ETV Bharat / bharat

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ପୁଅ ଶ୍ରୀକାନ୍ତଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଛାତ୍ର ଗିରଫ

author img

By ETV Bharat Odisha Team

Published : Feb 24, 2024, 6:04 PM IST

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏନକାଥ ସିନ୍ଦେ ଓ ପୁଅ ଶ୍ରୀକାନ୍ତଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏନକାଥ ସିନ୍ଦେ ଓ ପୁଅ ଶ୍ରୀକାନ୍ତଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

19-year-old arrested for giving death threats to CM Shinde, son: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏନକାଥ ସିନ୍ଦେ ଓ ପୁଅ ଶ୍ରୀକାନ୍ତଙ୍କୁ ହତ୍ୟା ଧମକ ଦେଇ ଅଭିଯୁକ୍ତ ଛାତ୍ର ଗିରଫ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସାଂସଦ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣେ 19 ବର୍ଷୀୟ ଛାତ୍ର ଓ ତାର ଘର ପୁଣେରେ ବୋଲି ଜଣାପଡିଛି । କ୍ରାଇମବ୍ରାଞ୍ଚ ଟିମ୍‌ ତାକୁ ଗିରଫ କରିବା ପରେ ଜେରା କରୁଛି । ଅଭିଯୁକ୍ତର କୌଣସି ରାଜନୈତିକ ଦଳର ଲିଙ୍କ୍‌ ଅଛି ନା, ସେ କେଉଁ କାରଣରୁ ସେ ଏହି ହତ୍ୟା ଧମକ ଦେଇଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡିଥିବା ତଥ୍ୟ ଅନୁସାରେ, ଏହି ଛାତ୍ରଙ୍କ ନାମ ଶୁଭମ ଓ୍ବାର୍କାଡ ଓ ସେ ପୁଣେର ଏକ କଲେଜରେ ପ୍ରଥମ ବର୍ଷର ଛାତ୍ର । ଚଳିତ 11 ତାରିଖରେ ସେ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସାଂସଦ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କୁ ହତ୍ୟା କରାଯିବା ନେଇ ଧମକପୂର୍ଣ୍ଣ ପୋଷ୍ଟ କରିଥିଲେ । ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଛାତ୍ର ଶୁଭମକୁ ପୁଣେରୁ ଗିରଫ କରିଛି ।

‘ଏକ୍ସ’ରେ ପୋଷ୍ଟ ହେବା ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ପ୍ରଦାନ କରାଯାଇଥିଲା । ପୋଷ୍ଟ କରାଯାଇଥିବା ଡିଭାଇସର ଆଇପି ଆଡ୍ରେସ ଓ ଏହି ‘ଏକ୍ସ’ ଆକାଉଣ୍ଟ ସହ ଲିଙ୍କ୍‌ ହୋଇଥିବା ମେଲ୍‌ ଆଇଡି ମାଧ୍ୟମରେ ଆକାଉଣ୍ଟର ବ୍ୟବହାରକାରୀ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ପହଞ୍ଚିଥିଲା । ଏବେ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଛି । ସେହି କେଉଁ ରାଜନୈତିକ ଦଳ କିମ୍ବା ଛାତ୍ର ସଂଗଠନ ସହ ସମ୍ପୃକ୍ତ ସେ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି । ଭାରତୀୟ ଦଣ୍ଡ ସଂହିତା (ଆପିସି)ର ଧାରା 506(2)ଓ 505(1)(B) ରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି । ଏବେ ତାକୁ ଜେରା କରାଯାଉଛି । ପରବର୍ତ୍ତୀ ସମୟରେ ତାକୁ କୋର୍ଟ ଚାଲାଣ କରାଯିବ ।

ଏହା ମଧ୍ୟ ପଢନ୍ତୁ :- ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ 3 ସଂଶୋଧିତ ନ୍ୟାୟିକ ଅଧିନିୟମ

ତେବେ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ତଥା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ହତ୍ୟା କରାଯିବା ନେଇ ପୋଷ୍ଟ କରାଯିବା ନଜିର ରହିଛି । କିଛି ଘଟଣାରେ ସୋସିଆଲ ମିଡିଆ ବ୍ୟବହାର କରି ସାର୍ବଜନୀନ ସ୍ଥାନରେ ବୋମା ବିସ୍ଫୋରଣ ନେଇ ମଧ୍ୟ ଧମକ ମିଳିଥିବାର ଏକାଧିକ ଉଦାହରଣ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.