ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

author img

By ETV Bharat Odisha Team

Published : Mar 10, 2024, 6:51 AM IST

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କ'ଣ ଘଟିବ ଆପଣ ସହ ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

Weekly Horoscope
Weekly Horoscope

ମେଷ: ମେଷ ରାଶିର ଲୋକମାନେ ଏହି ସପ୍ତାହରେ ମିଶ୍ରିତ ଫଳ ପାଇବେ । ଯେଉଁ ଲୋକମାନେ ନିଜ ବ୍ୟବସାୟକୁ ବିସ୍ତାର କରିବା ପାଇଁ ଚେଷ୍ଟା କରୁଥିଲେ, ସେମାନେ ସଫଳତା ପାଇବେ । ଚାକିରି କରୁଥିବା ଲୋକମାନଙ୍କର ପଦୋନ୍ନତି ହେବ । ଗୋଟିଏ ନୂଆ ଚାକିରିର ଅଫର୍ ମଧ୍ୟ ଆସିବ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା କାରଣରୁ ଅଶାନ୍ତି ଦେଖାଦେବ । ବୈବାହିକ ଜୀବନରେ ମଧ୍ୟ କୌଣସି ଏକ କଥାକୁ ନେଇ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ଏଠାରେ ସେଠାରେ ମନ ଲଗାଇବା ବଦଳରେ ସେମାନଙ୍କ ଅଧ୍ୟୟନ ଉପରେ ସଂପୂର୍ଣ୍ଣ ଧ୍ୟାନ ଦେବେ, ଯେଉଁ କାରଣରୁ ସଫଳତା ପାଇବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଆପଣଙ୍କ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ପୂର୍ବ ଭଳି ଖର୍ଚ୍ଚ ଅଧିକ ହେବ । ସେୟାର ବଜାରରେ ନିବେଶ କରିପାରନ୍ତି । ଯଦି ଆପଣ କୌଣସି ଘର କିମ୍ବା ଜାଗା କିଣିବାକୁ ଚାହାଁନ୍ତି, ତେବେ ତାହାକୁ ଏହି ସପ୍ତାହରେ କିଣିପାରନ୍ତି । ଆପଣ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜିତ ହେବ । ଆପଣ ନିଜ ମାଆଙ୍କର ସଂଗତି ପାଇବେ ।

ବୃଷ: ଆର୍ଥିକ ଅବସ୍ଥାକୁ ବିଚାର କଲେ, ଏହି ସପ୍ତାହଟି ପୂର୍ବାପେକ୍ଷା ବହୁତ ଭଲ ରହିବ । ଆପଣ ଚାକିରିରେ ପଦୋନ୍ନତି ପାଇବେ । ନୂଆ ଚାକିରି ପାଇଁ ସମୟ ଠିକ ନୁହେଁ । ବ୍ୟବସାୟକୁ ଆଗକୁ ନେବା ପାଇଁ ଆପଣ କୌଣସି ଜଣେ ବ୍ୟବସାୟୀଙ୍କ ସାହାଯ୍ୟ ନେବାର ସମ୍ଭାବନା ଅଛି । ବିବାହିତ ଲୋକମାନଙ୍କର ବୈବାହିକ ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହେବ । ଆପଣଙ୍କୁ କେବଳ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ କିନ୍ତୁ ଅନ୍ୟ କେହି ଜଣେ ଲୋକଙ୍କ କାରଣରୁ ମନୋମାଳିନ୍ୟ ହୋଇପାରେ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବା ଆବଶ୍ୟକ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ରହିବ । ପାଣିପାଗ ପରିବର୍ତ୍ତନ ହେବା କାରଣରୁ ସ୍ଵାସ୍ଥ୍ୟରେ ଅସ୍ଥିରତା ଦେଖାଦେବାର ସମ୍ଭାବନା ଅଛି । ନିଜର ଭାଇ ଭଉଣୀମାନଙ୍କ ଶିକ୍ଷା ବିଷୟରେ ଆପଣ ପରିଚିତ ଲୋକମାନଙ୍କ ସହିତ ଆଲୋଚନା କରିବେ । ଆପଣ ନିଜ ପିଲାମାନଙ୍କ ଠାରୁ ଶୁଭ ଖବର ପାଇବେ । ପରିବାର ସଦସ୍ୟମାନଙ୍କ ସହିତ ଆପଣ ଗୋଟିଏ ପାର୍ଟିରେ ଯୋଗ ଦେବେ ।

ମିଥୁନ: ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ଏହି ସପ୍ତାହରେ ଶୁଭଫଳ ପାଇବେ । ଆପଣ ସାଥୀଙ୍କୁ ନିଜ ମନର ଭାବନା କହିପାରିବେ । ଅବିବାହିତ ଥିବା ଲୋକମାନେ ମଧ୍ୟ ଜଣେ ଭଲ ଜୀବନସାଥୀ ପାଇବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସୁଖୀ ଥିବା ଜଣାପଡିବେ । ଚାକିରି କରୁଥିବା ଲୋକମାନେ ମଧ୍ୟ ନୂଆ ଚାକିରିର ଅଫର୍ ପାଇବେ । ଚାକିରି ପାଇଁ ଯିବା ଆସିବା କରିବା ଏବଂ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାର ଅନେକ ସୁଯୋଗ ଆସିବ, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ନୂଆ ଲୋକମାନଙ୍କ ସମ୍ପର୍କରେ ଆସିବେ । ଆପଣ ନୂଆ ଯୋଗାଯୋଗଗୁଡିଏ ପାଇବେ । ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଭଲ ହେବ । ଆପଣଙ୍କ ନିଜ ଘର ମରାମତିରେ ଅନେକ ଖର୍ଚ୍ଚ ହେବ । ଯଦି ଆପଣ ଜମି କିଣିବାକୁ ଚାହାଁନ୍ତି, ତେବେ ତାହାକୁ ଆପଣ ଏହି ସମୟରେ କିଣିପାରିବେ । ଆପଣ ସେୟାର ବଜାରରେ ମଧ୍ୟ ନିବେଶ କରିପାରିବେ । ଆପଣଙ୍କ ସ୍ଵାସ୍ଥ୍ୟରେ ପୂର୍ବାପେକ୍ଷା ବହୁତ ଉନ୍ନତି ହେବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ବିଦ୍ୟାର୍ଥିମାନଙ୍କର ମନ ଏଠାରେ ସେଠାରେ ହୋଇ ଅସ୍ଥିର ହେବା କାରଣରୁ ସେମାନେ ସଂପୂର୍ଣ୍ଣ ଧ୍ୟାନ ଦେବାରେ ଅକ୍ଷମ ହେବେ ।

କର୍କଟ: କର୍କଟ ରାଶି ଥିବା ଲୋକମାନଙ୍କ ପାଇଁ ଏହି ସପ୍ତାହ ଆନନ୍ଦରେ ପରିପୂର୍ଣ୍ଣ ହେବ । ବିବାହିତ ଲୋକମାନେ ସେମାନଙ୍କ ଜୀବନସାଥୀଙ୍କ ସହିତ ଥିବା ପୁରୁଣା ତିକ୍ତତାକୁ ଭୁଲି ଆଗକୁ ବଢିବେ । ଆପଣଙ୍କ ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଅବିବାହିତ ଲୋକମାନେ ସେମାନଙ୍କ ପସନ୍ଦର ଜୀବନସାଥୀ ପାଇବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଯେଉଁ ବନ୍ଧୁମାନଙ୍କ କାରଣରୁ ଆପଣଙ୍କର ସମୟ ନଷ୍ଟ ହେଉଛି, ଆପଣ ସେମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଯେଉଁମାନେ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ, ତେବେ ଯାଇଁ ସେମାନେ ସଫଳତା ହାସଲ କରିବେ । ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଭଲ ହେବ । ଆପଣ ଆନନ୍ଦ ସହକାରେ ସମସ୍ତ ଖର୍ଚ୍ଚ ତୁଲାଇବେ । ଆପଣ ସେୟାର ବଜାରରେ ମଧ୍ୟ ନିବେଶ କରିପାରନ୍ତି । ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ପାଇବେ । ପରିବାର ସଦସ୍ୟମାନଙ୍କ ସହିତ କିଛି ତୀର୍ଥସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ । ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ । ଭ୍ରମଣରେ ଯିବା କାରଣରୁ ଆପଣ କ୍ଳାନ୍ତ ଅନୁଭବ କରିବେ । ଯଦି ଆପଣଙ୍କର କୌଣସି ସରକାରୀ କାମ ପଡି ରହିଥିଲା, ତାହା ମଧ୍ୟ ସଂପୂର୍ଣ୍ଣ ହୋଇଯିବ ।

ସିଂହ: ସିଂହ ରାଶିର ଲୋକମାନେ ଏହି ସପ୍ତାହରେ ସେମାନେ ସେମାନଙ୍କ ସମ୍ପର୍କରେ ସ୍ନେହ ଓ ସନ୍ତୁଳନକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବା ଉଚିତ । ପ୍ରେମ ସମ୍ପର୍କରେ ଅତ୍ୟନ୍ତ ସତର୍କ ହେବା ଆବଶ୍ୟକ । ଯଦି ଆପଣ ପରସ୍ପର ସହିତ ସମୟ ଅତିବାହିତ କରନ୍ତି, ତେବେ ଏହା ବହୁତ ଭଲ ହେବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣ ଗୋଟିଏ ନୂଆ ପ୍ରୋଜେକ୍ଟରେ କାମ କରିବା ପାଇଁ ଏକ ସୁଯୋଗ ପାଇବେ । ସ୍ଵାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେବ । ଏହି ସପ୍ତାହରେ ଆପଣ ନିଜ ପାଇଁ ଗୋଟିଏ ଗାଡି କିଣିବାର ସମ୍ଭାବନା ଅଛି । ଯଦି ସେୟାର ବଜାରରେ ଆପଣ ଦୀର୍ଘ ସମୟ ପାଇଁ ନିବେଶ କରନ୍ତି, ତେବେ ଆପଣ ଲାଭ ପାଇବେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ସପ୍ତାହଟି କଠିନ ପରିଶ୍ରମ ଓ ସଂଘର୍ଷରେ ପରିପୂର୍ଣ୍ଣ ହେବ, ଆପଣଙ୍କର କଠିନ ପରିଶ୍ରମ ସଫଳ ହେବ । ବ୍ୟବସାୟ ସହିତ ସଂଶ୍ଳିଷ୍ଟ ଥିବା ଲୋକମାନେ ହଠାତ ଗୋଟିଏ ବଡ ଅର୍ଡର ପାଇପାରନ୍ତି, ଯେଉଁଥିରୁ ଆପଣ ଲାଭବାନ ହେବେ । ଉଚ୍ଚଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀମାନେ ସେମାନଙ୍କ ଶିକ୍ଷକମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପ୍ରତିଯୋଗିତାରେ ଭାଗ ନେଇଥିବା ଲୋକମାନେ ବିଜୟ ଲାଭ କରିବେ ।

କନ୍ୟା: କନ୍ୟା ରାଶିର ଲୋକମାନେ ଏହି ସପ୍ତାହରେ ଶୁଭ ଖବର ପାଇବେ । ଆପଣ ନିଜର ବୈବାହିକ ଜୀବନରେ ସୁଖୀ ଦେଖାଯିବେ । ଲାଗି ରହିଥିବା ସମସ୍ତ ସମସ୍ୟାଗୁଡ଼ିକର ଅନ୍ତ ହେବ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣ କିଛି ନୂଆ ଗବେଷଣା କରିବା ବିଷୟରେ ଚିନ୍ତା କରିବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକମାନେ ଗୋଟିଏ ନୂଆ ଚାକିରିର ଅଫର୍ ପାଇବେ । ବ୍ୟବସାୟ କରିବା ପାଇଁ ଆପଣ ଘରୁ ବାହାରକୁ ଯିବାର ସମ୍ଭାବନା ଅଛି । ଆପଣ ନୂଆ ସୁଯୋଗଗୁଡିଏ ପାଇବେ, ଯାହା ଆପଣଙ୍କ ଆର୍ଥିକ ଅବସ୍ଥାକୁ ଦୃଢ କରିବ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ରହିବ କିନ୍ତୁ ଯଦି ଆପଣ ନିଜର ରୁଟିନ ଚେକ-ଅପ କରିବା ଜାରି ରଖନ୍ତି, ତେବେ ବହୁତ ଭଲ ହେବ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ଆପଣ ନିଜ ଘର ମରାମତି ପାଇଁ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ କରିବେ । ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବାକୁ ଚାହାଁନ୍ତି, ତେବେ ଲମ୍ବା ସମୟ ପାଇଁ ନିବେଶ କରିବା ଆପଣଙ୍କ ପାଇଁ ବହୁତ ଭଲ ହେବ । ଆପଣଙ୍କ ପିଲାମାନେ ଆପଣଙ୍କୁ ସଂପୂର୍ଣ୍ଣ ସାହାଯ୍ୟ କରିବେ ।

ତୁଳା: ତୁଳା ରାଶିର ଲୋକମାନେ ଏହି ସପ୍ତାହରେ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ପାଇବେ । ଆପଣ ନିଜର ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ ଏବଂ କୌଣସି ଏକ ସ୍ଥାନକୁ ଭ୍ରମଣରେ ଯିବା ପାଇଁ ମଧ୍ୟ ଯୋଜନା କରିବେ, ଯେଉଁଠାରେ ସମସ୍ତେ ଖୁସି ଦେଖାଯିବେ । ଆପଣଙ୍କ ପାରିବାରିକ ଜୀବନରେ କୌଣସି ଜଣେ ବ୍ୟକ୍ତିଙ୍କର ହସ୍ତକ୍ଷେପ କାରଣରୁ କନ୍ଦଳ ସୃଷ୍ଟି ହୋଇପାରେ । ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ଉତଥାନ ପତନ ଦେଖାଦେବ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ବିଦ୍ୟାର୍ଥୀମାନେ କୌଣସି ଏକ ନୂଆ ବିଷୟରେ ବହୁତ କିଛି ଜାଣିବେ । ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଭଲ ହେବ । ଆପଣଙ୍କ ବ୍ୟବସାୟରେ ଅଟକିଥିବା ଅନେକଗୁଡିଏ ଯୋଜନାକୁ ପୁନରାରମ୍ଭ କରିବାରେ ଆପଣ ସଫଳ ହେବେ । ଚାକିରି କରୁଥିବା ଲୋକମାନେ ଗୋଟିଏ ନୂଆ ଚାକିରିର ଅଫର୍ ପାଇବେ ଏବଂ ସେମାନଙ୍କ ପୁରୁଣା ଚାକିରିରେ କିଛି ନୂଆ ଶିଖିବାକୁ ମଧ୍ୟ ପାଇବେ । ଆପଣ ଜମି କିମ୍ବା ଘରବାଡିରେ ନିବେଶ କରିପାରନ୍ତି । ସେୟାର ବଜାରରେ ନିବେଶ କରିବା ପାଇଁ ମଧ୍ୟ ସମୟ ଶୁଭ ଅଟେ ।

ବିଛା: ବିଛା ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଅବିବାହିତ ଲୋକମାନେ ସେମାନଙ୍କ ମନପସନ୍ଦ ଜୀବନସାଥୀ ପାଇବେ । ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ଖୁସିଥିବା ଜଣାପଡିବେ । ଜୀବନସାଥୀ କାମରେ ସଫଳତା ପାଇବେ । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ଯଦି ଆପଣ କିଛି ଜମି କିମ୍ବା ଜାଗାବାଡି କିଣିବାକୁ ଚାହାଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଶୁଭ ସମୟ ଅଟେ । ନିଜର ଜୀବନସାଥୀଙ୍କ କାରଣରୁ ମଧ୍ୟ ଆପଣଙ୍କର ଆର୍ଥିକ ଲାଭ ହେବାର ଅନେକ ସୁଯୋଗ ଅଛି । ଷ୍ଟକ ମାର୍କେଟ ପାଇଁ ଏହି ସପ୍ତାହ ଶୁଭ ଅଟେ । ବ୍ୟବସାୟ କରୁଥିବା ଲୋକମାନେ ନୂଆ ଯୋଗାଯୋଗ ପାଇବେ । ଯଦି ଆପଣଙ୍କର କୌଣସି ସରକାରୀ କାମ ପଡି ରହିଥାଏ, ତେବେ ତାହା ମଧ୍ୟ ସଂପୂର୍ଣ୍ଣ ହୋଇଯିବ । ଗୋଟିଏ ନୂଆ ଚାକିରିର ଅଫର୍ ମଧ୍ୟ ଆସିବ । ବିଦ୍ୟାର୍ଥୀମାନେ ସେମାନଙ୍କ ବନ୍ଧୁମାନଙ୍କ ସହିତ ବହୁତ ସମୟ କଟାଇବେ, ଯାହାଦ୍ଵାରା ସେମାନଙ୍କର ଅଧ୍ୟୟନ କ୍ଷତିଗ୍ରସ୍ତ ହେବ । ଆପଣଙ୍କର ସ୍ୱାସ୍ଥ୍ୟରେ ପୂର୍ବାପେକ୍ଷା ଅନେକ ସୁଧାର ଆସିବ କିନ୍ତୁ ପାଣିପାଗ ପରିବର୍ତ୍ତନ ହେବା କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଅବନତି ଦେଖାଦେଇପାରେ ।

ଧନୁ: ଏହି ସପ୍ତାହ ଆପଣଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ହେବ । ଆପଣ ନିଜର ଜୀବନସାଥୀଙ୍କ ସହିତ ପ୍ରେମପୂର୍ଣ୍ଣ ମୁହୂର୍ତ୍ତଗୁଡିକ ଅତିବାହିତ କରିବେ । କୌଣସି ଏକ ସ୍ଥାନକୁ ବୁଲି ମଧ୍ୟ ଯିବେ । ଆପଣ ନିଜର ଜୀବନସାଥୀଙ୍କ ଠାରୁ ଗୋଟିଏ ଭଲ ଉପହାର ମଧ୍ୟ ପାଇବେ । ଘରକୁ ଜଣେ ନୂଆ ଅତିଥିଙ୍କର ଆଗମନ ହେବ । ଅବିବାହିତ ଲୋକମାନଙ୍କ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିବ । ଏହି ସପ୍ତାହରେ ଆପଣ ଅଯଥା କାମରେ ବହୁତ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ଅଛି । ସେୟାର ବଜାରରେ ଅଧିକ ଟଙ୍କା ବିନିଯୋଗ କରନ୍ତୁ ନାହିଁ । ଆପଣଙ୍କ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସପ୍ତାହଟି କଠିନ ପରିଶ୍ରମରେ ପରିପୂର୍ଣ୍ଣ ହେବ । ନୂତନ ଚୁକ୍ତିଗୁଡିଏ ଉପଲବ୍ଧ ହେବ । ଚାକିରି ପରିବର୍ତ୍ତନ କରିବା ପାଇଁ ଏହା ଶୁଭ ସମୟ ନୁହେଁ । ଆର୍ଟ, ଡିଜାଇନିଙ୍ଗ, ମାର୍କେଟିଙ୍ଗରେ କାମ କରୁଥିବା ଲୋକମାନେ ବହୁତ ଲାଭବାନ ହେବେ । ବିଦ୍ୟାର୍ଥୀମାନେ ଏଠାରେ ସେଠାରେ ମନ ଦେବା କାରଣରୁ ଅଧ୍ୟୟନ ପ୍ରତି କମ୍ ଧ୍ୟାନ ଦେବେ । ପାଣିପାଗ ପରିବର୍ତ୍ତନ ହେବା କାରଣରୁ ସ୍ଵାସ୍ଥ୍ୟରେ ଉନ୍ନତି ଅବନତି ଦେଖାଦେବ । ଉଚ୍ଚ ଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଆପଣ ନିଜ ପସନ୍ଦର ବିଷୟ ଅଧ୍ୟୟନ କରିବା ପାଇଁ ଗୋଟିଏ ସୁଯୋଗ ପାଇବେ ।

ମକର: ଏହି ସପ୍ତାହରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣ ଅନ୍ୟ ଦେଶଗୁଡିକରୁ ମଧ୍ୟ ଅନେକ ନୂଆ ଯୋଗାଯୋଗ ପାଇବେ । ଆପଣ ନିଜର ବ୍ୟବସାୟକୁ ଆଗକୁ ନେବାରେ ସଫଳତା ପାଇବେ । ଚାକିରି କରୁଥିବା ଲୋକମାନେ ଗୋଟିଏ ନୂଆ ଚାକିରିର ଅଫର୍ ପାଇବେ । ଯଦି ଆପଣ ଚାକିରି ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ଏହା ବହୁତ ଭଲ ସମୟ ଅଟେ । ଆପଣ ନିଜର ଜୀବନସାଥୀଙ୍କ ସହିତ ଗୋଟିଏ ରୋମାଞ୍ଚକର ରାତ୍ରିଭୋଜନ କରିବା ପାଇଁ ଯିବେ କିମ୍ବା ପ୍ରେମପୂର୍ଣ୍ଣ ବାର୍ତ୍ତାଳାପ କରୁଥିବା ଦେଖାଯିବେ । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଯଦି ଆପଣ ସେୟାର ବଜାରରେ ନିବେଶ କରିବା ପାଇଁ ଭାବୁଛନ୍ତି, ତେବେ ବହୁତ ଭାବିଚିନ୍ତି ନିବେଶ କରନ୍ତୁ । ଋଣ ଦେବା କିମ୍ବା ଋଣ ନେବା ପାଇଁ ଏହା ଏହା ବହୁତ ଭଲ ସମୟ ଅଟେ । ବିଦ୍ୟାର୍ଥୀମାନେ କିଛି ପ୍ରତିଯୋଗିତାରେ ଭାଗ ନେବେ, ଯେଉଁଥିରେ ସେମାନେ ବିଜୟ ଲାଭ କରିବେ । ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ପାଇବେ । ପରିବାର ସଦସ୍ୟମାନଙ୍କ ସହିତ ସମୟ ବିତାଇବା ପାଇଁ ଆପଣ ଗୋଟିଏ ସୁଯୋଗ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ରହିବ । ଆପଣଙ୍କର ପିଲାମାନେ ଆପଣଙ୍କୁ ସଂପୂର୍ଣ୍ଣ ରୂପେ ସହାୟତା କରିବେ । ଆପଣ ନିଜ ପାଇଁ ଗୋଟିଏ ନୂଆ ଗାଡି କିଣିବାର ସମ୍ଭାବନା ଅଛି । ଅବିବାହିତମାନଙ୍କ ମଧ୍ୟରେ ସଂପର୍କକୁ ନେଇ କଥାବାର୍ତ୍ତା ହୋଇପାରେ ।

କୁମ୍ଭ: କୁମ୍ଭ ରାଶିର ଲୋକଙ୍କ ପାଇଁ ଏହା ଏକ ସ୍ଵତନ୍ତ୍ର ସପ୍ତାହ ହେବାକୁ ଯାଉଛି । ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲରେ କଟିବ । ଗୃହସ୍ଥ ଜୀବନରେ ଅହଂ ଭାବକୁ ସ୍ଥାନ ଦିଅନ୍ତୁ ନାହିଁ, ଅନ୍ୟଥା ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଭଲ ହେବ । ଏହା ମଧ୍ୟ ଏକ ଅନଲାଇନ ଆୟର ଉତ୍ସରେ ପରିଣତ ହେବ । ଆପଣ ନିଜ ସମୟର କିଛି ଅଂଶ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରିବେ । ସେୟାର ବଜାରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରି କରନ୍ତୁ । ଯଦି ଆପଣ ନିଜର ଚାକିରି ପରିବର୍ତ୍ତନ କରିବା ପାଇଁ ଚିନ୍ତା କରୁଥାନ୍ତି, ତେବେ ଆପଣ ନିଜର ପୁରୁଣା ଚାକିରିରେ ମଧ୍ୟ ଅନେକ ଉତ୍ତମ ସୁଯୋଗ ପାଇବେ । ଘରେ ଭଜନ-କୀର୍ତ୍ତନ ଇତ୍ୟାଦିର ଆୟୋଜନ ହେବ । କିଛି ନୂଆ କାମ ଆରମ୍ଭ କରିବା ପାଇଁ ଆପଣ ନିଜ ଜୀବନସାଥୀଙ୍କୁ ଉତ୍ସାହିତ କରିବେ । ପିଲାମାନଙ୍କର ଦାୟିତ୍ଵଗୁଡିକୁ ପୂରଣ କରିବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣଙ୍କ ସ୍ଵାସ୍ଥ୍ୟରେ ପୂର୍ବାପେକ୍ଷା ସୁଧାର ଆସିବ । ଘରର ସାଜସଜ୍ଜା ପାଇଁ ଆପଣ କିଛି କିଣାକିଣି କରିବେ । ଯଦି ଆପଣ ନିଜର ସମସ୍ତ ଖର୍ଚ୍ଚ ପାଇଁ ଗୋଟିଏ ବଜେଟ ପ୍ରସ୍ତୁତ କରନ୍ତି, ତେବେ ଭଲ ହେବ ।

ମୀନ: ଆପଣଙ୍କ ପାଇଁ ଏହି ସପ୍ତାହ ପୂର୍ବାପେକ୍ଷା ବହୁତ ଭଲ ହେବ । ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ପାଇବେ । ପରିବାର ଲୋକଙ୍କ ସହିତ କିଛି ସମୟ ଅତିବାହିତ କରିବେ । କିଛି ଧାର୍ମିକ ସ୍ଥଳକୁ ବୁଲିଯିବା ପାଇଁ ସମସ୍ତେ ଏକାଠି ଯୋଜନା କରିବେ । ଆପଣଙ୍କ ସ୍ଵାସ୍ଥ୍ୟରେ ପୂର୍ବାପେକ୍ଷା ସୁଧାର ଆସିବ । ବାହାରେ ଖିଆପିଆ କରନ୍ତୁ ନାହିଁ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ଭଲ ହେବ । ବ୍ୟବସାୟ କରୁଥିବା ଲୋକମାନେ ନୂଆ ସୁଯୋଗଗୁଡିଏ ପାଇବେ । ଚାକିରି କରୁଥିବା ଲୋକମାନେ ମଧ୍ୟ ନୂଆ ଚାକିରିର ଅଫର୍ ପାଇବେ । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଘର ଠାରୁ ଦୂରରେ ରହି କାମ କରୁଥିବା ଲୋକମାନେ ସେମାନଙ୍କ ପରିବାରକୁ ମନେ ପକାଇବେ । ଅବିବାହିତ ଲୋକମାନଙ୍କ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିବ । ଘରର ମରାମତି ପାଇଁ ମଧ୍ୟ ଆପଣ ଅନେକ ଟଙ୍କା ଖର୍ଚ୍ଚ କରିବେ । ଧାର୍ମିକ ଅନୁଷ୍ଠାନଗୁଡିକରେ ଆପଣ ନିଜର କିଛି ସମୟ ଅତିବାହିତ କରିବେ, ଯାହା ଆପଣ ମାନସିକ ଶାନ୍ତି ଲାଭ କରିବେ । ମାତାପିତାମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଅର୍ଥ ବିନିଯୋଗ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.