ETV Bharat / bharat

ବୁର୍ଖା ତମର ସୁନ୍ଦର ଚେହେରାକୁ ଲୁଚାଉଛି, ଏହାକୁ କାଢି ଦିଅ-ମହିଳାଙ୍କୁ ଏମିତି କହି କନେଷ୍ଟବଳ ନିଲମ୍ବିତ

author img

By ETV Bharat Odisha Team

Published : Feb 25, 2024, 7:11 AM IST

Constable Suspended For Harassing Woman: ମହିଳାଙ୍କୁ ବୁର୍ଖା ଖୋଲିବାକୁ କହି ନିଲମ୍ବନ ହେଲେ ହେଡ୍ କନେଷ୍ଟବଳ । ଜାଣନ୍ତୁ କେଉଁଠି ଘଟଣା ଏହି ଘଟଣା ।

Constable Suspended For Harassing Woman
ବୁର୍ଖା ଖୋଲିବାକୁ କହି କନେଷ୍ଟବଳ ନିଲମ୍ବିତ

ଚେନ୍ନାଇ: ମହିଳାଙ୍କୁ ବୁର୍ଖା ଖୋଲିବାକୁ କହିବା ପଡି଼ଲା ଭାରି । ଅସଦାଚରଣ ଅଭିଯୋଗରେ ଚାକିରିରୁ ନିଲମ୍ବନ ହେଲେ ହେଡ୍ କନେଷ୍ଟବଳ । ଘଟଣାଟି ତାମିଲନାଡୁ ଓଟେରି ଅଞ୍ଚଳର । ସମ୍ପୃକ୍ତ ମହିଳାଙ୍କର ଗାଡି ଚୋରି ହୋଇଯାଇଥିବାରୁ ସେ ଅଭିଯୋଗ ପାଇଁ ପୋଲିସ ଷ୍ଟେସନ ଯାଇଥିଲେ । ସେଠାରେ ଜଣେ ହେଡ୍ କନେଷ୍ଟବଳ ତାଙ୍କୁ କହିଥିଲେ, ''ବୁର୍ଖା ତୁମର ସୁନ୍ଦର ଚେହେରାକୁ ଲୁଚାଇ ଦେଉଛି, ଏହାକୁ କାଢି ଦିଅ ।'' ପୋଲିସ କର୍ମଚାରୀଙ୍କ ମୁହଁରୁ ଏକଥା ଶୁଣି ମହିଳାଙ୍କୁ ଖରାପ ଲାଗିଥିଲା । ଏନେଇ ସେ ଅଭିଯୋଗ କରିବା ପରେ କନେଷ୍ଟବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ପ୍ରାପ୍ତ ସୂଚନା ମୁତାବକ, ଫେବୃଆରୀ ୧୪ରେ ମହିଳାଙ୍କର ଦୁଇ ଚକିଆ ଯାନ ଚୋରି ହୋଇଯାଇଥିଲା । ଏ ସମ୍ପର୍କରେ ଅଭିଯୋଗ କରିବାକୁ ସେ ଓଟେରି ପୋଲିସ ଷ୍ଟେସନ ଯାଇଥିଲେ । ପୋଲିସ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା । କିଛି ଦିନ ପରେ ତାଙ୍କର ଗାଡି ଉଦ୍ଧାର ହୋଇଥିଲା । ଗାଡି ନେବାକୁ ମହିଳା ଥାନାରେ ଆସି ପହଞ୍ଚିଥିଲେ । ଏନେଇ ସେଠାରେ କାର୍ଯ୍ୟରତ ହେଡ କନେଷ୍ଟବଳ ଭେଲମୁରୁଗନ ମହିଳାଙ୍କୁ କହିଥିଲେ କି, ଯଦି ନିଜ ଗାଡି ଚାହୁଁଛ ତା'ହେଲେ କୋର୍ଟକୁ ଯିବାକୁ ପଡ଼ିବ । ଏକଥା ଶୁଣି ମହିଳା ଖୁବ୍ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ ଏବଂ କାନ୍ଦି ପକାଇଥିଲେ ।

ଏହା ଦେଖି କନେଷ୍ଟବଳ ଭେଲମୁରୁଗନ କହିଥିଲେ, ''ତୁମେ କାନ୍ଦିଲେ ବି ଖୁବ୍ ସୁନ୍ଦର ଲାଗୁଛ । ତମେ ତମର ବୁର୍ଖା ଖୋଲିଦିଅ, ଏହା ତମର ସୁନ୍ଦର ଚେହେରାକୁ ଘୋଡାଇ ଦେଉଛି ।'' କନେଷ୍ଟବଳଙ୍କ ଏପରି ଆପତ୍ତିଜନକ ମନ୍ତବ୍ୟ ଶୁଣି ମହିଳା ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଡେପୁଟି କମିଶନର ହେଡ୍ କନେଷ୍ଟବଳଙ୍କୁ ନିଲମ୍ବନ କରିଥିଲେ ଏବଂ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ଏବେ ଅଧିକ ଛାନଭିନ୍ ଜାରି ରହିଥିବା ସୂତ୍ରରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ପୁଅ ଶ୍ରୀକାନ୍ତଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଛାତ୍ର ଗିରଫ

ଏହା ମଧ୍ୟ ପଢନ୍ତୁ: ମହଙ୍ଗା ପଡିଲା ଅଜବ ସଉକ, ଯୁବକଙ୍କ ପେଟରୁ ବାହାରିଲା ୨ ଫୁଟର ଲୁହା ବେଲଣା

ଏହା ମଧ୍ୟ ପଢନ୍ତୁ: ଅପରେସନ ଥିଏଟରରେ ପ୍ରି ଓ୍ବେଡିଂ ସୁଟ୍: ଭିଡିଓ ଭାଇରାଲ, ଡାକ୍ତର ସସପେଣ୍ଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.