ETV Bharat / bharat

ମହୁଆ ମୋଇତ୍ରାଙ୍କୁ ଆଶ୍ବସ୍ତି, ମାନହାନି ମାମଲା ପ୍ରତ୍ୟାହାର କଲେ ଜୟ ଅନନ୍ତ - Jai Anant withdraws defamation case

author img

By ETV Bharat Odisha Team

Published : Apr 25, 2024, 8:38 PM IST

TMC Leader Mahua Moitra: ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଆଶ୍ବସ୍ତି । ମାନହାନି ମାମଲା ପ୍ରତ୍ୟାହାର କଲେ ଜୟ ଅନନ୍ତ । ଅଧିକ ପଢନ୍ତୁ

Mahua Moitra
Mahua Moitra

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ବଡ଼ ଆଶ୍ବସ୍ତି । ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାୟ ଦିଲ୍ଲୀ ହାଇକୋର୍ଟରୁ ମହୁଆଙ୍କ ବିରୋଧରେ କରିଥିବା ମାନହାନି ମାମଲାକୁ ପ୍ରତ୍ୟାହାର କରିଛନ୍ତି । ଏହାପରେ ଜଷ୍ଟିସ ପ୍ରତୀକ ଜାଲାନ କହିଛନ୍ତି ଯେ ଅଭିଯୋଗୀଙ୍କ ଓକିଲଙ୍କ କହିବାନୁସାରେ ଅନନ୍ତ ମାନହାନି ମାମଲାକୁ ଫେରାଇ ନେଇଛନ୍ତି । ଅନନ୍ତ ନିଜ ଅଭିଯୋଗ ଫେରାଇ ନେବା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ମହୁଆ ମୋଇତ୍ରା ତାଙ୍କୁ 'ବେରୋଜଗାର' ଓ 'ଧୋକାବାଜ' କହିଥିବା ନେଇ ଅଭିଯୋଗ ଆଣି କୋର୍ଟରେ ମାମଲା ରୁଜୁ କରିଥିଲେ ।

ଗୁରୁବାର ଯେତେବେଳେ ଏହି ମାମଲାର ଶୁଣାଣି ହୋଇଥିଲା, ସେତେବେଳେ ଅନନ୍ତ ଦେହାଦ୍ରାୟଙ୍କ ପକ୍ଷରୁ ଓକିଲ ରାଘବ ଅବସ୍ତୀ ହାଜର ହୋଇ କହିଥିଲେ, "ଯଦି ମହୁଆ ମୋଇତ୍ରା ଏହି ପ୍ରତିଶୃତି ଦିଅନ୍ତି ଯେ ସେ ଆଗାମୀ ଦିନରେ ଅନନ୍ତଙ୍କ ବିରୋଧରେ କୌଣସି ଅପମାନଜନକ ମନ୍ତବ୍ୟ ଦେବେ ନାହିଁ, ତେବେ ଏହି ମାମଲାକୁ ଆମେ ପ୍ରତ୍ୟାହାର କରିନେବାକୁ ପ୍ରସ୍ତୁତ ।" ଏହାପରେ ଜଷ୍ଟିସ ପ୍ରତୀକ ଜାଲାନ କହିଥିଲେ, " ଅନନ୍ତ ଦେହାଦ୍ରାୟଙ୍କ ପ୍ରସ୍ତାବ ସକରାତ୍ମକ ଅଛି । ଯଦି ଉଭୟ ପକ୍ଷ ପରସ୍ପର ବିରୋଧରେ କୌଣସି ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ନ କରିବା ଲାଗି ସହମତି ପ୍ରକାଶ କରିବେ, ଏଥିରୁ ଦୁଇ ପକ୍ଷଙ୍କୁ ଫାଇଦା ହେବ ।"

ମହୁଆଙ୍କ ବିରୋଧରେ ଅନନ୍ତ ଆଣିଥିଲେ ମାନହାନି ଅଭିଯୋଗ:- ଜଷ୍ଟିସ ପ୍ରତୀକ ଜାଲାନ ଦୁଇ ପକ୍ଷର ଆଇନଜୀବୀଙ୍କୁ ଏହା ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅନନ୍ତ ବିନା ସର୍ତ୍ତରେ ମାମଲାକୁ ପ୍ରତ୍ୟାହାର କରିବାକୁ କୋର୍ଟଙ୍କ ଅବଗତ କରାଇଥିଲେ । ଏହାପରେ କୋର୍ଟ ମଧ୍ୟ ତାଙ୍କ ଅନୁରୋଧ ସ୍ବୀକାର କରିବା ସହ ଆବେଦନକୁ ଖାରଜ କରିଥିଲେ । ସୂଚନା ଥାଉ କି ଅନନ୍ତ ମହୁଆଙ୍କ ବିରୋଧରେ ମାନହାନି ଅଭିଯୋଗ ଆଣିଥିଲେ । ସେ କହିଥିଲେ, "ମହୁଆ ତାଙ୍କ ବିରୋଧରେ ଅନେକ ସାକ୍ଷାତକାରରେ ଅପମାନଜନକ ଟିପ୍ପଣୀ ଦେଇଛନ୍ତି ।" ସେ 2 କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଥିଲେ । ମହୁଆଙ୍କ ବ୍ୟତୀତ ସେ କିଛି ମିଡିଆ ସଂସ୍ଥା ବିରୋଧରେ ମଧ୍ୟ ମାନହାନି ଅଭିଯୋଗ କରିଥିଲେ ।

ମହୁଆଙ୍କ କୋର୍ଟ ଦେଇଥିଲେ ଚେତାବନୀ: ଗତ ଏପ୍ରିଲ 8 ତାରିଖରେ ହାଇକୋର୍ଟରେ ଏହାର ଶୁଣାଣି ହୋଇଥିଲା । ସେତେବେଳେ ମହୁଆଙ୍କୁ ଚେତାବନୀ ଦେଇ କୋର୍ଟ କହିଥିଲେ, "ମହୁଆ ଅନନ୍ତଙ୍କ ବିରୋଧରେ ସ୍ପଷ୍ଟ ଭାବେ କୌଣସି ମିଛ ଟିପ୍ପଣୀ ଦେଇପାରିବେ ନାହିଁ କି ତାଙ୍କୁ 'ପାଗଳ' ବୋଲି କହିପାରିବେ ନାହିଁ ।"

ଏହା ବି ପଢନ୍ତୁ- ମହୁଆ ମୋଇତ୍ରାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ଆବେଦନ ପତ୍ର ଖାରଜ

ଗତ ୨୦୨୩ ଡିସେମ୍ବର ୮ ତାରିଖରେ ମହୁଆ ମୋଇତ୍ରାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ମାମଲାରେ ତାଙ୍କୁ ଲୋକସଭା ଏଥିକ୍ସ କମିଟି ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କର ସଦସ୍ୟତା ରଦ୍ଦ ହୋଇଥିଲା । ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.