ETV Bharat / bharat

କୃଷକ ରାଲିକୁ ନେଇ ଦିଲ୍ଲୀ ପୋଲିସର ପ୍ରତିକାର ପଦକ୍ଷେପ: ପଞ୍ଜାବ-ହରିୟାଣା ସୀମା ସିଲ୍, ଦିଲ୍ଲୀରେ 144 ଧାରା

author img

By ETV Bharat Odisha Team

Published : Feb 12, 2024, 9:59 AM IST

Updated : Feb 12, 2024, 10:17 AM IST

Farmers Protest Update: ମଙ୍ଗଳବାର ଦିଲ୍ଲୀ ଚଲୋ ଯାତ୍ରା ଆରମ୍ଭ କରିବେ କୃଷକ ସଂଗଠନ । ସୁରକ୍ଷା ଦୃଷ୍ଟିରୁ ସିଲ୍ ହେଲା ପଞ୍ଜାବ-ହରିୟାଣା ସୀମା । ଦିଲ୍ଲୀରେ 144 ଧାରା ଲାଗୁ । ଅଧିକ ପଢନ୍ତୁ

Farmers Protest
କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ପୁଣି ରାଜରାସ୍ତାକୁ ଓହ୍ଳାଇଛନ୍ତି କୃଷକ ସଂଗଠନ । ଆସନ୍ତାକାଲି (ମଙ୍ଗଳବାର ଫେବୃଆରୀ ୧୩) ହଜାର ହଜାର କୃଷକ ହରିୟାଣା ଓ ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଦିଲ୍ଲୀ ପୋଲିସ ଉତ୍ତର-ପୂର୍ବ ଦିଲ୍ଲୀ ଓ ପଡୋଶୀ ଉତ୍ତରପ୍ରଦେଶ ସୀମାରେ 144 ଲାଗୁ କରିଛି। ସେହିପରି ଶାହାଦରା ଏବଂ ଗାନ୍ଧୀ ନଗରରେ ଧାରା 144 ଲାଗୁ କରାଯିବା ସହ ମାର୍ଚ୍ଚ 11 ତାରିଖ ପର୍ଯ୍ୟନ୍ତ ବଡ଼ ସମାବେଶ କରିବାକୁ ବାରଣ କରିଛି ସିଟି ପୋଲିସ ।

ଏହା ମଧ୍ୟ ପଢନ୍ତୁ-କୃଷକ ଆନ୍ଦୋଳନ ପାଇଁ ହରିୟାଣା ସମେତ ଦିଲ୍ଲୀ ସୀମାରେ ହାଇଆଲର୍ଟ, ଦୁଇଟି ଷ୍ଟାଡିୟମ ହେଲା ଅସ୍ଥାୟୀ ଜେଲ

ଦିଲ୍ଲୀ ଚଲୋ ଯାତ୍ରା ପୂର୍ବରୁ ଆମ୍ବାଲା, ଜିନ୍ଦ ଏବଂ ଫତେହାବାଦ ଜିଲ୍ଲା ସହ ପଞ୍ଜାବ-ହରିୟାଣା ସୀମାକୁ ମଧ୍ୟ ସିଲ୍ କରାଯାଇଛି । ପ୍ରାୟ 200 କୃଷକ ସଂଗଠନ ଦ୍ୱାରା ଦିଲ୍ଲୀ ଚଲୋ ପଦଯାତ୍ରା ଆୟୋନ କରାଯିବା ପୂର୍ବରୁ ଏପରି ନିଷ୍ପତ୍ତି ନିଆଯାଇଛି । ଫସଲର ସର୍ବନିମ୍ନ ସହୟକ ମୂଲ୍ୟ ‘ଏମଏସପି’ ଗ୍ୟାରେଣ୍ଟି ଆଇନ, ପୂର୍ବ ଆନ୍ଦୋଳନରେ ଚାଷୀ ବିରୋଧରେ ହୋଇଥିବା ମାମଲାକୁ ପ୍ରତ୍ୟାହାର ସମେତ ବିଭିନ୍ନ ଦାବିରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ ।

ଗତକାଲି(ରବିବାର) ଦିଲ୍ଲୀ ପୋଲିସ ପୁନର୍ବାର ନିର୍ଦ୍ଦେଶନାମା ଜାରି କରିଥିଲା । ନିର୍ଦ୍ଦେଶ ଅନୁଯାୟୀ, ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ବିରୋଧ ପ୍ରଦର୍ଶନକାରୀଙ୍କୁ ନେଇ ଆସୁଥିବା ଟ୍ରାକ୍ଟର, ଟ୍ରଲି, ବସ୍, ଟ୍ରକ୍ ଆଦିକୁ ରାଜଧାନୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସେହିପରି ଆନ୍ଦୋଳନକାରୀମାନେ ପଦଯାତ୍ରା ସମୟରେ ହାତରେ କୌଣସି ମାରଣାସ୍ତ୍ର ଧରିବାକୁ ବାରଣ କରାଯାଇଛି ।

ପଞ୍ଜାବ-ହରିୟାଣା ସୀମା ସିଲ୍, ଯାତାୟତ ଠପ୍: ଜିନ୍ଦ ଜିଲ୍ଲାର ପଞ୍ଜାବ ସୀମାକୁ ସିଲ୍ କରାଯିବା ପରେ ଏହି ଦୁଇ ରାଜ୍ୟ ମଧ୍ୟରେ ଯାତାୟତ ବନ୍ଦ ହୋଇଛି । ପଞ୍ଜାବରୁ ଦିଲ୍ଲୀ ଯିବା ପାଇଁ ଜିନ୍ଦ-ପଟିଆଲା ମାର୍ଗ ଦେଇ ଯିବାକୁ ପଡୁଛି । ବସ୍, ଟ୍ରକ୍, କଣ୍ଟେନର ଭଳି ଭାରୀ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି । ହରିୟାଣାର ୭ରୁ ଅଧିକ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରି ଦିଆଯାଇଛି ।

ତ୍ରିସ୍ତରୀୟ ବ୍ୟାରିକେଡ୍: ଜିନ୍ଦ-ପଟିଆଲା ଜାତୀୟ ରାଜପଥରେ ପଞ୍ଜାବ ସୀମାକୁ ସିଲ୍ କରିବା ସହିତ ଉଝାନାରେ ତ୍ରୀ ସ୍ତରୀୟ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଡାଟା ସିଂ ୱାଲା ସୀମାରେ କଣ୍ଟା ତାର ସହିତ ଭାରି ସିମେଣ୍ଟ ବ୍ୟାରିକେଡ୍ କରାଯାଇଛି । 500 ମିଟର ପର୍ଯ୍ୟନ୍ତ ଏହି ବ୍ୟାରିକେଟ ଲଗାଯାଇଛି । ନରୱାନା ସିର୍ସା ବ୍ରାଞ୍ଚ କେନାଲ ବ୍ରିଜକୁ ମଧ୍ୟ ଓ୍ବାନ ଓ୍ବେ କରାଯାଇଛି । ଜରୁରୀକାଳୀନ ପରିସ୍ଥିତି ପାଇଁ ସୀମାନ୍ତ ଅଞ୍ଚଳରେ ୱାଟର କ୍ୟାନନ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଛି।

Last Updated : Feb 12, 2024, 10:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.