ETV Bharat / bharat

ଲୋକସଭା ନିର୍ବାଚନ ୨୦୨୪; ଭୋଟ ଦେବାକୁ ନିଆରା ଅନ୍ଦାଜରେ ଅପିଲ୍ କଲେ ତାରକା - Celebs Appeal Fans To Vote

author img

By ETV Bharat Odisha Team

Published : May 7, 2024, 1:03 PM IST

Celebs Appeal Fans To Vote: ଲୋକସଭା ନିର୍ବାଚନ ୨୦୨୪ ନେଇ ସରଗରମ ଦେଶର ରାଜନୈତିକ ମାହୋଲ । ଏହାରି ମଧ୍ୟରେ ବର୍ତ୍ତମାନ ୨ଟି ମତଦାନ ପର୍ଯ୍ୟାୟ ସରିଥିବା ବେଲେ ଆଜି ୩ୟ ପର୍ଯ୍ୟାୟ ରହିଛି । ବର୍ତ୍ତମାନ ବଲିଉଡର ଅନେକ ସେଲିବ୍ରିଟି ଗଣତନ୍ତ୍ରର ଏହି ମହାନ ଉତ୍ସବରେ ଲୋକଙ୍କୁ ସାମିଲ ହେବାକୁ ନିଆରା ଅନ୍ଦାଜରେ ଅପିଲ୍ କରିଛନ୍ତି । ଅଧିକ ପଢନ୍ତୁ,

ଲୋକସଭା ନିର୍ବାଚନ ୨୦୨୪; ଭୋଟ ଦେବାକୁ ନିଆରା ଅନ୍ଦାଜରେ ଲୋକଙ୍କୁ ଅପିଲ୍ କଲେ ତାରକା
ଲୋକସଭା ନିର୍ବାଚନ ୨୦୨୪; ଭୋଟ ଦେବାକୁ ନିଆରା ଅନ୍ଦାଜରେ ଲୋକଙ୍କୁ ଅପିଲ୍ କଲେ ତାରକା (Pic Credit@karanjohar)

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ନେଇ ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ପୂର୍ବରୁ ୨ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ଏହାରି ମଧ୍ୟରେ ବର୍ତ୍ତମାନ ଅନେକ ଲୋକ ମତଦାନରୁ ବଞ୍ଚିତ ରହୁଛନ୍ତି । ଏପରି ପରିସ୍ଥିତିରେ କିଛି ସେଲିବ୍ରିଟି ନିଆରା ଅନ୍ଦାଜରେ ଏହି ଗଣତନ୍ତ୍ର ପର୍ବରେ ସାମିଲ ହୋଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଠାରୁ ଆରମ୍ଭ କରି ରଣବୀର କପୁର, କରଣ ଜୋହର, ବିକ୍ରାନ୍ତ ମାସି ଏବଂ ଶଙ୍କର ମହାଦେବନଙ୍କ ସମେତ ଅନେକ ସେଲିବ୍ରିଟିମାନେ ଫ୍ୟାନ୍ସ ଏବଂ ଲୋକଙ୍କୁ ଭୋଟ ଦେବାକୁ ଅପିଲ କରୁଥିବା ନଜର ଆସିଛନ୍ତି ।

କରଣ ଜୋହର ଇନଷ୍ଟାଗ୍ରାମରେ ସମସ୍ତ ସେଲିବ୍ରିଟି ଅଭିନେତା, ଚଳଚ୍ଚିତ୍ର ନିର୍ମାତା, ସଂଗୀତଜ୍ଞ ଏବଂ କ୍ରୀଡ଼ାବିତଙ୍କୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ପୋଲର ଝଲକ ସହ ଆରମ୍ଭ ହୋଇଥିଲା, ଯେଉଁଥିରେ ସେଲିବ୍ରିଟିମାନେ ଫ୍ୟାନ୍ସଙ୍କୁ ପଚାରନ୍ତି, ତୁମେ ଆମର ଦାଢି, କେଶ ଏବଂ ପ୍ରିୟ ଖାଦ୍ୟ, ଷ୍ଟାଇଲ, କ୍ୟାରିୟର ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ଆମକୁ ଭୋଟ୍ ଦେଇଛନ୍ତି, କିନ୍ତୁ ଆପଣ ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି କି?

ଦେଶର ଭବିଷ୍ୟତ ଆପଣଙ୍କ ହାତରେ ଅଛି । ଲୋକସଭା ନିର୍ବାଚନ ପାଇଁ ଜାଗ୍ରତ ହୁଅ ଏବଂ ଭୋଟ ଦିଅ । କରଣ ଜୋହର, ବିକ୍ରାନ୍ତ ମାସି, ବୋମାନ ଇରାନୀ ଏବଂ ରାଶି ଖାନ୍ନା କହିଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ପାଇଁ ନିର୍ବାଚନ ଫଳାଫଳ ଆପଣଙ୍କ ଜୀବନରେ ବେଶ ପ୍ରଭାବ ପକାଇବ । ସିଦ୍ଧାର୍ଥ ମଲହୋତ୍ରା କହିଛନ୍ତି, ଜାଗ୍ରତ ହୁଅ, ଦେଶର ଲୋକମାନେ ଜାଗ୍ରତ ହୁଅ । ରଣବୀର କପୁର ଏବଂ ଅହସା ଚନ୍ନା କହିଛନ୍ତି, ଜାଗ୍ରତ ରୁହନ୍ତୁ । ଭିଡିଓ ଶେଷରେ, ସମସ୍ତ ସେଲିବ୍ରିଟିମାନେ ଏକ ବୋର୍ଡ ଧରିଥିଲେ ଯେଉଁଥିରେ ଲେଖାଥିଲା, "VoteWhereItMatters" ।

ଏହା ମଧ୍ୟ ପଢନ୍ତୁ: ଜନତାଙ୍କୁ ଭିଶାଲଙ୍କ ଅପିଲ; ନୋଟା ବଟନ୍ ଦବାନ୍ତୁନି, ବୁଝିବିଚାରି ଦିଅନ୍ତୁ ଭୋଟ୍

କରଣ ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ବର୍ତ୍ତମାନ ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ଦୟାକରି ଯାଆନ୍ତୁ ଏବଂ ଭୋଟ ଦିଅନ୍ତୁ । ସେହିପରି ଜି ଷ୍ଟୁଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛି । ଯେଉଁଥିରେ ମନୋଜା ବାଜପେୟୀଙ୍କ 'ସିର୍ଫ ଏକ ବନ୍ଦା କାଫି ହେ' ଫିଲ୍ମର ଏକ ପୋଷ୍ଟର ସେୟାର କରିଛି । କିନ୍ତୁ ଏଥିରେ ଲେଖାଅଛି, 'ସିର୍ଫ ଏକ ଭୋଟ କାଫି ହେ' । ଏହା ସେୟାର କରି ଲୋକଙ୍କୁ ନିର୍ମାତା ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.