ETV Bharat / bharat

ସୁରକ୍ଷାକର୍ମୀ ବଞ୍ଚାଇଲେ ବିଦେଶୀ ଯାତ୍ରୀଙ୍କ ଜୀବନ, ଦିଲ୍ଲୀ ଏୟାରପୋର୍ଟରେ ଦେଲେ ସିପିଆର

author img

By ETV Bharat Odisha Team

Published : Jan 28, 2024, 6:46 PM IST

CISF Personnel Saved Life of an Air Passenger : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ନିୟୋଜିତ ଥିବା ସିଆଇଏସଏଫ ଯବାନ ସାଜିଲେ ଦେବଦୂତ । ବୟସ୍କ ବିଦେଶୀ ଯାତ୍ରୀଙ୍କୁ ସିପିଆର ଦେଇ କଲେ ଜୀବନ ରକ୍ଷା । ଅଧିକ ପଢନ୍ତୁ

ସୁରକ୍ଷାକର୍ମୀ ବଞ୍ଚାଇଲେ ବିଦେଶୀ ଯାତ୍ରୀଙ୍କ ଜୀବନ ,ଦିଲ୍ଲୀ ଏୟାରପୋର୍ଟରେ ଦେଲେ ସିପିଆର
ସୁରକ୍ଷାକର୍ମୀ ବଞ୍ଚାଇଲେ ବିଦେଶୀ ଯାତ୍ରୀଙ୍କ ଜୀବନ ,ଦିଲ୍ଲୀ ଏୟାରପୋର୍ଟରେ ଦେଲେ ସିପିଆର

ସୁରକ୍ଷାକର୍ମୀ ବଞ୍ଚାଇଲେ ବିଦେଶୀ ଯାତ୍ରୀଙ୍କ ଜୀବନ ,ଦିଲ୍ଲୀ ଏୟାରପୋର୍ଟରେ ଦେଲେ ସିପିଆର

ନୂଆଦିଲ୍ଲୀ: ଦେବଦୂତ ସାଜିଲେ ସୁରକ୍ଷାକର୍ମୀ । ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ସିପିଆର ଦେଇ କଲେ ଜୀବନ ରକ୍ଷା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ନିୟୋଜିତ ଥିବା କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (CISF)ର ଯବାନ ଜଣେ ବ୍ୟକ୍ତିଙ୍କୁ ସିପିଆର ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି । ସିଆଇଏସଏଫର ପ୍ରବକ୍ତା ଓ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଅପୂର୍ବ ପାଣ୍ଡେ କହିଛନ୍ତି ଯେ " ଜଣେ ବିଦେଶୀ ବିମାନ ଯାତ୍ରୀ ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାସନାଲ ଏୟାର ପୋର୍ଟରେ ନିଜ ବିମାନ ଧରିବା ପାଇଁ ପହଞ୍ଚିଥିଲେ । ଏକ୍ସବିଏସ ଏକ୍ସ-ରେ ମେସିନ ନିକଟରେ ସୁରକ୍ଷା ଜନିତ ଚେକିଂ ଚାଲିଥିବା ବେଳେ ବ୍ୟକ୍ତି ଜଣଙ୍କ ଧାଡିରେ ଠିଆ ହୋଇଥିଲେ । କିନ୍ତୁ ଅଚାନକ ଭାବେ ସେ ଅଚେତ ହୋଇ ତଳେ ପଡି ଯାଇଥିଲେ ।

ଏହା ବି ପଢନ୍ତୁ- ଉଡନ୍ତା ବିମାନରେ ବନ୍ଦ ହୋଇଗଲା 2 ବର୍ଷ ଶିଶୁର ସ୍ପନ୍ଦନ, ଦେବଦୂତ ସାଜିଲେ ଡାକ୍ତର


ସୌଭାଗ୍ୟବଶତଃ ସେଠାରେ ଉପସ୍ଥିତ ଥିବା ସିଆଇଏସଏଫର ଯବାନଙ୍କ ନଜର ତାଙ୍କ ଉପରେ ପଡିଥିଲା । ସେ ଅବିଳମ୍ବେ ତୁରନ୍ତ ସେହି ବିଦେଶୀ ବ୍ୟକ୍ତିଙ୍କୁ ସିପିଆର ଦେବା ଆରମ୍ଭ କରିଥିଲେ । ସଙ୍ଗେ ସଙ୍ଗେ ମେଦାନ୍ତ ମେଡିକାଲରୁ ଡାକ୍ତରଙ୍କୁ କଲ କରି ଘଟଣା ସ୍ଥଳକୁ ଅଣାଯାଇଥିଲା । ଏୟାର ପୋର୍ଟରେ ହିଁ ବିଦେଶୀଙ୍କ ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା । ଯାହା ଫଳରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ମାତ୍ରାରେ ସୁଧାର ଆସିଥିଲା । ପରେ ଡାକ୍ତର ପୁଣି ଥରେ ଯାଞ୍ଚ କରିବା ପରେ ସେହି ବିଦେଶୀ ବ୍ୟକ୍ତିଙ୍କୁ ବିମାନ ଯାତ୍ରା କରିବା ପାଇଁ ଫିଟ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ପାର୍କିଂରେ ଯାତ୍ରୀ ବୁଲିବା ଘଟଣା: ଇଣ୍ଡିଗୋ ଗଣିବ 1.20 କୋଟି ଫାଇନ, ମୁମ୍ବାଇ ବିମାନ ବନ୍ଦରକୁ ମଧ୍ୟ ଜୋରିମାନା


ସେହି ବିଦେଶୀ ଯାତ୍ରୀଙ୍କ ନାମ ବଟ୍ରେଡ ପ୍ୟାଟ୍ରିକ (୬୩) ହୋଇଥିବା ବେଳେ ସେ ଫ୍ରାନ୍ସର ନିବାସୀ ଅଟନ୍ତି । ସେ ଭିସ୍ତାରା ଏୟାରଲାଇନର ବିମାନରେ ପ୍ୟାରିସ ଯିବା ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ । ଏହି ବିଦେଶୀ ଯାତ୍ରୀ ଜଣଙ୍କ ସୁସ୍ଥ ହେବା ପରେ ସିଆଇଏସଏଫର ଟିମକୁ ଜୀବନ ରକ୍ଷା ପାଇଁ ଧନ୍ୟବାଦ କରିଥିଲେ । ଏହା ପୂର୍ବରୁ ମଧ୍ୟ ସିଆଇଏସଏଫର ଯବାନ ମାନେ ଏୟାର ପୋର୍ଟ ଓ ମେଟ୍ରୋ ଷ୍ଟେସନ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ସିପିଆର ଦେଇ ଅନେକ ମୂର୍ମୁଷୁ ଲୋକମାନଙ୍କ ଜୀବନ ବଞ୍ଚାଇବାର ଅନେକ ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.