ETV Bharat / bharat

ଦିଲ୍ଲୀ ଏମସରେ ପଢି ମଧ୍ୟ ମିଳୁନି ଚାକିରି, କୋର୍ଟର ଦ୍ବାରସ୍ଥ ହେଲେ ଡାକ୍ତରୀ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Feb 25, 2024, 7:14 AM IST

AIIMS Dental Students Filed Petition: ୨୦୧୮ ମସିହାରେ ଦିଲ୍ଲୀ ଏମସରେ ୩୯ ଜଣ ଛାତ୍ର ଡେଣ୍ଟାଲ ସାଇନ୍ସରେ ବିଏସସି କୋର୍ସରେ ନାମ ଲେଖାଇଥିଲେ । ସେମାନଙ୍କୁ ଚାକିରି ତ ଦୂରର କଥା, ଡାକ୍ତରର ଟ୍ୟାଗ ମିଳିବା ମଧ୍ୟ ମୁସ୍କିଲ ହୋଇପଡିଛି । ଅଧିକ ପଢନ୍ତୁ

ଦିଲ୍ଲୀ ଏମସ୍ ରେ ପଢି ମଧ୍ୟ ମିଳୁନି ଚାକିରୀ, କୋର୍ଟର ଦ୍ବାରସ୍ଥ ହେଲେ ଡାକ୍ତରୀ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପ୍ରତିଷ୍ଠିତ ମେଡିକାଲ ସଂସ୍ଥାନ ହେଉଛି ଦିଲ୍ଲୀ ଏମସ୍ । ଡାକ୍ତରୀ ପାଠ ପଢିବାକୁ ଇଚ୍ଛା ରଖିଥିବା ପ୍ରତିଟି ପିଲା ପାଇଁ ଦିଲ୍ଲୀ ଏମସରେ ପଢିବା ଏକ ସ୍ବପ୍ନ ହୋଇଥାଏ । ଏଠାରେ ପଢୁଥିବା ପିଲା ମାନଙ୍କ ଭବିଷ୍ୟତର ଜୀବନ ଏକ ଦମ୍ ସେଟ୍ ବୋଲି ଲୋକଙ୍କ ଧାରଣା ରହିଛି । କିନ୍ତୁ ଦିଲ୍ଲୀ ଏମସରେ ପାଠ ପଢିବା ସତ୍ତ୍ବେ ଡାକ୍ତରୀ ଛାତ୍ରଙ୍କୁ ମିଳୁନି ଚାକିରି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକ ଦମ୍ ସତ । ଏଭଳି କିଛି ଘଟିଛି ୩୯ ଜଣ ମେଡିକାଲ ଛାତ୍ରଛାତ୍ରୀଙ୍କ ସହିତ, ଯେଉଁଥି ପାଇଁ ସେମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ୨୦୧୮ ମସିହାରେ ଦିଲ୍ଲୀ ଏମସରେ ୩୯ ଜଣ ଛାତ୍ର ଡେଣ୍ଟାଲ ସାଇନ୍ସରେ ବିଏସସି କୋର୍ସରେ ନାମ ଲେଖାଇଥିଲେ । ୨୦୨୨ରେ ସେମାନଙ୍କ କୋର୍ସ ମଧ୍ୟ ସରିଥିଲା । କିନ୍ତୁ ପାଠ ପଢା ସରିବାର ୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ଚାକିରି ତ ଦୂରର କଥା , ଡାକ୍ତରର ଟ୍ୟାଗ ମିଳିବା ମଧ୍ୟ ମୁସ୍କିଲ ହୋଇପଡିଛି । ଏଭଳି ଏକ ଘଟଣା ପଛର କାରଣ ହେଉଛି ସ୍ବୟଂ ଦିଲ୍ଲୀ ଏମସ୍ । କାରଣ ଦିଲ୍ଲୀ ଏମସ୍ ଏହି କୋର୍ସ ଡେଣ୍ଟାଲ କାଉନସିଲର ବିନା ଅନୁମତିରେ ଆରମ୍ଭ କରିଥିଲା । ଯାହା ଫଳରେ ଛାତ୍ର ମାନଙ୍କୁ ଡେଣ୍ଟାଲ କାଉନସିଲରେ ପଞ୍ଜୀକରଣର ସୁଯୋଗ ମଧ୍ୟ ପାଇ ପାରିନଥିଲେ । ପଞ୍ଜୀକରଣ ହୋଇ ନଥିବାରୁ ଏମାନଙ୍କୁ କୌଣସି ସ୍ଥାନରେ ଇଣ୍ଟର୍ଣ୍ଣସିପ୍ ମଧ୍ୟ ମିଳିନଥିଲା । ଡେଣ୍ଟାଲ କାଉନସିଲକୁ ଯେବେ ଏମସର ଏହି କୋର୍ସକୁ ମାନ୍ୟତା ମିଳିନଥିବାରୁ ଡାକ୍ତରୀ ଛାତ୍ରର ମାମନଙ୍କ ପଞ୍ଜୀକରଣ ହୋଇପାରିନଥିଲା ।

ଏହା ମଧ୍ୟ ପଢନ୍ତୁ ... ଏଣିକି ଦିଲ୍ଲୀ ଏମସରେ ଅନଲାଇନରେ ଚାଲିବ ଅଫିସ କାର୍ଯ୍ୟ

ଏମସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏମସର ଏକାଡେମିକ କାଉନସିଲ ୨୦୧୬ ମସିହାରେ ୨ଟି କୋର୍ସ ଆରମ୍ଭ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ, ଯେଉଁଥିରେ ଡେଣ୍ଟାଲ ସାଇନ୍ସରେ ବିଏସସି ମଧ୍ୟ ସାମିଲ ଥିଲା । ଏମସ୍ ଡେଣ୍ଟାଲ କାଉନସିଲର ବିନା ଅନୁମତିରେ ୨୦୧୮ରୁ କୋର୍ସ ପାଠପଢା ଆରମ୍ଭ କରିଥିଲା । 2022 ମସିହାରେ ଏହି କୋର୍ସର ପ୍ରଥମ ବ୍ୟାଚ ପାସ୍ ଆଉଟ ହେବାକୁ ଥିବା ସମୟରେ ଏମସ୍ ଡେଣ୍ଟାଲ କାଉନସିଲକୁ ମାନ୍ୟତା ପାଇଁ ପତ୍ର ଲେଖିଥିଲେ କିନ୍ତୁ ଡେଣ୍ଟାଲ କାଉନସିଲ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା । ସେମାନଙ୍କ ତାଲିକାରେ ଏଭଳି କିଛି କୋର୍ସ ନାହିଁ ବୋଲି କାଉନସିଲ ସ୍ପଷ୍ଟ କରିଥିଲା । ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି । ଯାହା ଫଳରେ ଏହି ଡେଣ୍ଟାଲ ସାଇନ୍ସ ଛାତ୍ର ଛାତ୍ରୀମାନେ ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.