ETV Bharat / bharat

ମୁଣ୍ଡନ ପାଇଁ ଯାଇଥିଲେ ପରିବାର, ଘରକୁ ଫେରିଲା ବେଳେ ନେଇଗଲା ଜମ - Bhopal Salkanpur Road Accident

author img

By ETV Bharat Odisha Team

Published : May 11, 2024, 10:58 AM IST

Bhopal Salkanpur Road Accident: ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାରେ ହେଲା କାର୍ । 6ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Bhopal Salkanpur Road Accident
Bhopal Salkanpur Road Accident (ETV Bharat Odisha)

ଭୋପାଳ: ପୁଅର ମୁଣ୍ଡନ ପାଇଁ ହସ ଖୁସୀରେ ଘରୁ ବାହାରିଥିଲେ ପରିବାର । ଭାବିଥିଲେ ବିଜାସନ ମନ୍ଦିରରେ ଚୁଟି ପକାଇ ଘରକୁ ଫେରିବେ । ହେଲେ ଅଧାବାଟରେ ଛପି ବସିଥିଲା ଜମ । କିଛି କ୍ଷଣ ମଧ୍ୟରେ ସବୁ ଓଲଟପାଲଟ ହୋଇଗଲା । ଭାରସାମ୍ୟ ହରାଇ ବାଉଣ୍ଡ୍ରିଓ୍ବାଲକୁ ଧକ୍କା ଦେଲା କାର୍ । ଫଳରେ ଗୋଟିଏ ପରିବାରର 6ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5ଜଣ ଆହତ ହୋଇଛନ୍ତି । । ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ତେବେ ଆହତଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ସଲକନପୁରରେ ଏକ ଟବେରା କାର ଭାରସାମ୍ୟ ହରାଇ ବାଉଣ୍ଡ୍ରିଓ୍ବାଲକୁ ଧକ୍କା ଦେଇଥିଲା । କୁହାଯାଉଛି ଯେ, ପରିବାର ଲେକେ ସଲନପୁରର ବିଜସନ ମା'ଙ୍କ ନିକଟକୁ ଯାଇଥିଲେ । ସେଠାରେ ମୁଣ୍ଡନ ପକାଇ ଭୋପାଳ ଫେରୁଥିବା ସମୟରେ ଭୈରବ ଘାଟି ନିକଟରେ ଭାରାସମ୍ୟ ହରାଇଥିଲା କାର୍ । ଏହାପରେ କାରଟି ଓଲଟିପଡିଥିଲା । ତେବେ ପୋଲିସ ଆହତମାନଙ୍କୁ ଉଦ୍ଧାର କରି ହୋସଙ୍ଗାବାଦ ହସ୍ପିଟାଲରେ ଭର୍ତ୍ତି କରିଛି । ଅନ୍ୟପଟେ ମୃତକମାନଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: କବାଡି ଗୋଦାମରେ ଭୟଙ୍କର ବିସ୍ଫୋରଣ; 5 କିମି ପର୍ଯ୍ୟନ୍ତ ଶୁଭିଲା ଶବ୍ଦ, 4 ମୃତ - Jabalpur Scrap Godown Blast

ତେବେ ଦୁର୍ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଶାୟା ଖେଳିଯାଇଛି । ଏନେଇ ବୁଧନୀର ଏସଡିପିଓ କହିଛନ୍ତି, "ଆମେ ଖବର ପାଇବା ପରେ ପୋଲିସ ଆମ୍ବୁଲାନ୍ସକୁ ଡାକି ଆହକମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁସନ୍ଧାନ କରାଯାଉଛି । ତେବେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ହୋଇଥିବା ଆମେ ଅନୁମାନ କରୁଛୁ । "

ଏହି ଭୟଙ୍କର ଦୁର୍ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଟ୍ବିଟ କରି ସେ ଲେଖିଛନ୍ତି, "ସିହୋର ଜିଲ୍ଲାର ସଲକନପୁରର ଏକ ଦୁର୍ଘଟଣାରେ ଭୋପାଳରେ ଗୋଟିଏ ପରିବାରର ହିଁ 6ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କିଛିଜଣ ଆଗତ ହୋଇଥିବା ନେଇ ମଧ୍ୟ ସୂଚନା ପାଇଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଭଗବାନ ତାଙ୍କ ଶରଣରେ ସ୍ଥାନ ଦିଅନ୍ତୁ । ଆରୋଗ୍ୟମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.