୋନିବେଶ କରିବେ ଏବଂ ସଫଳତା ହାସଲ କରିବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣଙ୍କ ଉପରେ ଅନେକ ପରିବାର ଦାୟିତ୍ଵ ନ୍ୟସ୍ତ ହେବ, ଯେଉଁଗୁଡିକୁ ଆପଣ ନିଶ୍ଚିତ ରୂପେ ପୂରଣ କରିବେ । ଆପଣ ନିଜର ଜୀବନସାଥୀଙ୍କୁ କିଛି ନୂଆ କାମ ଆରମ୍ଭ କରିବା ପାଇଁ ଉତ୍ସାହିତ କରିପାରନ୍ତି । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଅବିବାହିତମାନଙ୍କ ମଧ୍ୟରେ ପ୍ରସ୍ତାବ ପାଇଁ ଆଲୋଚନା ହେବାର ସମ୍ଭାବନା ଅଛି । ଆପଣ ସହଭାଗିତାରେ କିଛି ନୂଆ ବ୍ୟବସାୟ କରିବା ପାଇଁ ଯୋଜନା କରିବେ, ଯେଉଁ ବିଷୟରେ ଆପଣ ନିଜର ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ । ପରିବାରର ମଙ୍ଗଳ ପାଇଁ ଆପଣ ନିଜର ଜୀବନସାଥୀଙ୍କ ସହିତ କାମ କରୁଥିବା ଦେଖାଯିବେ । ଘର ଠାରୁ ଦୂରରେ ରହି ଚାକିରି କରୁଥିବା ଲୋକମାନେ, ସେମାନଙ୍କ ପରିବାରକୁ ମନେ ପକାଇବେ । ବିଦେଶରେ ଶିକ୍ଷା ଲାଭ କରିବା ପାଇଁ ବିଦ୍ୟାର୍ଥୀମାନେ ଅନେକ ସୁଯୋଗ ପାଇବେ । ଆର୍ଥିକ ଅବସ୍ଥା ପୂର୍ବ ଭଳି ଦୃଢ ରହିବ । ଦୈନିକ ଆୟ ବୃଦ୍ଧି ପାଇବ । ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ ।

କୁମ୍ଭ: ବିବାହିତ ଲୋକମାନଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଏହି ସପ୍ତାହରେ ଆପଣ ନିଜ ଜୀବନସାଥିଙ୍କ ଠାରେ ଥିବା ଭଲ ଗୁଣଗୁଡିକ ବିଷୟରେ ଜାଣିବାକୁ ପାଇବେ । ଆପଣ ତାଙ୍କୁ ନେଇ ଗର୍ବ ଅନୁଭବ କରିବେ । ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ପ୍ରେମ ସମ୍ପର୍କରେ ଅନ୍ତରଙ୍ଗତା ବୃଦ୍ଧି ପାଇବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟରେ ଅନେକ କିଛି ନୂଆ ପରିବର୍ତ୍ତନ ଆଣିବେ, ଯାହା ବାବଦରେ ବହୁତ ଖର୍ଚ୍ଚ ହେବ । ଚାକିରି କରୁଥିବା ଲୋକମାନଙ୍କୁ, ସେମାନଙ୍କ କାମକୁ ଠିକ ସମୟରେ ସଂପୂର୍ଣ୍ଣ କରିବାକୁ ପଡିବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ଧ୍ୟାନ ସହକାରେ ଅଧ୍ୟୟନ କରୁଥିବା ଦେଖାଯିବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା ମନୋଭାବ ବିପଜ୍ଜନକ ବୋଲି ପ୍ରମାଣିତ ହେବ । ପାରିବାରିକ ଜୀବନରେ ମଧ୍ୟ କିଛି ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଭାଇଙ୍କ ବାହାଘର ମାର୍ଗରେ ଆସୁଥିବା ବିଘ୍ନଗୁଡିକର ଅନ୍ତ ହେବ । ଘରେ ମାଙ୍ଗଳିକ କାର୍ଯ୍ୟଗୁଡିକର ଆୟୋଜନ ହେବ । ସମାଜର ମଙ୍ଗଳ ପାଇଁ କାମ କରୁଥିବା ଲୋକମାନେ ସମ୍ମାନ ପାଇବେ ।

ମୀନ: ବିବାହିତ ଲୋକମାନଙ୍କ ଜୀବନରେ ଏହି ସପ୍ତାହ ଆନନ୍ଦ ଆଣିଦେବ । ଆପଣ ନିଜ ଜୀବନସାଥୀଙ୍କ ନାମରେ କିଛି ନୂଆ କାମ ଆରମ୍ଭ କରିବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କ ପାଇଁ ମଧ୍ୟ ସମୟ ଅନୁକୂଳ ହେବ । ଆପଣ ନିଜର ପ୍ରେମିକ/ପ୍ରେମିକାଙ୍କୁ ନିଜ ପରିବାର ଲୋକଙ୍କ ସହିତ ପରିଚିତ କରାଇବେ, ଯାହାଦ୍ଵାରା ଆଗକୁ ଆପଣଙ୍କ ବିବାହରେ ଆଉ ବିଳମ୍ବ ହେବ ନାହିଁ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ବିଦେଶରୁ ଆମଦାନୀ-ରପ୍ତାନି କରୁଥିବା ଲୋକମାନେ ଶୁଭ ଖବର ଶୁଣିବାକୁ ପାଇବେ । ରାଜନୀତିରେ ନିଜର କ୍ୟାରିଅର କରିବାକୁ ଚାହୁଁଥିବା ଲୋକମାନଙ୍କ ସମୟ ଶୁଭ ଅଟେ । ପିଲାମାନେ ନିଷ୍ଠାର ସହ ଅଧ୍ୟୟନ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ସ୍ଵାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଥିବା ଦେଖିବାକୁ ମିଳିବ । ଚାକିରି ପରିବର୍ତ୍ତନ କରିବା ପାଇଁ ସମୟ ଅନୁକୂଳ ଅଟେ । ଆପଣଙ୍କ ଆର୍ଥିକ ଅବସ୍ଥା ଭଲ ହେବ । ଏଥିପାଇଁ ବେଶୀ କିଛି ଖର୍ଚ୍ଚ ହେବ ନାହିଁ । ଘରେ ପୂଜାପାଠର ଆୟୋଜନ ହେବ । ମାତାପିତାଙ୍କ ସହିତ ଆପଣ ନିଜର ଚିନ୍ତାଧାରା ବିଷୟରେ ଆଲୋଚନା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.