ETV Bharat / bharat

ED ସମନକୁ ମହୁଆଙ୍କ ଅଣଦେଖା, ଲୋକସଭା ନିର୍ବାଚନ ପାଇଁ କରିବେ ପ୍ରଚାର - MAHUA TO SKIP ED SUMMON

author img

By ETV Bharat Odisha Team

Published : Mar 28, 2024, 1:06 PM IST

Mahua Moitra To Skip ED Summon: ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ମାମଲା(FEMA)ରେ ଇଡି ଜାରି କରିଥିବା ସମନକୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ଅଣଦେଖା । କହିଲେ ଇଡିରେ ହାଜର ନହୋଇ ନିର୍ବାଚନ ପ୍ରଚାର ପାଇଁ ଯିବି । ଅଧିକ ପଢନ୍ତୁ

Mahua Moitra
Mahua Moitra

ନୂଆଦିଲ୍ଲୀ: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେନି ତୃଣମୂଳ କଂଗ୍ରେସ(TMC) ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରା । ବୁଧବାର ତାଙ୍କୁ ସମନ ଜାରି କରାଯାଇଥିବା ବେଳେ ପଚରାଉଚରା ପାଇଁ ଆଜି ହାଜର ହେବା ପାଇଁ କୁହାଯାଇଥିଲା । ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ମାମଲାରେ(FEMA) ପଚରାଉଚରା ପାଇଁ ମହୁଆଙ୍କୁ ସମନ କରିଥିଲା ଇଡି । ତେବେ ଇଡି ସମନକୁ ଏଡାଇ ପଶ୍ଚିମବଙ୍ଗ କୃଷ୍ଣନଗର ଲୋକସଭା କ୍ଷେତ୍ର ପାଇଁ ପ୍ରଚାର କରିବେ ମହୁଆ ।

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରା କହିଛନ୍ତି, "'ମୁଁ ଅପରାହ୍ନରେ କୃଷ୍ଣନଗର ନିର୍ବାଚନମଣ୍ଡଳୀରେ ପ୍ରଚାର ପାଇଁ ଯିବି । ଏହି କାରଣରୁ ସେ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହୋଇପାରିବି ନାହିଁ ।" ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ମାମଲାରେ ଇଡି ପୂର୍ବରୁ ଦୁଇଥର ପଚରାଉଚରା ପାଇଁ ମହୁଆଙ୍କୁ ସମନ କରାଯାଇଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ବୁଧବାର ତୃତୀୟ ସମନ ଜାରି କରାଯାଇଥିଲେ ସୁଦ୍ଧା ଏହି ସମନକୁ ମଧ୍ୟ ଏଡାଇଛନ୍ତି ମହୁଆ । ପ୍ରକାଶଥାଉକି, ଲୋକସଭା ନିର୍ବାଚନରେ ମହୁଆ ମୋଇତ୍ରାକୁ ଟିଏମସି ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ଟିକେଟ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ମହୁଆ ମୋଇତ୍ରାଙ୍କୁ ପୁଣି ED ସମନ, କାଲି ହାଜର ହେବାକୁ ନୋଟିସ - ED Summons To Mahua Moitra

ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ: ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଗତ ଡିସେମ୍ବର ମାସରେ ଏଥିକ୍ସ କମିଟିର ରିପୋର୍ଟ ଆଗତ ହୋଇଥିଲା । ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକର ସାଂସଦ ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପାରିଶ କରି ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ତର୍କବିତର୍କ ପରେ ଏଥିକ୍ସ କମିଟିର ରିପୋର୍ଟକୁ ଗ୍ରହଣ କରାଯାଇଥିବା ବେଳେ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା ।

କଣ ଥିଲା ଘଟଣା ? ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ନଗଦ ଟଙ୍କା ଏବଂ ଗିଫ୍ଟ ମାଧ୍ୟମରେ ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇଥିବା ନେଇ ଅଭିଯୋଗ ହୋଇଥିଲା । ଦୁବେ ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.