ETV Bharat / bharat

କେଟିଆର ବିରୋଧରେ ଅପରାଧିକ ମାମଲା ରୁଜୁ, ଏହା କାରଣ - Criminal Case Against KTR

author img

By ETV Bharat Odisha Team

Published : Mar 30, 2024, 5:47 PM IST

Criminal Case Against KTR: ବିଆର୍‌ଏସ୍‌ (ଭାରତ ରାଷ୍ଟ୍ରୀୟ ସମିତି)ର କାର୍ଯ୍ୟକାରୀ ସଭାପତି କେଟି ରାମାରାଓଙ୍କ ନାଁରେ ବଞ୍ଜାରା ହିଲ୍ସ ଥାନାରେ ଅପରାଧିକ ମାମଲା ରୁଜୁ । ଅଧିକ ପଢନ୍ତୁ

Criminal Case Against KTR
Criminal Case Against KTR

ହାଇଦ୍ରାବାଦ: ବିଆର୍‌ଏସ୍‌ (ଭାରତ ରାଷ୍ଟ୍ରୀୟ ସମିତି)ର କାର୍ଯ୍ୟକାରୀ ସଭାପତି କେଟି ରାମାରାଓଙ୍କ ନାଁରେ ଅପରାଧିକ ମାମଲା । ବଞ୍ଜାରା ହିଲ୍ସ ପୋଲିସ ଷ୍ଟେସନରେ ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି । କଂଗ୍ରେସ ନେତା ବଥିନା ଶ୍ରୀନିବାସା ରାଓ ହନାମକୋଣ୍ଡା ପୋଲିସ ଷ୍ଟେସନରେ କେଟିଆର ବିରୋଧରେ ମାମଲା ଦାୟର କରିଥିଲେ । ତେବେ ଏହି ମାମଲାକୁ ବଞ୍ଜାରା ହିଲ୍ସ ଥାନାକୁ ସ୍ଥାନାନ୍ତର କରାଯାଇଛି । ରେବନ୍ତ ରେଡୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ଏନେଇ ବଞ୍ଜାରା ହିଲ୍ସ ପୋଲସ ଅଧିକାରୀ କହିଛନ୍ତି, "ବିଆର୍‌ଏସ୍‌ (ଭାରତ ରାଷ୍ଟ୍ରୀୟ ସମିତି)ର କାର୍ଯ୍ୟକାରୀ ସଭାପତି କେଟି ରାମାରାଓଙ୍କ ନାଁରେ ଅଭିଯୋଗ ପରେ ୱାରଙ୍ଗାଲର ହନାମକୋଣ୍ଡା ପୋଲିସ ପ୍ରଥମେ ମାମଲା ରୁଜୁ କରିଥିଲା। ଏହା ପରେ ମାମଲା ବଞ୍ଜାରା ହିଲ୍ସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି । ବଞ୍ଜାରା ହିଲ୍ସ ପୋଲିସ ଆଇପିସି ଧାରା 504 ଏବଂ 505 (2) ଅନୁଯାୟୀ KTR ବିରୋଧରେ ମାମଲା ରୁଜୁ କରିଛି । " ତେବେ ତଦନ୍ତ ପୂର୍ବରୁ ଆମେ ପ୍ରଥମେ ଆଇନଗତ ମତାମତ ଗ୍ରହଣ କରିବୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ତେଲେଙ୍ଗାନା ଜନାଦେଶ: ହାର ମାନିଲେ ବିଆର୍‌ଏସ୍‌ ନେତା KTR, କଂଗ୍ରେସକୁ ଜଣାଇଲେ ଶୁଭେଚ୍ଛା

ପୋଲିସ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, "କେଟିଆର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତେଲେଙ୍ଗାନା ଭବନରେ ମୁଖ୍ୟମନ୍ତ୍ରୀ ବିଲଡର ଏବଂ ବ୍ୟବସାୟୀଙ୍କ ସମେତ ଜନସାଧାରଣଙ୍କ ଠାରୁ 2500 କୋଟି ଟଙ୍କା ସଂଗ୍ରହ କରି ଏହାକୁ କେନ୍ଦ୍ରୀୟ ସ୍ତରରେ ପାର୍ଟି ହାଇ କମାଣ୍ଡକୁ ହସ୍ତାନ୍ତର କରିଥିବା ନେଇ ମନ୍ତବ୍ୟ ଦେଇଥିଲେ କେଟିଆର ।" 2024 ଲୋକସଭା ନିର୍ବାଚନ ପରେ ରେବନ୍ତ ରେଡଜୀ ବିଜେପିରେ ଯୋଗ ଦେବା ନେଇ କେଟିଆର ମନ୍ତବ୍ୟ ଦେଇଥିଲେ ।

କଂଗ୍ରେସ ନେତା ବଥିନା ଶ୍ରୀନିବାସା ରାଓ ଅଭିଯୋଗ କରି କହିଛନ୍ତି, ବିଆର୍‌ଏସ୍‌ (ଭାରତ ରାଷ୍ଟ୍ରୀୟ ସମିତି)ର କାର୍ଯ୍ୟକାରୀ ସଭାପତି କେଟି ରାମାରାଓ ରେବନ୍ତ ରେଡୀଙ୍କ ବିରୋଧରେ ଆପତ୍ତିଜନକ ଏବଂ ମିଥ୍ୟା ମନ୍ତବ୍ୟ ଦେଇଥିଲେ । କେଟିଆରଙ୍କ ଏହି ବୟାନ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରୟାସ କରାଯାଇଛି । କେଟିଆର ବିରୋଧରେ କଠୋର ଆଇଗତଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ତେବେ ଏନେଇ କେଟି ରାମାରାଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିପାରି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.