ETV Bharat / bharat

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କବିତାଙ୍କୁ CBI ସମନ, 26ରେ ହେବେ ହାଜର

author img

By ETV Bharat Odisha Team

Published : Feb 21, 2024, 9:24 PM IST

BRS Leader K Kavitha Summoned By CBI In Delhi Liquor Policy Case: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କେ.କବିତାଙ୍କୁ CBI ସମନ । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: କବିତାଙ୍କୁ CBI ସମନ
ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: କବିତାଙ୍କୁ CBI ସମନ

ହାଇଦ୍ରାବାଦ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ତେଲେଙ୍ଗାନା ଏମଏଲଏସି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କୁ CBI ସମନ ଜାରି କରିଛି । ପୂର୍ବରୁ ଏହି ମାମଲାରେ ଛନ୍ଦି ହୋଇଛନ୍ତି କବିତା । ପୂର୍ବରୁ ତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକାଧିକ ଥର ସମନ ଜାରି କରି ସାରିଛି । ଏବେ ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ମଧ୍ୟ 2ୟ ଥର ପାଇଁ ସମନ ଜାରି କରିଛି । ଆସନ୍ତା ସପ୍ତାହରେ ସଂସ୍ଥା ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି । ତେବେ ଗତବର୍ଷ ଡିସେମ୍ବରରେ ସେ ସିବିଆଇ ଦ୍ବାରା ଜେରାର ସମ୍ମୁଖୀନ ହୋଇସାରିଛନ୍ତି । ଏବେ ଏହା କବିତାଙ୍କ କ୍ଷେତ୍ରରେ ସିବିଆଇର ଦ୍ବିତୀୟ ସମନ ।

ସିବିଆଇ ଓ ଇଡି ଅଭିଯୋଗ କରିଛି ଯେ, ବିଆରଏସ ନେତ୍ରୀ କବିତା ସାଉଥ ଗ୍ରୁପର ଅଂଶ ଥିଲେ ଯେଉଁ ସଂସ୍ଥା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ସମ୍ପୃକ୍ତ ଅଛି । ଆପ୍‌ର କମ୍ୟୁନିକେସନ ଗ୍ରୁପ ଇନଚାର୍ଜ ସାଉଥ ଗ୍ରୁପ ଠାରୁ ୧୦୦ କୋଟି ଟଙ୍କା ନେଇଥିଲେ । ଏହି ଗ୍ରୁପ ସହ ବିଆରଏସ ନେତ୍ରୀ କବିତା, ଆନ୍ଧ୍ର ପ୍ରଦେଶର ୱାଇଏସଆର ସାଂସଦ ମାଗୁନ୍ତ ଶ୍ରୀନିବାସୁଲୁ ରେଡ୍ଡୀ ଓ ତାଙ୍କ ପୁଅ ଜଡିତ ରହିଥିଲେ । ଏହି ଘଟଣାରେ ପୂର୍ବରୁ ଆନ୍ଧ୍ର ସାଂସଦଙ୍କ ପୁଅକୁ ଇଡି ଗିରଫ କରିସାରିଛି ।

ଏହା ମଧ୍ୟ ପଢନ୍ତୁ :- ‘ଦିନେ-ଦୁଇଦିନ ମଧ୍ୟରେ କ’ଣ ହେଉଛି ଦେଖ’: କଂଗ୍ରେସ ସହ ଆସନ ବୁଝାମଣା ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଇଙ୍ଗୀତ

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟିକୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅଭିଯୋଗ ଆଣିଥିଲେ । ସେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଏହାପରେ ଏହି ଅନିୟମିତତା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ଅନେକ ବଡବଡ ମଦ ବ୍ୟବସାୟୀଙ୍କ ନାଁ ଉଠିଥିଲା । ଗତବର୍ଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ପରେ ଏହି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏବେ ଏହି ମାମଲାରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.