ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

author img

By ETV Bharat Odisha Team

Published : Feb 11, 2024, 6:57 AM IST

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କ'ଣ ଘଟିବ ଆପଣ ସହ ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

Weekly Horoscope
Weekly Horoscope

ମେଷ: ମେଷ ରାଶିର ଲୋକମାନଙ୍କ ପାଇଁ ସପ୍ତାହଟି ଶୁଭ ରହିବ । ଆପଣ ନିଜ ଜୀବନସାଥୀଙ୍କ କାମରେ ତାଙ୍କୁ ସାହାଯ୍ୟ କରିବେ । ଆପଣ ନିଜ କାମଧନ୍ଦାରେ ମଧ୍ୟ ମନ ଦେବା ଆବଶ୍ୟକ । ପ୍ରେମ ସମ୍ପର୍କରେ ପ୍ରେମର ଭାବ ରହିବ । ଏହି ସପ୍ତାହରେ ଆର୍ଥିକ ଚିନ୍ତା ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଆପଣଙ୍କ ଭାଗ୍ୟ ପୂର୍ବ ଭଳି ଦୃଢ ରହିବ, ଯେଉଁ କାରଣରୁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ହେବ । ସହଭାଗୀ ବ୍ୟବସାୟରେ ଜଡିତ ଥିବା ଲୋକମାନେ, ସେମାନଙ୍କ ସହଭାଗୀମାନଙ୍କ ଉପରେ ଧ୍ୟାନ ଦେବା ଆବଶ୍ୟକ । ଚାକିରି କରୁଥିବା ଲୋକମାନେ ନୂଆ ଚାକିରି ବିଷୟରେ ଚିନ୍ତା କରିବେ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇବେ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆପଣ ଭଲ ମାତ୍ରାରେ ସଫଳତା ପାଇବେ । ଆପଣ ନିଜ ପସନ୍ଦର ବିଷୟଗୁଡ଼ିକୁ ପଢିବା ପାଇଁ ଗୋଟିଏ ସୁଯୋଗ ପାଇବେ । ଆତ୍ମବିଶ୍ଵାସ ପୂର୍ବ ଭଳି ଅତି ଉଚ୍ଚରେ ରହିବ । ସ୍ୱାସ୍ଥ୍ୟରେ ବିଶେଷ ଉନ୍ନତି ହେବ ନାହିଁ । ଆପଣ ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟରେ କିଛି ପରିବର୍ତ୍ତନ କରିବେ ।

ବୃଷ: ବୃଷ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହ ସାଧାରଣ ଠାରୁ ଉତ୍ତମ ହେବ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ଏହି ସମୟରେ ସେମାନଙ୍କର ପ୍ରେମିକ/ପ୍ରେମିକାଙ୍କ ନିକଟରେ ନିଜର ମନକଥା ପ୍ରକାଶ କରିବେ । ବିବାହିତ ଲୋକମାନଙ୍କ ଜୀବନରେ ପ୍ରେମ ଭାବ ଦେଖାଦେବ, ଯେଉଁ କାରଣରୁ ସେମାନେ ଖୁସି ଦେଖାଯିବେ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ତଳିଆ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ ନୁହେଁ । ବ୍ୟବସାୟ କରୁଥିବା ଲୋକମାନେ, ସେମାନଙ୍କ ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେବ । ଆର୍ଥିକ ଅବସ୍ଥାରେ ଉତଥାନ ପତନ ଦେଖାଦେବ । ଏହି ସପ୍ତାହରେ ଆପଣଙ୍କର ପ୍ରବଳ ଖର୍ଚ୍ଚ ହେବ, ଯେଉଁ କାରଣରୁ ଆପଣ ସାମାନ୍ୟ ଚିନ୍ତିତ ରହିବେ । ପରିବାର ଲୋକେ ଆପଣଙ୍କୁ ସାହାଯ୍ୟ କରିବେ । ନିଜ ପରିବାର ସହିତ ଆପଣ ଏକ ଧାର୍ମିକ ସ୍ଥାନକୁ ବୁଲିଯିବା ପାଇଁ ଯୋଜନା କରିବେ, ଯେଉଁଠାରେ ଆପଣଙ୍କର ପ୍ରବଳ ଖର୍ଚ୍ଚ ହେବ ।

ମିଥୁନ: ମିଥୁନ ରାଶିର ଲୋକମାନଙ୍କ ପାଇଁ ସପ୍ତାହଟି ଭଲରେ କଟିବ । ଏହି ସପ୍ତାହରେ ଆପଣ ନକରାତ୍ମକତା ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ଯଦି ଆପଣ ଏକ ନୂତନ ସମ୍ପର୍କ କରିବା ପାଇଁ ଚାହାଁନ୍ତି, ତେବେ ବହୁତ ଭାବି ଚିନ୍ତି ଆପଣଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିବ । ବିବାହିତ ଲୋକମାନେ ସେମାନଙ୍କ ବୈବାହିକ ଜୀବନକୁ ନେଇ ବହୁତ ସୁଖୀ ଥିବା ଦେଖାଯିବେ । ଯଦି ଆମେ ବିଦ୍ୟାର୍ଥୀମାନଙ୍କ ବିଷୟରେ କଥା ହେବା, ତେବେ ସେମାନଙ୍କ ପାଇଁ ସପ୍ତାହଟି ଶୁଭ ହେବ । ଆପଣ ନିୟମ ଅନୁସାରେ ଅଧ୍ୟୟନ କରନ୍ତି, ତେବେ ଆପଣ ପରୀକ୍ଷାରେ ଭଲ ଫଳ ପାଇବେ । ଉଚ୍ଚ ଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଚାକିରି କରୁଥିବା ଲୋକମାନେ, ଚାକିରିରେ ନିଜର ଉନ୍ନତି ଦେଖି ବହୁତ ଖୁସି ହେବେ । ବ୍ୟବସାୟ କରୁଥିବା ଲୋକମାନେ, ସେମାନଙ୍କର ବ୍ୟବସାୟକୁ ଆଗକୁ ନେବା ପାଇଁ ନୂତନ ଉପାୟଗୁଡ଼ିକୁ ଆପଣେଇବେ । ପୂର୍ବାପେକ୍ଷା ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଆପଣଙ୍କର ଖର୍ଚ୍ଚ ବହୁତ ବୃଦ୍ଧି ପାଇବ । ଭ୍ରମଣ କରିବା, ଖାଇବା ଏବଂ ପିଇବାରେ ଖର୍ଚ୍ଚଗୁଡିଏ ହେବ । ନିବେଶ ପାଇଁ ସମୟ ଅନୁକୂଳ ଅଟେ ।

କର୍କଟ: କର୍କଟ ରାଶିର ଲୋକମାନଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଶୁଭ ହେବ । ବିବାହିତ ଲୋକମାନଙ୍କର ଗୃହସ୍ଥ ଜୀବନ ଖୁସିରେ କଟିବ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ଲାଭ କରିବେ । ଯଦି ବିଦ୍ୟାର୍ଥୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାନ୍ତି, ତେବେ ସେମାନେ ନିଜର କଠିନ ପରିଶ୍ରମ ବଳରେ ସଫଳତା ଲାଭ କରିବେ । ପାଣିପାଗ ପରିବର୍ତ୍ତନ ହେବା କାରଣରୁ ସ୍ଵାସ୍ଥ୍ୟରେ ଅସ୍ଥିରତା ଦେଖାଦେବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକମାନେ, ସେମାନଙ୍କୁ ଦିଆଯାଇଥିବା କାମକୁ ସଂପୂର୍ଣ୍ଣ କରି ପଦୋନ୍ନତି ପାଇବେ । ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଗୋଟିଏ ନୂଆ ଗାଡି କିଣିବା ବାବଦରେ ମଧ୍ୟ ଆପଣ ଅର୍ଥ ଖର୍ଚ୍ଚ କରିବାର ସମ୍ଭାବନା ଅଛି । ଘରର ସାଜସଜା ପାଇଁ ମଧ୍ୟ ଆପଣଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡିପାରେ । ଅବିବାହିତମାନଙ୍କ ମଧ୍ୟରେ ସଂପର୍କକୁ ନେଇ କଥାବାର୍ତ୍ତା ହେବାର ସମ୍ଭାବନା ଅଛି । ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ । ମାଆ, ମାମୁଁ/ମଉଷା, ଅଜା ଓ ଆଈଙ୍କ ଦ୍ଵାରା ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି ।

ସିଂହ: ସିଂହ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ବନ୍ଧୁମାନଙ୍କ ସହିତ ଉତ୍ତମ ସମ୍ପର୍କ ଗଠିତ ହେବ । ବିବାହିତ ଲୋକମାନେ ଗୃହସ୍ଥ ଜୀବନରେ ସୁଖୀ ଥିବା ଜଣାପଡିବେ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ଲାଭ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ/ଯୁବତୀମାନେ ଏଥିରେ ସଫଳତା ଲାଭ କରିବେ । ସ୍ଵାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେବ । ଯଦି ଆପଣ ନିଜର ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟରେ ଯୋଗ ଓ ଧ୍ୟାନକୁ ସାମିଲ କରନ୍ତି, ତେବେ ଏହା ଉତ୍ତମ ହେବ । ଏହି ସପ୍ତାହରେ ଆପଣଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ଆପଣଙ୍କ ପରିବାରର ଆବଶ୍ୟକତା ପାଇଁ ଆପଣ କିଛି କିଣାକିଣି କରିବେ । ଏକ ନୂଆ ଗାଡି ମଧ୍ୟ କିଣିବାର ସମ୍ଭାବନା ଅଛି । ସରକାରୀ ବିଭାଗରୁ ବଡ ମାତ୍ରାରେ କିଛି ଲାଭ ପାଇବାର ସମ୍ଭାବନା ଅଛି । ଏହି ସପ୍ତାହରେ କୌଣସି ଝଗଡା କିମ୍ବା ଆଇନ ସମ୍ବନ୍ଧିତ କାମରେ ଆପଣ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ଭଲ ହେବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ କାମକୁ ଠିକ ସମୟରେ ସଂପୂର୍ଣ୍ଣ କରିବା ଆବଶ୍ୟକ । ଆପଣ ବ୍ୟବସାୟରୁ ମଧ୍ୟ ଲାଭବାନ ହେବେ ।

କନ୍ୟା: ଏହି ସପ୍ତାହରେ ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ, ସେମାନଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ଖୁସି ଥିବା ଦେଖାଯିବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ଏକ ସ୍ଥାନକୁ ଭ୍ରମଣରେ ଯାଇ ତାହାକୁ ଉପଭୋଗ କରିବେ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସହିତ ସେମାନଙ୍କ ଅଧ୍ୟୟନ ଉପରେ ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ଦେବେ । ସ୍ଵାସ୍ଥ୍ୟରେ ଉନ୍ନତି ଅବନତି ଦେଖାଦେବ । ଯଦି ଆପଣ ଜଣେ ଭଲ ଡାକ୍ତରଙ୍କ ପରାମର୍ଶ ନିଅନ୍ତି, ତେବେ ଏହା ଆପଣଙ୍କ ପାଇଁ ଭଲ ହେବ । ଚାକିରି କରୁଥିବା ଲୋକମାନେ, ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବା ପାଇଁ ଗୋଟିଏ ସୁଯୋଗ ପାଇବେ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବା ପାଇଁ ନୂତନ ଟେକ୍ନୋଲୋଜିଗୁଡିକୁ ଆପଣେଇବେ । ଆପଣଙ୍କ ଆର୍ଥିକ ଅବସ୍ଥା ମଧ୍ୟ ପୂର୍ବଭଳି ଦୃଢ ରହିବ । ନିବେଶ କରିବା ପାଇଁ ସମୟ ଏକ ବାଧକ ହେବ ନାହିଁ । ଏହି ସପ୍ତାହରେ ଆପଣ ଅତ୍ୟନ୍ତ ସତର୍କତାର ସହ ଯେକୌଣସି ପ୍ରକାରର କାରବାର କରିବା ଉଚିତ ।

ତୁଳା: ତୁଳା ରାଶିର ଲୋକମାନଙ୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହ ଆପଣମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ପରିବାର ଲୋକଙ୍କ ଠାରୁ ସହାୟତା ପାଇବେ । ଆପଣ ନିଜର ଜୀବନସାଥିଙ୍କ ସହିତ ପ୍ରେମପୂର୍ଣ୍ଣ ମୁହୂର୍ତ୍ତ ଅତିବାହିତ କରିବେ । ଜଣେ ଗୁରୁଜନଙ୍କ ଠାରୁ ଆର୍ଥିକ ଲାଭ ହେବାର ସଙ୍କେତ ମିଳୁଛି । ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ । ଶିକ୍ଷା କ୍ଷେତ୍ରରେ ଆପଣ ମନ ଧ୍ୟାନ ଦେଇ କାମ କରୁଥିବା ଦେଖାଯିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଆପଣ ନିଜ ମନପସନ୍ଦ ବିଷୟ ଅଧ୍ୟୟନ କରିବା ପାଇଁ ଗୋଟିଏ ସୁଯୋଗ ପାଇବେ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବା ପାଇଁ ସଫଳ ହେବେ । ଚାକିରି କରୁଥିବା ଲୋକମାନେ ସେମାନଙ୍କ କାମରେ ପଦୋନ୍ନତି ପାଇବା ପାଇଁ ସୁଯୋଗଗୁଡିଏ ପାଇବେ । ଆପଣ ନିଜର ବାକିଆ ଟଙ୍କା ଫେରିପାଇବେ । ଆପଣ ନୂଆ ଗାଡି କିଣି ଆନନ୍ଦିତ ହେବେ । ଅନେକଗୁଡିଏ ଅଦରକାରୀ ଖର୍ଚ୍ଚ ହେବ ।

ବିଛା: ବିଛା ରାଶିର ଲୋକମାନଙ୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହ ଆପଣମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସନ୍ତୁଷ୍ଟ ଥିବା ଜଣାପଡିବେ । ସେମାନେ ସେମାନଙ୍କର ପରିବାର ସଦସ୍ୟମାନଙ୍କ ସହିତ କୌଣସି ଧାର୍ମିକ ସ୍ଥାନଳୁ ବୁଲିଯିବା ପାଇଁ ଯୋଜନା କରିବେ । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଆପଣ ନିଜର ପରିବାର ସଦସ୍ୟମାନଙ୍କ ସହିତ ମଧ୍ୟ ନିଜର ପ୍ରେମିକ/ପ୍ରେମିକାଙ୍କୁ ପରିଚିତ କରାଇବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ସ୍ଵାସ୍ଥ୍ୟରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଆପଣଙ୍କ ପାଇଁ ଶୁଭ ହେବ । ନୂଆ ସ୍ଥାନରେ ନିବେଶ କରିବା ପାଇଁ ଆପଣ ଗୋଟିଏ ସୁଯୋଗ ପାଇବେ, ଯାହା ଭବିଷ୍ୟତରେ ଆପଣଙ୍କ ଆର୍ଥିକ ଅବସ୍ଥାକୁ ସୁଦୃଢ କରିବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ଚାକିରିରେ ପଦୋନ୍ନତି ପାଇ ଖୁସି ରହିବେ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବା ପାଇଁ ଉଦ୍ୟମ କରିବେ । ଆପଣ ପରିବାର ସଦସ୍ୟମାନଙ୍କ ଠାରୁ ସାହାଯ୍ୟ ପାଇବେ । ଗୁରୁଜନମାନେ ଆପଣଙ୍କ ବ୍ୟବସାୟରେ କିଛି ଅର୍ଥ ବିନିଯୋଗ କରିବେ । ଘରେ ପୂଜାପାଠର ଆୟୋଜନ ହେବ ।

ଧନୁ: ଧନୁ ରାଶିର ଲୋକମାନଙ୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ଆପଣ ମିଶ୍ରିତ ଫଳ ପାଇବେ । ଆପଣ ପରିବାରରୁ ସହାୟତା ପାଇବେ । ଆପଣ ନିଜର ଜୀବନସାଥୀଙ୍କ ସହିତ କିଛି ସମୟ ଅତିବାହିତ କରିବେ ଏବଂ ନିଜ ମନରେ ଚାଲିଥିବା ସମସ୍ୟାଗୁଡ଼ିକ ବିଷୟରେ ତାଙ୍କୁ କହିବେ, ଯାହାଦ୍ଵାରା ଆପଣ ଦୁହିଁଙ୍କ ମଧ୍ୟରେ ପ୍ରେମ ଭାବ ସୃଷ୍ଟି ହେବ । ଆପଣଙ୍କ ଆର୍ଥିକ ଅବସ୍ଥା ଭଲ ରହିବ । ଏହି ସପ୍ତାହରେ ଆପଣ କିଛି ଜରୁରୀ କାମ କରିବେ, ଯେଉଁଥିପାଇଁ ଆପଣଙ୍କୁ ନିଜର ବନ୍ଧୁମାନଙ୍କଠାରୁ ସାହାଯ୍ୟ ନେବାକୁ ପଡିବ । ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯଦି ଆପଣ ନିଜର ସମୟ ନିର୍ଘଣ୍ଟରେ କିଛି ପରିବର୍ତ୍ତନ କରନ୍ତି, ତେବେ ତାହା ଆପଣଙ୍କ ପାଇଁ ଭଲ ହେବ । ଚାକିରି କରୁଥିବା ଲୋକମାନେ ଅଫିସ କାମରେ ବାହାରକୁ ଯିବେ, ଯାହା ସେମାନଙ୍କ ପାଇଁ ଲାଭଦାୟକ ହେବ । ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବା ପାଇଁ ବନ୍ଧୁମାନଙ୍କର ସହାୟତା ଲୋଡିବେ ।

ମକର: ମକର ରାଶିର ଲୋକମାନଙ୍କ ପ୍ରେମ ସମ୍ପର୍କ ବିଷୟରେ କହିବାକୁ ଗଲେ ଏହି ସପ୍ତାହରେ ଆପଣମାନେ ଶୁଭ ଫଳ ପାଇବେ । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଆପଣ ନିଜ ପସନ୍ଦର ଲୋକଙ୍କ ସହିତ ଏକ ଦୂର ସ୍ଥାନକୁ ଡ୍ରାଇଭ କରି ଯିବେ, ଯେଉଁଠାରେ ଆପଣମାନେ ପରସ୍ପରକୁ ଅଧିକ ଜାଣିବା ପାଇଁ ଏକ ସୁଯୋଗ ପାଇବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ଜଣେ ବନ୍ଧୁଙ୍କର ଆଗମନ ହେତୁ ସୁଖୀ ଦେଖାଯିବେ । ତାଙ୍କ ସହିତ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ । ଆପଣ ନିଜର ପରିବାରକୁ ସମୟ ନ ଦେଉଥିବା କାରଣରୁ ସମସ୍ତେ ଆପଣଙ୍କ ଉପରେ ରାଗିଥିବା ବୋଲି ଜଣାପଡିବେ ।

କୁମ୍ଭ: କୁମ୍ଭ ରାଶିର ଲୋକମାନେ ଏହି ସପ୍ତାହରେ ଆପଣ ଅତ୍ୟନ୍ତ ଶୁଭ ଫଳ ପାଇବେ । ପରିବାରରେ ସୁଖ ଶାନ୍ତି ଦେଖାଦେବ । ଆପଣ ପରିବାରରୁ ସହାୟତା ପାଇବେ । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । କିଛି କଥାକୁ ନେଇ ଆପଣ ଓ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ମତାନ୍ତର ହେବ । ପୈତୃକ ସମ୍ପତ୍ତିରୁ ଆର୍ଥିକ ଲାଭ ହେବାର ସୁଯୋଗ ଆସିବ । ଆର୍ଥିକ ପରିସ୍ଥିତି ପୂର୍ବଭଳି ସୁଦୃଢ ହେବ । ଆପଣ ଏହି ସପ୍ତାହରେ ନିଜର ମନୋରଞ୍ଜନ ପାଇଁ ବହୁତ ଅର୍ଥ ଖର୍ଚ୍ଚ କରିବେ । ଆପଣ ଏକ ନୂଆ ଗାଡିର ଆନନ୍ଦ ମଧ୍ୟ ପାଇବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଚାକିରି କରୁଥିବା ଲୋକମାନେ, ସେମାନଙ୍କ କର୍ମସ୍ଥଳୀରେ ସମସ୍ତ କାମକୁ ଠିକ ସମୟରେ ସଂପୂର୍ଣ୍ଣ କରିବାକୁ ହେବ । ବିଦେଶରୁ ଆମଦାନୀ-ରପ୍ତାନି କାମ କରୁଥିବା ଲୋକମାନେ ଶୁଭ ଖବର ଶୁଣିବାକୁ ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ/ଯୁବତୀମାନେ ସଫଳତା ପାଇବେ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମୀନ: ଚାକିରି କରୁଥିବା ଲୋକମାନେ ସେମାନଙ୍କ କାମରେ ହେଉଥିବା ଅଗ୍ରଗତିକୁ ଅନୁଭବ କରିବେ । ବ୍ୟବସାୟ କରୁଥିବା ଲୋକମାନେ, ସେମାନଙ୍କ ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଆପଣ ପରିବାର ଲୋକଙ୍କର ସାହାଯ୍ୟ ପାଇବେ । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଆପଣ ନିଜର ଜୀବନସାଥୀଙ୍କ ସହିତ ଏକ ରୋମାଞ୍ଚକର ରାତ୍ରିଭୋଜନ କରିବାକୁ ଯିବେ, ଯେଉଁଠାରେ ଆପଣ ପରସ୍ପର ସହିତ ପ୍ରେମପୂର୍ଣ୍ଣ ବାର୍ତ୍ତାଳାପ କରିବେ । ଆର୍ଥିକ ପରିସ୍ଥିତି ପୂର୍ବାପେକ୍ଷା ଅଧିକ ସୁଦୃଢ ହେବ । ଆୟର ଅନେକ ସୁଯୋଗ ପ୍ରାପ୍ତ ହେବ । ଘରକୁ ଜଣେ ନୂଆ ଅତିଥିଙ୍କର ଆଗମନ ହେବ, ଯାହାଦ୍ଵାରା ଘରେ ଏକ ଆନନ୍ଦର ବାତାବରଣ ସୃଷ୍ଟି ହେବ । ଆପଣଙ୍କ ସ୍ଵାସ୍ଥ୍ୟରେ ପୂର୍ବାପେକ୍ଷା ବହୁତ ଉନ୍ନତି ହେବ । ଘର ଓ ପ୍ଲଟ କିଣିବା ପାଇଁ କରୁଥିବା ଯୋଜନାରେ ଆପଣ ସଫଳତା ପାଇବେ । ଏହି ସପ୍ତାହରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ, କିନ୍ତୁ ଯଦି ଆପଣଙ୍କର ଆର୍ଥିକ ଅବସ୍ଥା ପୂର୍ବଭଳି ସୁଦୃଢ ରୁହେ, ତେବେ ଆପଣ ସ୍ଵଚ୍ଛନ୍ଦରେ ଖର୍ଚ୍ଚ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.