ETV Bharat / bharat

କେନ୍ଦ୍ର ସହ ଆଲୋଚନା ବିଫଳ: ଆଜି କୃଷକଙ୍କ ଦିଲ୍ଲୀ ଚଲୋ, ସବୁ ସୀମା ସିଲ୍ ସହ କଡ଼ା ସୁରକ୍ଷା ବ୍ୟବସ୍ଥା

author img

By ETV Bharat Odisha Team

Published : Feb 13, 2024, 9:28 AM IST

Updated : Feb 13, 2024, 9:34 AM IST

Farmers Protest Update: ଆଜିଠୁ କୃଷକ ସଂଗଠନର ଦିଲ୍ଲୀ ଚଲୋ । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ସବୁ ସୀମା ସିଲ୍ ଅଧି୍କ ପଢନ୍ତୁ

କୃଷକ ଆନ୍ଦୋଳନ
Farmers Protest

ନୂଆଦିଲ୍ଲୀ: ଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଯାତ୍ରା । କେନ୍ଦ୍ର ସରକାରଙ୍କ କୃଷକ ମାରଣନୀତିକୁ ବିରୋଧ କରି ଗର୍ଜିବେ ଚାଷୀ । ଆଜି ସକାଳ 10ଟା ସମୟରେ ହରିୟାଣା ଓ ପଞ୍ଜାବରୁ ଦିଲ୍ଲୀରୁ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ହଜାର ହଜାର ଚାଷୀ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିଲ୍ଲୀରେ ଏକ ମାସ ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି । ଏଥିସହ ରାଜଧାନୀରେ ଭିଡ ଜମାଇବା ଓ ଟ୍ରାକ୍ଟର ପ୍ରବେଶ ଉପରେ କଟକଣା ଲାଗିଛି । ସମସ୍ତ ସୀମା ସିଲ୍ କରାଯାଇଛି ।

ଚାଷୀଙ୍କ ସହ ଆଲୋଚନା ବିଫଳ: ଗତକାଲି(ସୋମବାର) ରାତିରେ କୃଷକ ସଂଗଠନର ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା । କିନ୍ତୁ ଏହି ଆଲୋଚନା ସଫଳ ହୋଇନାହିଁ । ପଞ୍ଜାବ କିଶାନ ମଜଦୁର ସଂଘର୍ଷ କମିଟିର ସାଧାରଣ ସମ୍ପାଦକ ସୌରଭ ସିଂ କହିଛନ୍ତି, ''ମନ୍ତ୍ରୀଙ୍କ ସହ ବୈଠକ ପ୍ରାୟ 5 ଘଣ୍ଟା ଧରି ଚାଲିଥିଲା। ଆମେ ସେମାନଙ୍କ ସାମ୍ନାରେ ଏକ ଏଜେଣ୍ଡା ଉପସ୍ଥାପନ କରିଛୁ। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇ ପାରିନଥିଲେ। ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସରକାର ଆମକୁ କହୁଛନ୍ତି ଏବଂ ଆଲୋଚନା ପାଇଁ ସମୟ ମାଗୁଛନ୍ତି । 2 ବର୍ଷ ପୂର୍ବେ ସେମାନେ ଆମକୁ ସମୟ ମାଗିଥିଲେ, ଯେତେବେଳେ କୃଷକଙ୍କ ଆନ୍ଦୋଳନ ଶେଷ ହୋଇଥିଲା । ବର୍ତ୍ତମାନ କିନ୍ତୁ ଆମେ ସମୟ ଦେବୁ ନାହିଁ । ଯଦି ଦୃଢ ପ୍ରସ୍ତାବ ଅଛି ତେବେ ଆମେ ସମୟ ଦେବା ବିଷୟରେ ଚିନ୍ତା କରିବୁ । କିନ୍ତୁ କେନ୍ଦ୍ର ସରକାରଙ୍କ ପାଖରେ ସେମିତି କିଛି ପ୍ରସ୍ତାବ ନାହିଁ । ''

ଏହା ମଧ୍ୟ ପଢନ୍ତୁ-କୃଷକ ରାଲିକୁ ନେଇ ଦିଲ୍ଲୀ ପୋଲିସର ପ୍ରତିକାର ପଦକ୍ଷେପ: ପଞ୍ଜାବ-ହରିୟାଣା ସୀମା ସିଲ୍, ଦିଲ୍ଲୀରେ 144 ଧାରା

ସୁରକ୍ଷା କଡ଼ାକଡ଼ି: କୃଷକଙ୍କ ଦିଲ୍ଲୀ ଚଲୋ ଘୋଷଣା ପରେ ଅନ୍ୟ ରାଜ୍ୟ ସହ ସଂଯୋଗ ଥିବା ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗୋଟିଏ ପଟେ ବଦରପୁର ବୋର୍ଡରରେ ଦିଲ୍ଲୀର ସୀମା ହରିୟାଣାର ଫରିଦାବାଦ ସହ ମିଶିଛି। ୟୁପି ଏବଂ ହରିୟାଣା ସୀମାରେ ବ୍ଲକର୍ସ ସ୍ଥାପନ କରାଯାଇଛି । ଏହା ବ୍ୟତୀତ ପାଞ୍ଚ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ସୀମାରେ ନିୟୋଜିତ କରାଯାଇଛି। ଉତ୍ତରପ୍ରଦେଶରୁ ଚାଷୀକୁ ନେଇ ଦିଲ୍ଲୀକୁ ଆସୁଥିବା ଟ୍ରାକ୍ଟର, ଟ୍ରଲି, ବସ୍, ଟ୍ରକ୍ ଆଦିକୁ ରାଜଧାନୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସେହିପରି ଆନ୍ଦୋଳନକାରୀ ମାନେ ପଦଯାତ୍ରା ସମୟରେ ହାତରେ କୌଣସି ଅସ୍ତ୍ରଶସ୍ତ୍ର ଧରିବାକୁ ବାରଣ କରାଯାଇଛି ।

ଗାଜୀପୁର ସୀମା: କୃଷକ ସଂଗଠନ ଦିଲ୍ଲୀ ଚାଲୋ ଡାକରାକୁ ଦୃଷ୍ଟିରେ ରଖି ଗାଜିପୁର ସୀମାରେ ବ୍ୟାରିକେଡିଂ କରାଯାଇଛି। ଗାଜୀପୁର ସୀମାରୁ ଗାଜିଆବାଦ ଅଭିମୁଖେ ଯାଉଥିବା ଯାନବାହାନଗୁଡିକ ଅକ୍ଷରଧାମ ମନ୍ଦିର ଦେଇ ପୁସ୍ତା ରୋଡ ନଚେତ ପୁଷ୍ପା ରୋଡ କିମ୍ବା ପାଟର୍ଗଞ୍ଜ ରୋଡ୍ / ମଦର ଡାଏରୀ ରୋଡ୍, ମହାରାଜପୁର, ଗାଜିଆବାଦ ଦେଇ ମହାରାଜ ନଚେତ ଆପସରା ସୀମା ଦେଇ ବାହାରକୁ ଆସିପାରିବେ ।

କାଲିଣ୍ଡି କୁଞ୍ଜ ସୀମା: କାଲିଣ୍ଡା କୁଞ୍ଜ ସୀମା ନୋଏଡା ସହ ମିଳିଛି । କୃଷକମାନଙ୍କର ଦିଲ୍ଲୀ ଯାତ୍ରାକୁ ଦୃଷ୍ଟିରେ ରଖି କାଲିଣ୍ଡି କୁଞ୍ଜ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ସନ୍ଧ୍ୟା ଏଟାରେ ଏଠାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହି ସବୁ ସୀମା ସିଲ: ପ୍ରାୟ 200 କୃଷକ ସଂଗଠନ ଦ୍ୱାରା ଦିଲ୍ଲୀ ଚଲୋ ପଦଯାତ୍ରା ଆୟୋଜନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପଞ୍ଜାବ ଓ ହରିୟାଣାର ଶମ୍ଭୁ ସୀମା, ଖନୌରୀ, ହରିଆଣା ଓ ଦିଲ୍ଲୀର ସିଂଘୁ ସୀମାକୁ ସିଲ କରାଯାଇଛି । ଆମ୍ବାଲା, ଜିନ୍ଦ ଏବଂ ଫତେହାବାଦ ଜିଲ୍ଲା ସୀମାକୁ ସିଲ୍ କରାଯାଇଛି ।

Last Updated : Feb 13, 2024, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.