ETV Bharat / bharat

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ED ସମନ, 10ରେ ହେବେ ହାଜର

author img

By ETV Bharat Odisha Team

Published : Feb 8, 2024, 5:20 PM IST

ED summoned Congress MP Dheeraj Sahu: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଡାକିଲା ଇଡି । 10 ତାରିଖରେ ହେବେ ଜେରା । ଅଧିକ ପଢନ୍ତୁ

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ED ସମନ, 10 ରେ ହେବେ ହାଜର
କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ED ସମନ, 10 ରେ ହେବେ ହାଜର

ରାଞ୍ଚି: ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବା ପାଇଁ ନୋଟିସ ଜାରି କରିଛି । 10 ତାରିଖରେ ରାଞ୍ଚି ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସରେ ଉଲ୍ଲେଖ ରହିଛି । ଗତ ସପ୍ତାହରେ ଗିରଫ ହୋଇଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ରୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢାଉ ସମୟରେ ଏକ ବିଏମଡବ୍ଲୁ ଏସୟୁଭି କାର ଜବତ କରାଯାଇଥିଲା । ଏହି କାରର ମାଲିକାନା ସହ ସାଂସଦ ଧୀରଜ ସାହୁଙ୍କ ସମ୍ପର୍କ ରହିଛି । ସେହି କାରଣରୁ ଇଡି ତାଙ୍କୁ ଜେରା କରିବା ପାଇଁ ଡାକିଥିବା ଚର୍ଚ୍ଚା ହେଉଛି । ଏବେ ଏହି ଜମି ଘୋଟାଲାରେ ମଧ୍ୟ ଧୀରଜଙ୍କ ନାମ ଯୋଡି ହେବାକୁ ଯାଉଛି ।

29 ତାରିଖରେ ଦିଲ୍ଲୀ ସ୍ଥିତ ହେମନ୍ତଙ୍କ ବାସଭବନରେ ଚଢାଉ କରିଥିଲା ତଦନ୍ତକାରୀ ସଂସ୍ଥା । ଏହି କାର୍ଯ୍ୟାନୁଷ୍ଠାନରେ 36 ଲକ୍ଷ ନଗଦ ଟଙ୍କା, ଏକ ବିଏମଡବ୍ଲ୍ୟୁ କାର ଜବତ ହୋଇଥିଲା । ଏହାର ଦୁଇଦିନ ପରେ ହେମନ୍ତ ଗିରଫ ହୋଇଥିଲେ । ଏହି ଦାମି ଏସୟୁଭି ଯେଉଁ କମ୍ପାନୀ ନାମରେ ପଞ୍ଜୀକୃତ ହୋଇଛି, ସେଥିରେ ସାଂସଦ ଧୀରଜ ସାହୁଙ୍କର ସମ୍ପୃକ୍ତି ରହିଛି । ଏହା ପୂର୍ବରୁ ଧୀରଜଙ୍କ ପାରିବାରିକ ମାଲିକାନାରେ ଥିବା ମଦ ବ୍ୟବସାୟ କମ୍ପାନୀର ଏକାଧିକ ଠିକଣାରେ ଆୟକର ଚଢାଉ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ଚେନ୍ନାଇରେ ଏକାଧିକ ସ୍କୁଲକୁ ବମରେ ଉଡ଼ାଇ ଦେବାକୁ ଧମକ

6 ଡିସେମ୍ବରରେ ଏକକାଳୀନ ଓଡିଶା, ପଶ୍ଚିମବଙ୍ଗ ଓ ରାଞ୍ଚିରେ ହୋଇଥିବା ଚଢାଉରେ ପ୍ରାୟ 300 କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା । ଏହି ସମୟରେ ଧୀରଜ କହିଥିଲେ, ଏହା ତାଙ୍କ ପରିବାର ସଦସ୍ୟଙ୍କ ବ୍ୟବସାୟିକ ବ୍ୟାପାର । ତାଙ୍କର ଯୌଥ ପରିବାର ମଧ୍ୟ । ତାଙ୍କର ପାରିବାରିକ ଭାବେ ମଦ ବ୍ୟବସାୟ ରହିଛି । ପରିବାରର ଅନ୍ୟ ସଦସ୍ୟମାନେ ଏହି ବ୍ୟାପାର ବୁଝୁଛନ୍ତି । ତେଣୁ ଏହି ସମ୍ପତ୍ତି ସମ୍ପର୍କରେ ତାଙ୍କ ନିକଟରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ । ସେତେବେଳେ ଗିରଫ ଚର୍ଚ୍ଚା ମଧ୍ୟରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏବେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିବା ସହ ହେନନ୍ତଙ୍କ ପରି ସେ ମଧ୍ୟ ଜମି ଘୋଟାଲାରେ ଛନ୍ଦି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । 10ରେ ଜେରା ପରେ ତାଙ୍କ ଗିରଫଦାରୀ ନେଇ ମଧ୍ୟ ସନ୍ଦେହ ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.