ETV Bharat / bharat

ସନ୍ଦେଶଖାଲି ହିଂସା: ବିରୋଧ ପ୍ରଦର୍ଶନ ବେଳେ ପୋଲିସ ମାଡରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଆହତ

author img

By ETV Bharat Odisha Team

Published : Feb 14, 2024, 4:50 PM IST

Sandeshkhali Violence: ସନ୍ଦେଶଖାଲି ହିଂସା ବିରୋଧ ପ୍ରଦର୍ଶନ ବେଳେ ପୋଲିସ ମାଡରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଆହତ । ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ସନ୍ଦେଶଖାଲି ହିଂସା: ବିରୋଧ ପ୍ରଦର୍ଶନ ବେଳେ ପୋଲିସ ମାଡରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଆହତ
ସନ୍ଦେଶଖାଲି ହିଂସା: ବିରୋଧ ପ୍ରଦର୍ଶନ ବେଳେ ପୋଲିସ ମାଡରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଆହତ

କୋଲକାତା: ପଶ୍ଚିମବଙ୍ଗ ଉତ୍ତର 24 ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ହୋଇଥିବା ମହିଳା ବିରୋଧୀ ହିଂସା ବିରୋଧରେ ଆଜି ବସିରହାଟରେ ବିଜେପି ପ୍ରତିବାଦ କରିବା ବେଳେ ଦଳୀୟ କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ପୋଲିସର ଲାଠିଚାର୍ଜରେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଆହତ ହୋଇଛନ୍ତି । ତାଙ୍କୁ ବସିରହାଟର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ କୋଲକାତା ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ସୁକାନ୍ତଙ୍କ ବ୍ୟତୀତ ଅନ୍ୟ କିଛି ବିଜେପି ନେତା ଓ କର୍ମୀ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ସୂଚନା ମିଳିଛି ।

ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ନେତା ଶାହାଜାହନ ଶେଖ ଓ ତାର କିଛି ସହଯୋଗୀ ନିୟମିତ ମହିଳାଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା । ସେମାନେ ଶାସକ ଦଳର କାର୍ମୀ ହୋଇଥିବା କାରଣରୁ ସେମାନଙ୍କୁ ଗିରଫ କରାଯାଉନଥିବା ଅଭିଯୋଗ ହୋଇଥିଲା । ପୀଡିତା ମହିଳାମାନେ ସଂଘବଦ୍ଧ ଭାବେ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ହେଲେ ଏବେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ମହିଳା ବିରୋଧୀ ହିଂସା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ରାସ୍ତାକୁ ଓହ୍ଲାଇବା ସହ ବସିରହାଟ ଏସପି ଅଫିସ ଘେରିବା ପାଇଁ ଉଦ୍ୟମ କରିଥିଲା । ହଜାର ହଜାର ବିଜେପି କର୍ମୀ ଏସପି ଅଫିସକୁ ପ୍ରବେଶ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।

ବିଜେପିର ଅଭିଯୋଗ ଅନୁସାରେ, ଏପରି ସଙ୍ଗୀନ ଅଭିଯୋଗ ଶାସକ ଦଳର ଜଣେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆସିଛି । ମମତା ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେବାକୁ ଚାହୁଁଛି । ସନ୍ଦେଶଖାଲି ଓ ଏହାର ନିକଟବର୍ତ୍ତୀ ଏରିଆରେ ବିରୋଧୀ ଦଳର ନେତାମାନେ ପ୍ରବେଶ ନକରି ପାରିବା ପାଇଁ ଧାରା 144 ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭା ନିର୍ବାଚନ: ଗୁଜୁରାଟରୁ ନଡ୍ଡା, ମହାରାଷ୍ଟ୍ରରୁ ଅଶୋକ ଚୌହାନଙ୍କୁ ବିଜେପି ଟିକେଟ

ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଗୌରବ ଭାଟିଆ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ପୂର୍ବରୁ ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ । ଆଜି ଦଳ ଏହି ଘଟଣାରେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଲାଠି ମଧ୍ୟ ଚାର୍ଜ କରିଛି । ଏହି ମାମଲା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.