ETV Bharat / bharat

କଂଗ୍ରେସ ପାଖରେ ନାହିଁ ଭବିଷ୍ୟତ ରୋଡ୍ ମ୍ୟାପ୍: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 16, 2024, 1:25 PM IST

PM Modi Targets Congress: 'ବିକଶିତ ଭାରତ, ବିକଶିତ ରାଜସ୍ଥାନ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି । କଂଗ୍ରେସ ଶାସନ ସମୟରେ ଦେଶର ବିକାଶ ହୋଇନଥିବା କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

କଂଗ୍ରେସକୁ ଟାର୍ଗେଟ କଲେ ମୋଦି
PM Modi Targets Congress

ଜୟପୁର: ଆଜି 'ବିକଶିତ ଭାରତ, ବିକଶିତ ରାଜସ୍ଥାନ' କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରିଥିଲେ । କଂଗ୍ରେସ ଦୁର୍ନୀତି ଗସ୍ତ, କଂଗ୍ରେସ ଶାସନ ସମୟରେ ଭାରତର ବିକାଶ ହୋଇପାରିନି, ଭବିଷ୍ୟତ ପାଇଁ କଂଗ୍ରେସ ପାଖରେ କୌଣସି ରୋଡ ମ୍ୟାପ ନାହିଁ ବୋଲି କହିଛନ୍ତି ମୋଦି । ଏହି କାର୍ଯ୍ୟକ୍ରମ ରେ ମୋଦି ୧୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ସଡ଼କ, ରେଳ, ସୌର ଶକ୍ତି, ଶକ୍ତି , ପାନୀୟ ଜଳ ଏବଂ ପ୍ରାକୃତିକ ଗ୍ୟାସ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଆବଶ୍ୟକତା ପୂରଣ କରିବ । ବିକାନେର ଜିଲ୍ଲାର ବାରସିଙ୍ଗସାର ଥର୍ମାଲ ପାୱାର ଷ୍ଟେସନ ଆଖପାଖ ଅଞ୍ଚଳରେ NLC's ୩୦୦ ମେଗାୱାଟ ସୌର ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ।

ଭବିଷ୍ୟତ ପାଇଁ କଂଗ୍ରେସ ପାଖରେ କୌଣସି ରୋଡ ମ୍ୟାପ ନାହିଁ : କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ''କଂଗ୍ରେସର ଏକ ବଡ ସମସ୍ୟା ହେଉଛି ସେ ଦୂରଗାମୀ ଚିନ୍ତାଧାରା ସହିତ ସକରାତ୍ମକ ନୀତି ପ୍ରସ୍ତୁତ କରିପାରେ ନାହିଁ । କଂଗ୍ରେସ ଭବିଷ୍ୟତର ପୂର୍ବାନୁମାନ କରିପାରିବ ନାହିଁ କି ଭବିଷ୍ୟତ ପାଇଁ ଏହାର କୌଣସି ରୋଡ ମ୍ୟାପ ନାହିଁ । କଂଗ୍ରେସର ଏପରି ଚିନ୍ତାଧାରା ହେତୁ ଭାରତ ତାର ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ବଦନାମ ହୋଇ ରହିଥିଲା । କଂଗ୍ରେସ ଶାସନ ସମୟରେ ବିଦ୍ୟୁତ ଅଭାବରୁ ପୁରା ଦେଶ ଅନେକ ଘଣ୍ଟା ଧରି ଅନ୍ଧାରରେ ରହିଥିଲା । କୋଟି କୋଟି ଘରେ ବିଦ୍ୟୁତ୍ ସଂଯୋଗ ନଥିଲା। ବିଦ୍ୟୁତ ବିନା କୌଣସି ଦେଶ ବିକାଶ ହୋଇପାରିବ ନାହିଁ । କଂଗ୍ରେସ ବିଦ୍ୟୁତ ସମସ୍ୟାକୁ ନେଇ ଯେଉଁ କାର୍ଯ୍ୟ କରୁଥିଲା ସମସ୍ୟାର ସମାଧାନ ପାଇଁ ଦଶନ୍ଧି ସମୟ ଲାଗିଥାନ୍ତା । କଂଗ୍ରେସର କେବଳ ଗୋଟିଏ ଏଜେଣ୍ଡା ଅଛି, ମୋଦି ବିରୋଧୀ, ଘୋର ମୋଦି ବିରୋଧୀ। ମୋଦି ବିରୋଧୀ ସେମାନେ ଏପରି ମତ ଦେଉଛନ୍ତି , ଯାହା ଦ୍ବାରା ସମାଜ ଭାଗ ଭାଗ ହୋଇଯିବ । ଯେତେବେଳେ ଏକ ଦଳ ବଂଶବାଦ ରାଜନୀତିରେ ଫସିଯାଏ, ସେତେବେଳେ ମଧ୍ୟ ସମାନ ଘଟଣା ଘଟେ । ଆଜି ସମସ୍ତେ କଂଗ୍ରେସ ଛାଡୁଛନ୍ତି, ସେଠାରେ କେବଳ ଗୋଟିଏ ପରିବାର ଦେଖିବାକୁ ମିଳୁଛି । ''

ଏହା ମଧ୍ୟ ପଢନ୍ତୁ-ବିଶ୍ବ ସରକାର ଶିଖର ସମ୍ମିଳନୀ ୨୦୨୪କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ

ରାଜସ୍ଥାନ ଭାଇ ଓ ଭଉଣୀ ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତି: ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇ କହିଛନ୍ତି, ''ବିକଶିତ ଭାରତ ବିକଶିତ ରାଜସ୍ଥାନର ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ବହୁଲୋକ ଯୋଡି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆପଣ କିଛି ଦିନ ପୂର୍ବେ ଜୟପୁରରେ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଯାହା ସମଗ୍ର ଭାରତ ତଥା ଫ୍ରାନ୍ସରେ ପ୍ରତିଫଳିତ ହୋଇଛି । ରାଜସ୍ଥାନର ଏହା ହେଉଛି ବିଶେଷତା, ରାଜସ୍ଥାନର ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତି । ଆଜି ରାଜସ୍ଥାନର ବିକାଶ ପାଇଁ ପ୍ରାୟ 17 ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ମୁଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି । ଏହି ପ୍ରକଳ୍ପଗୁଡିକ ରେଳ, ସଡକ, ସୌଶକ୍ତି, ଜଳ ଏବଂ ଏଲପିଜି ପରି ବିକାଶ କାର୍ଯ୍ୟ ସହିତ ଜଡିତ । ଏହି ପ୍ରକଳ୍ପ ରାଜସ୍ଥାନର ହଜାର ହଜାର ଯୁବକଙ୍କୁ ରୋଜଗାର ଯୋଗାଇବ । ''

ବିକଶିତ ଭାରତ ପ୍ରତ୍ୟେକ ପରିବାରକୁ ସମୃଦ୍ଧ କରିବ: ପ୍ରଧାନମନ୍ତ୍ରୀ କହିଛନ୍ତି, ''ଯେତେବେଳେ ମୁଁ ବିକଶିତ ଭାରତ ବିଷୟରେ କହୁଛି, ଏହା କେବଳ ଏକ ଶବ୍ଦ ନୁହେଁ କି ଏକ ଭାବନା ନୁହେଁ । ବିକଶିତ ଭାରତ ପ୍ରତ୍ୟେକ ପରିବାରର ଜୀବନକୁ ସମୃଦ୍ଧ କରିବାର ଏହା ଏକ ଅଭିଯାନ, ଦାରିଦ୍ର୍ୟ ଦୂରୀକରଣ , ଯୁବକମାନଙ୍କ ପାଇଁ ଭଲ ରୋଜଗାର ସୃଷ୍ଟି କରିବା ଓ ଦେଶରେ ଆଧୁନିକ ସୁବିଧା ସୃଷ୍ଟି କରିବା ପାଇଁ ଏହା ଏକ ଅଭିଯାନ । ''

ବିକଶିତ ଭାରତ ପାଇଁ 4 ବିଭାଗକୁ ମଜଭୁତ କରାଯାଉଛି: ''ଆମେ ସରକାର ଗଠନ କରିବା ପରେ ଦେଶରେ ବିଦ୍ୟୁତ ସମସ୍ୟା ଉପରେ ଧ୍ୟାନ ଦେଇଥିଲୁ । ବିକଶିତ ଭାରତ କରିବା ପାଇଁ ଆମେ ଦେଶର ଚାରୋଟି ବିଭାଗକୁ ମଜବୁତ କରିବାରେ ଲାଗି ପଡିଛୁ । ଯୁବକ, ମହିଳା, କୃଷକ ଏବଂ ଗରିବଙ୍କୁ । ଏହି ଚାରୋଟି ବର୍ଗର ବିକାଶ ହେଲେ ଦେଶର ବିକାଶ ହେବ । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.