ETV Bharat / bharat

ରାଜସ୍ଥାନରେ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦିଗ୍ଧ ଚିଲକୁ ଧରିଲା BSF

author img

By ETV Bharat Odisha Team

Published : Feb 5, 2024, 10:09 PM IST

BSF caught a hunting eagle: ରାଜସ୍ଥାନରେ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦିଗ୍ଧ ଚିଲକୁ ଧରିଲା ବିଏସଏଫ । ଗୋଡରେ ଓ ଡେଣାରେ ଲାଗିଛି ଟ୍ୟାଗ ଓ ଆଣ୍ଟେନା । ଅଧିକ ପଢନ୍ତୁ

ରାଜସ୍ଥାନରେ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦିଗ୍ଧ ଚିଲକୁ ଧରିଲା ବିଏସଏଫ
ରାଜସ୍ଥାନରେ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦିଗ୍ଧ ଚିଲକୁ ଧରିଲା ବିଏସଏଫ

ଜୟପୁର: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ରାଜସ୍ଥାନ ସୀମାନ୍ତ ଜିଲ୍ଲା ଜୌସେଲମେରରେ ସୀମା ସୁରକ୍ଷା ବଳ (ବିଏସଏଫ) ଏକ ସନ୍ଦିଗ୍ଧ ଚିଲକୁ ଧରିବାରେ ସଫଳ ହୋଇଛି । ଏହି ଚିଲ ଶରୀରରେ ଏକାଧିକ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଖଞ୍ଜାଯାଇଥିବା ଦେଖିବାକୁ ମିଳିଛି । ଏଗୁଡିକୁ ଉଦ୍ଧାର କରାଯାଇ ଯାଞ୍ଚ କରାଯାଇଛି । ପ୍ରାଥମିକ ଭାବେ ଏହା ପାକିସ୍ତାନୀ ସେନା ଦ୍ବାରା ପଠାଯାଇଥିବା ଏକ ପ୍ରଶିକ୍ଷିତ ଚିଲ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଚିଲ ମାଧ୍ୟମରେ ଭାରତୀୟ ସୀମାରେ ସୁରକ୍ଷାବଳର ନିୟୋଜନ ଉପରେ ଗୁପ୍ତଚରଗିରି କରିବା ପାଇଁ ପାକିସ୍ତାନୀ ସେନା ଏପରି ପ୍ରଣାଳୀ ବ୍ୟବହାର କରିଥିବା ଜଣାପଡିଛି ।

ରାଜସ୍ଥାନରେ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦିଗ୍ଧ ଚିଲକୁ ଧରିଲା ବିଏସଏଫ
ରାଜସ୍ଥାନରେ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦିଗ୍ଧ ଚିଲକୁ ଧରିଲା ବିଏସଏଫ

ସୂଚନା ଅନୁସାରେ, ଏହି ଚିଲଟି ଅନ୍ତର୍ଜାତୀୟ ସୀମାରେ ଭାରତୀୟ ପୋଷ୍ଟ ନିକଟରେ ବେଶ କମ ଉଚ୍ଚତାରେ ଉଡୁଥିଲା । ବିଏସଏଫର 35-ବାଟାଲିୟନର ଯବାନମାନେ ଏହାକୁ କାବୁ କରିଥିଲେ । ପରେ ଏହାକୁ ବନ୍ୟପ୍ରାଣୀ ବଶେଷଜ୍ଞଙ୍କ ଦ୍ବାରା ଚିହ୍ନଟ କରାଯାଇଥିଲା । ଏହା ଏକ ‘ଫାଲକନ୍’ ପ୍ରଜାତିର ଇଗଲ ପକ୍ଷୀ ହୋଇଥିବା ସ୍ପଷ୍ଟ ହୋଇଛି । ଏହାର ଗୋଡରେ ଲାଗିଥିବା ଟ୍ୟାଗ ଏବଂ ଆଣ୍ଟେନାକୁ ଉଦ୍ଧାର କରାଯାଇ ଯାଞ୍ଚ କରାଯାଉଛି । ପୂର୍ବରୁ ଧରାଯାଇଥିବା ଇଗଲ ପରି, ଏହାର ଶରୀରରେ କୌଣସି ‘ଜିପିଏସ’ ସାମଗ୍ରୀ ଇନଷ୍ଟଲ୍ ହୋଇଛି କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି । ତେବେ ପ୍ରାଥମିକ ଯାଞ୍ଚ ପରେ ଏହା ଏକ ପ୍ରଶିକ୍ଷିତ ଇଗଲ ବା ଚିଲ ବୋଲି ସ୍ପଷ୍ଟ ହୋଇଛି । ପକ୍ଷୀର ଶରୀରରୁ ଉଦ୍ଧାର କରାଯାଇଥିବା ଗେଜେଟ କେଉଁଠାରୁ ନିୟନ୍ତ୍ରିତ ହେଉଥିଲା, କିମ୍ବା କାହାକୁ ତଥ୍ୟ ପ୍ରେରଣ କରାଯାଉଥିଲା, ତାହା ଜାଣିବାକୁ ପ୍ରୟାସ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ‘ଗତ 10 ବର୍ଷରେ ବିଜେପି ଯାହା କରିଛି, କଂଗ୍ରେସକୁ କରିବା ପାଇଁ 100 ବର୍ଷ ଲାଗିବ’

ବିଏସଏଫ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଶିକାରୀ ପକ୍ଷୀକୁ ତାଲିମ ଦେଇ ଶିକାର ପାଇଁ ବ୍ୟବହାର କରାଯାଏ । ଏହାକୁ ସମ୍ପୂର୍ଣ୍ଣ ଭାବେ ତାଲିମ ଦେବା ପାଇଁ 15 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷକ ମଧ୍ୟ ଆବଶ୍ୟକ ହୋଇଥାନ୍ତି । ଇଗଲର ‘ଫାଲକନ୍’ ପ୍ରଜାତି ଖୁବ ଶକ୍ତିଶାଳୀ ଓ ଏମାନେ ଦ୍ରୁତ ବେଗ ସହ ଅଧିକ ଉଚ୍ଚତାରେ ଉଡିପାରୁଥିବା ପକ୍ଷୀ ମଧ୍ୟ । ଏମାନେ ଅନ୍ୟ ପକ୍ଷୀମାନଙ୍କୁ ଶିକାର ମଧ୍ୟ କରନ୍ତି । ତେଣୁ ଏହାକୁ ପାକିସ୍ତାନ ସେନା ପ୍ରଶିକ୍ଷିତ କରି ଭାରତୀୟ ଅଞ୍ଚଳକୁ ପଠାଇଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.