ETV Bharat / bharat

ଜୁନ ୨୩ ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ଧନପ୍ରାପ୍ତି ଯୋଗ, କନ୍ୟାରାଶି ବ୍ୟକ୍ତି ରୁହନ୍ତୁ ସତର୍କ - DAILY HOROSCOPE

Today Rashifal Horoscope 23 June: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ମାନସମ୍ମାନ ଯୋଗ । କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)
author img

By ETV Bharat Odisha Team

Published : Jun 23, 2024, 12:00 AM IST

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: କୌଣସି ବନ୍ଧୁଙ୍କ ଘରକୁ ଏକ ଉତ୍ସବକୁ ନିମନ୍ତ୍ରିତ ହୋଇ ଯାଇପାରନ୍ତି । ମାତ୍ର ଆପଣ ଉତ୍ସବରେ ଯୋଗଦେଲେ ମଧ୍ୟ ସେଠାରେ ନିଜକୁ ସହଜ ଅନୁଭବ କରିବେ ନାହିଁ । ନିଜର ଶରୀରର ଅସୁସ୍ଥତା ଲାଗି ରହୁଥିବାରୁ ଓ ଅନ୍ୟମନସ୍କ ଥିବାରୁ ସେଠାରେ ଖୁସି ମିଳିବ ନାହିଁ । ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଘରର ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ । ସାମାନ୍ୟ କଥାରେ ଉତ୍ତେଜିତ ହୋଇପାରନ୍ତି । ଯାହାଦ୍ବାରା ପରେ ଆପଣଙ୍କୁ ଅନୁତାପ କରିବାକୁ ପଡ଼ିବ । କୌଣସି ପ୍ରିୟ ବନ୍ଧୁଙ୍କ ସହ ଝଗଡା ଉତ୍ପର୍ଣ୍ଣ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିଫଳତା ଆପଣଙ୍କୁ ଚାନ୍ତାରେ ପକାଇପାରେ । ମାତ୍ର କୌଣସି କଥାକୁ ନେଇ ଅଧିକ ଚିନ୍ତିତ ଦୁଅନ୍ତୁ ନାହିଁ । କୌଣସି ଏକ ନିର୍ଦ୍ଦିିଷ୍ଟ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଅନ୍ୟ ବାଟରେ ଖର୍ଚ୍ଚ ହୋଇପାରେ । ତେଣୁ ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଏହି ରାଶିର ବ୍ୟକ୍ତିମାନଙ୍କ ଆଜି ଯୋଗ ଓ ଧ୍ୟାନ ମନ ଦିଅନ୍ତୁ । ଏହା ଦ୍ବାରା ଆପଣ ମାନସିକ ଶାନ୍ତି ପାଇପାରିବେ । ଆପଣଙ୍କ କାର୍ଯ୍ୟସ୍ଥଳରେ ଉପରିସ୍ଥ ଅଫିସର ଓ ସହକର୍ମୀମାନେ ଆପଣଙ୍କୁ ଦେଇଥିବା କାର୍ଯ୍ୟର ଚାପରୁ ମୁକ୍ତିମିଳିବ ନାହିଁ । ବହୁ ପ୍ରତିକ୍ଷୀତ କାର୍ଯ୍ୟର ସଫଳତା ଖବର ପାଇବାରେ ବିଳମ୍ବ ହୋଇପାରେ । କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ସ୍ଥିର କରିଥିଲେ ମଧ୍ୟ ସେଠାକୁ ଯାଇପାରିବେନାହିଁ । ଶରରୀରରେ ଆଳସ୍ୟ ଓ ଥକ୍କାପଣ ଅନୁଭବ କରିପାରନ୍ତି । ଫଳରେ ମାନସିକ ଶାନ୍ତି ପାଇବେ ନାହିଁ । ତେଣୁ ଧୈର୍ଯ୍ୟହୀନ ନହୋଇ ଆପଣଙ୍କ ଭଲ ଦିନକୁ ଅପେକ୍ଷା କରନ୍ତୁ । ଅଟକିଥିବା କାମର ମନକୁ ଆନ୍ଦୋଳିତ କରିପାରେ । ଖାଇବା ପିଇବାରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । ଆଜି କୌଣସି ନୂତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ସେତେ ଭଲ ରହିବ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜିର ଦିନଟି ଆପଣଙ୍କର ଆମୋଦ ପ୍ରମୋଦରେ କାଟିବେ । ସାମାଜିକ ପ୍ରତିଷ୍ଠା ସହ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟମନେ କରିବେ । ଶାରୀରିକ ଓ ମାନସିକ ଭାବରେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଗହଣରେ କୌଣସି ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ପାରନ୍ତି । ପରିବାର ଲୋକଙ୍କ ସହ ଆଜିର ଦିନଟି ଅତ୍ୟନ୍ତ ଖୁସି ଆନନ୍ଦରେ କାଟିବେ । ନିଜର ମନ ପସନ୍ଦର ଜିନିଷ କ୍ରୟ କରିପାରନ୍ତି । ପାଟିକୁ ସୁଆଦିଆ ଖାଦ୍ୟର ମଜ୍ଜା ନେଇପାରନ୍ତି । ମାତ୍ର ଅତ୍ୟଧିକ ବାହାର ଖାଦ୍ୟଠାରୁ ଦୂରତା ରଖନ୍ତୁ । ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହୋଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ । ସେହିପରି ମହିଳାମାନେ ନିଜ ପାଇଁ କୌଣସି ନୂତନ ଦ୍ରବ୍ୟ କିଣିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବୃତ୍ତିରେ ସହକର୍ମୀଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିବ । କାର୍ଯ୍ୟସ୍ଥଳରେ ଉପରିସ୍ଥ ଅଫିସର ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିପାରନ୍ତି । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିପାରିବେ । ପ୍ରତିପକ୍ଷ ଓ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଆଗେଇବେ । ଶତ୍ରୁଙ୍କୁ ପରାସ୍ତ କରିବେ । ଆଜି କିଛି ଖଳ ପ୍ରକୃତିର ଲୋକ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ । ମାତ୍ରା ଆପଣଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଆପଣଙ୍କ ଯଶ୍ବ ବୃଦ୍ଧି ହେବାସହ ମନ ପ୍ରଫୁଲ୍ଲ ରହିବ । କଳା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଆକର୍ଷିତ ହେବେ । ତେବେ ଆଜିର ଦିନରେ ଖର୍ଚ୍ଚର ପରିମାଣକୁ କମାଇବା ପାଇଁ ଚେଷ୍ଟା କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଏକ ଶୁଭଦିନ ଅଟେ । କିଛି ଅଘଟଣ ଯୋଗୁଁ ଆପଣ ସାମାନ୍ୟ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ । କ୍ରୋଧକୁ ନିଜ ଅଧିନରେ ନରଖିଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ବକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଆଜି ଦିନଟିରେ ଆପଣ ନିଜେ ଭଲ ପାଉଥିବା ରଚନାତ୍ମକ କର୍ମରେ ନିଜକୁ ଲିପ୍ତ ରଖିବେ । କୌଣିସି କାର୍ଯ୍ୟକୁ ଅତି ତରବରିଆ ଭବରେ ନକରି ଭାବିଚିନ୍ତି କରନ୍ତୁ । ଯାହା ଆପଣଙ୍କୁ ସଫଳତା ଆଣିଦେବ । ସାଂସ୍କୃତିକ, କଳା ଓ ଖେଳ ସମ୍ପର୍କୀତ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ । ଛାତ୍ରଛାତ୍ରୀମାନେ ନିଜର ପସନ୍ଦ ମୁତାବକ ପାଠ୍ୟକ୍ରମରେ ଯୋଗଦେଇ ସଫଳତା ଅର୍ଜନ କରିବେ । ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ରହିବ । ସେମାନଙ୍କ ସହ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ସେତେ ଶୁଭଙ୍କର ନୁହେଁ । ଶରୀରରେ ଆଳସ୍ୟ ଏବଂ ମାନ୍ଦାପଣ ଯୋଗୁଁ ନିଜ ଉପରେ ନ୍ୟସ୍ତଥିବା କାମକୁ ସମ୍ପୁର୍ଣ୍ଣ କରିପାରିବେ ନାହିଁ । ବିଭିନ୍ନ କାରଣରୁ ମନ ଅଶାନ୍ତ ରହିବ । ଜଣେ ପ୍ରିୟଜନଙ୍କ ସହ ଝଗଡା ହୋଇପାରେ । ନିଜ ମାଆଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ପତ୍ନୀଙ୍କ ସହ ମନମାଳିନ୍ୟ ହୋଇପାରେ । ତେଣୁ ମନ ଅଶାନ୍ତ ରହିବ । ସମ୍ପତ୍ତି ଏବଂ ଆଇନ ସମ୍ମତ କାଗଜ ପତ୍ର ବିଷୟରେ ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ । ଆଜିର ଦିନରେ କିଛି କାର୍ଯ୍ୟ କରିବା ପୂର୍ବରୁ ଯଥେଷ୍ଟ ଚିନ୍ତା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ମନ ଅଶାନ୍ତ ରହିବା କାରଣରୁ କିଛି ଭୁଲଭାଲ ନିଷ୍ପତ୍ତି ନେଇପାରନ୍ତି । ତେଣୁ ଆଜିର ଦିନଟି ଆପଣ ଧ୍ୟାନ ସହକାରେ ରହୁନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ନିଜ ମନକୁ ପ୍ରଫୁଲ୍ଲିତ କରିବା ପାଇଁ କୌଣସି ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିପାରନ୍ତି । ଜୀବନର ସଫଳତା ପାଇବା ପାଇଁ ଭଗବାନଙ୍କ ଉପରେ ଭରସା ରଖନ୍ତୁ । ପତ୍ନୀ ଓ ସନ୍ତାନ ସନ୍ତତିଙ୍କ ଗହଣରେ ସୁଖରେ ସମୟ ଅତିବାହିତ କରିବେ । ଶତ୍ରୁଜୟ କରିବେ । ଯେଉଁ କାର୍ଯ୍ୟରେ ଆଜି ଆପଣ ହାତଦେବେ ସେଥିରେ ସୁଫଳ ପାଇବେ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ସନ୍ଧ୍ୟାରେ କାହାର କୋମଳ ଭାଷା ଆପଣଙ୍କ ହୃଦୟକୁ ଉଲ୍ଲସିତ କରିପାରେ । ଆଜି ଆପଣ ନିଜର ପୁରଣା ବନ୍ଧୁଙ୍କୁ ଭେଟି ପାରନ୍ତି । ନିଜର ମିଷ୍ଟଭାଷୀ ଆଚରଣ ପାଇଁ ଆଜି ଅନେକ ସ୍ଥାନରେ ପ୍ରଶଂସିତ ହୋଇପାରନ୍ତି । ପ୍ରିୟଜନଙ୍କ ସହ ଦିନଟି ଖୁସିବାସିରେ ଅତିବାହିତ ହେବ । କର୍ମକ୍ଷେତ୍ରରେ ଆବଶ୍ୟକୀୟ ସାହାଯ୍ୟ ପାଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜି ଆପଣ ଅଧିକ କ୍ରୋଧିତ ହୋଇପାରନ୍ତି । ନିଜର କ୍ରୋଧ ଉପରେ ଲଗାମ ଦେବାକୁ ଚେଷ୍ଟା କରନ୍ତୁ । ଏହାର କୁପ୍ରଭାବ ସବୁକ୍ଷେତ୍ରରେ ଆପଣଙ୍କୁ ଅପଦସ୍ତ କରାଇବ । ଏପରିକି ଘରର ସଦସ୍ୟଙ୍କ ସହ ପାଟିତୁଣ୍ଡ ହୋଇପାରେ । ସେମାନେ ଆପଣଙ୍କୁ ହେୟଜ୍ଞାନ କରିବେ । ଆପଣଙ୍କର ଯିଦିଆ ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇବ । ପ୍ରଥମେ ଆପଣ ରାଗିଯିବେ, ମାତ୍ର ପଛରେ ଅନୁତାପ କରିପାରନ୍ତି । ତେଣୁ ଯଥା ସମ୍ଭବ ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ମନରେ ଦୁଶ୍ଚିନ୍ତା ଭର୍ତ୍ତି କଲେ ଏହାର କୁପ୍ରଭାବ ଶରୀର ଉପରେ ପଡିବ । ତେଣୁ ଈଶ୍ବର ଭକ୍ତିରେ ନିଜକୁ ମଗ୍ନ ରଖନ୍ତୁ । ଫଳରେ କ୍ରୋଧ ଠାରୁ ଦୂରେଇ ପାରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନଟି ସେତେ ଭଲ ରହିନପାରେ । ନିଜପାଠ ପଢା ପ୍ରତି ଛାତ୍ରଛାତ୍ରୀମାନେ ଅନାଗ୍ରହ ପ୍ରକାଶ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜିର ଦିନଟି ନକ୍ଷତ୍ରଙ୍କ ଭଳି ଉଜ୍ବଳ ରହିବ । କାର୍ଯ୍ୟର ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରବେ । ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ସମୟ ଅତିବାହିତ କରିବେ । ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ଶାରୀରିକ ସୁସ୍ଥତା ସହ ମନ ଆନନ୍ଦିତ ରହିବ । ବନ୍ଧୁ ଏବଂ ପରିବାର ସହ କୌଣସି ସ୍ଥାନ ପରିଦର୍ଶନରେ ଯିବେ । ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ । ବନ୍ଧୁଙ୍କୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ବ୍ୟବସାୟିକ ଉନ୍ନତି କରିବେ । କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଧ୍ୟାନଦେବେ । ବିଦ୍ୟାର୍ଥୀ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ମହିଳାମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭଙ୍କର ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଜଟିଳତା ମଧ୍ୟରେ ଗତି କରିବେ । ଦିନର ମୁଖ୍ୟ ସମୟ ଯାହାକି କ୍ରୋଧ ଓ ଆର୍ଥିକ କ୍ଷତିରେ ପହଞ୍ଚାଇବ । ଅନେକ କାରଣରୁ ନିଜ ବନ୍ଧୁଙ୍କ ସହିତ କଳହ ହୋଇପାରେ । ସମସ୍ୟା ବିଚାରାଳୟକୁ ଯାଇପାରେ । କିଛି ଲୋକଙ୍କ ଠାରୁ କଟୁ କଥା ଶୁଣିପାରନ୍ତି । ଫଳରେ ମାନସିକ ଅସ୍ଥିରତା ହୋଇପାରେ । କିନ୍ତୁ ଏହାକୁ ସରଳ ଭାବରେ ନିଅନ୍ତୁ । କୌଣସି କଥାକୁ ଅଧିକ ସମୟ ଧରି ମନରେ ରଖନ୍ତୁ ନାହିଁ । ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ପରିଲକ୍ଷିତ ହୋଇପାରେ । ଯାତ୍ରା ଜନିତ ଆଘାତ ଲାଗିପାରେ । ତେଣୁ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ସଚେତନ ରୁହନ୍ତୁ । ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ହ୍ରାସ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଶୁଭ ନକ୍ଷତ୍ରଗୁଡିକ ଆପଣଙ୍କ କୁଣ୍ଡଳୀରେ ସମାନ ଭାବରେ ରହିଛନ୍ତି । ନକ୍ଷତ୍ରଗୁଡିକ ଅତି ଶୁଭ ସ୍ଥାନରେ ଥିବାରୁ ଆଜି ଶୁଭ ଖବର ପାଇବେ । ନିଜ ପରିବାର ଓ ପିଲାଙ୍କ ସହିତ ଖୁସି ବାଣ୍ଟିପାରନ୍ତି । ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ବତନ୍ତ୍ର ଓ ନୂତନ ଭାବରେ ବ୍ୟବସାୟ ପ୍ରାରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ । ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମନରେ ଭଗବାନଙ୍କୁ ସ୍ମରଣ କରନ୍ତୁ । ଆଜି ସମାଜରେ ଆପଣଙ୍କର ଲାଭ ଓ ସମ୍ମାନ ବଢିବ । ଯାତ୍ରା ଶୁଭପ୍ରଦ ହେବ । ଛାତ୍ରଛାତ୍ରୀ ସଫଳତା ପାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ହେବ । ସହଜରେ ଲାଭବାନ ହେବେ । କ୍ରମାଗତ ଭାବରେ ଖୁସି ହେବେ । ଏହା ପରିବାର ବା କାର୍ଯ୍ୟ ଦକ୍ଷତା ଯୋଗୁଁ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ କର୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହୋଇ ଖୁସି ହେବେ । ଆନନ୍ଦ ଅନୁଭବ କରିବେ । ଯାହାକି ଆପଣଙ୍କ କାର୍ଯ୍ୟ, ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ଦ୍ୱାରା ପରିପ୍ରକାଶ ହେବ । ବୟସ୍କ ତଥା ପିତାଙ୍କ ସଂପର୍କରେ ଉନ୍ନତି ହେବ । ମନ ଚାହୁଁଥିବା କର୍ଯ୍ୟରେ ଆଜି କୌଣସି ଅସୁବିଧା ରହିବ ନାହିଁ । ଥରେ ଟଙ୍କା ଧାର ଦେବାପରେ ସହଜରେ ଫେରି ପାଇବେ । ତେଣୁ କୌଣସି ବ୍ୟକ୍ତିଙ୍କୁ ଟଙ୍କା ଧାର ଦେଉଥିଲେ ସେଥିପ୍ରିତି ଯଥେଷ୍ଟ ସଚେତନ ରହୁନ୍ତୁ । ଅତି ସହଜରେ କାହାକୁ ବିଶ୍ବସ କରନ୍ତୁ ନାହିଁ । ଅପଣଙ୍କ ସରଳତାର କେହି ଫାଇଦା ଉଠାଉପାରେ । ଆଜି ଆପଣଙ୍କ ପ୍ରିୟ ଠାକୁରଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନ ଶୁଭ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.